• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ତାଙ୍କର ୭୩ତମ ଜନ୍ମଦିବସ ପାଳନ କରିବାକୁ ଯାଉଛନ୍ତି। ସାରା ଭାରତର ବିଜେପି ଶାଖାଗୁଡ଼ିକ ତାଙ୍କର ଜନ୍ମଦିନକୁ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି।
  2. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଠାରେ ୫ଟି ଉପକ୍ରମରେ ନବ ନିର୍ମିତ ଅତ୍ୟାଧୁନିକ କଟକ ନେତାଜୀ ବସ ଟର୍ମିନାଲ୍‌କୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି। ଏଥି ସହିତ ମୁଖ୍ୟମନ୍ତ୍ରୀ କଟକ ସହରର ୯ଟି  ଉନ୍ନୟନ ପ୍ରକଳ୍ପର ଉଦ୍‌ଘାଟନ ଓ ୪ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
  3. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ତଥା ପ୍ରସିଦ୍ଧ ଲେଖିକା, ବୃତ୍ତଚିତ୍ର ନିର୍ମାତା, ସାମ୍ବାଦିକା ଗୀତା ମେହେଟାଙ୍କର ଶନିବାର ରାତିରେ ଦିଲ୍ଲୀସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ବର୍ଷ ହୋଇଥିଲା।
  4. ସମଗ୍ର ଭାରତରେ ୧୦୦ଟି ନୂଆ ସୈନିକ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ମଞ୍ଜୁରି ଦେଇଛନ୍ତି। ସ୍ୱେଚ୍ଛାସେବୀ ଅନୁଷ୍ଠାନ, ଘରୋଇ ସ୍କୁଲ ଓ ରାଜ୍ୟ ସରକାରଙ୍କ ସହଯୋଗରେ ଷଷ୍ଠ ଶ୍ରେଣୀରୁ ଆରମ୍ଭ କରି ପର୍ଯ୍ୟାୟକ୍ରମେ ଏହି ପଦକ୍ଷେପ କାର୍ଯ୍ୟକାରୀ କରାଯିବ।
  5. ନୋବେଲ୍‌‌ ପୁରସ୍କାର ରାଶି ବୃଦ୍ଧି ପାଇଛି । ଚଳିତବର୍ଷର ନୋବେଲ୍‌‌ ପୁରସ୍କାର ବିଜେତାମାନେ ଆଉ ଅତିରିକ୍ତ ୧ ନିୟୁତ କ୍ରାଉନ୍‌‌(ସ୍ବିଡିସ କ୍ରାଉନ୍‌‌) ଅର୍ଥ ପାଇବେ ବୋଲି ନୋବେଲ୍‌‌ ଫାଉଣ୍ଡେସନ୍‌‌ ଘୋଷଣା କରିଛି । ଫଳରେ ୨୦୨୩ ନୋବେଲ ପୁରସ୍କାର ବିଜେତାମାନେ ମୋଟ୍‌‌ ୧୧ ନିୟୁତ ସ୍ବିଡିସ କ୍ରାଉନ୍‌‌ ପାଇବେ, ଯାହାର ମୂଲ୍ୟ ୯ଲକ୍ଷ ୮୬ ହଜାର ଡଲାର ଅର୍ଥାତ୍‌‌ ଭାରତୀୟ ମୁଦ୍ରାରେ ୮ କୋଟି ୧୦ ଲକ୍ଷ ଟଙ୍କା । 
  6. ପୁରୁଣା ମିଗ୍‌-୨୧ ଓ ୨୩କୁ ପର୍ଯ୍ୟାୟକ୍ରମେ ହଟାଇବ ବାୟୁସେନା; ଆଉ ୧୦୦ଟି ନୂଆ ତେଜସ୍ ଲଢ଼ୁଆ ବିମାନ କିଣିବ
  7. ଜନସେନା ପାର୍ଟିର ମୁଖ୍ୟ ତଥା ଅଭିନେତା ପୱନ କଲ୍ୟାଣ ଆଜି ତେଲୁଗୁ ଦେଶମ ପାର୍ଟି (ଟିଡିପି) ସହିତ ଏକ ମେଣ୍ଟ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ଦଳ ଆନ୍ଧ୍ରପ୍ରଦେଶରେ ୨୦୨୪ ନିର୍ବାଚନରେ ​​ଜଗନ୍ ମୋହନ ରେଡ୍ଡୀଙ୍କ ୱାଇଏସଆର କଂଗ୍ରେସ ପାର୍ଟି ପ୍ରତିଦ୍ୱନ୍ଦ୍ୱିତା କରିବ।
  8. କରୋନାଠାରୁ ନିପା ଭାଇରସ  ଅଧିକ ଭୟଙ୍କର ରହିଥିବା କୁହାଯାଉଛି । ୧୦୦ ଜଣ ନିପା ଭାଇରସ ଆକ୍ରାନ୍ତଙ୍କ ମଧ୍ୟରୁ ୪୦ରୁ ୭୦ ଜଣଙ୍କ ମୃତ୍ୟୁ ହେବାର ଆଶଙ୍କା ରହିଥିବା କୁହାଯାଉଛି। ଏହାକୁ ନେଇ ଲୋକଙ୍କ ମନରେ ଏକ ପ୍ରକାର ଭୟର ଆତଙ୍କ ଖେଳି ଯାଇଛି।
  9. ଉତ୍ତର କୋରିଆର ଏକଛତ୍ର ଶାସକ କିମ୍ ଜଙ୍ଗ୍ ଉନ୍ ଏବେ ରୁଷିଆ ଗସ୍ତରେ ଅଛନ୍ତି, ଯେଉଁଠାରେ ସେ ଋଷର ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ରୁଷିଆର ଆଣବିକ କ୍ଷମତା ସମ୍ପନ୍ନ ରଣନୈତିକ ବୋମାବର୍ଷୀ, ହାଇପରସୋନିକ୍ କ୍ଷେପଣାସ୍ତ୍ର ଏବଂ ଯୁଦ୍ଧ ଜାହାଜ ବୁଲି ଦେଖିଛନ୍ତି।
  10. ପେଟ୍ରୋଲ୍‌ ଚାଳିତ ଦୁଇଚକିଆ ଗାଡ଼ି ପାଇଁ ବୀମା ଓ ହେଲ୍‌ମେଟ୍‌ ବାଧ୍ୟତାମୂଳକ ଥିବା ବେଳେ ଇଲେକ୍ଟ୍ରିକ୍ ଗାଡ଼ି କ୍ଷେତ୍ରରେ ମଧ୍ୟ ତାହା ପ୍ରଯୁଯ୍ୟ ବୋଲି ଦିଲ୍ଲୀ ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।‌ ଯେଉଁମାନେ ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ବି‌ରୋଧରେ ଆଇନ ଅନୁସାରେ ଜରିମାନା ଲଗାଇବା ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
  11. ବିଶ୍ୱ ବଜାରରେ ଅଶୋଧିତ ତୈଳ ମହଙ୍ଗା ହେବାରେ ଲାଗିଛି। ଲଗାତାର ତୃତୀୟ ସପ୍ତାହରେ ତେଲ ଦାମ୍ ବଢ଼ିଛି। ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ୯୪ ଡଲାରକୁ ବୃଦ୍ଧି ପାଇଛି। କିଛି ମାସ ତଳେ ଜୁନ୍‌ରେ ଏହାର ଦାମ୍ ୭୦ ଡଲାର ଥିଲା।
  12. ବିଶ୍ୱର ଏକ ନମ୍ବର ଧନୀ ଏଲନ୍‌ ମସ୍କଙ୍କ ଭାରତ ବିଷୟରେ କ’ଣ ଭାବନା ରହିଛି ତାହା ଉପରୁ ପରଦା ଉଠାଇଛନ୍ତି ତାଙ୍କ ଜୀବନ ରଚନା କରିଥିବା ବ୍ୟକ୍ତି ୱାଲ୍‌ଟର ଆଇଜ୍ୟାକ୍‌ସନ୍। ସେ କହିଛନ୍ତି ଯେ ମସ୍କ ଭାରତକୁ ବହୁତ ପସନ୍ଦ କରନ୍ତି।
  13. ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ଗୋପାଳପୁର ବନ୍ଦର ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ୧୧୯.୭୧୬ ଏକର ଜମି ଗୋପାଳପୁର ବନ୍ଦରର ଉନ୍ନତିକରଣ ତଥା ସଂପ୍ରସାରଣ ନିମିତ୍ତ ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି ।
  14. ମୁମ୍ବାଇର ପରିଚୟ ଭାବରେ ବିବେଚନା କରାଯାଉଥିବା ପୁରୁଣା ଡବଲ-ଡେକର୍‌ ବେଷ୍ଟ ବସ ଅବସର ନେବାକୁ ନିଷ୍ପତ୍ତି ନିଆଯାଇଛି। ଶୁକ୍ରବାର (ସେପ୍ଟେମ୍ବର ୧୫) ଠାରୁ ବେଷ୍ଟର ପୁରୁଣା ଡବଲ ଡେକର ବସ ସେବା ବନ୍ଦ ହୋଇଯାଇଛି ।
  15. ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ମହାରାଷ୍ଟ୍ର ସରକାର ଯଥାକ୍ରମେ ଔରଙ୍ଗାବାଦ ଏବଂ ଓସମାନାବାଦ ଜିଲାର ନାମକୁ ଛତ୍ରପତି ସମ୍ଭାଜୀନଗର ଏବଂ ଧରାଶିବରେ ପରିବର୍ତ୍ତନ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛନ୍ତି।
  16. ବିଶ୍ୱରେ ଦାରିଦ୍ର ସୀମାରେଖା ତଳେ ଥିବା ଲୋକଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ସମସ୍ତ ଉଦ୍ୟମ ସତ୍ତ୍ୱେ, ଲୋକମାନେ ପ୍ରତିଦିନ ୨.୧୫ ଡଲାର (୧୭୮ ଟଙ୍କା) ଆୟ କରି ଜୀବନ ବଞ୍ଚୁଛନ୍ତି।
  17. ଧ୍ରୁବାସ୍ତ୍ର ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର, ୧୨ଟି ଏସ୍‌-୩୦ ଏମ୍‌କେଆଇ ଯୁଦ୍ଧବିମାନ ସମେତ ବିଭିନ୍ନ ଅସ୍ତ୍ର ସିଷ୍ଟମ କ୍ରୟ ଲାଗି ୪୫ ହଜାର କୋଟି ଟଙ୍କାର ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଶୁକ୍ରବାର ମଞ୍ଜୁରୀ ଦେଇଛି।
  18. ଭାରତର ବଡ ବ୍ୟବସାୟୀ ଓ କୋଟିପତିଙ୍କ ମଧ୍ୟରେ ଅନ୍ୟତମ ରତନ ଟାଟା ବ୍ରିଟେନରେ ଏକ ବଡ ପୁଞ୍ଜି ନିବେଶ କରିବାକୁ ଯାଉଛି। ଟାଟା ଷ୍ଟିଲ ଓ ବ୍ରିଟିଶ ସରକାର ମଧ୍ୟରେ ଏହି ଆର୍ଥିକ ପ୍ୟାକେଜକୁ ନେଇ ଚୁକ୍ତି ହୋଇଛି।
  19. କେନ୍ଦ୍ର ସରକାର ଆଧାର ସଂଶୋଧନ ସମୟସୀମାକୁ ଆଉ ୩ ମାସ ବୃଦ୍ଧି କରିଛନ୍ତି । ଆଧାର ପରିଚୟପତ୍ରରେ ସଂଶୋଧନ ଲାଗି ବିନା ଦେୟରେ ଅନଲାଇନ୍‌‌ ଜରିଆରେ ଡିସେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ସଂଶୋଧନ କରାଯାଇପାରିବ।
  20. ଅନ୍ତର୍ଜାତୀୟ କ୍ରିକେଟ ପରିଚାଳନା ପରିଷଦ (ଆଇସିସି) ପକ୍ଷରୁ ସଦ୍ୟ ପ୍ରକାଶିତ ଦିନିକିଆ ଦଳ ମାନ୍ୟତାରେ ଭାରତ ଦ୍ବିତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ଚଳିତ ଏସିଆ କପ୍‌ରେ ଦୁଇଟି ପରାଜୟ ପରେ ପାକିସ୍ତାନ ଏକ ନମ୍ବର ସ୍ଥାନରୁ ୩ୟ ସ୍ଥାନକୁ ଖସି ଆସିଛି  ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.