• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଜି-୨୦ ସମ୍ମିଳନୀର ପ୍ରଥମ ଦିନ ଶନିବାର ନୂଆଦିଲ୍ଲୀରେ ଜି-୨୦ ଘୋଷଣା ପତ୍ରକୁ ମଞ୍ଜୁରୀ ମିଳିଛି। ନୂଆଦିଲ୍ଲୀ ଘୋଷଣାପତ୍ରକୁ ସବୁ ସଦସ୍ୟ ରାଷ୍ଟ୍ର ଗ୍ରହଣ କରିଛନ୍ତି।

  2. ରାଜଧାନୀରେ ଦିଲ୍ଲୀରେ ଚାଲିଥିବା ଜି-୨୦ ଶିଖର ସମ୍ମିଳନୀର ଆଜି ଦ୍ୱିତୀୟ ତଥା ଅନ୍ତିମ ଦିନ। ଆଜି  ମଧ୍ୟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ। ଗତକାଲି ପ୍ରଥମ ଦିନରେ ୱାନ୍ ଆର୍ଥ, ୱାନ୍ ଫ୍ୟାମିଲି ଅର୍ଥାତ ଗୋଟିଏ ପୃଥିବୀ, ଗୋଟିଏ ପରିବାର ବିଷୟବସ୍ତୁ ଉପରେ ବିଶ୍ୱନେତା ମାନେ ଆଲୋଚନା କରିଥିବା ବେଳେ ଆଜି ୱାନ୍ ଫ୍ୟୁଚର ଅର୍ଥାତ ଗୋଟିଏ ଭବିଷ୍ୟତ ବିଷୟବସ୍ତୁ ଉପରେ ମାନସ ମନ୍ଥନ ହେବ। 

  3. ଶନିବାର ରାତିରେ ‘ଇସ୍ରୋ ଟେଲିମେଟ୍ରି, ଟ୍ରାକିଙ୍ଗ୍‌ ଆଣ୍ଡ୍‌ କମାଣ୍ଡ୍‌ ନେଟ୍‌ୱାର୍କ’ର (ଇଷ୍ଟ୍ରାକ୍‌) ବୈଜ୍ଞାନିକମାନେ ସମ୍ପ୍ରତି ପୃଥିବୀ ଚତୁଃପାର୍ଶ୍ବରେ ପରିକ୍ରମଣ କରୁଥିବା ଭାରତର ପ୍ରଥମ ସୌର ମଣ୍ଡଳ ପର୍ଯ୍ୟବେକ୍ଷଣ ଅଭିଯାନରେ ଯାଇଥିବା ମହାକାଶଯାନ ‘ଆଦିତ୍ୟ-ଏଲ୍‌୧’କୁ ତା’ର ତୃତୀୟ କକ୍ଷପଥ ପ୍ରବେଶ କରାଇବାରେ ସଫଳ ହୋଇଛନ୍ତି।

  4. ଭାରତ ପେଟ୍ରୋଲରେ ଇଥାନଲ ମିଶ୍ରଣକୁ ୨୦ ପ୍ରତିଶତ କରିବାପାଇଁ ବିଶ୍ଵସ୍ତରରେ ପ୍ରସ୍ତାବ ଦେଉଛି। ପରିବେଶ ଓ ଜଳବାୟୁ ଅବଲୋକନପାଇଁ ଜି-୨୦ ଉପଗ୍ରହ ମିଶନ ଆରମ୍ଭ କରିବାକୁ ଭାରତ ପ୍ରସ୍ତାବ ଦେଉଛି।

  5. ଉତ୍ତର ଆଫ୍ରିକୀୟ ରାଷ୍ଟ୍ର ମରକ୍କୋରେ ହୋଇଥିବା ୬.୮ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଝଟକାରେ ମୃତ୍ୟୁସଂଖ୍ୟା ୬୩୨କୁ ବୃଦ୍ଧି ପାଇଛି। ଭୂମିକମ୍ପ ଯୋଗୁଁ ଭୁଶୁଡ଼ି ଯାଇଛି ବଡ଼ ବଡ଼ କୋଠା । କୋଠାତଳେ ଅନେକ ଜୀବନ ଚାପି ହୋଇ ରହିଥିବାର ଅନୁମାନ କରାଯାଉଛି । 

  6. ଆସନ୍ତା ୧୨ ତାରିଖ ବେଳକୁ ଉତରପଶ୍ଚିମ ପାର୍ଶ୍ୱବର୍ତୀ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୨ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ଏବଂ ବିସ୍ତୃତି ବଢିବ। ରାଜ୍ୟରେ ୩ ଦିନ ଧରି ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। 

  7. ଭାରତ ମଣ୍ଡପମର ସ୍ୱାଗତ ସ୍ଥଳରେ ଶୋଭାପାଉଛି ଓଡ଼ିଶାର ଐତିହ୍ୟ କୋଣାର୍କ ଚକ୍ର । ଯାହାକି ବେଶ ସୁନ୍ଦର ଦିଶିବା ସହ ଓଡ଼ିଶାର ଗୌରବ ସାରା ବିଶ୍ବ ମଧ୍ୟ ଦେଖୁଛି । କୋଣାର୍କ ଚକ୍ର ସାମ୍ନାରେ ଛିଡା ହୋଇ ବିଶ୍ୱନେତାଙ୍କୁ ସ୍ୱାଗତ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । 

  8. ନୂଆଦିଲ୍ଲୀ ‌ଘୋଷଣାନାମାରେ ୪ ପି – ପ୍ଲାନେଟ୍‌ (ଗ୍ରହ), ପିପୁଲ୍‌ (ଲୋକ), ପିସ୍‌ (ଶାନ୍ତି) ଏବଂ ପ୍ରସ୍‌ପରିଟି (ସମୃଦ୍ଧି) ଉପରେ ଫୋକସ୍‌ କରାଯାଇଛି। ଭାରତ ମଣ୍ଡପମରେ ଆଜି ସମ୍ମିଳନୀର ଦ୍ବିତୀୟ ଅଧିବେଶନରେ ଉଦ୍‌ବୋଧନ ଦେବା ସମୟରେ ମୋଦୀ ନୂଆଦିଲ୍ଲୀ ଘୋଷଣାନାମା ଗୃହୀତ କରାଇବାକୁ ପ୍ରସ୍ତାବ ଆଣିଥିଲେ।

  9. କାହାର ନିୟନ୍ତ୍ରଣରେ ନଥିବା କ୍ରିପ୍ଟୋକରେନ୍ସିର ମୁକାବିଲା ଲାଗି ଜି୨୦ ଦେଶଗୁଡ଼ିକ ସହମତ ହୋଇଛନ୍ତି। ବିଶେଷ କରି ଏହି ମୁଦ୍ରାର ଅପବ୍ୟବହାରକୁ ରୋକିବା ଲାଗି ଏହି ଦେଶଗୁଡ଼ିକ ମିଳିତ ପ୍ରୟାସ କରିବେ।

  10. ବିଶ୍ବ ଟିକସ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ଲାଗି ଜି୨୦ ରାଷ୍ଟ୍ରଗୁଡ଼ିକ ସହମତ ହୋଇଛନ୍ତି। ଏକ ବିଶ୍ବସ୍ତରୀୟ ଟିକସ ବୁଝାମଣା ଲାଗି ଭାରତ ସମେତ ୧୪୦ଟି ଦେଶ ସହମତ ହୋଇଛନ୍ତି।

  11. ବିଶ୍ବରେ ପରମାଣୁ ଅସ୍ତ୍ରର ବ୍ୟବହାର କିମ୍ବା ପରମାଣୁ ଅସ୍ତ୍ରର ଧମକ ଆଦୌ ଗ୍ରହଣଯୋଗ୍ୟ ନୁହେଁ।

  12. ଆଫ୍ରିକୀୟ ସଂଘ ଆଜି ଜି-୨୦ରେ ସ୍ଥାୟୀ ସଦସ୍ୟ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମେ ଏନେଇ ପ୍ରସ୍ତାବ ଆ‌ଣିଥିଲେ ଏବଂ ପରେ ସମସ୍ତ ସଦସ୍ୟ ରାଷ୍ଟ୍ର ଏହାକୁ ସ୍ବାଗତ କରିଥିଲେ।

  13. ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ଦାୟିତ୍ବବାନ ବ୍ୟବହାର ନେଇ ଜି୨୦ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ସହମତି ହୋଇଛି।

  14. ମଧ୍ୟପ୍ରଦେଶ ପନ୍ନାର ପୂର୍ବତନ ରାଜ ପରିବାରର ସଦସ୍ୟା ରାଣୀ ଜିତେଶ୍ୱରୀ ଦେବୀଙ୍କୁ ଶୁକ୍ରବାର ଜନ୍ମାଷ୍ଟମୀ ଉତ୍ସବ ସମୟରେ ନିୟମ ଉଲ୍ଲଂଘନ କରି ମନ୍ଦିରର ଗର୍ଭଗୃହରେ ପ୍ରବେଶ କରିବା ଅଭିଯୋଗରେ ଗିରଫ କରାଯାଇଥିଲା।

  15. ଭାରତ ସରକାର ଜି୨୦ ଅଧ୍ୟକ୍ଷ ଭାବେ ଜି୨୦ ଶିଖର ସମ୍ମିଳନୀ ଆୟୋଜନ କରିଛନ୍ତି। ଏଥିପାଇଁ ପ୍ରସ୍ତୁତିରେ ସରକାର ୪୧୦୦ କୋଟି ଟଙ୍କା ବ୍ୟୟ କରିଛନ୍ତି।

  16. ଭାରତ ଜି୨୦ ବୈଠକ ଆୟୋଜନ କରିବା ଏକ ଐତିହାସିକ ମୁହୂର୍ତ ହୋଇଥିବା ବେଳେ ଚମତ୍କାର ସଂଯୋଗ ଭାବେ ଭାରତୀୟ ଷ୍ଟକ ବଜାର ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ଭାରତର ଷ୍ଟକ ବଜାର ଚଳିତ ସପ୍ତାହରେ ୩.୮ ଲକ୍ଷ କୋଟି ଡଲାର କ୍ଲବ୍‌ରେ ସାମିଲ ହୋଇଛି।

  17. ବ୍ରିଟେନର ଦ୍ବିତୀୟ ବଡ଼ ସହର ବର୍ମିଂହାମ୍‌ ଦେବାଳିଆ ହୋଇଯାଇଛି। ସହରରେ ଏହା ଚିନ୍ତାର କାରଣ ପାଲଟିଛି। ଏଥିପାଇଁ ସହର ପ୍ରଶାସନ ପକ୍ଷରୁ ୧୧୪ ଧାରାରେ ନୋଟିସ ଜାରି କରାଯାଇଛି। ଏଥିରେ ଖର୍ଚ୍ଚ ଉପରେ କଟକଣା ଲଗାଯାଇଛି।

  18. ଭାରତର ସାର୍ବଜନୀନ ଡିଜିଟାଲ୍ ଭିତ୍ତିଭୂମିକୁ ବିଶ୍ବବ୍ୟାଙ୍କ ପ୍ରଶଂସା କରିବା ସହ ସରକାରଙ୍କ ଅଧୀନରେ ମାତ୍ର ଛଅ ବର୍ଷରେ ଯେଉଁ ସଫଳତା ମିଳିଛି ସେଥିପାଇଁ ସାଧାରଣ ବାଟରେ ପାଞ୍ଚ ଦଶନ୍ଧି ସମୟ ଲାଗିଥାନ୍ତା ବୋଲି କହିଛି।

  19. ବ୍ୟବସାୟିକ ସମ୍ପର୍କକୁ ଆହୁରି ଦୃଢ଼ ଓ ସହଜ କରିବା ପାଇଁ ଲଞ୍ଚ ହୋଇଛି ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ କରିଡର। ଦିଲ୍ଲୀରେ ଚାଲିଥିବା ଜି-୨୦ ଶିଖର ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଶ୍ୱର ଅନ୍ୟ ନେତାମାନେ ମିଳିତ ଭାବେ ଏହି ବଡ଼ ପ୍ରକଳ୍ପକୁ ଆରମ୍ଭ କରିଛନ୍ତି। ବିଶ୍ୱର ୩ ପ୍ରାନ୍ତ ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଏହି କରିଡରକୁ କାର୍ଯ୍ୟକ୍ଷମ କରାଯିବ

  20. ଏସିଆ କପ୍‌ରେ ଆଜି ହେବ ମହା ମୁକାବିଲା। ମୁହାଁମୁହିଁ ହେବେ ଦୁଇ ପାରଂପରିକ ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ। କଲମ୍ବୋର ଆର ପ୍ରେମାଦାସ ଷ୍ଟାଡିୟମରେ ଦେଖିବାକୁ ମିଳିବ ହାଇଭୋଲଟେଜ୍ ଟକ୍କର। ଭାରତୀୟ ସମୟ ଦିନ ୩ଟାରେ ମ୍ୟାଚ୍ ଖେଳାଯିବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.