• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସଙ୍କୁ ଆନ୍ତର୍ଜାତିକ ସ୍ୱୀକୃତି। ଆମେରିକାର ଗ୍ଲୋବାଲ ଫାଇନାନ୍ସ ମାଗାଜିନ ପକ୍ଷରୁ ଶକ୍ତିକାନ୍ତ ଦାସଙ୍କୁ ବିଶ୍ୱ ସ୍ତରରେ ଶ୍ରେଷ୍ଠ କେନ୍ଦ୍ରୀୟ ବ୍ୟାଙ୍କର ଭାବେ ସ୍ଵୀକୃତି ମିଳିଛି । ଏକ କେନ୍ଦ୍ରୀୟ ବ୍ୟାଙ୍କର ମୁଖିଆ ଭାବେ ତାଙ୍କର ପ୍ରଦର୍ଶନକୁ ‘ଏ ପ୍ଲସ’ ମାନ୍ୟତା ଦେଇଛି ଗ୍ଲୋବାଲ ଫାଇନାନ୍ସ ମାଗାଜିନ।

  2. ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ର ଶ୍ରୀହରିକୋଟାସ୍ଥିତ ଉତକ୍ଷେପଣ କେନ୍ଦ୍ରରୁ ଆଦିତ୍ୟ ଏଲ-୧ ଆଜି ଦିନ ୧୧ଟା ୫୦ ମିନିଟ୍‌ରେ ମହାକାଶକୁ ଯାତ୍ରା ଆରମ୍ଭ କରିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି। ଆଦିତ୍ୟ ଏଲ-୧ ମହାକାଶ ଯାନକୁ ନେବା ଲାଗି ପିଏସ୍‌ଏଲଭି-ସି୫୭ ରକେଟ୍‌ ପ୍ରସ୍ତୁତ ହୋଇ ରହିଛି।

  3. ଅଭିନେତା ଆର ମାଧବନ୍ ଫିଲ୍ମ ଆଣ୍ଡ୍ ଟେଲିଭିଜନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ନୂଆ ଅଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି।

  4. ନୟାଗଡ଼ ଜିଲ୍ଲା କଣ୍ଟିଲୋ ନିକଟସ୍ଥ ମହାନଦୀ କୂଳିଆ ଅଞ୍ଚଳରେ ବ୍ୟାପକ ପରିମାଣର ଚାଷ କରାଯାଉଥିବା କଣ୍ଟେଇ ମୁଣ୍ଡି ବାଇଗଣ ଭୌଗୋଳିକ ସଙ୍କେତ ବା ଜିଓ ଗ୍ରାଫିକାଲ୍‌ ଇଣ୍ଡିକେସନ(ଜିଆଇ) ମାନ୍ୟତା ମିଳିଛି। କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟ କଣ୍ଟେଇ ମୁଣ୍ଡି ବାଇଗଣକୁ ଭୌଗୋଳିକ ମାନ୍ୟତା ପ୍ରଦାନ କରିଛି ।

  5. ମୁମ୍ବାଇରେ ବିରୋଧୀ ‘ଇଣ୍ଡିଆ’ ମେଣ୍ଟର ବୈଠକରେ ଶୁକ୍ରବାର ୧୩ ଜଣିଆ ସମନ୍ୱୟ କମିଟି ଘୋଷଣା କରାଯାଇଛି। ଏହି ପ୍ୟାନେଲରେ କେସି ବେଣୁଗୋପଳ, ଶରଦ ପାୱାର, ଏମ.କେ ଷ୍ଟାଲିନ, ସଞ୍ଜୟ ରାଉତ, ତେଜସ୍ୱୀ ଯାଦବ, ଅଭିଷେକ ବାନାର୍ଜୀ, ରାଘବ ଚଢ଼ା, ଜାଭେଦ ଖାନ, ଲଲନ ସିଂ, ହେମନ୍ତ ସୋରେନ, ଡି ରାଜା, ଓମାର ଅବଦୁଲ୍ଲା ଏବଂ ମେହବୁବା ମୁଫତି ଅଛନ୍ତି ।

  6. ନିଜ ପ୍ରଚେଷ୍ଟା ବଳରେ କୋଟିପତି ହୋଇ ‘ହାରୋଜ୍‌ ଆଣ୍ଡ୍‌ ଫୁଲ୍‌ହମ୍‌ ଇସି’ (ମଲ୍‌) ଖରିଦ କରିଥିବା ଇଜିପ୍ଟର ବ୍ୟବସାୟୀ ମହମ୍ମଦ୍‌ ଅଲ୍‌-ଫୟଦ୍‌ଙ୍କର ବୁଧବାର ଦିନ ମୃତ୍ୟୁ ହୋଇଯାଇଥିବା କଥା ତାଙ୍କ ପରିବାରସୂତ୍ରରୁ ପ୍ରକାଶ।ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିଲା।

  7. ବିଦେଶ ମାଟିରେ ଚମକିଲେ ଓଡ଼ିଆ ଝିଅ । ଇଂଲଣ୍ଡରେ କମାଲ ଦେଖାଇଲେ ୪ ଓଡ଼ିଆ ଝିଅ । ଇଂଲଣ୍ଡର ବର୍ମିଂହାମରେ ଆଇବିଏସଏ ପକ୍ଷରୁ ଆୟୋଜିତ ହୋଇଥିବା ୱାର୍ଲ୍ଡ ଗେମ୍ସରେ ମହିଳା ଦୃଷ୍ଟି ବାଧିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ବିଜୟ ଲାଭ କରି ସ୍ୱର୍ଣ୍ଣପଦକ ଜିତିଛି ଭାରତ ।

  8. ଶୁକ୍ରବାର ଦିନ ପ୍ରବର୍ତ୍ତନ ନିର୍ଦେଶାଳୟ କେନରା ବ୍ୟାଙ୍କ୍‌ର ୫୩୮ କୋଟି ଟଙ୍କା ଠକେଇ ମାମଲାରେ ‘ଜେଟ୍‌ ଏୟାର୍‌ୱେଜ୍‌’ର ସଂସ୍ଥାପକ ନରେଶ ଗୋୟଲଙ୍କୁ ଗିରଫ କରିଛି।

  9. ରାଜଧାନୀ ଉପକଣ୍ଠରେ ନିର୍ମାଣ ହେବ ୧୫ ମହଲାର ଆପାର୍ଟମେଣ୍ଟ, ଖର୍ଚ୍ଚ ହେବ ୮ ହଜାର କୋଟି।

  10. ଚନ୍ଦ୍ରରେ ଯେଉଁଠି ଖସି ଥିଲା ଋଷିଆର Luna-25 ସେହି ସ୍ଥାନକୁ ଖୋଜି କାଢିଲା NASA, ହୋଇଛି ବିଶାଳ ଗର୍ତ୍ତ ।

  11. ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ପ୍ରଦାନ କରିଛନ୍ତି । ଅମାନ୍ୟ  ବିବାହରୁ ଜନ୍ମ ହୋଇଥିବା ସନ୍ତାନମାନେ ମଧ୍ୟ ପିତାମାତାଙ୍କ ପୈତୃକ ସମ୍ପତ୍ତିରେ ଅଧିକାର ପାଇବେ। ଏଭଳି ପିଲାମାନେ ବୈଧ ଆଇନଗତ ଉତ୍ତରାଧିକାରୀଙ୍କ ସହ ମଧ୍ୟ ଭାଗ ପାଇବେ।

  12. ଲୋକପ୍ରିୟ ଅଭିନେତା ଆର୍‌ ମାଧବନ ଫିଲ୍ମ ଆଣ୍ଡ୍‌ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଓ ପରିଚାଳନା ପରିଷଦର ଚେୟାରମ୍ୟାନ୍ ଭାବରେ ନିଯୁକ୍ତ ହୋଇଛନ୍ତି।

  13. ଚାଲିଛି ଆଦିତ୍ୟ L-1ର କାଉଣ୍ଟ ଡାଉନ, ଲଞ୍ଚିଂ ପୂର୍ବରୁ ମନ୍ଦିରରେ ପୂଜାର୍ଚ୍ଚନା କଲେ ଇସ୍ରୋ ମୁଖ୍ୟ ।

  14. କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ନୂଆଦିଲ୍ଲୀ ଠାରେ ଜାତୀୟ ଶିକ୍ଷା ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ପରିଷଦ (ଏନସିଇଆରଟି)ର ୬୩ତମ ପ୍ରତିଷ୍ଠା ଦିବସରେ ଯୋଗଦେଇ ଏନସିଇଆରଟିକୁ ନୂଆ ଉଚ୍ଚତାକୁ ନେବା ଦିଗରେ ଏକ ବଡ଼ ଘୋଷଣା କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଏନସିଇଆରଟିକୁ ଡିମଡ୍ ଟୁ ବି ୟୁନିଭର୍ସିଟି ମାନ୍ୟତା ଦେବା ପାଇଁ ଘୋଷଣା କରିଛନ୍ତି । 

  15.  ନିକଟରେ ଚୀନ ସରକାରଙ୍କ ପକ୍ଷରୁ ପ୍ରକାଶ କରାଯାଇଥିବା ନୂଆ ମାନଚିତ୍ରକୁ ଭାରତ ପକ୍ଷରୁ ଦୃଢ଼ ବିରୋଧ କରାଯାଇଥିଲା। ଏହାପରେ ଆଉ ୪ ଦେଶ ଉକ୍ତ ମାନଚିତ୍ରକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେମାନେ ହେଲେ ଫିଲିପାଇନ୍ସ, ମାଲେସିଆ, ଭିଏତନାମ ଏବଂ ତାଇୱାନ। 

  16. ଓଡ଼ିଶାରେ କୃଷି ଯନ୍ତ୍ରପାତି ଓ ଧାନକିଣା କାରବାରରେ ବ୍ୟାପକ ଦୁର୍ନୀତିର ସିବିଆଇ ତଦନ୍ତ ଦାବି କରିବା ସହ ସାର କାରବାରରେ ହୋଇଥିବା ବ୍ୟାପକ କଳାବଜାରର ପ୍ରତିବାଦରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛି ବିଜେପି କୃଷକ ମୋର୍ଚ୍ଚା ।

  17. ଆମଦାନି ଉପରୁ କୃଷି ସେସ୍‌ ହଟିଲା: କମର୍ସିଆଲ ଏଲ୍‌ପିଜି ୧୫୮ ଟଙ୍କା ଶସ୍ତା ।

  18. ଅଗଷ୍ଟ ମାସ ଶେଷ ସୁଦ୍ଧା ବ୍ୟାଙ୍କଗୁଡ଼ିକ ପାଖକୁ ୯୩ ପ୍ରତିଶତ ୨୦୦୦ ଟଙ୍କିଆ ଫେରିଆସିଥିବା ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

  19. ଭାରତ ସରକାରଙ୍କ ଜିଆଇ ଟ୍ୟାଗ୍ (ମାନ୍ୟତା) ପାଇଲା ନୟାଗଡ଼ ଜିଲାର ପ୍ରସିଦ୍ଧ କଣ୍ଟେଇମୁଣ୍ଡି ବାଇଗଣ।

  20. ଏସିଆ କପ୍‌ରେ ଭାଗ ନେଉଥିବା ୬ ଦଳ ମଧ୍ୟରୁ ୫ ଦଳ ପାଇଁ ଏହା କେବଳ ବିଶ୍ବକପ୍‌ ପ୍ରସ୍ତୁତି ସଦୃଶ ହୋଇଛି। ପ୍ରଥମ ଦୁଇ ମ୍ୟାଚ୍‌ରେ ଷ୍ଟାଡିୟମ୍‌ ସିଟ୍‌ ଖାଲି ପଡିଥିଲା। ଭାରତ-ପାକିସ୍ତାନ ମଧ୍ୟରେ ଯେକୌଣସି ମ୍ୟାଚ୍‌ ସବୁଠୁ ବଡ଼ ଲଢେଇ ଭାବେ ବିବେଚନା କରାଯାଏ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.