• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଭର୍ଚୁଆଲ୍‌‌ ମାଧ୍ୟମରେ ଦେଶବ୍ୟାପୀ ‘ଆୟୁଷ୍ମାନ ଭବ’ ଅଭିଯାନର ଶୁଭାରମ୍ଭ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଗାନ୍ଧିନଗରସ୍ଥିତ ରାଜଭବନଠାରୁ ଏହାର ଶୁଭାରମ୍ଭ କରାଯାଇଛି।

  2. ଯାଜପୁର ମେଡିକାଲ କଲେଜ ଏବଂ ଡାକ୍ତରଖାନାର ନାମ ଯଯାତି କେଶରୀଙ୍କ ନାମରେ ନାମିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି।

  3. ଧୀରେଧୀରେ ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଥିବାରୁ ୨ଟି ଗେଟ ଖୋଲାଯାଇଛି। ପ୍ରତି ସେକେଣ୍ଡରେ ୭୩ ହଜାର ୩୦୮ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଛି।

  4. ଚଳିତ ବର୍ଷ ପର୍ଯ୍ୟାୟକ୍ରମେ ସରକାରୀ ଓ ବେସରକାରୀ କଲେଜ ଗୁଡ଼ିକୁ ୱାଇଫାଇ ଦିଆଯିବ। ଏଥି ସହ ସବୁ କଲେଜ ରେଡ଼କ୍ରସ ଶାଖା ରହିବ। ସେଥିରେ ଛାତ୍ରଛାତ୍ରୀ ସାମିଲ ହେବେ।

  5. ଜାମ୍ମୁ- କାଶ୍ମୀର ଅନନ୍ତନାଗରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳିବିନିୟ ଘଟିଛି। ଏନକାଉଣ୍ଟରରେ ସେନାର ଜଣେ କର୍ଣ୍ଣେଲ, ମେଜର ଏବଂ ଜଣେ ଡିଏସପି ସହିଦ ହୋଇଛନ୍ତି।

  6. ସଂସଦର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସେପ୍ଟେମ୍ବର ୧୭ରେ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହି ସ୍ୱତନ୍ତ୍ର ଅଧିବେଶନ ୧୮ ରୁ ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ। ସ୍ୱତନ୍ତ୍ର ଅଧିବେଶନର ଏଜେଣ୍ଡା ସର୍ବଦଳୀୟ ବୈଠକରେ ଆଲୋଚନା ହେବାର ସମ୍ଭାବନା ରହିଛି।

  7. ସ୍ବତନ୍ତ୍ର ଅଧିବେଶନର ପ୍ରଥମ ଦିବସରେ ୭୫ ବର୍ଷର ସଂସଦୀୟ ଯାତ୍ରା, ଉପଲବ୍ଧି, ଅନୁଭବ ଓ ସ୍ମୃତିକୁ ନେଇ ଚର୍ଚ୍ଚା ହେବ। ରାଜ୍ୟସଭାରେ ପୋଷ୍ଟ୍‌ ଅଫିସ ବିଲ୍‌-୨୦୨୩ ଏବଂ ମୁଖ୍ୟ ନିର୍ବାଚନ କମିସନର ଏବଂ ଅନ୍ୟ ନିର୍ବାଚନ କମିସନରଙ୍କ ନିଯୁକ୍ତି ସଂକ୍ରାନ୍ତ ବିଲ୍‌ ଆଗତ ହେବ। ଏହା ସହିତ ଲୋକସଭାରେ ଏଡ୍‌ଭୋକେଟ୍‌ସ ଆମେଣ୍ଡ୍‌ମେଣ୍ଟ୍‌ ବିଲ୍‌-୨୦୨୩ ଏବଂ ପ୍ରେସ୍‌ ଓ ରେଜିଷ୍ଟ୍ରେସନ ଅଫ୍‌ ପିରିଓଡିକାଲ ବିଲ୍‌-୨୦୨୩ ଆଗତ ହେବ।

  8. ରାଜ୍ୟ ସରକାର ନ୍ୟାସନାଲ ଇନଲ୍ୟାଣ୍ଡ ୱାଟରୱେଜ୍‌ ୬୫ ଓ ୫ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଯାଉଛନ୍ତି। ଏଥିପାଇଁ ଭାରତ ସରକାରଙ୍କ ଅନୁମୋଦନ ମିଳିସାରିଛି। ଦୁଇ ପର୍ଯ୍ୟାୟ ଜଳପଥ ପ୍ରକଳ୍ପ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ମଙ୍ଗଳାଗଡ଼ିରୁ ପାରାଦ୍ୱୀପ ୬୭ କିମି, ମଙ୍ଗଳଗଡ଼ିରୁ ଧାମରା ୨୮ କିମି ଓ ମଙ୍ଗଳଗଡ଼ିରୁ ପଙ୍କପାଳ ୧୧୭ କିମି ଜଳପଥରେ ସଂଯୋଗ ସ୍ଥାପନ କରାଯିବ।

  9. ଭାରତର ବିଦେଶୀ କରଜ ବା ବୈଦେଶିକ ଋଣ ପରିମାଣ ଇତି ମଧ୍ୟରେ ୬୨୪ ବିଲିୟନ୍‌ ଡଲାର ଟପିଛି। ବୈଦେଶିକ ମୁଦ୍ରା ଭଣ୍ଡାର ଦେଶର ମୋଟ ଋଣର ୯୨ ପ୍ରତିଶତ। ଏହାଛଡା ଭାରତର ମୋଟ ଜାତୀୟ ଆୟ ତୁଳନାରେ ବିଦେଶୀ ଋଣ ପରିମାଣ ବହୁ ଅଧିକ ରହିଥିବା ଜଣାଯାଇଛି। ଏକ ହିସାବ ଅନୁସାରେ ଦେଶରେ ଲୋକଙ୍କ ମୁଣ୍ଡ ପିଛା ଋଣ ପରିମାଣ ବିଗତ ୯ ବର୍ଷରେ ଦୁଇ ଗୁଣ ବୃଦ୍ଧି ପାଇଛି।

  10. ସୁପ୍ରିମ୍‌କୋର୍ଟ ‘ମିଡିଆ ଟ୍ରାଏଲ’କୁ ନେଇ ଆଜି କଡ଼ା ଟିପ୍ପଣୀ ରଖିଛନ୍ତି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି, ପକ୍ଷପାତପୂର୍ଣ୍ଣ ରିପୋର୍ଟଂ ପାଇଁ ଲୋକଙ୍କ ନିକଟକୁ ଭୁଲ୍‌ ବାର୍ତ୍ତା ‌ଯାଉଛି

  11. ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ସଦ୍ୟତମ ଫିଲ୍ମ ଯବାନକୁ ବୁଧବାର ପ୍ରଶଂସା କରିଛି ଭାରତୀୟ ଜନତା ପାର୍ଟି (ବିଜେପି)। ଏହି ଚଳଚ୍ଚିତ୍ରରେ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ କଂଗ୍ରେସର ୧୦ ବର୍ଷର କୁଶାସନର ମୁଖା ଖୋଲି ଦିଆଯାଇଛି ବୋଲି ବିଜେପି କହିଛି।

  12. ଦିଲ୍ଲୀ-ଏନସିଆର ସମେତ କେତେକ ରାଜ୍ୟରେ ବାଣ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଉପରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି।

  13. ବିଶ୍ବବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ବ୍ୟାରେଲ ପିଛା ୯୨ ଡଲାର ଅତିକ୍ରମ କରିଛି।

  14. ଅଗଷ୍ଟ ମାସର ଖୁଚୁରା ମୁଦ୍ରାସ୍ଫୀତି ରିପୋର୍ଟ ଆଜି ସରକାରଙ୍କ ପକ୍ଷରୁ ପ୍ରକାଶ କରାଯାଇଛି। ଚଳିତବର୍ଷ ଜୁଲାଇରେ ଏହା ୭.୪୪ ପ୍ରତିଶତ ଥିବାବେଳେ ଅଗଷ୍ଟରେ ଏହା ୬.୮୩ ପ୍ରତିଶତକୁ ହ୍ରାସ ପାଇଛି।

  15. ଦେଶରେ ଗତ ୪ ବର୍ଷ ଅର୍ଥାତ ୨୦୧୯-୨୦ ଆର୍ଥିକବର୍ଷରୁ ୨୦୨୨-୨୩ ଆର୍ଥିକବର୍ଷ ମଧ୍ୟରେ ୫.୨ କୋଟି ନିଯୁକ୍ତି ସୃଷ୍ଟି ହୋଇଛି। ଇପିଏଫଓ ଓ ଏନପିଏସ୍‌ ତଥ୍ୟକୁ ଆଧାର କରି ଭାରତୀୟ ଷ୍ଟେଟ ବ୍ୟାଙ୍କର ଅର୍ଥନୈତିକ ଗବେଷଣା ବିଭାଗ ରିପୋର୍ଟରେ ଏହା କୁହାଯାଇଛି।

  16. ସମାଜବାଦୀ ପାର୍ଟି ନେତା ଆଜମ ଖାଁ, ତାଙ୍କ ପରିବାରର ସଦସ୍ୟ ଓ ତାଙ୍କର ସହଯୋଗୀମାନଙ୍କ ଦ୍ୱାରା ଟିକସ ଫାଙ୍କିବା ସମ୍ବନ୍ଧୀୟ ତଦନ୍ତ ମାମଲାରେ ଆୟକର ବିଭାଗ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ମୁମ୍ବାଇର ବିଭିନ୍ନ ସ୍ଥାନରେ ଚଢ଼ଉ କରିଛି ।

  17. ବୀରବଲ ନାମରେ ଜଣାଶୁଣା ବର୍ଷୀୟାନ ଅଭିନେତା ସତୀନ୍ଦର କୁମାର ଖୋସ୍‌ଲାଙ୍କ ପରଲୋକ ଘଟିଛି। ୮୦ ବର୍ଷିୟ ସତୀନ୍ଦର ମଙ୍ଗଳବାର ରାତିରେ ମୁମ୍ବଇର କୋକିଲାବେନ୍ ହସ୍ପିଟାଲରେ ​‌ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ସେ ହିନ୍ଦୀ, ପଞ୍ଜାବୀ, ଭୋଜପୁରୀ ଓ ମରାଠୀ ଆଦି ଭାଷାରେ ୫୦୦ରୁ ଅଧିକ ସିନେମାରେ ଅଭିନୟ କରିଛନ୍ତି।

  18. ଭାରତରେ ଜି-୨୦ ସମ୍ମିଳନୀ ସର୍ବକାଳୀନ ମହଙ୍ଗା ବିଶ୍ୱସ୍ତରୀୟ ବୈଠକରେ ପରିଣତ ହୋଇଛି ଯେଉଁଥିରେ ମୋଟ ବ୍ୟୟ ୪ ହଜାର ୧୦୦ କୋଟିରୁ ଅଧିକ ହେବ। ତେବେ ‘ଦ ଇକୋନୋମିଷ୍ଟ’ର ଏକ ରିପୋର୍ଟ ଅନୁଯାୟୀ ଚୀନ୍ ଏପର୍ଯ୍ୟନ୍ତ ସବୁଠାରୁ ଦାମୀ ଜି-୨୦ ଶିଖର ସମ୍ମିଳନୀ ଆୟୋଜନ କରିଛି। ଚାଇନାର ହାଙ୍ଗଜୋ ସହରରେ ୨୦୧୬ରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀ ସବୁଠାରୁ ମହଙ୍ଗା ଜି-୨୦ ପାଲଟିଛି। ସେଥିରେ ଚୀନ ୧.୯ ଲକ୍ଷ କୋଟି ଖର୍ଚ୍ଚ ହୋଇଥିଲା।

  19. ଭାରତ ପ୍ରଥମ ସି-୨୯୫ ଏମଡବ୍ଲ୍ୟୁ ପରିବହନ ବିମାନ ଗ୍ରହଣ କରିଛି। ବିମାନ ବାହିନୀ ମୁଖ୍ୟ ମାର୍ଶାଲ୍‌‌ ଭି.ଆର୍‌‌. ଚୌଧୁରୀ, ସ୍ପେନ୍‌‌ର ସେବିଲ୍‌‌ ଠାରେସି-୨୯୫ ଏମଡବ୍ଲ୍ୟୁ ପରିବହନ ବିମାନ ହସ୍ତାନ୍ତର କାର୍ଯ୍ୟକ୍ରମରେ ଆଜି ଅଂଶ ଗ୍ରହଣ କରିଛନ୍ତି।

  20. ଏସିଆନ ଗେମ୍ସରେ ଚୟନ ହୋଇଥିବା ୧୩ ଓଡ଼ିଆ ଖେଳାଳିଙ୍କୁ ସହାୟତା। ପ୍ରତି ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏ ସହାୟତା ଘୋଷଣା କରାଯାଇଛି। ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେପ୍ଟେମ୍ବର ୨୩ରୁ ଅକ୍ଟୋବର ୮ ପର୍ୟ୍ୟନ୍ତ ଚାଲିବ ଏସିଆନ୍ ଗେମ୍ସ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.