• +91-9861016349 / +91-9437281655
  • Email: amarisatya@gmail.com

Odia Current News

ତାରିଖ ୧୮/୦୯/୨୦୨୩ ସୋମବାର ।

 

  1. ସୋମବାର ଠାରୁ ସଂସଦର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବ। ୫ଦିନ ଧରି ଚାଲିବାକୁ ଥିବା ଏହି ଅଧିବେଶନକୁ ନେଇ ଅନେକ ଆଶା ଆଶଙ୍କା ଲାଗି ରହିଛି। ଏହି ଅଧବେଶନ କାଳରେ ୪ଟି ବିଧେୟକ ଆଗତ କରାଯିବା ଲାଗି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

  2. ନିପା ଭାଇରସର ବାଂଲାଦେଶୀ ଷ୍ଟ୍ରେନ୍ ନିଃଶ୍ୱାସପ୍ରଶ୍ୱାସଜନିତ ସମସ୍ୟା ସୃଷ୍ଟି କରେ ଏବଂ ସଂକ୍ରମିତ ପ୍ରତି ୧୦ ଜଣଙ୍କ ମଧ୍ୟରୁ ୯ ଜଣଙ୍କୁ ହତ୍ୟା କରିଥାଏ ବୋଲି ଦେଶର ମହାମାରୀ ବିଶେଷଜ୍ଞ ଡ ରମଣ ଗଙ୍ଗାଖେଡକର ଶନିବାର କହିଛନ୍ତି।

  3. ଉତ୍ତରାଖଣ୍ଡର ମୁସୁରୀ ସ୍ଥିତ ‘ଦି ରିଙ୍କ୍‌’ ହୋଟେଲରେ ରବିବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଭୋର୍‌ ୪ଟା ସମୟରେ ହୋଟେଲରେ ନିଆଁ ଲାଗିଥିବା ଜଣାପଡ଼ିଥିଲା। ଏହି ସମୟରେ ହୋଟେଲ ମାଲିକ ଭିତରେ ଶୋଇଥିଲେ।

  4. ବିମାନ ଉଡ଼ାଣ ପୂର୍ବରୁ କିମ୍ବା ଅବତର ପରେ ହେଉଥିବା ପରୀକ୍ଷାରେ ୩୩ ଜଣ ପାଇଲଟ୍ ଓ ୯୭ ଜଣ କ୍ୟାବିନ୍ କ୍ରୁ ସଦସ୍ୟ ମଦ୍ୟପାନ କରିଥିବା ଧରାପଡ଼ିଥିଲା। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ତଥ୍ୟରୁ ଏହା ଜଣାପଡ଼ିଛି।

  5. ପିଏମ ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଯୋଜନା ଲାଗି ୧୩ ହଜାର କୋଟି ଟଙ୍କା ବ୍ୟୟ ବରାଦ। ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ ବେଳେ ଓଡ଼ିଆ ବୃତିଧାରୀଙ୍କୁ ସମ୍ବର୍ଦ୍ଧିତ କଲେ ପ୍ରଧାନମନ୍ତ୍ରୀ: ପୁରୀର ଟାହିଆ କାରିଗର ବସନ୍ତ କୁମାର ରଣାଙ୍କୁ କଲେ ସମ୍ମାନିତ ।

  6. ବିଶ୍ବକର୍ମା ପୂଜା ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ୍‌ ବିଶ୍ବକର୍ମା ସ୍କିମ୍ ଘୋଷଣା କରିଛନ୍ତି। ଏହି ସ୍କିମ୍‌ରେ ଦେଶର ୧୮ ପ୍ରକାର ‌ କୌଳିକ ବୃତ୍ତିର କାରିଗରମାନଙ୍କ ଲାଗି ବହୁ ସୁବିଧା ରହିଛି। ସେମାନଙ୍କୁ ବନ୍ଧକମୁକ୍ତ ଋଣଠାରୁ ଆରମ୍ଭ କରି ଟୁଲ୍‌କିଟ୍‌ କିଣିବାକୁ ଭାଉଚର, ମୌଳିକ ଓ ଉନ୍ନତ ତାଲିମ, ଡିଜିଟାଲ କାରବାରରେ ପ୍ରୋତ୍ସାହନ ଭଳି ସୁବିଧା ପ୍ରଦାନ କରାଯିବ। ଏହି ସ୍କିମ୍‌ରେ ପାଞ୍ଚ ବର୍ଷ ପାଇଁ ୧୩,୦୦୦ କୋଟି ଟଙ୍କାର ଅଟକଳ ପ୍ରସ୍ତୁତ କରାଯାଇଛି। ସ୍କିମ୍ ଦ୍ବାରା ଦେଶର ୩୦ ଲକ୍ଷ ପରିବାର ଉପକୃତ ହେବେ।

  7. ଓଡ଼ିଶାର ଚିଟଫଣ୍ଡ ଦୁର୍ନୀତି ନେଇ ଦାଖଲ ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି ଆସନ୍ତାକାଲି ସୁପ୍ରିମକୋର୍ଟ ବିଚାରପତି ସୂର୍ଯ୍ୟକାନ୍ତ ଓ ବିଚାରପତି ଦୀପଙ୍କର ଗୁପ୍ତାଙ୍କ ଖଣ୍ଡପୀଠରେ ହେବ।

  8. ଇଷ୍ଟର୍ଣ୍ଣ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ ତଥା ସମ୍ବାଦର ପୂର୍ବତନ କର୍ମଚାରୀଙ୍କ ଅଭିଯୋଗକ୍ରମେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଆଜି ମାମଲା ରୁଜୁ କରିଛି। ସମ୍ବାଦର ମୁଖ୍ୟ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ମାନବ ସମ୍ବଳ ବିଭାଗର ମୁଖ୍ୟ ବୈଜୟନ୍ତୀ କରଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ୫୦୬, ୪୬୭, ୪୬୮, ୪୭୧, ୪୨୦ ଏବଂ ୧୨୦ (ଖ) ଧାରାରେ ମାମଲା ରୁଜୁ ହୋଇଛି । କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଏବେ ଅଭିଯୁକ୍ତଙ୍କୁ ଡାକି ଜେରା କରିବ ବୋଲି ଜଣାପଡିଛି।

  9. ୧୮ ରୁ ୨୦ ତାରିଖ ଯାଏଁ ୩ ଦିନ ଧରି ସାରା ରାଜ୍ୟରେ ପ୍ରବଳ ବର୍ଷା ହେବ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି।

  10. ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ରେଳବାଇ ଏକ ମୂଷା ଧରିବା ପାଇଁ ୪୧ ହଜାର ଟଙ୍କା ଖର୍ଚ୍ଚ କରିଛି ଏବଂ ସେହିଭଳି ୩ ବର୍ଷ ମଧ୍ୟରେ ୧୬୮ଟି  ମୂଷା ଧରିବା ପାଇ ୬୯ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି।

  11. ସବୁ ପାନ ଚାଷୀ ମାନଙ୍କୁ ରାଜ୍ୟ ଯୋଜନାର ସ୍ବତନ୍ତ୍ର ଫଳଭିତ୍ତିକ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଆର୍ଥିକ ସହାୟତା ଯୋଗାଇ ଦିଆଯିବ।  ଅତି କମ୍‌ରେ ୨୦୦ ବର୍ଗମିଟର ପରିଧିର ପାନ ବରଜ ଥିବା ଚାଷୀ ମାନେ ସହାୟତା ପାଇଁ ଯୋଗ୍ୟ ବିବେଚିତ ହେବେ । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏଥିପାଇଁ ସ୍ବତନ୍ତ୍ର ନିୟମାବଳୀ ପ୍ରସ୍ତୁତ କରିବ ।

  12. ବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲ ପ୍ରଶାସନ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ ପାଇଁ ଏକ ସ୍ବତନ୍ତ୍ର ଆଉଟ ପେସେଣ୍ଟ ଡିପାର୍ଟମେଣ୍ଟ (ଓପିଡି) ସେବା ଆରମ୍ଭ କରିଛି। ଏହା ବ୍ୟତୀତ ରବିବାର ଆରଏମଏଲ ହସ୍ପିଟାଲରେ ରକ୍ତଦାନ ଶିବିର ମଧ୍ୟ ଆୟୋଜନ କରାଯାଇଥିଲା।

  13. ଗୁଗୁଲର ସହ-ପ୍ରତିଷ୍ଠାତା ସର୍ଗେ ବ୍ରିନ୍‌ କୋଟିପତି ଏଲନ୍‌ ମସ୍କଙ୍କ ସହ ତାଙ୍କ ପତ୍ନୀଙ୍କର ସମ୍ପର୍କକୁ ନେଇ ଗୁଜବ ଚାଲିଥିବା ବେଳେ ପତ୍ନୀଙ୍କ ସହ ଛାଡ଼ପତ୍ର ପ୍ରକ୍ରିୟାକୁ ଶେଷ କରିଛନ୍ତି।

  14. ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଚାଲିଥିବା ମହାନଦୀ ଜଳ ବିବାଦ ମାମଲାରେ ଶନିବାର ଓଡ଼ିଶାକୁ ଝଟ୍‌କା ଲାଗିଛି। ମାମଲା ଶେଷ ହେବା ପର୍ଯ୍ୟନ୍ତ ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ କରୁଥିବା ନିର୍ମାଣ ରୋକିବା ସହ ଅଣମୌସୁମୀ ସମୟରେ ୧.୭୪ମେଗାଓ୍ବାଟ ଜଳ ଛାଡ଼ିବା ପାଇଁ ଛତିଶଗଡ଼କୁ ନିର୍ଦ୍ଦେଶ ଦେବାକୁ ଓଡ଼ିଶା କରିଥିବା ଅନ୍ତରୀଣ ଆବେଦନକୁ ଶନିବାର ଟ୍ରିବ୍ୟୁନାଲ ଖାରଜ କରିଛନ୍ତି।

  15. ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଲିଭ-ଇନ ସମ୍ପର୍କରେ ରହୁଥିବା ବିବାହିତ ବ୍ୟକ୍ତିଙ୍କ ଉପରେ ୨୫୦୦ ଟଙ୍କା ଜରିମାନା କରିଛନ୍ତି।

  16. ରିଓ ସୁଟିଂ ବିଶ୍ୱକପ୍‌ରେ ଚମକିଲେ ଭାରତର ଇଲାବେନିଲ, ୧୦ ମିଟର ଏୟାର ରାଇଫଲ୍‌ରେ ଜିତିଲେ ସ୍ୱର୍ଣ୍ଣ ।

  17. ଶ୍ରୀଲଙ୍କା ଗ୍ରାଉଣ୍ଡ ଷ୍ଟାଫଙ୍କୁ ଦେବ ୪୨ ଲକ୍ଷ: କଠିନ ପରିଶ୍ରମର ଉପହାର ଘୋଷଣା କଲେ ଜୟ ଶାହ ।

  18. ଦେଶର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଋଣ ନେଇଥିବା ଗ୍ରାହକଙ୍କୁ କିସ୍ତି ବିଷୟରେ ମନେ ପକାଇବା ଲାଗି ଏକ ଅଭିନବ ପନ୍ଥା ଗ୍ରହଣ କରିଛି। ଗ୍ରାହକମାନଙ୍କ ପାଖକୁ ଚକୋଲେଟ୍‌ ପଠାଇ ସେମାନଙ୍କୁ କିସ୍ତି କଥା ମନେ ପକାଇବ।

  19. ଟେନିସ୍‌ ଷ୍ଟାର ରୋହନ ବୋପନ୍ନାଙ୍କ ଅବସର, ଡେଭିସ୍ କପ୍‌ ଜିତିବା ପରେ ହେଲେ ଭାବବିହ୍ୱଳ।

  20. ମହମ୍ମଦ ସିରାଜଙ୍କ ଘାତକ ବୋଲିଂ ବଳରେ ପ୍ରେମଦାସା ଷ୍ଟାଡିୟମ ଷ୍ଟାଡ଼ିୟମରେ ଖେଳା ଯାଇଥିବା ଏସିଆ କପ୍ ୨୦୨୩ର ଫାଇନାଲ୍ ମ୍ୟାଚ୍‌ରେ ଭାରତ ଘରୋଇ ଶ୍ରୀଲଙ୍କାକୁ ୧୦ ଓ୍ଵିକେଟ୍‌ରେ  ହରାଇ ଚାମ୍ପିଅନ ହୋଇଛି। ଏଥିସହ ଭାରତ ଅଷ୍ଟମ ଥର ଏସିଆ କପ୍ ଟାଇଟଲ୍ ଜିତିଛି।

 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.