• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଉତ୍ତର କୋରିଆ ର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ଆମେରିକା ଏବଂ ଦକ୍ଷିଣ କୋରିଆକୁ କଡ଼ା ଜବାବ ନେଇଛନ୍ତି। ତାଙ୍କ ନିର୍ଦ୍ଦେଶରେ ନୌସେନା ଜାହାଜରୁ କ୍ରୁଜ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଛି।

  2. କାବୋ ସାନ୍‌ ଲ୍ୟୁକାସ୍‌(ମେକ୍‌ସିକୋ): ରବିବାର ଦିନ ଲଘୁଚାପଜନିତ ଭୟଙ୍କର ବାତ୍ୟା ‘ହିଲାରି’ ଉତ୍ତରପଶ୍ଚିମ ମେକ୍ସିକୋରେ ସ୍ଥଳଭାଗକୁ ପ୍ରବେଶ କରିବା  ଆମେରିକାର କାଲିଫର୍ଣ୍ଣିଆ ଆଡ଼କୁ ଅଗ୍ରସର ହେଉଥିବା କଥା ବିଭିନ୍ନ ଆନ୍ତର୍ଜାତିକ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।

  3. ଗ୍ରେଟ୍‌ ବ୍ରିଟେନ୍‌ ଅନ୍ତର୍ଗତ ବ୍ରିଷ୍ଟଲ ଚ୍ୟାନେଲ୍‌ର କାର୍ଡିଫ୍‌ ଉପକୂଳରୁ ୪ ମାଇଲ୍‌ ଦୂରରେ ରହିଛି ଏକ ଭିନ୍ନ ପୃଥିବୀ। ଫ୍ଲାଟ୍‌ ହୋମ୍‌ ନାମକ ଏହି ନିର୍ଜନ ଦ୍ବୀପର ଏକମାତ୍ର ବାସିନ୍ଦା ହେଉଛନ୍ତି ସାଇମନ୍‌ ପାର୍କର ନାମକ ଜଣେ ୩୮ ବର୍ଷୀୟ ଇଞ୍ଜିନିଅର।

  4. ଭାରତ, ଆମେରିକା ଓ ଜାପାନ ମାଲାବାରରେ ମିଳିତ ସମରାଭ୍ୟାସ କରୁଥିବା ବେଳେ ତାହା ଉପରେ ନଜର ରଖିବା ପାଇଁ ଚୀନ୍ ଅଷ୍ଟ୍ରେଲିଆ ଉପରେ ଶତାଧିକ ମିନି ସାଟେଲାଇଟ ମୁତୟନ କରିଥିବା ଜଣାପଡ଼ିଛି। 

  5. ଅଗଷ୍ଟ ୧୧ରେ ରୁଷିଆ ପକ୍ଷରୁ ମହାକାଶକୁ ଛଡ଼ାଯାଇଥିବା ଲୁନା-୨୫ ଲକ୍ଷ୍ୟ ହାସଲ ଅବ୍ୟବହିତ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇ ଚନ୍ଦ୍ରପୃଷ୍ଠରେ ଖସିପଡ଼ିଛି। ଘୂରିଘୂରି ଏକ ଅନିୟନ୍ତ୍ରିତ କକ୍ଷପଥକୁ ଚାଲିଯିବା ପରେ ନିୟନ୍ତ୍ରଣ ହରାଇ ଏହା ଚନ୍ଦ୍ରରେ ଖସିପଡ଼ିଛି ବୋଲି ରବିବାର ରୁଷ୍ ମହାକାଶ ଗବେଷଣା ସଂସ୍ଥା ‘ରସ୍‌କସମସ’ ପ୍ରକାଶ କରିଛି। 

  6. ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଲୋମଟାଙ୍କୁରା କାଣ୍ଡ ଆଜି ଦେଖିବାକୁ ମିଳିଛି। ୪୫ ବର୍ଷୀୟ ଜଣେ ବ୍ୟକ୍ତି କ୍ରୋଧରେ ନିଜ ପତ୍ନୀ ସହିତ ଦୁଇ ପିଲାଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛି। ଜିଲ୍ଲାର ବଡ଼ନଗର ଅଞ୍ଚଳରେ ଏହି ଅପରାଧ ଘଟିଛି। 

  7. ଜର୍ମାନୀର ଡିଜିଟାଲ ଏବଂ ପରିବହନ ମନ୍ତ୍ରୀ ଭୋଲକର ୱିସିଂ ମଧ୍ୟ ଭାରତର  ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ୟୁନିଫାଇଡ୍ ପେମେଣ୍ଟଇଣ୍ଟରଫେସ୍ (ୟୁପିଆଇ)ର ଜଣେ ପ୍ରସଂଶକ ପାଲଟିଯାଇଛନ୍ତି । ସେ ନିଜେ ରବିବାରଦିନ ପନିପରିବା କିଣିବାକୁ ଆସିଥିଲେ।

  8. ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାର କହିଛନ୍ତି ଯେ ନିକଟରେ ତାଙ୍କ ଦଳର କିଛି ଲୋକ ବିଭିନ୍ନ କେନ୍ଦ୍ରୀୟ ଏଜେନ୍ସି ଭୟରେ ଏନଡିଏରେ ଯୋଗ ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ସ୍କାନରରେ ଥିଲେ

  9. ୨୦୧୮ରେ ମହିଳା ସାମ୍ବାଦିକଙ୍କ ପ୍ରତି ଫେସ୍‌ବୁକ୍‌ରେ ଅପମାନଜନକ ପୋଷ୍ଟ କରିବାକୁ ନେଇ ମାମଲାର ସମ୍ମୁଖୀନ ହୋଇଥିବା ଅଭିନେତା ତଥା ପୂର୍ବତନ ତାମିଲନାଡ଼ୁ ବିଧାୟକ ଏସ୍‌ ଭେ ଶେଖରଙ୍କର ଏକ ଆବେଦନକୁ ଖାରଜ କରି ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ, ସୋସିଆଲ ମିଡ଼ିଆରେ କିଛି ପୋଷ୍ଟ କରିବା ବେଳେ ସତର୍କ ରହିବା ଉଚିତ। କିଛି ଅପମାନଜନକ ପୋଷ୍ଟ କଲେ ତା’ର ପରିଣାମ ଭୋଗିବାକୁ ପ୍ରସ୍ତୁତ ରହିବାକୁ କୋର୍ଟ ଚେତାବନୀ ଦେଇଛନ୍ତି।

  10. ବଲାଙ୍ଗୀର: ସତ ଲେଖିବାରୁ ଜୀବନରୁ ମାରିଦେବାକୁ ଷଡ଼ଯନ୍ତ୍ର। ଭାଇାରାଲ୍ ହେଲା ସାମ୍ବାଦିକଙ୍କୁ ହତ୍ୟା ପାଇଁ ଜେଲରଙ୍କ ଷଡଯନ୍ତ୍ରର ଅଡିଓ। ଜଣେ ଓ୍ବେବ୍ ସାମ୍ବାଦିକଙ୍କ ସହ କଣ୍ଟାବାଞ୍ଜି ଉପକାରାଗାର ଜେଲରଙ୍କ ଅଡିଓ ଭାଇରାଲ୍ ହେଉଛି।

  11. ପୁରୀ ଶ୍ରୀଜଗନ୍ନାଥ ମେଡ଼ିକାଲ କଲେଜରେ ରାଗିଂ ଅଭିଯୋଗ, ରାଗିଂ ନେଇ କଲେଜ ଡିନଙ୍କ ମେରାଇନ ଥାନାରେ ଅଭିଯୋଗ, ଦ୍ବିତୀୟ ବର୍ଷର ୩ଜଣ ଛାତ୍ରଙ୍କ ନାମରେ ହୋଇଛି ଅଭିଯୋଗ।

  12. ଆକ୍ସନ ମୁଡରେ ବାଲେଶ୍ବର ଏସପି ସାଗରିକା ନାଥ, ରାତି ଅଧରେ ବୁଲେଟ ଧରି ମାରୁଛନ୍ତି ପଇଁତରା।

  13. ମହାନତା ଦେଖାଇଲେ ଫାଇଭ ଟି ସଚିବ, କାଳିମାଡ଼ କରିଥିବା ଭାସ୍କର ସାହୁକୁ ଛାଡିଲା ପୋଲିସ।

  14. କିଟ୍ ପଲିଟେକ୍ନିକର ୨୯ତମ ପ୍ରତିଷ୍ଠା ଦିବସ ପାଳିତ: ସିଙ୍ଗାପୁରର ନନ୍ୟାଙ୍ଗ ଢାଞ୍ଚାରେ ରୂପ ଦେବାକୁ ଘୋସଷଣା କଲେ ପ୍ରତିଷ୍ଠାତା।

  15. ପିପିଲି: ଡେଲାଙ୍ଗର ଧାନକେରା ପଞ୍ଚାୟତ ନୂଆଗାଁରେ ଭୟାବହ ଅଗ୍ନିକାଣ୍ଡଘଟି ୨୫ ବଖରା ଘର ଭସ୍ମିଭୂତ।

  16. ରାଜଧାନୀରେ ଥମୁନି ଡେଙ୍ଗୁ ଆତଙ୍କ: ରାଜ୍ୟରେ ୨୩୦୦ ଟପିଲାଣି ଆକ୍ରାନ୍ତଙ୍କ ସଂଖ୍ୟା।

  17. ଭୁବନେଶ୍ବର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ନାମ ବଦଳିଛି, ଭୁବନେଶ୍ବର-ନୂଆଦିଲ୍ଲୀ ତେଜସ୍ ରାଜଧାନୀ ଏକ୍ସପ୍ରେସ ଭାବରେ ଏହାର ନାମ ପରିବର୍ତ୍ତନ କରାଯାଇଛି।

  18. ଅନ୍ତିମ ପର୍ଯ୍ୟାୟରେ ଭାରତର ଚନ୍ଦ୍ର ଅଭିଯାନ: ଅଗଷ୍ଟ ୨୩ ସଂଧ୍ୟା ୬ଟା ୪ରେ କରିବ ଅବତରଣ।

  19. ବଲିଉଡ ଅଭିନେତା ତଥା ବିଜେପି ସାଂସଦ ସନୀ ଦେଓଲଙ୍କ ବଙ୍ଗଳା ନିଲାମ ହେବ। ସନୀଙ୍କ ଜୁହୁ ସ୍ଥିତ ବଙ୍ଗଳାକୁ ନିଲାମ କରିବା ନେଇ ଘୋଷଣା କରିଛି ବ୍ୟାଙ୍କ। ୫୬ କୋଟିର ଋଣ ପରିଶୋଧ ନକରିପାରିବାରୁ ଘର ନିଲାମ ହେବ । ସନୀ ଦେଓଲଙ୍କ ‘ସନୀ ଭିଲା’ ନାମରେ ଜଣାଯାଉଥିବା ଏହି ଘରକୁ ସେପ୍ଟେମ୍ବର ୨୫ ତାରିଖରେ ନିଲାମ କରାଯିବ । 

  20.  ଇରାନର ବନ୍ଦର ସହର ବାନ୍ଦର ଅବ୍ବାସରେ ଭାରତୀୟ ନାଭାଲ ଜାହାଜ ଆଇଏନଏସ ତ୍ରିକନ୍ଦ ପହଞ୍ଚିଛି। ପରେ ଏହାକୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.