-
ଜି -୨୦ ଶିଖର ସମ୍ମିଳନୀରେ ଯୋଗ ଦେଇଥିବା ରାଷ୍ଟ୍ରାଧ୍ୟକ୍ଷ ତଥା ଅନ୍ୟ ବିଶ୍ୱର ନେତାମାନଙ୍କୁ ଭାରତର ସାଂସ୍କୃତିକ ଐତିହ୍ୟ ଦ୍ୱାରା ଅନୁପ୍ରାଣିତ କଳାକୃତି ସହିତ ସ୍ବତନ୍ତ୍ର ରୂପା ବାସନରେ ଖାଦ୍ୟ ପରିବେଷଣ କରାଯିବ।
-
ରାଜଧାନୀ ଦିଲ୍ଲୀରେ ଚଳିତ ସପ୍ତାହରେ ୯-୧୦ ସେପ୍ଟେମ୍ବରକୁ ଜି-୨୦ ଶିଖର ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି। ବୈଦେଶିକ ମନ୍ତ୍ରଣାଳୟ ଏହି ଶିଖର ସମ୍ମିଳନୀ ପୂର୍ବରୁ ‘ଜି ୨୦ ଇଣ୍ଡିଆ’ ଆପ ନାମକ ମୋବାଇଲ ଆପ୍ଲିକେଶନ ଲଞ୍ଚ କରିଛି।
-
ସଂସଦର ବିଶେଷ ଅଧିବେଶନ ନୂଆ ସଂସଦ ଭବନରେ ବା ପାର୍ଲାମେଣ୍ଟ ହାଉସରେ ନ ହୋଇ ପୁରୁଣା ବିଲଡିଂରେ ହେବ। ଏହାପରେ ୧୯ ସେପ୍ଟେମ୍ବର ଅର୍ଥାତ୍ ଗଣେଶ ଚତୁର୍ଥୀରେ ଏହା ନୂଆ ସଂସଦ ଭବନକୁ ସିପ୍ଟ କରାଯିବ।
-
ଏକ ଅଧ୍ୟୟନରୁ ଜଣାପଡିଛି କି, କ୍ୟାନସରରେ ଅଧିକ ଯୁବକମାନେ ଶିକାର ହେଉଛନ୍ତି। ତିନି ଦଶନ୍ଧି ମଧ୍ୟରେ ୫୦ ବର୍ଷରୁ କମ ଲୋକଙ୍କୁ କ୍ୟାନସର ହେବାର ଦେଖାଯାଉଛି।
-
ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାତି ଚନ୍ଦ୍ର କୁମାର ବୋଷ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି। ବୁଧବାର ସେ କହିଛନ୍ତି ଯେ ମୋର ଶୁଭେଚ୍ଛା ଦଳ ସହିତ ରହିଛି।
-
ଜି -୨୦ ରାତ୍ରୀ ଭୋଜନ ନିମନ୍ତ୍ରଣରେ ରାଷ୍ଟ୍ରପତିଙ୍କୁ ‘ପ୍ରେସିଡେଣ୍ଟ ଅଫ ଇଣ୍ଡିଆ’ ବଦଳରେ ‘ପ୍ରେସିଡେଣ୍ଟ ଅଫ ଭାରତ’ ଲେଖିବା ନେଇ ଏକ ବିବାଦ ଲାଗି ରହିଛି।
-
ଭାରତରେ ବଢୁଥିବା ଅନଲାଇନ ସ୍କାମକୁ ହଟାଇବା ପାଇଁ ହ୍ବାଟସ ଆପ ଏକ ବଡ ପଦକ୍ଷେପ ନେଇଛି। ଜୁଲାଇ ମାସ ମଧ୍ୟରେ ହ୍ବାଟସ ଆପ ୭୨ ଲକ୍ଷରୁ ଅଧିକ ଆକାଉଣ୍ଟ ନିଷେଧ କରିଦେଇଛି। ଏହି ସୂଚନା ହ୍ବାଟସ ଆପ ଦ୍ୱାରା ଶେୟାର କରାଯାଇଛି।
-
ସନାତନ ଧର୍ମ ସମ୍ବନ୍ଧରେ ଦେଇଥିବା ବୟାନ ଉପରେ ଡିଏମକେ ନେତା ତଥା ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ତଥା ତାମିଲନାଡୁ ମନ୍ତ୍ରୀ ଉଦୟାନିଧି ଷ୍ଟାଲିନ କ୍ଷମା ମାଗିବାକୁ ମନା କରି ଦେଇଛନ୍ତି।
-
ମୋବାଇଲ ଫୋନରୁ ୟୁପିଆଇ ମାଧ୍ୟମରେ ପେମେଣ୍ଟ ଦେବା ପୁରୁଣା ହୋଇଗଲାଣି। ନୂତନ ଟେକ୍ନୋଲୋଜି ଅନୁଯାୟୀ, ଆପଣ ଡିଜିଟାଲ ରିଙ୍ଗ ମାଧ୍ୟମରେ କ୍ୟୁଆର କୋଡ ସ୍କାନ କରି ୟୁପିଆଇ ପେମେଣ୍ଟ ମଧ୍ୟ କରିପାରିବେ।
-
ଦେଶର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ସ୍ବତନ୍ତ୍ର ସୁରକ୍ଷା ଗୋଷ୍ଠୀ (ଏସପିଜି) ର ନିର୍ଦ୍ଦେଶକ ଅରୁଣ କୁମାର ସିହ୍ନାଙ୍କର ବୁଧବାର ସକାଳେ ଦେହାନ୍ତ ହୋଇଛି। ପ୍ରକାଶ ଯେ,୬୧ ବର୍ଷିୟା ସିହ୍ନା ଅସୁସ୍ଥତା କାରଣରୁ
-
ଚନ୍ଦ୍ରୟାନ-୩ର ରୋଭର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠ ଏବଂ ଲ୍ୟାଣ୍ଡର ବିକ୍ରମର ଫଟୋ ପଠାଇଥିଲା। ଇସ୍ରୋ ଉକ୍ତ ଫଟୋର ୩ଡି ଭିଜୁଆଲାଇଜେଶନ ମଙ୍ଗଳବାର ଛାଡ଼ିଛି।
-
ଲାଞ୍ଚ ନେବା ମାମଲାରେ କେନ୍ଦ୍ରୀୟ ଅପରାଧ ତଦନ୍ତ ବ୍ୟୁରୋ(ସିବିଆଇ) ଗ୍ୟାସ୍ ଅଥରଟି ଅଫ୍ ଇଣ୍ଡିଆ ଲିମିଟେଡ୍(ଜିଏଆଇଏଲ୍)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କେ.ବି. ସିଂଙ୍କ ସମେତ ଅନ୍ୟ ୪ ଜଣଙ୍କୁ ଗିରଫ କରିଛି। ଦୁଇ ପାଇପ୍ ଲାଇନ ପ୍ରୋଜେକ୍ଟର କଣ୍ଟ୍ରାକ୍ଟ ଦେବା ଲାଗି ଘରୋଇ କମ୍ପାନୀଠାରୁ ୫୦ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା।
-
ଟାଟା ଗ୍ରୁପ୍ ଖୁବଶୀଘ୍ର ମୁକେଶ ଅମ୍ବାନୀଙ୍କ ୮.୨ ଲକ୍ଷ କୋଟି ଟଙ୍କାର ରିଲାଏନ୍ସ ରିଟେଲ ସହ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା କରିପାରେ! କାରଣ ଏହା ଲୋକପ୍ରିୟ ଭାରତୀୟ ନମକିନ୍ ଖାଦ୍ୟ ନିର୍ମାତା ହଲଦୀରାମସ୍’ର ୫୧% ଅଂଶଧନ ଅଧିଗ୍ରହଣ କରିବାକୁ କଥାବାର୍ତ୍ତା ଆରମ୍ଭ କରିଛି।
-
ପ୍ୟାକେଟ ଉପରେ ଲେଖାଥିବା ବିସ୍କୁଟ ସଂଖ୍ୟାଠାରୁ ଗୋଟିଏ ବିସ୍କୁଟ କମ ଥିବାରୁ ଏବେ ଏଥିପାଇଁ ସଂପୃକ୍ତ ବିସ୍କୁଟ କମ୍ପାନିକୁ ୧ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ପଡ଼ିଛି। ବିସ୍କୁଟ୍ର ସଂଖ୍ୟାଠାରୁ ଗୋଟିଏ ବିସ୍କୁଟ କମ୍ ଥିବା ଅଭିଯୋଗ ଆସିିବା ପରେ ତିରୁଭାଲ୍ଲାର ଜିଲ୍ଲା ଉପଭୋକ୍ତା ଫୋରମ୍ ଆଇଟିସି ଲିମିଟେଡ୍ ଫୁଡ୍ ଡିଭିଜନକୁ ଅନ୍ୟାୟ ବାଣିଜ୍ୟ ଅଭ୍ୟାସ ପାଇଁ ୧ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
-
ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ହେଉଛନ୍ତି ଓଡ଼ିଆ । କଟକରେ ଜନ୍ମିତ ମାଇକେଲ୍ ଦେବବ୍ରତ ପାତ୍ର ଏବେ ରିଜର୍ଭ ବ୍ୟାଙ୍କର ଡେପୁଟୀ ଗଭର୍ଣ୍ଣର ଅଛନ୍ତି ।୨୦୨୦ ମସିହାରେ ତାଙ୍କୁ ରିଜର୍ଭ ବ୍ୟାଙ୍କର ଡେପୁଟୀ ଗଭର୍ଣ୍ଣର ଭାବେ ନିଯୁକ୍ତି ମିଳିଛି । ଶକ୍ତିକାନ୍ତ ଦାସଙ୍କ ସହ ସେ କାର୍ଯ୍ୟ କରୁଛନ୍ତି ।
-
ଶ୍ରୀମନ୍ଦିରର ପୂର୍ବତନ ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ରଙ୍କ ୮୭ ବର୍ଷରେ ପରଲୋକ ହୋଇଛିା
-
ମଣିପୁର ହିଂସା ଘଟଣାରେ ଏଡିଟର୍ସ ଗିଲ୍ଡ ଅଫ ଇଣ୍ଡିଆର ୪ ଜଣ ସଦସ୍ୟଙ୍କୁ ସୁପ୍ରିମକୋର୍ଟ ସୁରକ୍ଷା ଦେଇଛନ୍ତି। ମଣିପୁର ହିଂସା ଘଟଣାକୁ ନେଇ ସେମାନଙ୍କ ନାଁରେ ଦୁଇଟି ଲେଖାଏ ଏଫଆଇଆର ହୋଇଥିଲା।
-
ୟୁକ୍ରେନ୍ ଉପରେ ଲଗାତାର ଭାବେ ରୁଷିଆ ଆକ୍ରମଣ କରିଚାଲିଛି । ବୁଧବାର ୟୁକ୍ରେନ୍ର ଏକ ସହର ଉପରେ ରକେଟ୍ ଦ୍ୱାରା ରୁଷିଆ ଆକ୍ରମଣ କରିଛି।
-
ବାଣିଜ୍ୟ ଚୁକ୍ତିନାମା (ଏଫ୍ଟିଏ) ଉପରେ ବ୍ରିଟେନ ସହ ଭାରତର ଆଲୋଚନା ଜାରି ରହିଛି। ତେବେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ମୁକ୍ତ ବାଣିଜ୍ୟ ଚୁକ୍ତି ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି।
-
ଜି-୨୦ ସମ୍ମିଳନୀ ଅବସରରେ ସ୍ଥାପତ୍ୟ କଳାରେ ଦେଶ ଓ ବିଦେଶରେ ଖ୍ୟାତି ଅର୍ଜନ କରିଥିବା ପଦ୍ମ ବିଭୁଷଣ ସୁର୍ଦଶନ ସାହୁଙ୍କ ସ୍ଥାପତ୍ୟ କଳା ବର୍ତ୍ତମାନ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି ଏବଂ ବିଭିନ୍ନ ସ୍ଥାନରେ ପ୍ରର୍ଦଶୀତ କରାଯାଇଛି।
© 2022 Amarisatya Magazine All Rights Reserved
Design & Developed By Zemusi Tech Solution