• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଜୁନ୍ ୨୦୨୦ରେ ଗଲୱାନ୍ ସଂଘର୍ଷ ପରେ ଭାରତ ଓ ଚୀନ୍ ସୀମାରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ବିଜେପି ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ଦାବି କରିଛନ୍ତି ଯେ ଲଦାଖରେ ଚୀନ୍ ୪୦୬୭ ବର୍ଗ କିଲୋମିଟର ଜମି ହଡ଼ପ କରିନେଇଛି। ତଥାପି ସରକାର ଏହାକୁ ମାନିବାକୁ ନାରାଜ । ସ୍ବାମୀ କହିଛନ୍ତି, ସତ କ’ଣ ତାହା ଜାଣିବାକୁ ସେ ସୁପ୍ରିମକୋର୍ଟ ଯିବେ ।
  2. ଭାରତୀୟ କାର୍‌ କମ୍ପାନିଙ୍କୁ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ବିଭାଗ ମନ୍ତ୍ରୀ ନୀତୀନ ଗଡ଼କରୀ ସତର୍କ କରାଇ ଦେଇଛନ୍ତି। ଯଦି କମ୍ପାନିଗୁଡ଼ିକ ଡିଜେଲ ଗାଡ଼ିର ବିକ୍ରି ନକମାଇବେ ତାହେଲେ ସେ ବାଧ୍ୟ ହୋଇ ଏହି ଗାଡ଼ି ଉପରେ ଟିକସ ବଢ଼ାଇବାକୁ ଅର୍ଥମନ୍ତ୍ରୀଙ୍କୁ ପ୍ରସ୍ତାବ ଦେବେ।
  3. ମଣିପୁରରେ ପୁଣି ଘଟିଛି ରକ୍ତପାତ । ରାଜ୍ୟର କାଙ୍ଗପୋକପି ଜିଲ୍ଲାରେ ମଙ୍ଗଳବାର ଗୁଳି ବିନିମୟରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ପୁଲିସର ସୂଚନା ଅନୁଯାୟୀ ଏହି ଆକ୍ରମଣରେ ନିହତ ଲୋକମାନେ କୁକି-ଜୋ ସମ୍ପ୍ରଦାୟର ।
  4. ୧୫୨ ବର୍ଷ ପୁରୁଣା ଦେଶଦ୍ରୋହ ଆଇନକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ମଙ୍ଗଳବାର ଭାରତୀୟ ପିଙ୍ଗଳ କୋଡ୍ (ଆଇପିସି) ଅଧୀନରେ ଉପନିବେଶକାଳୀନ ରାଜଦ୍ରୋହ ଆଇନ ସମ୍ବନ୍ଧୀୟ ବ୍ୟବସ୍ଥାର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନଗୁଡ଼ିକୁ ସୁପ୍ରିମ୍ କୋର୍ଟ ୫ ବିଚାରପତିଙ୍କୁ ନେଇ ଗଠିତ ସମ୍ବିଧାନିକ ଖଣ୍ଡପୀଠକୁ ପଠାଇଦେଇଛନ୍ତି ।
  5. ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ଲାଲୁଙ୍କ ବିରୋଧରେ ମକଦ୍ଦମା ଚଳାଇବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସିବିଆଇକୁ ଅନୁମତି ଦେଇଛି । ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟକୁ ଏନେଇ ଅବଗତ କରିଛି ସିବିଆଇ ।
  6. କେରଳରେ ପୁଣି ନିପାହ ଭାଇରସ୍ ବ୍ୟାପୁଥିବା ନେଇ ଖବର ସାମ୍ନାକୁ ଆସିଛି । କୋଝିକୋଡ଼ ଜିଲ୍ଲାରେ ଜ୍ୱରରେ ପୀଡିତ ଦୁଇ ରୋଗୀଙ୍କ ମୃତ୍ୟୁ ହୋଇଯାଇଛି । ଆଶଙ୍କା କରାଯାଉଛି ଯେ ନିପାହ ଭାଇରସ୍ ଯୋଗୁଁ ଉଭୟଙ୍କ ମୃତ୍ୟୁ ହୋଇଛି ।
  7. ସ୍ବଦେଶୀ ଜ୍ଞାନକୌଶଳରେ ୨ ବର୍ଷ ଧରି ନିର୍ମାଣ ଚାଲିଥିବା ‘ମତ୍ସ୍ୟ ୬୦୦୦’ର ପ୍ରଥମ ସାମୁଦ୍ରିକ ବ୍ୟବହାରିକ ପରୀକ୍ଷଣ ୨୦୨୪ ପ୍ରାରମ୍ଭରେ ଚେନ୍ନାଇ ଉପକୂଳ ଅନ୍ତର୍ଗତ ବଙ୍ଗୋପସାଗରରେ କରାଯିବ ବୋଲି ସୋମବାର ସୂଚନା ଦିଆଯାଇଛି। ଏଥିରେ ୩ଜଣ ଅନୁସନ୍ଧାନକାରୀ ମଧ୍ୟ ଯିବେ।
  8. ପର୍ତ୍ତୁଗାଲର ସାଓ ଲରେନକୋ ଡି ବାଇରୋ ରବିବାର ଏକ ଛୋଟ ସହରର ରାସ୍ତାରେ ରେଡ୍ ୱାଇନ୍‌ର ନଦୀ ପ୍ରବାହିତ ହେବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ୨.୨ ନିୟୁତ ଲିଟରରୁ ଅଧିକ ରେଡ୍ ୱାଇନ୍ ଥିବା ବ୍ୟାରେଲ ବୋଝେଇ ଟାଙ୍କି ଅପ୍ରତ୍ୟାଶିତ ଭାବରେ ଫାଟି ଯାଇଥିଲା।
  9. ସେପ୍ଟେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେନ୍ଦ୍ରୀୟ ଓ ପୂର୍ବ ଭାରତରେ ସକ୍ରିୟ ରହିବ ଏବଂ ବ୍ୟାପକ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ସୋମବାର କହିଛି।
  10. ନିଷିଦ୍ଧ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ସଂଗଠନ ଶିଖ୍‌ସ ଫର୍ ଜଷ୍ଟିସ୍ (ଏସ୍‌ଏଫ୍‌ଜେ)ର ମୁଖ୍ୟ ତଥା ଆତଙ୍କବାଦୀ ଗୁରପତୱନ୍ତ ସିଂହ ପାନୁନ ଭାରତ ସରକାରଙ୍କୁ ନୂଆ ଧମକ ଦେଇଛି। ଖଲିସ୍ତାନୀ ଆତଙ୍କବାଦୀ ଏକ ନୂଆ ଅଡିଓରେ ଏହି ଧମକ ଦେଇଛି।
  11. ସଂସଦରେ ମୋଟ୍‌ ୭୬୩ ସାଂସଦଙ୍କ ମଧ୍ୟରୁ ୩୦୬ ଜଣ ତଥା ୪୦ ପ୍ରତିଶତ ସାଂସଦଙ୍କ ବି‌ରୋଧରେ ଅପରାଧିକ ମାମଲା ରହିଛି। ଏଡିଆର (ଆସୋସିଏସନ ଫର୍‌ ଡିମୋକ୍ରାଟିକ ରିଫର୍ମସ) ଏବଂ ଏନ୍‌ଇଡବ୍ଲ୍ୟୁ (ନେସନାଲ ଇଲେକ୍ସନ୍‌ ୱାଚ) ଦ୍ବାରା ଜାରି ହୋଇଥିବା ରିପୋର୍ଟରୁ ଏହା ଜଣାପଡ଼ିଛି।
  12. କୋଟିଆ ବିବାଦରେ ସମ୍ବିଧାନର ଧାରା ୧୩୧ ଉଚ୍ଛେଦ ପାଇଁ ଓଡ଼ିଶା ଦ୍ବାରା ଦାଖଲ କରାଯାଇଥିବା ମୂଳ ମାମଲାରେ ଆନ୍ଧ୍ର ପ୍ରଦେଶ ସରକାରଙ୍କୁ ଜବାବ ଦାଖଲ ପାଇଁ ସୁପ୍ରିମକୋର୍ଟ ନି‌ର୍ଦ୍ଦେଶ ଦେଇଛନ୍ତି।
  13. ପ୍ରସ୍ତାବିତ ୟୁନିଫର୍ମ ସିଭିଲ କୋଡ୍‌ (ୟୁସିସି)ରେ ନାଗାଲାଣ୍ଡ ରାଜ୍ୟକୁ ରିହାତି (ବାଦ ଦେବା) ପାଇଁ ଏକ ସଂକଳ୍ପ ନାଗାଲାଣ୍ଡ ବିଧାନସଭାରେ ମଙ୍ଗଳବାର ସର୍ବସମ୍ମତିକ୍ରମେ ପାରିତ ହୋଇଛି।
  14. ଫ୍ଲାଟ୍‌ ବିକ୍ରୟ ଦୁର୍ନୀତିରେ ସମ୍ପୃକ୍ତି ଥିବା ଅଭିଯୋଗରେ ସମନ୍‌ ପାଇଥିବା ‘ତୃଣମୂଳ କଂଗ୍ରେସ’ (ଟିଏମ୍‌ସି) ସାଂସଦ ନୁସ୍‌ରତ୍‌ ଜହାଁ ଆଜି କୋଲ୍‌କାତାସ୍ଥିତ ‘ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ଯ୍ୟାଳୟ’ରେ ହାଜର ହୋଇଥିବା କଥା ‘ପିଟିଆଇ’ ରିପୋର୍ଟ କରିଛି।
  15. ହରିୟାଣାର ନୁହରେ ଘଟିଥିବା ହିଂସା ଅଭିଯୋଗରେ ମୋନୁ ମାନେସରଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି। ହରିୟାଣା ପୋଲିସ ଦ୍ୱାରା ଅଟକ ରହିବା ପରେ ବଜରଙ୍ଗ ଦଳର ମୋନୁ ମାନେସରଙ୍କୁ ଗିରଫ କରାଯାଇଥିଲା।
  16. ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜି-୨୦ ବୈଠକ ପରେ ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ ସ୍ବଦେଶକୁ ଫେରିଛନ୍ତି। ତେବେ ଜି-୨୦ସମ୍ମିଳନୀରେ ତାଙ୍କୁ ଅଣଦେଖା କରାଯାଇଛି ବୋଲି ବ୍ରିଟିଶ୍‌ ଗଣମାଧ୍ୟମ ଭାରତକୁ ଟାର୍ଗେଟ କରିଛି।
  17. ଭାରତର ତାରକା ବ୍ୟାଟ୍ସମ୍ୟାନ ଶ୍ରେୟାସ ଆୟର ଶ୍ରୀଲଙ୍କା ବିପକ୍ଷ ମ୍ୟାଚରୁ ବାଦ୍‌ ପଡିନ୍ତି। ବିସିସିଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି।
  18. କେନ୍ଦ୍ର ସରକାରଙ୍କ ସ୍ବଚ୍ଛତା ଅଭିଯାନର ତୃତୀୟ ସଂସ୍କରଣ ଅକ୍ଟୋବର ୨ରେ ଆରମ୍ଭ ହେବ। ଏଥିରୁ ସରକାର ୧ ହଜାର କୋଟି ଆୟ କରିବାକୁ ଲକ୍ଷ୍ୟ ରଖିଛନ୍ତି।
  19. କେରଳ ହାଇକୋର୍ଟ ନିଜ ମୋବାଇଲ ଫୋନରେ ଅଶ୍ଳୀଳ ଭିଡ଼ିଓ ଦେଖୁଥିବା ସମୟରେ ଗିରଫ କରାଯାଇଥିବା ଜଣେ ବ୍ୟକ୍ତିଙ୍କ ମାମଲାକୁ ଖାରଜ କରିଦେଇଛନ୍ତି। ସେ ଭିଡ଼ିଓ ଦେଖୁଥିବା ସମୟରେ ପୋଲିସ ତାଙ୍କୁ ଗିରଫ କରିଥିଲା।
  20. ଭାରତୀୟ ଜନତା ପାର୍ଟି(ଭାଜପା)ର ଫାୟାର ବ୍ରାଣ୍ଡ ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ ୨୦୨୪ମସିହାରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଘୋଷଣା କରିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.