• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ସମଗ୍ର ବିଶ୍ବ ଭାରତର ଏହି ସଫଳତାକୁ ସ୍ବାଗତ କରିଛି ଏବଂ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ସଫଳତାର ଶିଖର ଛୁଇଁଛି।ଅଗଷ୍ଟ ୨୩  ବୁଧବାର ସନ୍ଧ୍ୟା ୬ଟା ୪ ମିନିଟ୍‌ରେ ବିକ୍ରମ ଲ୍ୟାଣ୍ଡର ରୋଭର୍‌ ସହିତ ଚନ୍ଦ୍ରପୃଷ୍ଠରେ ପାଦ ଥାପିବା ସହ ଦକ୍ଷିଣ ମେରୁରେ ସଫଳ ଅବତରଣ କରିବାରେ ବିଶ୍ବର ପ୍ରଥମ ରାଷ୍ଟ୍ର ପାଲଟିଛି।

  2. ପ୍ରଥମ ରାଷ୍ଟ୍ର ଭାବେ ଭାରତ ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ପହଞ୍ଚିବାରେ ସଫଳ ହୋଇଛି ଏବଂ ଚତୁର୍ଥ ରାଷ୍ଟ୍ର ଭାବେ ଚନ୍ଦ୍ରପୃଷ୍ଠରେ ଅବତରଣ କରିପାରିଛି। ଚନ୍ଦ୍ରଯାନ-୨ର ବିଫଳତା ହିଁ ଚନ୍ଦ୍ରଯାନ-୩ ସଫଳତା ପାଇଁ ବାଟ କଢ଼ାଇନେଇଛି

  3. ଚନ୍ଦ୍ରଯାନ-୩ ପଛରେ ଅବଦାନ ରଖିଥିବା ପ୍ରମୁଖ ବ୍ୟକ୍ତିତ୍ବ ହେଉଛନ୍ତି ଇସ୍ରୋ ଅଧ୍ୟକ୍ଷ ଏସ୍ ସୋମନାଥ। ଗତବର୍ଷ ସେ ଇସ୍ରୋର ମୁଖ୍ୟ ପଦ ଅଳଂକୃତ କରିବା ପରଠାରୁ ଚନ୍ଦ୍ରଯାନ-୩ ପାଇଁ ମନପ୍ରାଣ ଦେଇ ଲାଗିପଡ଼ିଥିଲେ। ଚନ୍ଦ୍ରଯାନ-୩ ଛଡ଼ା ଇସ୍ରୋର ଅନ୍ୟ ଅଭିଯାନ ଗଗନଯାନ (ଭାରତର ପ୍ରଥମ ମାନବଯୁକ୍ତ ମିସନ) ଏବଂ ଆଦିତ୍ୟ-ଏଲ୍‌୧ (ସୂର୍ଯ୍ୟଙ୍କ ଉପରେ ଅଧ୍ୟୟନ ପାଇଁ ଭାରତର ମିସନ) ଲାଗି ମଧ୍ୟ ତାଙ୍କର ଅବଦାନ ରହିଛି।

  4. ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)କୁ ପୂର୍ବରୁ ଉପହାସ କରିଥିବା ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଫୱାଦ ହୁସେନ୍ ଭାରତର ତୃତୀୟ ଚନ୍ଦ୍ର ମିସନ ‘ଚନ୍ଦ୍ରଯାନ-୩’କୁ ପ୍ରଶଂସା କରିବା ସହ ଏହାକୁ ମାନବଜାତି ପାଇଁ ଏକ ଐତିହାସିକ ମୁହୂର୍ତ୍ତ ବୋଲି କହିଛନ୍ତି।

  5. ଦରବୃଦ୍ଧି ମୁକାବିଲା ଲାଗି ଉଦ୍ୟମ ଜାରି ରଖିଥିବା କେନ୍ଦ୍ର ସରକାର ଚିନି ରପ୍ତାନି ଉପରେ କଟକଣା ଲଗାଇବା ବିଷୟରେ ବିଚାର କରୁଛନ୍ତି। ସାତବର୍ଷ ପରେ ପ୍ରଥମ ଥର ପାଇଁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିବେ।

  6. ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ଗତ ଜୁନ୍‌ ମାସରେ ସାମରିକ ବିଦ୍ରୋହ କରିଥିବା ଘରୋଇ ୱାଗ୍‌ନର ସେନା ମୁଖ୍ୟ ୟେଭେଗେନି ପ୍ରିଗୋଜିନଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି।

  7. ସାରା ବିଶ୍ବରେ ୯.୧ ନିୟୁତରୁ ଅଧିକ ଲୋକ ଅନ୍‌ଲାଇନ୍‌ରେ ଚନ୍ଦ୍ରଯାନ-୩ର ଚନ୍ଦ୍ରପୃଷ୍ଠରେ ଅବତରଣକୁ ଦେଖିଥିଲେ। ଫେସବୁକ୍‌ରେ ୩୫୫.୬ ହଜାର ଲୋକ ଏହାର ଲାଇଭ୍‌ ଷ୍ଟ୍ରିମିଂକୁ ଉପଭୋଗ କରିଥିଲେ।

  8. ବନ୍ୟା, ବାତ୍ୟା, ଭୂକମ୍ପ୍ ଭଳି ବିପତ୍ତି ବେଳେ ଲୋକମାନଙ୍କୁ ସତର୍କ କରିବା ଲାଗି ସେମାନଙ୍କ ମୋବାଇଲ୍‌ ଫୋନ୍‌ରେ ସରକାର ମେସେଜ୍ ପଠାଇବେ। ବର୍ତ୍ତମାନ ଏହି ବ୍ୟବସ୍ଥାର ପରୀକ୍ଷଣ ଚାଲିଛି।

  9. ମିଜୋରାମରେ ଆଜି ଏକ ନିର୍ମାଣାଧୀନ ରେଳ ପୋଲ ଭୁଶୁଡ଼ି ପଡ଼ିବା ଫଳରେ ଅତି କମ୍‌ରେ ୨୨ ଜଣଙ୍କର ମୃତ୍ୟୁ ହୋଇଛି। ଅଇଜଲଠାରୁ ୨୧ କିମି ଦୂର ସାଇରଙ୍ଗ ଅଞ୍ଚଳରେ ଆଜି ଏହି ଦୁର୍ଘଟଣା ହୋଇଛି।

  10. ଫୋନ୍‌କୁ ଚାର୍ଜର ଲଗାଇ କଥା ହେବା ଅନେକ ଲୋକଙ୍କ ଏକ ଖରାପ ଅଭ୍ୟାସ। ଏହାର ପରିଣାମ ଅତ୍ୟନ୍ତ ଭୟଙ୍କର ହୋଇପାରେ ବୋଲି ବିଶ୍ବର ଅଗ୍ରଣୀ ଫୋନ୍ ନିର୍ମାତା ଆପଲ୍‌ ସତର୍କ କରାଇଛି।

  11. ହ୍ବାଟସ୍‌ଆପ୍‌ରେ ବିନା ନାମରେ ଗ୍ରୁପ୍ ସୃଷ୍ଟି କରିହେବ। ତରବର ଭାବେ ହାତଗଣତି କିଛି ଲୋକଙ୍କୁ ନେଇ ଗ୍ରୁପ୍ ତିଆରି କରିବା ଦରକାର ହେଉଥିବା ବେଳେ ବିନା ନାମରେ ତାହା ସୃଷ୍ଟି କରିହେବ ବୋଲି ମେଟା ମୁଖ୍ୟ ମାର୍କ ଜୁକରବର୍ଗ କହିଛନ୍ତି।

  12. କେନ୍ଦୁଝର ଜିଲ୍ଲାରେ ତୁରନ୍ତ ‘ମୋ ବସ୍’ ସେବା ଆରମ୍ଭ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏହାଦ୍ୱାରା ଖଣିଜ ଜିଲ୍ଲା କେନ୍ଦୁଝର ବାସିନ୍ଦାଙ୍କ ପାଇଁ ଗମନାଗମନ ସୁଲଭ ଓ ସୁଗମ ହୋଇପାରିବ ।

  13. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ‘ଆମ ବସ୍‌ଷ୍ଟାଣ୍ଡ ଯୋଜନା’ରେ ରାଜ୍ୟର ୧୩ଟି ଜିଲ୍ଲାରେ ୨୧ଟି ନୂଆ ବସ୍‌ଷ୍ଟାଣ୍ଟ ଉଦ୍‌ଘାଟନ କରିଛନ୍ତି । ଏହାସହିତ ୨୬ଟି ଜିଲ୍ଲାରେ ୧୨୪ଟି ବ୍ଲକ୍‌ସ୍ତରୀୟ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଭିତ୍ତି ମଧ୍ୟ ରଖିଛନ୍ତି ।

  14. ୨୭ ବର୍ଷର ସମସ୍ୟା ୧୫ ଦିନରେ ପୂରଣ କରିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ।  ବଲାଙ୍ଗୀର ଗସ୍ତ ସମୟରେ ୫ଟି ସଚିବଙ୍କୁ ଲୋଇସିଂହା ତହସିଲ ସମସ୍ୟା ନେଇ ଅବଗତ କରିଥିଲା ଜିଲ୍ଲା ରାଜସ୍ୱ ଅମଲା ସଂଘ। ୧୫ ଦିନରେ ସମସ୍ୟାର ସମାଧାନ ହୋଇଛି। ଏହା ପରେ ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କୁ କୃତଜ୍ଞତା ଜଣାଇଛନ୍ତି ରାଜସ୍ୱ ଅମଲା ସଂଘ ।

  15. ଏଣିକି ଏକାଦଶ ଓ ଦ୍ବାଦଶରେ ଦୁଇଥର ହେବ ବୋର୍ଡ ପରୀକ୍ଷା । ମାର୍କ ସିଟକୁ ଚଢିବ ପିଲାଙ୍କ ବେଷ୍ଟ ସ୍କୋର । ଏଥିସହ ଗୋଟିଏ ଭାରତୀୟ ଭାଷ ସହ ଦୁଇଟି ଭାଷାରେ ଛାତ୍ରଛାତ୍ରୀ ପଢିବେ। ଏ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି।

  16. ଖୋର୍ଦ୍ଧା ଜଟଣୀ ପିପିଲି ରାସ୍ତା ୨୧କୋଟି ଟଙ୍କା ଓ ଡେଲାଙ୍ଗ ରାସ୍ତା ୩୦କୋଟି ଟଙ୍କାର ଫ୍ଲାଏ ଓଭର ବ୍ରିଜ ଉଦଘାଟନ ହେବ । ଜଟଣୀ ଖୋର୍ଦ୍ଧା ବେଗୁନିଆ ବ୍ଲକରେ ପିଇବା ପାଣି ପାଇ ୨୩୦କୋଟି ଟଙ୍କା ଖର୍ଚ୍ଚ ହେବ। ଯୁବ ପିଢୀଙ୍କ ପାଇଁ ଜଟଣୀରେ ୯କୋଟି ଟଙ୍କାରେ ଷ୍ଟାଡିୟମ୍ ହେଉଛି ବୋଲି ୫ଟି ସଚିବ ଭିକେ ପାଣ୍ଡିଆନ୍ କହିଥିଲେ।

  17. ଆଲିୟନ୍‌ଙ୍କ ଠାରୁ ଆଜି ଆସିପାରେ ଉତ୍ତର – ୪୦ ବର୍ଷ ତଳେ ପଠାଯାଇଥିଲା ରେଡିଓ ସିଗନାଲ୍‌ l ପୃଥିବୀଠାରୁ ୧୬.୭ ଆଲୋକ ବର୍ଷ ଦୂରରେ ଥିବା ଅଲ୍ଟଏୟାର ନାମକ ଗ୍ରହରୁ ଏହାର ପ୍ରତ୍ୟୁତ୍ତୋର ଆସିପାରେ ବୋଲି ମହାକାଶ ବିଜ୍ଞାନୀମାନେ ଆଶାବାଦୀ ଅଛନ୍ତି ।

  18. ଆମେରିକାରେ କରୋନା ଲହର l ଇଜି.୫-ଏଫଏଲ.୧.୫.୧-ବିଏ.୨.୮୬ ଭାରିଆଣ୍ଟ ସକ୍ରିୟ l ସିଡିସି ଅନୁଯାୟୀ, ଦେଶର ନୂତନ ସଂକ୍ରମଣର ୧୩.୩ ପ୍ରତିଶତ ପାଇଁ ଏହା ଦାୟୀ।

  19. ସର୍ବିୟାର ଅଭିଜ୍ଞ ଖେଳାଳି ନୋଭାକ୍ ଜୋକୋଭିକ୍‌ ସିନ୍‌‌ସିନାଟି ମାଷ୍ଟର୍ସ ଟେନିସ୍‌‌ ଏଟିପି ଟୁର୍ଣ୍ଣାମେଣ୍ଟର ଏକକ ପ୍ରତିଯୋଗିତାରେ ଚମ୍ପିଆନ୍‌ ହୋଇଛନ୍ତି । ରବିବାର ରାତିରେ ଖେଳା ଯାଇଥିବା ଫାଇନାଲ ମ୍ୟାଚ୍‌‌ରେ ୨ୟ ସିଡ୍‌‌ ଜୋକୋଭିକ୍‌ ୫-୭, ୭-୬, ୭-୬ ସେଟ୍‌‌ରେ ଟପ୍‌‌ ସିଡ୍‌‌ ସ୍ପେନ୍‌‌ର ଯୁବ ଖେଳାଳି କାର୍ଲୋସ ଆଲ୍‌କାରାଜଙ୍କୁ ପରାସ୍ତ କରିଛନ୍ତି।

  20. ଆୟରଲାଣ୍ଡର ସଂକ୍ଷିପ୍ତ ଗସ୍ତରେ ଭାରତୀୟ ଦଳ ଯାହା ଚାହୁଁଥିଲା; ତାହା ପାଇସାରିଛି । ଯଶପ୍ରୀତ ବୁମ୍‌ରା ଓ ପ୍ରସିଦ୍ଧ କ୍ରିଷ୍ଣା ତାଙ୍କ ବୋଲିଂ ଫର୍ମ ଦେଖାଇବା ସହ ଫିଟ୍‌ନେସ୍‌ର ପ୍ରମାଣ ମଧ୍ୟ ଦେଇଛନ୍ତି । ଦୁହେଁ ଏସିଆ କପ୍ ଦଳରେ ସ୍ଥାନ ପାଇଛନ୍ତି। ଭାରତୀୟ ଯୁବ ଦଳ ଅଦ୍ୟାବଧି ୨ଟି ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରି ସହଜରେ ଜିତିଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.