• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଅକ୍ଷରଧାମ ମନ୍ଦିରରେ ପହଞ୍ଚି ସ୍ୱାମୀ ନାରାୟଣଙ୍କୁ ଦର୍ଶନ କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ୍ । ଅକ୍ଷରଧାମ ମନ୍ଦିରରେ ପୂଜା ଓ ଆଳତି କରିବା ସହ ମନ୍ଦିରରେ ବିତାଇଥିବା ପ୍ରତି ମୂହୁର୍ତ୍ତକୁ ସେ ଉପଭୋଗ କରିଥିଲେ । ସୁନକଙ୍କ ପତ୍ନୀ ଅକ୍ଷତା ମଧ୍ୟ ଅକ୍ଷରଧାମ ଦର୍ଶନ କରିବା ପରେ ବେଶ ଖୁସି ଥିଲେ ।

  2. ଜି-୨୦ ସମ୍ମିଳନୀ ଆଜି ଶେଷ ହୋଇଥିବା ବେଳେ ଦ୍ବିତୀୟ ଦିନରେ ବିଶ୍ବ ନେତାମାନେ ପ୍ରଥମେ ରାଜଘାଟ ଯାଇ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ସ୍ମାରକସ୍ଥଳରେ ଶ୍ରଦ୍ଧା‌ଞ୍ଜଳି ଜ୍ଞାପନ କରିଛନ୍ତି।

  3. ନୂଆଦିଲ୍ଲୀଠାରେ ସଫଳ ଶିଖର ସମ୍ମିଳନୀ ସହିତ ଭାରତର ଜି-୨୦ ଅଧ୍ୟକ୍ଷତ‌ା ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ରାଜିଲର ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଡା ସିଲଭାଙ୍କୁ ଆନୁଷ୍ଠାନିକ ଭାବେ ଜି୨୦ ଅଧ୍ୟକ୍ଷତାର ପ୍ରତୀକ ଗାଭେଲ (ହାତୁଡ଼ି) ହସ୍ତାନ୍ତର କରିଛନ୍ତି।

  4. ସବୁଜ ଜଳବାୟୁ ପାଣ୍ଠିକୁ ୨୦୦ କୋଟି ଡଲାର ଦେବା ବିଷୟରେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ ଜି୨୦ ଶିଖର ସମ୍ମିଳନୀର ଶେଷ ଦିନରେ ଘୋଷଣା କରିଛନ୍ତି। ଜଳବାୟୁ ପରିବର୍ତ୍ତନର ମୁକାବିଲା ଲାଗି ୧୯୪ଟି ଦେଶ ମିଶି ଏହି ପାଣ୍ଠି ସ୍ଥାପନ କରିଛନ୍ତି।

  5. ଭାରତ ୫ଜିରେ ଆଗୁଆ ରହିଥିବା ବେଳେ ପରବର୍ତ୍ତୀ ପିଢ଼ିର ମୋବାଇଲ୍‌ ପ୍ରଯୁକ୍ତି ୬ଜିରେ ମଧ୍ୟ ଆଗରେ ରହିବା ଲାଗି ଉଦ୍ୟମ ଆରମ୍ଭ କରିଛି। ୬ଜି କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ଭାରତ ଓ ଆମେରିକା ପରସ୍ପର ସହ ହାତ ମିଳାଇଛନ୍ତି। ଏନେଇ ଜି୨୦ ଶିଖର ସମ୍ମିଳନୀ ଅବସରରେ ଉଭୟ ଦେଶ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି।

  6. ଭାରତ ଅଧ୍ୟକ୍ଷତାରେ ହୋଇଥିବା ଜି-୨୦ ସମ୍ମିଳନୀ ଆଜି ସଫଳତାର ସହ ସଂପନ୍ନ ହୋଇଥିବା ବେଳେ ଏହା ବୈଶ୍ବିକସ୍ତରରେ ଭାରତର ପ୍ରାଧାନ୍ୟ ବଢ଼ାଇଛି। ଭାରତର ଜି-୨୦ ଅଧ୍ୟକ୍ଷତାକୁ ବିଶ୍ବ ନେତାମାନେ ଭୂୟସୀ ପ୍ରଶଂସା କଲେ ।

  7. ମରକ୍କୋର ମର୍ମନ୍ତୁଦ ଭୂକମ୍ପରେ ୨,୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ବୋଲି ଅଧିକାରୀମାନେ ଶନିବାର କହିଛନ୍ତି।

  8. ‘ଜି୨୦’ ଶିଖର ସମ୍ମିଳନୀ‌ ଅବସରରେ ଆୟୋଜିତ ରାତ୍ରଭୋଜିରେ ବିଶ୍ବନେତାମାନଙ୍କୁ ସୁନା ଓ ରୁପା ଥାଳିରେ ଖାଦ୍ୟ ପରିବେଷଣ କରିଥିବାରୁ ‘ଏନ୍‌ସିପି’ ନେତା ଶରଦ ପାୱାର ବିସ୍ମିତ ହେବା ସହିତ ରବିବାର ଦିନ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି।

  9. ପୋଲାଣ୍ଡର ଜିଡାଂସ୍କ ସହରରେ ଥିବା ବିଚିତ୍ର ତରଙ୍ଗାୟିତ ଅଟ୍ଟାଳିକା ସମୂହ ପର୍ଯ୍ୟଟକମାନଙ୍କ ଲାଗି ଅନ୍ୟତମ ଆକର୍ଷଣ ହୋଇ ରହିଛି। ୧୯୭୦ ଦଶକର ପ୍ରଥମାର୍ଦ୍ଧରେ ବାସଗୃହର ଘୋର ଅଭାବ ଥିବା ସମୟରେ ଏହି କୋଠାଗୁଡ଼ିକର ନିର୍ମାଣ କରାଯାଇଥିଲା।

  10. ଅଣ୍ଡା ସଦୃଶ ଏକ ରହସ୍ୟମୟ ସୁବର୍ଣ୍ଣ ପେଣ୍ଡୁ ଆଲାସ୍କା ଉପକୂଳବର୍ତ୍ତୀ ପ୍ରଶାନ୍ତ ମହାସାଗର ଚଟାଣରେ ଥିବା ଦେଖିବାକୁ ମିଳିଛି। ଏହା କ’ଣ ବୋଲି ଜାଣିବା ପାଇଁ ବୈଜ୍ଞାନିକମାନଙ୍କ ମନରେ କୌତୂହଳ ଜାତ ହୋଇଛି। ଆଲାସ୍କା ଜାତୀୟ ମହାସାଗର ଓ ବାୟୁମଣ୍ଡଳ ପ୍ରଶାସନ (ନୋଆ)ର ଏକ ଅନୁସନ୍ଧାନକାରୀ ଦଳ ପ୍ରଥମେ ଅଗଷ୍ଟ ୩୦ରେ ଏହି ଅଜବ ସୁନେଲି ବସ୍ତୁ ଦେଖିବାକୁ ପାଇଥିଲେ।

  11. ୩୭୧ କୋଟି ଟଙ୍କାର ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

  12. ଆସନ୍ତାବର୍ଷ ରିଓ ଡି ଜେନିରୋରେ ହେବାକୁ ଥିବା ‘ଜି୨୦’ ଶିଖର ସମ୍ମଳନୀରେ ‌ଯଦି ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ ଯୋଗ ଦିଅନ୍ତି, ତାଙ୍କୁ ସେଠାରେ ଗିରଫ କରାଯାଇ ପାରିବ ନାହିଁ ଶନିବାର ଦିନ ବ୍ରାଜିଲ୍‌ର ରାଷ୍ଟ୍ରପତି ଲୁଇ ଇନାସିଓ ଲୁଲା ଦା ସିଲ୍‌ଭା କହିଛନ୍ତି।

  13. ଆସନ୍ତା ୧୩ରେ ଲୋକସେବା କନଭେନସନରେ ସମସ୍ତ ସରକାରୀ ଓ ବେସରକାରୀ କଲେଜ ଅଧ୍ୟକ୍ଷମାନଙ୍କ କର୍ମଶାଳା ବସିବ । ଏଥିରେ ଉଚ୍ଚଶିକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯିବ ।

  14. କଟକର ପ୍ରସିଦ୍ଧ ଦୁର୍ଗାପୂଜା ପାଇଁ ରବିବାର ସମସ୍ତ ୧୭୦ ପୂଜା କମିଟିକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ପୂଜା କମିଟି ଗୁଡିକ ପକ୍ଷରୁ ନିଶାମୁକ୍ତ ଓ ଡିଜେ ମୁକ୍ତ ଭସାଣ ପାଇଁ ପ୍ରସ୍ତାବ ଦେଇଥିବାରୁ ପୋଲିସ କମିଶନର ସମସ୍ତଙ୍କୁ ପ୍ରଶଂସା କରିଛନ୍ତି ।

  15. ଭୁବନେଶ୍ବର ପୁଲିସ ୬୦ ଗାଡିରୁ ସାଇଲେନ୍ସର କାଢ଼ି ଜବତ କରିଛି ।  ରୋଡ଼ ରୋମିଓଙ୍କ ଉପରେ ପୁଲିସ ନେଇଛି ଆକ୍ସ । ଆଗକୁ ମଡିଫାଏଡ଼ ସୋରୁମରେ ମଧ୍ୟ ଚଢ଼ାଉ ହେବ । ଟ୍ରାଫିକ ଖିଲାପକାରୀଙ୍କ ବିରୋଧରେ ଜିରୋ ଟଲରାନ୍ସ ନୀତି ଆପଣା ଯିବ। ଏ ନେଇ  ଟ୍ରାପିକ ଏସିପି ଜୟନ୍ତ ଦୋରା ସୂଚନା  ଦେଇଛନ୍ତି।

  16. ଯକୃତ ଔଷଧ ଡିଫେଟେଲିୟୋ ଓ କ୍ୟାନସର (କର୍କଟ) ରୋଗୀ ପାଇଁ ବ୍ୟବହାର ହେଉଥିବା ଔଷଧ ଏଡ୍‌‌‌ସେଟ୍ରିସ୍‌ର ନକଲି ଔଷଧ ଦେଶରେ ବିକ୍ରି ହେଉଛି। ଭାରତୀୟ ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ଏହି ସୂଚନା ଦେଇଛି।

  17. ଚୀନର ଏକ ସଂସ୍ଥା ଭାରତ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି। ଆୟୋଜକ ଭାବେ ଭାରତ ଜି ୨୦ ସମ୍ମିଳନୀର ଫାଇଦା ନେଇଛି। ଅନ୍ୟପକ୍ଷରେ ଚୀନର ସ୍ବାର୍ଥକୁ କ୍ଷତି ପହଞ୍ଚାଇଛି। ଚୀନର ରାଷ୍ଟ୍ରୀୟ ସୁରକ୍ଷା ମନ୍ତ୍ରାଳୟ ସହ ଅନୁବନ୍ଧିତ ଚୀନ ଇନଷ୍ଟିଚ୍ୟୁଟ୍ ଅଫ କଣ୍ଟେମ୍ପୋରାରି ଇଣ୍ଟରନ୍ୟାସନାଲ ରିଲେସନ୍ସ ନାମକ ସଂସ୍ଥା ପକ୍ଷରୁ ଏଭଳି ଅଭିଯୋଗ କରାଯାଇଛି।

  18. ଆସନ୍ତା ବର୍ଷରୁ ଶିକ୍ଷା ଋଣ ପାଇବା ସହଜ ହେବ। ଭାରତୀୟ ରିଜର୍ଭ ବ୍ୟାଙ୍କ ‘ଫ୍ରିକ୍ସନଲେସ୍‌ କ୍ରେଡିଟ୍‌’ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛି। ଏହା ଦ୍ବାରା ଋଣ ପାଇଁ ଆବେଦନ ପ୍ରକ୍ରିୟା ବେଶ ସଂଗଠିତ ଓ ସହଜ ହେବ।

  19. ଭାରତ-ପାକିସ୍ତାନ ହାଇଭୋଲଟେଜ ଲଢ଼େଇରେ ପୁଣି ବର୍ଷା ସାଜିଛି ବାଧକ। ଶ୍ରୀଲଙ୍କାର ଆର ପ୍ରେମାଦାସା ଷ୍ଟାଡିୟମରେ ହଠାତ୍‌ ବର୍ଷା ମାଡ଼ି ଆସିବାରୁ ମ୍ୟାଚ୍‌କୁ ଅଧାରୁ ସ୍ଥଗିତ ରଖାଯାଇଛି। ଆଜିର ମ୍ୟାଚ ରିଜର୍ଭ ଡେ’ ରେ ଖେଳାଯିବ।

  20. ଗୁରୁବାର ରିଲିଜ୍ ହୋଇଥିଲା ଫିଲ୍ମ ‘ଯବାନ’। ରିଲିଜର ୩ଦିନ ମଧ୍ୟରେ ହିଁ ଶାହରୁଖଙ୍କ ଫିଲ୍ମ ୩୫୦କୋଟି ଟଙ୍କା ଆୟ କରିସାରିଛି। ୧୦୦କୋଟି କ୍ଲବରେ ସାମିଲ ହେବା ପାଇଁ କିଛି ଫିଲ୍ମକୁ ୧୫ଦିନରୁ ଅଧିକ ସମୟ ଲାଗୁଥିବା ବେଳେ ଶାହରୁଖଙ୍କ ଫିଲ୍ମ ୩ଦିନରେ ୩୫୦କୋଟି ଆୟ କରିବାଟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.