• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଜାତୀୟ ନ୍ୟାୟିକ ତଥ୍ୟ ଗ୍ରିଡ୍‌ (ଏନ୍‌ଜେଡିଜି) ପ୍ଲାଟଫର୍ମରେ ଖୁବ୍‌ଶୀଘ୍ର ସୁପ୍ରିମକୋର୍ଟ ଯୋଡ଼ିହେବ। ଗୁରୁବାର ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଏହି ଯୁଗାନ୍ତକାରୀ ଘୋଷଣା କରିଛନ୍ତି।

  2. ବ୍ୟାଙ୍କ ଦୁର୍ନୀତି ସମ୍ପର୍କିତ ମନିଲଣ୍ଡରିଂ ମାମଲାରେ ଜେଟ୍‌ ଏୟାରୱେଜ୍‌ ପ୍ରତିଷ୍ଠାତା ନରେଶ ଗୋୟଲଙ୍କୁ ଗୁରୁବାର ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି।

  3. ପାର୍ବଣ ପୂର୍ବରୁ ଘରୋଇ ଚାହିଦା ପୂରଣ କରିବା ପାଇଁ ନେପାଳ ସରକାର ଭାରତରୁ ୨୦ହଜାର ମେଟ୍ରିକ ଟନ ଚିନି ଆମଦାନୀ କରିବାକୁ ଯାଉଛନ୍ତି।

  4. ଭାରତର ୩୦୧ଟି ଜିଲ୍ଲାରୁ ୩୧ହଜାର ଲୋକଙ୍କ ଠାରୁ ପ୍ରତିକ୍ରିୟା ନିଆଯାଇଥିଲା। ସେଥିମଧ୍ୟରୁ ୬୭ଶତକଡା ପୁରୁଷ ହୋଇଥିବାବେଳେ ୩୩ଶତକଡା ମହିଳା ଥିଲେ। ସର୍ଭେରେ ଜଣାପଡିଥିଲା କି ପ୍ରାୟ ୪୧ଶତକଡା ଲୋକ ଅନଲାଇନରେ ଆକାଉଣ୍ଟ କରିଚାଳନା କରିପାରନ୍ତି ନାହିଁ।

  5. ଜନ୍ମ ଏବଂ ମୃତ୍ୟୁ ପଞ୍ଜିକରଣ (ସଂଶୋଧନ) ଅଧିନିୟମ, ୨୦୨୩ ଅକ୍ଟୋବର ୧, ୨୦୨୩ ଠାରୁ ସାରା ଦେଶରେ ଲାଗୁ ହେବାକୁ ଯାଉଛି।ବର୍ତ୍ତମାନ ଜନ୍ମ ପ୍ରମାଣପତ୍ରର ଗୁରୁତ୍ୱ ବୃଦ୍ଧି ପାଇବ। ବିଦ୍ୟାଳୟ, କଲେଜରେ ଆଡମିଶନ, ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ, ଭୋଟର ତାଲିକାରେ ନାମ ଯୋଡିବା, ଆଧାର ପଞ୍ଜୀକରଣ, ବିବାହ ପଞ୍ଜୀକରଣ କିମ୍ବା ସରକାରୀ ଚାକିରି ଆବେଦନ ଭଳି ଅନେକ ଉଦ୍ଦେଶ୍ୟରେ ଆପଣ ଏହି ଏକକ ଡକ୍ୟୁମେଣ୍ଟ ବ୍ୟବହାର କରିବାରେ ସକ୍ଷମ ହେବେ।

  6. ଅନନ୍ତନାଗ ଏନ୍‌କାଉଣ୍ଟରରେ ଗତକାଲି ଜଣେ ମେଜର, ଜଣେ କର୍ନେଲ ଏବଂ ଜଣେ ଡିଏସ୍‌ପି ସହିଦ ହୋଇଯାଇଛନ୍ତି। ଏଥିସହ ଦେଶ ୩ ଜଣ ବୀର ଯୋଦ୍ଧାଙ୍କୁ ହରାଇ ଦେଇଛି।

  7. ବିରୋଧୀ 'ଇଣ୍ଡିଆ' ମେଣ୍ଟ ୧୪ ଜଣ ଆଙ୍କରଙ୍କ ଶୋ'କୁ ବୟକଟ୍‌ କରିବାକୁ ନିଷ୍ପତ୍ତି ନେଇଛି। ବୟକଟ୍‌ର ଘୋଷଣାର ଦିନକ ପରେ ତାଲିକା ପ୍ରକାଶ ଇଣ୍ଡିଆ ମେଣ୍ଟ। ଏହି ତାଲିକାରେ ଅଛନ୍ତି ଦେଶର ପ୍ରମୁଖ ଚାନେଲର ଆଙ୍କର।

  8. ଭାରତୀୟ ବାୟୁସେନା ମାଲବାହୀ ବିମାନରୁ ‘ଟାଇପ୍‌ ଭି ହେଭି ଡ୍ରପ୍‌ ସିଷ୍ଟମ୍‌’ର ସଫଳ ପରୀକ୍ଷଣ କଲା ।

  9. ଓଡ଼ିଶାର ଜିଏସ୍‌ଟି ଆପିଲିଟ୍ ଟ୍ରିବ୍ୟୁନାଲ୍‌କୁ କଟକରେ ସ୍ଥାପନ କରାଯିବ। କେନ୍ଦ୍ର ସରକାର ଆଜି ଏନେଇ ବିଜ୍ଞପ୍ତି ଜାରି କରିଛନ୍ତି। ଦୀର୍ଘ ସାଢ଼େ ଛଅ ବର୍ଷର ପ୍ରତୀକ୍ଷା ପରେ ଜିଏସ୍‌ଟି ଆପିଲିଟ୍ ଟ୍ରିବ୍ୟୁନାଲ୍ ସ୍ଥାପନ ସମ୍ପର୍କିତ ବିଜ୍ଞପ୍ତି ଜାରି ହୋଇଛି। 

  10. ମିଛ ସଂସ୍ଥା ନାମରେ କେନ୍ଦ୍ର ଦେଇଥିବା ସବସିଡି ଅଭିଯୋଗକୁ ନେଇ ଏବେ ଆସାମ ମୁଖ୍ୟମନ୍ତ୍ରୀ ଓ କଂଗ୍ରେସ ନେତା ଗୌରବ ଗୋଗୋଇ ମୁହାଁମୁହିଁ ହୋଇଛନ୍ତି | କଂଗ୍ରେସର ଅଭିଯୋଗକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱସର୍ମା କହିଛନ୍ତି ଯେ ଯଦି ତାଙ୍କ ପତ୍ନୀଙ୍କ ବିରୁଦ୍ଧରେ ଅଭିଯୋଗ ପ୍ରମାଣିତ ହୁଏ ତେବେ ସେ ସାଧାରଣ ଜୀବନରୁ ସନ୍ୟାସ ନେଇଯିବେ |

  11. ଏସଏସଆଇ ସର୍ଭେରୁ ମିଳିଥିବା ପ୍ରମାଣ ସୁରକ୍ଷିତ ରଖାଯିବ, ଜ୍ଞାନବ୍ୟାପୀ ମାମଲାରେ କୋର୍ଟଙ୍କ ଆଦେଶ ।

  12. ସେପ୍ଟେମ୍ବର ୨୪ରେ ବିବାହ ବନ୍ଧନରେ ବାନ୍ଧି ହେବେ ଆପ ସାଂସଦ ଓ ବଲିଉଡ ଅଭିନେତ୍ରୀ । ରାଜସ୍ଥାନ ଉଦୟପୁରରେ ହେବ ରାଘବ ଚଢ଼ା ଓ ପରିଣୀତି ଚୋପ୍ରାଙ୍କ ବାହାଘର ।

  13. ମେକ୍ସିକୋ ସାଂସଦରେ ପ୍ରଦର୍ଶିତ ହେଲା ଏଲିଅନ୍ କଙ୍କାଳ । ପ୍ରଖ୍ୟାତ ସାମ୍ବାଦିକ ଜେମେ ମୌସାନ୍ ଏଲିଏନଙ୍କ କଙ୍କାଳ ପ୍ରଦର୍ଶନ କରି ଦେଲେ ନୂଆ ତଥ୍ୟ ।

  14. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ମା’, କିଶୋରୀ ଝିଅ ଓ ଶିଶୁମାନଙ୍କ ଉପଯୁକ୍ତ ପୁଷ୍ଟିସାଧନ ଉଦ୍ଦେଶ୍ୟରେ ରାଜ୍ୟରେ ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ର ଶୁଭାରମ୍ଭ କରିଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ‘ପଡା ପୁଷ୍ଟି’ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଥିଲେ। ।

  15. ମାଷ୍ଟରକାର୍ଡ ଇଣ୍ଡିଆ ଚେୟାରମ୍ୟାନ‌ ଭାବରେ ନିଯୁକ୍ତ ହେଲେ ରଜନୀଶ କୁମାର। ଗୁରୁବାର ମାଷ୍ଟରକାର୍ଡ ଇଣ୍ଡିଆ, ଏସବିଆଇର ପୂର୍ବତନ ମୁଖ୍ୟ ରଜନୀଶ କୁମାରଙ୍କୁ କମ୍ପାନିର ଚେୟାରମ୍ୟାନ୍‌ ନିଯୁକ୍ତ କରିଛି। 

  16. ବିଶ୍ୱର ସବୁଠୁ ବଡ଼ ଟେକ୍‌ କମ୍ପାନୀ ମଧ୍ୟରେ ଅନ୍ୟତମ ‘ଗୁଗଲ’ ପୁଣି ଥରେ କର୍ମଚାରୀ ଛଟେଇ ଆରମ୍ଭ କରିଛନ୍ତି। ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ର ଗ୍ଲୋବାଲ ରିକ୍ରୁଇଟମେଣ୍ଟ ଟିମ୍‌ରୁ ଏହି ଛଟେଇ ଆରମ୍ଭ ହୋଇଛି।

  17. ଅପରାଧିକ ମାମଲାରେ ଦଣ୍ଡିତ ସାଂସଦ ଓ ବିଧାୟକମାନଙ୍କୁ ସ୍ଥାୟୀ ରୂପେ ଅଯୋଗ୍ୟ ଘୋଷିତ କରିବା ପାଇଁ ସୁପ୍ରିମକୋର୍ଟ ନିଯୁକ୍ତ ଆମିକସ କ୍ୟୁରି ବିଜୟ ହଂସାରିଆ ତାଙ୍କର ଉନ୍ନବିଂଶତମ ରିପୋର୍ଟରେ ସମର୍ଥନ କରିଛନ୍ତି।

  18. ବେଶୀ ରାତି ଯାଏ ଅନିଦ୍ରା ରହିଲେ, ମଧୁମେହ ଆଶଙ୍କା ବଢ଼ିଥାଏ ବୋଲି ଏକ ନୂତନ ଅଧ୍ୟୟନରୁ ଜଣାଯାଇଛି। ଡେରିରେ ଶୋଇ ଡେରିରେ ଉଠିବାର ଶୟନ ଅଭ୍ୟାସ ‘କ୍ରୋନୋଟାଇପ୍‌’ ନାମରେ ପରିଚିତ। କ୍ରୋନୋଟାଇପ୍ ସହ ଟାଇପ୍‌-୨ ମଧୁମେହ ଅଧିକ ସଂପୃକ୍ତ ଏବଂ ତାହା ଅସ୍ବାସ୍ଥ୍ୟକର ଜୀବନଶୈଳୀ ସହ ଜଡ଼ିତ ବୋଲି ଏହି ଅଧ୍ୟୟନରୁ ପ୍ରକାଶ ପାଇଛି।

  19. ମଣିପୁର ହିଂସା ଘଟଣାରେ ପୋଲିସ୍‌ର ତଥ୍ୟ ଜାରି: ଏବେବି ମିଳିନି ୯୬ ଶବର ପରିଚୟ, ଅନେକ ନିଖୋଜ ।

  20. ଆସନ୍ତା ବର୍ଷ କାତାରରେ ହେବାକୁ ଥିବା ପୁରୁଷ ଏସୀୟ କପ୍‌ ଫୁଟବଲ୍‌ ପ୍ରତିଯୋଗିତାରେ ଜାପାନର ୟୋସିମି ୟମସିତା ପ୍ରଥମ ମହିଳା ରେଫରି ଭାବେ ମ୍ୟାଚ୍‌ ପରିଚାଳନା କରିବେ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.