• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଭାରତର ଆଦିତ୍ୟ-ଏଲ୍‌୧ ସୌର ମିସନ ମହାକାଶଯାନ ତଥ୍ୟ ସଂଗ୍ରହ ଆରମ୍ଭ କରିଛି। ଏହା ବୈଜ୍ଞାନିକମାନଙ୍କୁ ପୃଥିବୀ ଚାରିପାଖରେ ଥିବା କଣିକାର ଆଚରଣ ବିଶ୍ଳେଷଣ କରିବାରେ ସାହାଯ୍ୟ କରିବ ବୋଲି ଇସ୍ରୋ ସୋମବାର କହିଛି।

  2. ଦେଶରେ ଏକକ ‘ସାମ୍ବିଧାନିକ ଧର୍ମ’ ଚାହୁଥିବା ଏକ ଆବେଦନକୁ ସୁପ୍ରିମ୍‌କୋର୍ଟ ସୋମବାର ଖାରଜ କରିଦେଇଛନ୍ତି। ଏଥିସହିତ ଲୋକଙ୍କୁ ନିଜର ଧାର୍ମିକ ବିଶ୍ବାସ ଅନୁସରଣ କରିବାକୁ କୋର୍ଟ ରୋକି ପାରିବେ ନାହିଁ ବୋଲି କହିଛନ୍ତି।

  3. ମୁମ୍ବାଇ ଜିଏସ୍‌ବି ସେବା ମଣ୍ଡଳର ‘ମହାଗଣପତି’ ସମ୍ଭବତଃ ଦେଶର ସବୁଠୁ ଧନୀ ଗଣେଶ ମୂର୍ତ୍ତି। ଏହାକୁ ଯେଭଳି ସାଜସଜ୍ଜା କରାଯାଇଥାଏ ତାହାକୁ ନେଇ ସବୁବେଳେ ଚର୍ଚ୍ଚା ହୋଇଥା‌ଏ। ଚଳିତବର୍ଷ ଏହି ଗଣେଶ ମୂର୍ତ୍ତିକୁ ୬୬.୫ କିଗ୍ରା ସୁନା ଅଳଙ୍କାର, ୨୯୫ କିଗ୍ରାରୁ ଅଧିକ ରୁପା ଅଳଙ୍କାର ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଧାତୁରେ ସଜ୍ଜିତ କରାଯିବ।

  4. ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ ରୋକିବା ପାଇଁ ଗଠିତ ଇଣ୍ଡିଆ ମେଣ୍ଟକୁ ଲାଗିଛି ବଡ଼ ଝଟକା। ସିପିଆଇ-ଏମ୍‌ ପଶ୍ଚିମବଙ୍ଗ ଓ କେରଳରେ ମେଣ୍ଟରୁ ଅଲଗା ରହି ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛି।

  5. ଲୋକସଭା ଏବଂ ରାଜ୍ୟ ବିଧାନସଭାମାନଙ୍କରେ ମହିଳାମାନଙ୍କ ଲାଗି ୩୩ ଭାଗ ଆସନ ସଂରକ୍ଷିତ ରଖାଯିବ। ଏସଂପର୍କରେ ସଂସଦରେ ବିଲ୍ ଆଗତ କରାଯିବ। ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରାଯାଇଛି।

  6. ପୁରୁଣା ସଂସଦ ଭବନରେ ୫ ଦିନିଆ ସ୍ବତନ୍ତ୍ର ଅଧିବେଶନ ଆଜି ଆରମ୍ଭ ହୋଇଛି। ଏଥିସହିତ ଆଜିଠାରୁ ଭାରତୀୟ ଗଣତନ୍ତ୍ର ପାଇଁ ପୁରୁଣା ସଂସଦ ଭବନ ଇତିହାସ ପାଲଟି ଯାଇଛି। ଆସନ୍ତାକାଲି (ମଙ୍ଗଳବାର) ଠାରୁ ସଂସଦର ସ୍ବତନ୍ତ୍ର ଅଧିବେଶନର ଅବିଶିଷ୍ଟ କାର୍ଯ୍ୟ ନୂଆ ସଂସଦ ଭବନରେ ଆରମ୍ଭ ହେବ।

  7. ଚଳିତ ମାସ ୧୩ ତାରିଖରେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କ ଦ୍ବାରା ପୁନର୍ଗଠନ କରାଯାଇଥିବା ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ବିଜେଡି ସାଂସଦ ମମତା ମହାନ୍ତ ସ୍ଥାନ ପାଇଛନ୍ତି।

  8. ସୋମବାର ସୁପ୍ରିମକୋର୍ଟ ମହାରାଷ୍ଟ୍ର ବିଧାନସଭା ବାଚସ୍ପତିଙ୍କୁ ଏକ ସପ୍ତାହ ମଧ୍ୟରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସମେତ ୫୬ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ଆବେଦନର ଶୁଣାଣି ପାଇଁ ସମୟସୀମା ଧାର୍ଯ୍ୟ କରିବାକୁ କହିଛନ୍ତି।

  9. ମଙ୍ଗଳବାର ନୂତନ ସଂସଦ ଭବନରେ ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସରକାର ୧୭ଶ ଲୋକସଭାର ସମସ୍ତ ସାଂସଦଙ୍କ ଗ୍ରୁପ୍ ଫଟୋଗ୍ରାଫ୍ ନେବେ। ଏଥିସହ ଉଭୟ ଗୃହର ସାଂସଦଙ୍କ ସହିତ ସେଣ୍ଟ୍ରାଲ ହଲରେ ଏକ ସମାରୋହର ମଧ୍ୟ ଆୟୋଜନ କରିଛନ୍ତି।

  10. ଅଶୋଧିତ ‌ତୈଳର ବ୍ୟାରେଲ ପିଛା ଦାମ୍ ୧୦୦ ଡଲାର ଆଡ଼କୁ ଅଗ୍ରସର ହେଉଛି। କିଛି ଦେଶରେ ୧୦୦ ଡଲାରରୁ ଅଧିକ ଦାମ୍‌ରେ ତେଲ ବିକ୍ରି ଆରମ୍ଭ ହେଲାଣି। ନାଇଜେରିଆ ଓ ମାଲେସିଆରେ ଉତ୍ପାଦିତ ଅଶୋଧିତ ତେଲ ଦାମ୍ ୧୦୦ ଡଲାରରେ ବିକ୍ରି ହେଉଛି। ବ୍ରେଣ୍ଟ୍‌ କ୍ରୁଡ୍‌ର ବ୍ୟାରେଲ ପିଛା ଦାମ୍ ୯୪.୮୯ ଡଲାର ରହିଛି।

  11. କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ଅନୁମୋଦନ କରିଥିବା କଲ୍ୟାଣକାରୀ ପଦକ୍ଷେପଗୁଡିକ ମଧ୍ୟରେ ଏଲଆଇସି ଏଜେଣ୍ଟମାନଙ୍କ ଗ୍ରାଚ୍ୟୁଇଟି ସୀମା ୩ଲକ୍ଷରୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହା ଫଳରେ ସମ୍ପୃକ୍ତ ଏଜେଣ୍ଟମାନେ ଉପକୃତ ହେବେ ।

  12. ଆନ୍ଦୋଳନ ସ୍ଥଗିତ ରଖିଲା ପ୍ରାଥମିକ ଶିକ୍ଷକ ସଂଘ। ଏନେଇ ପ୍ରାଥମିକ ଶିକ୍ଷକ ମହାସଂଘ ମହାସଚିବ ଚାରୁଲତା ମହାପାତ୍ର ସୂଚନା ଦେଇଛନ୍ତି। ସରକାରଙ୍କ ସହ ପ୍ରାଥମିକ ଶିକ୍ଷକ ମହାସଂଘର ହୋଇଥିବା ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ କରାଯିବାକୁ ନିଷ୍ପତ୍ତି ହୋଇଛି।

  13. ତିଗିରିଆ ନୂଆ ସଡ଼କ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ୍‌ କାର୍‌ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି।

  14. ପଶ୍ଚିମାଞ୍ଚଳ ନୂଆଁଖାଇ ପର୍ବ ପାଳନ ଅବସରରେ ସମ୍ବଲପୁର, ବରଗଡ ଜିଲ୍ଲା ଏବଂ ସୁନ୍ଦରଗଡ ଉପଖଣ୍ଡ ଜନସାଧାରଣ ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ନୂଆଁଖାଇ ପରଦିନ ସେପ୍ଟେମ୍ବର ୨୧ ତାରିଖକୁ ସରକାରୀ ଛୁଟି ଦିବସ ଭାବରେ ଘୋଷଣା କରିବାକୁ ଦାବି ହୋଇଆସୁଥିଲା ।

  15. ଅଷ୍ଟ୍ରେଲିଆ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷିତ, ରୋହିତ-କୋହଲିଙ୍କୁ ବିଶ୍ରାମ, କେଏଲ ରାହୁଲ ଅଧିନାୟକ

  16. ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ସଫଳ ହୋଇଛି। ଜୁଲାଇ ୨୦୨୨ ତୁଳନାରେ ଚଳିତ ବର୍ଷ ଜୁଲାଇରେ ଯାତ୍ରୀ ଅଭିବୃଦ୍ଧି ହାର ୪୮.୩%ରେ ପହଞ୍ଚିଛି। ସେହିପରି ବିମାନ ଚଳାଚଳରେ ଅଭିବୃଦ୍ଧି ହାର ୩୧.୯% ରହିଛି। ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ) ପକ୍ଷରୁ ଏହି ସୂଚନା ଦିଆଯାଇଛି।

  17. ଜେଡ୍‌‌ ଇଷ୍ଟେଟର ଦାଦାଗିରିକୁ ନେଇ ସାମନାକୁ ଆସୁଛି ନୂଆ ନୂଆ କାହାଣୀ। ଡରାଇ, ଧମକାଇ ଘର ମାଲିକଙ୍କୁ ଚୁପ୍‌‌ କରିବାର ସବୁ ସୀମା ଟପିଛି ଜେଡ୍‌‌ ଇଷ୍ଟେଟ୍‌‌। ମିଛ ପ୍ରତିଶ୍ରୁତି ଦେଇ ଘର ବିକିବା ପରେ ଜେଡ୍‌‌ ଇଷ୍ଟେଟ, ମାଲିକଙ୍କ ସହ ପ୍ରତାରଣା କରିଛି। ପ୍ରତି ପାହାଚରେ ଜେଡ୍‌‌ ଇଷ୍ଟେଟ ଠକାମୀ କରିଥିବା ନେଇ ଅଭିଯୋଗ ହୋଇଥିଲେ ମଧ୍ୟ ସବୁ ଦେଖି ବିଡିଏ ଚୁପ୍‌‌ ବସିଛି।

  18. ସୋମବାର ସୁପ୍ରିମକୋର୍ଟ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ଆବେଦନ ଉପରେ ଶୁଣାଣି କରିବାକୁ ମନା କରି ଦେଇଛନ୍ତି। ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ସମନ ବିରୋଧରେ ହେମନ୍ତ ସୋରେନ୍‌ ଏହି ପିଟଶନ ଦାଖଲ କରିଥିଲେ।

  19. ଛାତ୍ରୀଛାତ୍ରଙ୍କୁ ଉତ୍ତମ କ୍ୟାରିୟର ସହ ବିଦେଶରେ ଭଲ ଦରମାରେ ଚାକିରି ଯୋଗାଇ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲଜି (ଆଇଆଇଟି) ବମ୍ବେ ରେକର୍ଡ ସୃଷ୍ଟି କରିଛି। ଏହି କ୍ରମରେ ଚଳିତବର୍ଷ ଛାତ୍ରୀଛାତ୍ରଙ୍କୁ ବିଦେଶରେ ବାର୍ଷିକ ୩.୭ କୋଟି ଟଙ୍କା ଦରମାରେ ଚାକିରି ସୁଯୋଗ ମିଳିଛି।

  20. ଦେଶର ସର୍ବ କନିଷ୍ଠ ମେୟର ଭାବରେ ଦେଶରେ ଦୃଷ୍ଟି ଆକର୍ଷଣ କରିଥିବା ଥିରୁବନନ୍ତପୁରମ ମେୟର ଆର୍ଯ୍ୟା ରାଜେନ୍ଦ୍ରନ ଏକ ମାସର ଶିଶୁକନ୍ୟା ସହିତ ତାଙ୍କ କାର୍ଯ୍ୟାଳୟରେ କାମ କରୁଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.