• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ସରକାର ଶେଷର ଟେସ୍ଲା ପାଇଁ ଆମଦାନୀ ଶୁଳ୍କରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ହେଲେ ଭାରତକୁ ଟେସ୍‌ଲାର ଏଣ୍ଡ୍ରି ସହଜ ହୋଇଯିବ।

  2. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକରେ ଗଞ୍ଜାମ ଗସ୍ତରେ ଯାଇଥିବା ୫-ଟି ସଚିବ ଭିକେ ପାଣ୍ଡିଆନ୍‌ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ ପରିବର୍ତ୍ତେ ଅକସ୍ମାତ ଗଜପତି ଜିଲ୍ଲା ଗସ୍ତରେ ଯାଇଛନ୍ତି । ସନ୍ଧ୍ୟାରେ ସେ ପାରଳାଖେମୁଣ୍ଡିରେ ପହଞ୍ଚିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବା କାର୍ଯ୍ୟ ଓ ଥାନା ପରିଦର୍ଶନ କରି ଲୋକଙ୍କଠାରୁ ମତାମତ ସଂଗ୍ରହ କରିଛନ୍ତି ।

  3. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନସ ଜରିଆରେ ଝାରସୁଗୁଡା ଓ ଲାଇକେରାରେ ଦୁଇଟି ଅତ୍ୟାଧୁନିକ ଡାଇଗ୍ନୋଷ୍ଟିକ ସେଣ୍ଟର ଉଦ୍‌ଘାଟନ କରିଛନ୍ତି। କରପୋରେଟ୍ ସଂସ୍ଥା ବେଦାନ୍ତ ସଂସ୍ଥା ସହଯୋଗରେ ଏହି ଦୁଇଟି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି।

  4. ଆସନ୍ତା ମାସରେ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଜି -20 ଶିଖର ସମ୍ମିଳନୀରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୋଗଦେବେ ନାହିଁ।

  5. କଟକରେ ଚଳଚ୍ଚିତ୍ର ସଂଗ୍ରହାଳୟ ହେବ, ଦୃଶ୍ୟଶ୍ରାବ୍ୟ ବଖାଣିବ ଚଳଚ୍ଚିତ୍ର ଇତିହାସ।

  6. ୨୮ରୁ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ନାମଲେଖା, ୩ଟି ବିଭାଗରେ ପିଲାମାନଙ୍କ ନାମ ଲେଖା ହେବ।

  7. ରାୟଗଡ଼ା ଡିଏଫଓ ବିଜୟ କୁମାର ପରିଡ଼ା ଗିରଫ, ଆୟଠାରୁ ୨୦୬% ଅଧିକ ସମ୍ପତ୍ତି ଅଛି।

  8. ରାଜ୍ୟପାଳ ଉଲ୍ଲେଖନୀୟ, ବିଶିଷ୍ଟ ସେବା ଓ ସାହସିକତା ନିମନ୍ତେ ୭୪ ଜଣଙ୍କୁ ପଦକ ପ୍ରଦାନ କଲେ ।

  9. କିଟ୍-ଟେକ୍ନୋଲୋଜି ବିଜିନେସ୍ ଇନକ୍ୟୁବେଟରର ନବମ ବାୟୋଟେକ୍ ଶିଳ୍ପ ସମାବେଶ, ୩୦ରୁ ଅଧିକ ଶିଳ୍ପସଂସ୍ଥାର ମୁଖ୍ୟ ଯୋଗଦେଇଛନ୍ତି।

  10. ଭୁବନେଶ୍ବର ମହାନଗର ନିଗମ-ବିଏମସି ପାଇଁ ୪୧୬ଟି ଅତିରିକ୍ତ ପଦବୀ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ, ଅଧିକ ଦକ୍ଷ ଓ କ୍ରିୟାଶୀଳ ହେବ ବିଏମସି।

  11. ପଂଜାବ ରାଜ୍ୟପାଳ ବନୱାରୀଲାଲ ପୁରୋହିତ ଆଜି ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ଙ୍କୁ ଚେତାବନୀ ଦେଇଛନ୍ତି। ସରକାର ସମ୍ବିଧାନ ବିରୋଧୀ କାର୍ଯ୍ୟ କରିବା ବନ୍ଦ ନକଲେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ପାଇଁ ସୁପାରିସ କରିବେ ବୋଲି ରାଜ୍ୟପାଳ କହିଛନ୍ତି।

  12. ୨୦୨୦ ନିର୍ବାଚନ ଫଳକୁ ବଦଳାଇବା ପାଇଁ ଷଡ଼୍‌ଯନ୍ତ୍ର କରିଥିବା ଅଭିଯୋଗରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଆଜି ଗିରଫ ହୋଇଛନ୍ତି। ଗତ ୫ ମାସ ମଧ୍ୟରେ ଏହାକୁ ମିଶାଇ ସେ ଚାରି ଥର ଗିରଫ ହେଲେଣି।

  13. ଧାରା ୩୭୦ ଉଚ୍ଛେଦ ସମୟରେ ସମ୍ବିଧାନ ସହିତ କୌଣସି ଧୋକାବାଜି ହୋଇନାହିଁ। ଗୁରୁବାରଠାରୁ ଏହି ଧାରା ଉଚ୍ଛେଦକୁ ନେଇ ହୋଇଥିବା ଆବେଦନଗୁଡ଼ିକର ଶୁଣାଣି ବେଳେ ସୁପ୍ରିମକୋର୍ଟର ସମ୍ବିଧାନ ପୀଠରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହା କୁହାଯାଇଛି।

  14. ଗ୍ରୀସ୍ ରାଷ୍ଟ୍ରପତି କାଟେରିନା ସାକେଲାରୋପୋଉଲୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଅର୍ଡର ଅଫ୍ ଅନରରେ ସମ୍ମାନିତ କରିଛନ୍ତି।

  15. ରିପବ୍ଲିକାନ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଆଶାୟୀ ଭାରତୀୟ ଆମେରିକୀୟ ବିବେକ ରାମସ୍ବାମୀଙ୍କ ଲୋକପ୍ରିୟତା ଏବଂ ଅନଲାଇନରେ ପାଣ୍ଠି ସଂଗ୍ରହ ବଢ଼ିବାରେ ଲାଗିଛି। ଦଳ ପକ୍ଷରୁ ପ୍ରଥମ ବିତର୍କ ପରେ ୧ ଘଣ୍ଟା ମଧ୍ୟରେ ୩୮ ବର୍ଷୀୟ ରାମସ୍ବାମୀଙ୍କୁ ୪,୫୦,୦୦୦ ଡଲାର (୩.୭ କୋଟି ଟଙ୍କା) ଚାନ୍ଦା ମିଳିଛି।

  16. ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଆଦାନି-ହିଣ୍ଡେନ୍‌ବର୍ଗ ମାମଲାର ଷ୍ଟାଟସ୍‌ ରିପୋର୍ଟ ସୁପ୍ରିମ କୋର୍ଟରେ ଦାଖଲ କରିଛି। ଏହି ମାମଲାରେ ‌ଯେଉଁ ୨୪ଟି ବିଷୟର ତଦନ୍ତ କରିବା ଦାୟିତ୍ବ ଦିଆଯାଇଥିଲା ସେଥିରୁ ୨୨ଟିର ତଦନ୍ତ ଶେଷ ହୋଇଛି।

  17. ‘ଓବେରୟ ହୋଟେଲ୍‌ ଆଣ୍ଡ୍‌ ରିସର୍ଟ’ ସହିତ ମିଶି ‘ରିଲାଏନ୍‌ସ୍‌ ଇଣ୍ଡଷ୍ଟ୍ରିଜ୍‌’ ମୁମ୍ବାଇର ‘ଅନନ୍ତ ବିଳାସ’ ଓ ଇଂଲଣ୍ଡ୍‌ର ‘ଷ୍ଟୋକ୍‌ ପାର୍କ’ ସମେତ ତିନୋଟି ପ୍ରସିଦ୍ଧ ହୋଟେଲ୍‌ ପ୍ରକଳ୍ପର ପରିଚଳାନା କରିବ ବୋଲି ଗୁରୁବାର ଦିନ ‘ରିଲାଏନ୍‌ସ୍‌’ କହିଛି।

  18. ଚନ୍ଦ୍ରଯାନ-୩ ଅଭିଯାନ ପାଇଁ ଯେଉଁ ଖର୍ଚ୍ଚ ହୋଇଛି ତାହା ହଲିଉଡ୍‌ ସିନେମା ‘ଇଣ୍ଟରଷ୍ଟେଲାର’ ଓ ବଲିଉଡ୍‌ ସିନେମା ‘ଆଦିପୁରୁଷ’ରେ ହୋଇଥିବା ଖର୍ଚ୍ଚଠାରୁ କମ୍। ମାତ୍ର ୬୧୫ କୋଟି ଟଙ୍କାରେ ଚନ୍ଦ୍ରଯାନ-୩ ଅଭିଯାନ ସଫଳ ହୋଇଛି।

  19. ନୂଆ ଫସଲ ବଜାରକୁ ଆସିବା ପରେ ଆସନ୍ତା ମାସରୁ ପନିପରିବା ଦାମ୍ ଶସ୍ତା ହେବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି। ଟମାଟୋ ସମେତ ବିଭିନ୍ନ ପନିପରିବା ମହଙ୍ଗା ହେବା ପରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ପୁଣି ଥରେ ବେଲଗାମ ହୋଇପଡ଼ିଛି।

  20. ଇତିହାସ ରଚିଲେ ଓଡ଼ିଆ ପୁଅ କିଶୋର ଜେନା। ପ୍ରଥମ ଓଡ଼ିଆ ଭାବେ ବିଶ୍ୱ ଆଥଲେଟିକ୍ସରେ ଅଂଶଗ୍ରହଣ କରିଥିବା କିଶୋର ଜାଭେଲିନ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି।

 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.