• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜରୁ ମାଇନିଂ ଇଞ୍ଜିନିୟରିଂରେ ସଫଳତାର ସହ ବିଟେକ୍ ପାସ କରିଥିବା 5 ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ଅଷ୍ଟ୍ରେଲିଆ ପଠାଯିବ। ସେମାନେ ବିଶ୍ୱର ଅନ୍ୟତମ ସୁନାମଧନ୍ୟ କର୍ଟିନ୍ ବିଶ୍ୱବିଦ୍ୟାଳୟରେ ମାଇନିଂ ଇଞ୍ଜିନିୟରିଂ କ୍ଷେତ୍ରରେ ଉଚ୍ଚଶିକ୍ଷା ଲାଭ କରିବାର ସୁଯୋଗ ପାଇବେ ଓ ଏଥିପାଇଁ ସେମାନଙ୍କ ପାଠପଢ଼ା, ଅଷ୍ଟ୍ରେଲିଆରେ ରହଣୀ ଏବଂ ଯାତାୟାତ ବାବଦକୁ ସମସ୍ତ ଖର୍ଚ୍ଚ କେନ୍ଦୁଝର ଜିଲ୍ଲା ଖଣିଜ ପ୍ରତିଷ୍ଠାନ ବହନ କରିବ।
  2. ଜି-୨୦ ଶିଖର ସମ୍ମିଳନୀ ଅବସରରେ ନୂଆଦିଲ୍ଲୀ ପ୍ରଗତି ମୈଦାନର ଭାରତ ମଣ୍ଡପମ ଠାରେ ଆସନ୍ତା ୮ରୁ ୧୦ ତାରିଖ ପର୍ୟ୍ୟନ୍ତ ଏକ ହସ୍ତଶିଳ୍ପ ବଜାର ତଥା ପ୍ରଦର୍ଶନୀ ଓ ବିକ୍ରି ମେଳା ଆୟୋଜନ କରାଯିବ । ଏଥିରେ ଓଡ଼ିଶାର ପଟ୍ଟଚିତ୍ର କଳା ପ୍ରଦର୍ଶନୀ ଏବଂ ବିକ୍ରି ପାଇଁ ବ୍ୟବସ୍ଥା କରାଯାଇଛି।
  3. ବିଶ୍ଵ ଜାଣିବ ଓଡ଼ିଶା ରାଜ୍ୟର ମିଲେଟ୍ ମିଶନର ସଫଳତା। ଏହି ସଫଳତା ବଖଣିବା ପାଇଁ ଜି-୨୦ ସମ୍ମିଳନୀରେ ଯୋଗ ଦେବେ ମୟୂରଭଞ୍ଜ ଜିଲ୍ଲାର ସଫଳ ମହିଳା ମାଣ୍ଡିଆ ଚାଷୀ ସୁବାସା ମହାନ୍ତ ଚୟନ ହୋଇଛନ୍ତି। ଆସନ୍ତା ୯ ତାରିଖ ଠାରୁ ନୂଆଦିଲ୍ଲୀ ଠାରେ ଜି-୨୦ ସମ୍ମିଳନୀ ଆରମ୍ଭ ହେଉଛି।
  4. ସୁପ୍ରିମକୋର୍ଟର ସାମ୍ବିଧାନିକ ଖଣ୍ଡପୀଠ ଜାମ୍ମୁ କାଶ୍ମୀରରୁ ଧାରା-୩୭୦ ଉଚ୍ଛେଦ ମାମଲାର ଶୁଣାଣି କରିଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଉଭୟ ପକ୍ଷର ଯୁକ୍ତିକୁ ୧୬ ଦିନ ଧରି ଶୁଣାଣି କରି ଆଜି ରାୟ ସଂରକ୍ଷିତ ରଖିଛନ୍ତି। 
  5. ରାଷ୍ଟ୍ରପତି ଭବନ ପକ୍ଷରୁ ଜି-୨୦ ଶିଖର ସମ୍ମିଳନୀର ରାତ୍ରୀ ଭୋଜନ ପାଇଁ ନିମନ୍ତ୍ରଣ ପତ୍ରକୁ ନେଇ ବିବାଦ ସୃଷ୍ଟି ହୋଇଛି । ସେପ୍ଟେମ୍ବର ୯ରେ ରାଷ୍ଟ୍ରପତି ଭବନରେ ଆୟୋଜିତ ହେବାକୁ ଥିବା ଜି-୨୦ ରାତ୍ରୀ ଭୋଜନ ନିମନ୍ତ୍ରଣ ପତ୍ରରେ ‘ପ୍ରସିଡେଣ୍ଟ ଅଫ୍ ଇଣ୍ଡିଆ’ ପରିବର୍ତ୍ତେ ‘ପ୍ରେସିଡେଣ୍ଟ ଅଫ୍ ଭାରତ’ ବୋଲି ଉଲ୍ଲେଖ ରହିଛି ।
  6. ମଣିପୁର ହିଂସାକାଣ୍ଡ ଘଟଣାରେ ତଦନ୍ତ ଟିମରେସାମିଲ ହେଲେ ମୟୂରଭଞ୍ଜ ଜିଲ୍ଲାର ପୁଲିସ ଅଧିକାରୀ। ତଦନ୍ତ କରୁଥିବା ସିବିଆଇ ଟିମରେ ସାମିଲ ହେଲେ ଓଡ଼ିଆ ପୁଲିସ ଅଫିସର ବିଶ୍ଵ ପ୍ରକାଶ ରାଉତ। ବିଶ୍ୱପ୍ରକାଶ ଏବେ ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ଥାନା ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି। 
  7. ଅଣ ପଞ୍ଜୀକୃତ ସିମ୍‌ ବିକ୍ରି ପ୍ରମାଣିତ ହେଲେ ୧୦ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଦେବାକୁ ପଡ଼ିବ। ଟେଲିକମ୍‌ ଜାଲିଆତି ରୋକିବା ପାଇଁ ମନ୍ତ୍ରାଳୟ ପକ୍ଷରୁ ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି।
  8. କ୍ରିକେଟ ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷଣା । ୧୫ ଜଣିଆ ଟିମ୍ ଘୋଷଣା କଲେ ମୁଖ୍ୟ ଚୟନକର୍ତା ଅଜିତ ଅଗରକର
  9. ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ମହଙ୍ଗା ପ୍ରଭାବକୁ ନେଇ ସେଣ୍ଟ୍ରାଲ ବ୍ୟାଙ୍କ ପ୍ରସ୍ତୁତ ରହିଛି । ସେମାନେ କହିଛନ୍ତି ଯେ, ସବୁଜ ପନିପରିବା ଦରରେ ବୃଦ୍ଧି ହେତୁ ଜୁଲାଇ ୨୦୨୩ରେ ଖୁଚୁରା ମୁଦ୍ରାସ୍ଫୀତି ହାର ୭.୪୪ ପ୍ରତିଶତରେ ପହଁଚିଛି, କିନ୍ତୁ ବର୍ତ୍ତମାନ ପନିପାରିବା ଦର ହ୍ରାସ ପାଇବାରେ ଲାଗିଛି । ।
  10. ଗୁରୁ ଦିବସରେ ‘ମାଲବୀୟ ମିଶନ’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ।
  11. ସ୍ବତନ୍ତ୍ର ଅଧିବେଶନରେ ସରକାର ‘ଇଣ୍ଡିଆ’ ନାମ ପରିବର୍ତ୍ତନ କରି ‘ଭାରତ’ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି। ଯଦି ତାହା ହୁଏ, ତେବେ .ଇନ୍ ଡୋମେନ ବ୍ୟବହାର କରୁଥିବା ୱେବ୍‌ସାଇଟ୍‌ଗୁଡ଼ିକ ପରିଚୟ ସଂକଟରେ ପଡ଼ିପାରନ୍ତି।.ଇନ୍ ଭାରତୀୟ ୱେବ୍‌ସାଇଟ୍‌କୁ ବୁଝାଉଥିବା ବେଳେ .ସିଏନ୍‌ ଚାଇନିଜ୍, .ୟୁଏସ୍‌ ଆମେରିକୀୟ ଓ .ୟୁକେ ଇଂଲଣ୍ଡର ୱେବ୍‌ସାଇଟ୍‌କୁ ବୁଝାଇଥାଏ। 
  12. ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଲୋକପ୍ରିୟତା ବଢ଼ୁଛି। ସୋ‌ସିଆଲ ମିଡିଆ ସାଇଟ୍‌ ଏକ୍ସ ଦ୍ବାରା ଜାରି ହୋଇଥିବା ସଦ୍ୟ ତଥ୍ୟ ଅନୁଯାୟୀ ମାତ୍ର ମାସକ ମଧ୍ୟରେ ଏକ୍ସରେ ଯୋଗୀଙ୍କ ଅନୁଗାମୀ ସଂଖ୍ୟା ୨. ୬୭ ଲକ୍ଷରୁ ଅଧିକ ବଢ଼ିଛି। 
  13.  ଭାରତର ‘ଚନ୍ଦ୍ରଯାନ-୩’ କିଛି ଦିନ ତଳେ ଚନ୍ଦ୍ରର ଦକ୍ଷିଣମେରୁରେ ସଫଳଭାବେ ଅବତରଣ କରିଥିଲା। ଏହାଫଳରେ ଆମେରିକା, ଚୀନ୍ ଏବଂ ପୂର୍ବତନ ସୋଭିଏତ୍ ୟୁନିୟନ ପରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ଭାରତ ଚତୁର୍ଥ ଦେଶରେ ପରିଣତ ହୋଇଥିଲା।
  14. ଛତିଶଗଡ଼ର ରାଜଧାନୀ ରାୟପୁରରେ ଗତସପ୍ତାହରେ ଦୁଇଭଉଣୀ ଗଣଦୁଷ୍କର୍ମର ଶିକାର ହୋଇଥିବାର ଏକ ଘଟଣା ସାମ୍ନାକୁ ଆସିଥିଲା। ଏହି ଘଟଣାରେ ସାମିଲ ଥିବା ୧୦ଜଣ ଦୁଷ୍କର୍ମକାରୀଙ୍କ ମଧ୍ୟରେ ଜଣେ ପୁଲିସ ଅଧିକାରୀଙ୍କ ପୁଅ ଥିବା ଜଣାପଡ଼ିଥିଲା।
  15. ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌ କେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ ‘ସନାତନ ଧର୍ମ’କୁ ବିରୋଧ କରି ଦେଇଥିବା ବୟାନକୁ ଜୋରଦାର ବିରୋଧ କରାଯାଇଛି। ଉଦୟନିଧିଙ୍କ ଟିପ୍ପଣୀ ପାଇଁ ତାଙ୍କ ମୁଣ୍ଡକାଟ କରିଦେବାକୁ ବି ଧମକ ମିଳିଛି।
  16. ଦିଲ୍ଲୀର ପ୍ରଗତି ମଇଦାନରେ ନବନିର୍ମିତ ଭାରତ ମଣ୍ଡପମରେ ଜି-୨୦ ସମ୍ମିଳନୀ ହେବ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ହୋଇସାରିଛି। ଯେକୌଣସି ପ୍ରକାର ଜରୁରୀ ସ୍ଥିତିର ମୁକାବିଲା ପାଇଁ ପଦକ୍ଷେପ ଗ୍ରହଣ ହୋଇଛି। 
  17. କନିଷ୍ଠ ବାଳକ ଜାତୀୟ ଫୁଟ୍‌ବଲ୍‌ ପ୍ରତିଯୋଗିତା ‘ବିସି ରାୟ ଟ୍ରଫି’ ମଙ୍ଗଳବାରଠୁ ଭୁବନେଶ୍ବରର ବିଭିନ୍ନ ଷ୍ଟାଡିୟମରେ ଆରମ୍ଭ ହୋଇଛି। ଏହି ପ୍ରତିଯୋଗିତାରେ ଆୟୋଜକ ଓଡ଼ିଶା ବିଜୟରୁ ଅଭିଯାନ ଆରମ୍ଭ କରିଛି
  18. ଚାଉଳ, ଗହମ, ଅଟା, ଡାଲି, ଟମାଟୋ, ପିଆଜ ପରେ ଏବେ ଚିନି ଦାମ୍‌ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏଥି ସହିତ ଆଜି ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ମଧ୍ୟ ୯୦ ଡଲାରରୁ ଅଧିକ ହୋଇଛି,
  19. ଆମେରିକ, ଜାପାନ, ଚୀନ୍, କାନାଡା ଓ ଅଷ୍ଟ୍ରେଲିଆ ଭଳି ବିତ୍ତଶାଳୀ ଦେଶଗୁଡ଼ିକରେ ସମ୍ପତ୍ତି ବଢ଼ିବା ବଦଳରେ ହ୍ରାସ ପାଇଛି। କିନ୍ତୁ ଭାରତରେ ତାହାର ଓଲଟା ଚିତ୍ର ଦେଖିବାକୁ ମିଳିଛି। ଭାରତୀୟମାନଙ୍କ ସମ୍ପତ୍ତିରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। 
  20. ଆୟକରର ପ୍ରତିଟି ସ୍ଲାବ୍‌ରେ ଟିକସଦାତାଙ୍କ ସଂଖ୍ୟାରେ ପ୍ରାୟ ତିନି ଗୁଣା ବୃଦ୍ଧି ହୋଇଛି। ୨୦୨୨-୨୩ ଆର୍ଥିକ ବର୍ଷରେ ଆୟକରଦାତାଙ୍କ ସଂଖ୍ୟା ୭ କୋଟି ଥିବା ବେଳେ ୨୦୪୭ ସୁଦ୍ଧା ତାହା ୪୮.୨ କୋଟିରୁ ଅଧିକ ହେବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.