• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଆବିଷ୍କାର ହେଲା ବିଶ୍ବର ୮ମ ମହାଦେଶ ‘ଜିଲାଣ୍ଡିଆ’, ଏହାର ୯୪% ଭାଗ ସମୁଦ୍ର ତଳେ ରହିଛି l ବୈଜ୍ଞାନିକ ଓ ଗବେଷକମାନେ ପୃଥିବୀର ୮ମ ମହାଦେଶକୁ କଲେ ଆବିଷ୍କାର l ଏହି ଦ୍ୱୀପର ୬ ପ୍ରତିଶତ ନ୍ୟୁଜିଲାଣ୍ଡ ଆଖପାଖ ଅଞ୍ଚଳରେ ଅବସ୍ଥିତ ।

  2. କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଆଜି ମଣିପୁର ହିଂସା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ସରକାର ଉପରେ ବର୍ଷିଛନ୍ତି। ଖଡ଼ଗେ କହିଛନ୍ତି, ଉତ୍ତରପୂର୍ବ ରାଜ୍ୟ ଏବେ ଏକ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଛି।

  3. ସଫଳ ଚନ୍ଦ୍ର ଓ ସୂର୍ଯ୍ୟ ଅଭିଯାନ ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଏବେ ଶୁକ୍ର ଗ୍ରହକୁ ମହାକାଶଯାନ ପଠାଇବାକୁ ଯୋଜନା କରୁଛି। ଆମ ସୌର ଜଗତର ଉଜ୍ଜ୍ବଳତମ ଗ୍ରହ ଶୁକ୍ର ମିସନ ନେଇ ଇସ୍ରୋ ପ୍ରସ୍ତୁତି ଚଳାଇଛି ବୋଲି ଏହାର ମୁଖ୍ୟ ଏସ୍ ସୋମନାଥ କହିଛନ୍ତି।

  4. ଇରାକ୍‌ର ସବୁଠୁ ବଡ଼ ଖ୍ରିଷ୍ଟିଆନ ସହରରେ ମଙ୍ଗଳବାର ଏକ ବିବାହ ପାର୍ଟିରେ ଭୟଙ୍କର ଅଗ୍ନିକାଣ୍ଡ ‌ହୋଇ ୧୧୪ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

  5. ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ଯୋଜନାକୁ ବିରୋଧ କରି ଆସନ୍ତା ଅକ୍ଟୋବର ମାସ ୧୦ ତାରିଖରେ ସାରା ରାଜ୍ୟରେ ବସ୍ ଧର୍ମଘଟ କରିବାକୁ ନିଷ୍ପତ୍ତି ନେଲେ ଘରୋଇ ବସ୍ ମାଲିକ ସଂଘ।

  6. ଏଣିକି ରାଜ୍ୟର ସହରାଞ୍ଚଳ ହେଉ କି ଗ୍ରାମାଞ୍ଚଳ ଯେଉଁଠି ବି ଚାଷ ଜମିକୁ କୃଷି ବ୍ୟତୀତ ଯେ କୌଣସି ଅଣ କୃଷି ଉଦ୍ଦେଶ୍ୟରେ ବ୍ୟବହାର ନିମନ୍ତେ କିସମ ପରିବର୍ତ୍ତନ କଲେ ପ୍ରତି ଏକର ଚାଷ ଜମିର ବଜାର ଦରର ଏକ ପ୍ରତିଶତ ଦେୟ ଦେବାକୁ ପଡ଼ିବ।

  7. ଗୁଜରାଟର ଅହମ୍ମଦାବାଦର ସାଇନ୍ସ ସିଟି ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l

  8. ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣିଙ୍କ ହୁଣ୍ଡି ଖୋଲାଗଲା l ସେଥିରୁ ମିଳିଲା ୬୮ ଲକ୍ଷ ଟଙ୍କା, ୩୯ ଗ୍ରାମ ସୁନା, ୧୭୯୭ ଗ୍ରାମ ରୁପା ଓ ବିଦେଶୀ ମୁଦ୍ରା l

  9. ମଲ୍ଲୟାଲମ୍ ଫିଲ୍ମ ‘୨୦୧୮’ ଚଳିତବର୍ଷ ପାଇଁ ଓସ୍କାର ଦୌଡରେ ସାମିଲ ହେଲା । ୨୧ ବର୍ଷ ପରେ ଭାରତ ପାଇଁ ଏହି ସୁଯୋଗ ଆଣିଲା କେରଳର ପ୍ରଳୟାଙ୍କାରୀ ବନ୍ୟାକୁ ନେଇ ଗତିଶୀଳ ହୋଇଥିବା ଏହି ଚଳଚ୍ଚିତ୍ରର କାହାଣୀ ।

  10. ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ନୀତା ଏମ ଅମ୍ବାନିଙ୍କୁ ମିଳିଲା ସମ୍ମାନଜନକ ସିଟିଜେନ୍ ଅଫ ମୁମ୍ବାଇ ଆୱାର୍ଡ l

  11. ରେକର୍ଡ ଭାଙ୍ଗିଲେ ଆମେରିକାର ମହାକାଶଚାରୀ l ସ୍ପେସ୍‌ ଷ୍ଟେସନ୍‌ରେ ୩୭୧ ଦିନ ରହି ପୃଥିବୀକୁ ଫେରିଲେ ଆମେରିକା ସେନାର ଲେପ୍ଟନାଣ୍ଟ କର୍ଣ୍ଣେଲ ଏବଂ ନାସାର ମହାକାଶଯାତ୍ରୀ ଫ୍ରାଙ୍କ ରବିୟୋ l

  12. ଆତଙ୍କବାଦୀ ହରଦୀପ ସିଂହ ନିଜାର ହତ୍ୟାକୁ ନେଇ ଭାରତ ଓ କାନାଡା ମଧ୍ୟରେ ଜାରି ରହିଥିବା କୂଟନୀତିକ ଯୁଦ୍ଧ ପଛରେ ପାକସ୍ତାନର ହାତ। ପାକସ୍ତାନ ଗୁଇନ୍ଦା ସଂସ୍ଥା(ଆଇଏସ୍‌ଆଇ) ହିଁ ଭାରତ ଓ କାନାଡା ମଧ୍ୟରେ କଳି ଲଗାଇବାକୁ ଯୋଜନା କରିଥିଲା l

  13. ନେପାଳରେ ରଦ୍ଦ ହେଲା ତିନି ତଲାକ।  

  14. ବିଶ୍ବକପ ପୂର୍ବରୁ ଶେଷ ମ୍ୟାଚ ହାରିଲା ଭାରତ l ତୃତୀୟ ଦିନିକିଆରେ ଭାରତକୁ ଭ୍ରମଣକାରୀ ଅଷ୍ଟ୍ରେଲିଆ ଦଳ ୬୬ ରନରେ ହରାଇଲା, ଭାରତ ନେଲା ଟ୍ରଫି l

  15. ଏସୀୟ କ୍ରୀଡ଼ାର ଚତୁର୍ଥ ଦିନରେ ୨୨ଟି ପଦକ ସହ ସପ୍ତମ ସ୍ଥାନରେ ରହିଲା ଭାରତ l ଏଥିରେ ୫ଟି ସ୍ୱର୍ଣ୍ଣ, ୭ଟି ରୌପ୍ୟ ଏବଂ ୧୦ଟି ବ୍ରୋଞ୍ଜ ପଦକ ରହିଛି l

  16. ଦୀର୍ଘ ୭ ବର୍ଷ ପରେ ଭାରତରେ ପହଞ୍ଚିଛି ପାକିସ୍ତାନ କ୍ରିକେଟ ଦଳ । ବିଶ୍ବକପ୍ ଆରମ୍ଭ ପୂର୍ବରୁ ହାଇଦ୍ରାବାଦରେ ନିଜର ଅଭ୍ୟାସ ମ୍ୟାଚ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ ପାକିସ୍ତାନ ଦଳ ।

  17. ଭାରତ ଉପରେ ଚୀନର ସତର୍କ ଦୃଷ୍ଟି ଜାରି ରହିଛି । ଭାରତ ଉପରେ ନଜର ରଖିବାକୁ ଚୀନ ପୁଣି ଥରେ ଏକ ଗୁପ୍ତଚର ଜାହାଜ ଶ୍ରୀଲଙ୍କା ଉପକୂଳକୁ ପଠାଇଛି ।

  18. ଜାତିସଂଘର ଏହି ରିପୋର୍ଟରୁ ଜଣାପଡ଼ିଛି ଯେ ଭାରତରେ ୬୦ ବର୍ଷ ବୟସରେ ପହଞ୍ଚିଥିବା ପୁରୁଷମାନେ ଆଉ ୧୭.୫ ବର୍ଷ ଏବଂ ମହିଳାମାନେ ଆଉ ୧୯ ବର୍ଷ ବଞ୍ଚୁଛନ୍ତି।

  19. ଜାତିସଂଘର ଏକ ରିପୋର୍ଟ ଅନୁସାରେ ୪୦ ପ୍ରତିଶତରୁ ଅଧିକ ବୟସ୍କ ଲୋକ ସମ୍ପତ୍ତି ଦୃଷ୍ଟିରୁ ତଳ ଆଡ଼ର ଏକ ପଞ୍ଚାମଂଶ ମଧ୍ୟରେ ରହିଛନ୍ତି। ସେମାନଙ୍କ ପାଖରେ ବିଶେଷ କିଛି ଧନ ନାହିଁ। ସେମାନେ ଗରିବ ଭଳି ଜୀବନ ବିତାଉଛନ୍ତି। ୧୮.୭ ପ୍ରତିଶତ ବୟସ୍କ ଲୋକଙ୍କ କୌଣସି ଆୟ ନାହିଁ।

  20. ଖବରକାଗଜରେ ଖାଇବା ଜିନିଷ ଗୁଡ଼ାଇ ନରଖିବାକୁ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ କର୍ତ୍ତୃପକ୍ଷ (ଏଫ୍‌ଏସ୍‌ଏସ୍‌ଏଆଇ) ପକ୍ଷରୁ କୁହାଯାଇଛି। ଖବରକାଗଜ ତିଆରି ହୋଇ ଲୋକମାନଙ୍କ ପାଖରେ ପହଞ୍ଚିବା ପର୍ଯ୍ୟନ୍ତ ବିଭିନ୍ନ ପରିବେଶ ଓ ପରିସ୍ଥିତି ଦେଇ ଗତି କରିଥାଏ। ଫଳରେ ସେଥିରେ ଜୀବାଣୁ, ଭୂତାଣୁ ଓ ଅନ୍ୟାନ୍ୟ ହାନିକାରକ ଉପାଦାନ ରହିଥାଏ ଯାହା ଖାଦ୍ୟ ସାମଗ୍ରୀରେ ମିଶିବାର ଆଶଙ୍କା ରହିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.