• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଚଳିତ ବର୍ଷ ଚୀନ୍ ହ୍ୟାକରମାନେ ଆମେରିକା ବୈଦେଶିକ ବିଭାଗର ଆକାଉଣ୍ଟରୁ ହଜାର ହଜାର ଇମେଲ୍ ଚୋରି କରିବାରେ ସଫଳ ହୋଇଛନ୍ତି ବୋଲି ସିନେଟ୍‌ର ଜଣେ କର୍ମଚାରୀ ବୁଧବାର କହିଛନ୍ତି। ଅଧିକାରୀମାନେ ସାଂସଦମାନଙ୍କୁ କହିଛନ୍ତି ଯେ ବୈଦେଶିକ ବିଭାଗର ୧୦ଟି ଆକାଉଣ୍ଟରୁ ୬୦,୦୦୦ ଇମେଲ୍ ଚୋରି ହୋଇଛି।

  2. ମଣିପୁରରେ ୨ ଛାତ୍ରଙ୍କ ହତ୍ୟା ଘଟଣାକୁ ବିରୋଧ କରି ପୁଣିଥରେ ହିଂସା ଓ ଆନ୍ଦାଳନ ତେଜିଛି। ଗୁରୁବାର ସକାଳେ ଅନେକ ସଂଖ୍ୟାରେ ଆନ୍ଦୋଳନରତ ଛାତ୍ର ଏବଂ ଜନତା ଇମ୍ଫାଲ ପଶ୍ଚିମରେ ଡିସି (ଡେପୁଟି କମିସନର) ଅଫିସ ଭଙ୍ଗାରୁଜା କରିଛନ୍ତି ଏବଂ ୨ଟି ୪ ଚକିଆ ଗାଡ଼ି ଜାଳି ଦେଇଛନ୍ତି।

  3. ସଂଶୋଧିତ ସୂଚନା ପ୍ରଯୁକ୍ତି (ଆଇଟି) ନିୟମକୁ ଚ୍ୟାଲେଞ୍ଜ କରୁଥିବା ଏକାଧିକ ପିଟିସନ ଉପରେ ବମ୍ବେ ହାଇକୋର୍ଟ ବୁଧବାର ଶୁଣାଣି କରିଛନ୍ତି। ଏହି ନିୟମ ଅନୁଯାୟୀ ପ୍ରତିଷ୍ଠା ହେବାକୁ ଥିବା ଫ୍ୟାକ୍ଟ ଚେକ୍ ୟୁନିଟ୍ (ଏଫ୍‌ସିୟୁ)କୁ ସମର୍ଥନ କରି ଭାରତର ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଅଦାଲତଙ୍କୁ କହିଛନ୍ତି ଯେ ଅନ୍‌ଲାଇନ୍ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକ ଏଫ୍‌ସିୟୁ ଦ୍ୱାରା ଚିହ୍ନିତ ବିଷୟବସ୍ତୁ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଛଡ଼ା ଅନ୍ୟ ବିକଳ୍ପ ନାହିଁ।

  4. ରାଜ୍ୟରେ ସାପକାମୁଡାରେ, ବଜ୍ରପାତରେ, ବାଘ ଓ କୁମ୍ଭୀର ଖାଇ ମାରିଦେବା, ହାତୀ ଆକ୍ରମଣରେ କେତେ ଜଣ ଗତ ୨ ବର୍ଷ ମଧ୍ୟରେ ମୃତ୍ୟୁବରଣ କରିଛନ୍ତି । ସେବାବଦକୁ ସରକାର କ୍ଷତିପୂରଣ ଓ ଅନୁକମ୍ପାମୂଳକ ସହାୟତା ରାଶି କେତେ ଜଣଙ୍କୁ କେତେ ଟଙ୍କା ଲେଖାଏଁ ଅନୁଦାନ ଦେଇଛନ୍ତି।

  5. ବିଶିଷ୍ଟ କୃଷି ବିଜ୍ଞାନୀ ଏମ ଏସ ସ୍ୱାମୀନାଥନ୍‌ଙ୍କ ପରଲୋକ ଘଟିଛି। ଚେନ୍ନାଇରେ ୯୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ସବୁଜ ବିପ୍ଲବର ଜନକ ଥିଲେ ଏମ ଏସ ସ୍ବାମୀନାଥନ । କୃଷି କ୍ଷେତ୍ରରେ ସ୍ବାମୀନାଥନଙ୍କ ରହିଛି ଉଲ୍ଲେଖନୀୟ ଅବଦାନ।

  6. ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ମୃତ୍ୟୁ ପରେ ଭାରତ ଓ କାନାଡା ମଧ୍ୟରେ ଉତ୍ତେଜନା ଜାରି ରହିଥିବାବେଳେ କାନାଡା ଉପରେ ସାଇବର ଆକ୍ରମଣ ହୋଇଛି । କାନାଡା ସେନାର ୱେବସାଇଟକୁ ହ୍ୟାକରମାନେ ଟାର୍ଗେଟ କରିଛନ୍ତି ।

  7. ଫ୍ଲିପକାର୍ଟ ବିଗ୍ ବିଲିୟନ ଡେ ସେଲ୍-୨୦୨୩ ଭାରତରେ ସପ୍ତାହବ୍ୟାପି ଚାଲିବାକୁ ଥିବା ଅକ୍ଟୋବର ୮ ତାରିଖରୁ ଆରମ୍ଭ ହେବ।

  8. ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ମୁଖ୍ୟ ଏସ୍ ସୋମନାଥ ଗୁରୁବାର କହିଛନ୍ତି ଯେ ଚନ୍ଦ୍ର ମିସନ ଚନ୍ଦ୍ରଯାନ -୩ର ରୋଭର ‘ପ୍ରଜ୍ଞାନ’ଠାରୁ ଯାହା ଆଶା କରାଯାଉଥିଲା ତାହା ହାସଲ ହୋଇସାରିଛି।

  9. ମଣିପୁରରେ ୨ ଛାତ୍ରଙ୍କ ହତ୍ୟା ଘଟଣାକୁ ବିରୋଧ କରି ଜୋରଦାର ହିଂସା ଉପୁଜିଛି। ତେବେ ହିଂସା ଘଟଣାରେ ସମ୍ପୃକ୍ତ ‌ଦୋଷୀ ଗିରଫ ହେବେ ଏବଂ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି ।

  10. ହ୍ୟାରି ପୋଟର’ ସରିଜର ପ୍ରସିଦ୍ଧ ଅଭିନେତା ମାଇକେଲ ଗାମ୍ବୋନ୍‌ଙ୍କର ୮୨ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ସେ  ହ୍ୟାରି ପୋଟର ସିରିଜର ୮ଟି ଫିଲ୍ମ ମଧ୍ୟରୁ ୬ଟି‌ରେ ହଗୱାର୍ଡସ୍ ହେଡମାଷ୍ଟର ଆଲବସ୍‌ ଡମ୍ବଲଡୋର ଭୂମିକାରେ ଅଭିନୟ ପାଇଁ ବିଶେଷ ଖ୍ୟାତି ଅର୍ଜନ କରିଥିଲେ।

  11. ଟାଟା ଷ୍ଟିଲ୍‌ର ଫେରୋ ଆଲଏଜ୍ ଆଣ୍ଡ୍‌ ମିନେରାଲ୍ ଡିଭିଜନ ପକ୍ଷରୁ ଇଣ୍ଡିଆନ ଅଏଲ୍‌ ସହ ଏକ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। କଂପାନିର ଗୋପାଳପୁର ଓ ଆଠଗଡ଼ରେ ଥିବା ଫେରୋ ଆଲଏଜ୍ କାରଖାନାକୁ ଇଣ୍ଡିଆନ ଅଏଲ୍‌ ଏଲ୍‌ପିଜି ଯୋଗାଇବା ସହ ସେଥିପାଇଁ ବ୍ୟବସ୍ଥା ସ୍ଥାପନ କରି ତାହାର ପରିଚାଳନା ଓ ରକ୍ଷଣାବେକ୍ଷଣ କରିବ। ଫର୍ନେସ୍ ତୈଳ ଓ ହାଇ-ସ୍ପିଡ୍ ଡିଜେଲ୍‌ ବଦଳରେ କଂପାନି ଏଲ୍‌ପିଜି ବ୍ୟବହାର କରିବ।

  12. ଟାଟା ଗ୍ରୁପ୍ ମାଲିକାନାରେ ଥିବା ଏୟାର ଇଣ୍ଡିଆର ପାଇଲଟ୍, ଫ୍ଲାଇଟ୍ ଷ୍ଟାଫ୍ ଏବଂ କ୍ୟାବିନ୍ କ୍ରୁଙ୍କ ୟୁନିଫର୍ମକୁ ପ୍ରଖ୍ୟାତ ଫ୍ୟାସନ୍ ଡିଜାଇନର ମନୀଷ ମାଲହୋତ୍ରା ଡିଜାଇନ୍ କରିବେ। ଆଜି ଏୟାର ଇଣ୍ଡିଆ ଏ ନେଇ ଏକ ଆନୁଷ୍ଠାନିକ ଘୋଷଣା କରିଛି ଓ  ମନୀଷ ମାଲହୋତ୍ରାଙ୍କ ଭଳି ଜଣେ ସେଲିବ୍ରିଟି ଡିଜାଇନର୍  ଏୟାରଲାଇନ୍ସ କର୍ମଚାରୀଙ୍କ ୟୁନିଫର୍ମ ଡିଜାଇନ୍ କରିବେ ବୋଲି ଖୁସି ବ୍ୟକ୍ତ କରିଛି  ।

  13. ଭାରତରେ ବ୍ୟବସାୟ କରୁଥିବା ବିଦେଶୀ ଅନଲାଇନ ଟେକନଲୋଜୀ କମ୍ପାନି ଫେସବୁକ, ଗୁଗୁଲ, ଏକ୍ସ ତଥା ବିଭିନ୍ନ ଏଡୁଟେକ୍ କମ୍ପାନିଙ୍କ ଉପରେ ଟିକସ ଲାଗୁ କରାଯିବ । ଏସବୁ କମ୍ପାନିଙ୍କ ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ କରିବାକୁ ସରକାର ଯୋଜନା କରୁଛନ୍ତି ।

  14. ବାଚସ୍ପତିଙ୍କୁ ଅସମ୍ମାନ କରିବା ପଡିଲା ମହଙ୍ଗା । ବିଧାନସଭାରୁ ନିଲମ୍ବିତ ହେଲେ ବିଜେପିର ଦୁଇ ବିଧାୟକ । ଦୁଇ ବିଜେପି ବିଧାୟକ ମୋହନ ମାଝୀ ଏବଂ ମୁକେଶ ମହାଲିଙ୍ଗ ବିଧାନସଭାରୁ ନିଲମ୍ବିତ ହୋଇଛନ୍ତି । ବାଚସ୍ପତିଙ୍କ ପୋଡିୟମ ଉପରକୁ ଡାଲି ଫିଙ୍ଗି ବାଚସ୍ପତିଙ୍କୁ ଅସମ୍ମାନ କରିଥିଲେ ବିଜେପିର ଏହି ଦୁଇ ବିଧାୟକ ।

  15. ଭୀମ ପୃଷ୍ଟି ପାଇବେ ୪୪ତମ ‘ଶାରଳା ପୁରସ୍କାର’, ‘ଜମ୍ବୁଲୋକ’ ପାଇଁ ହେବେ ସମ୍ମାନିତ ।

  16. କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରି ଡିସେମ୍ବର ସୁଦ୍ଧା ଚକାଚକ ହେବ ଦେଶର ସମସ୍ତ ଜାତୀୟ ରାଜପଥବୋଲି  ଏହି ଘୋଷଣା କରିଛନ୍ତି । 

  17. ହ୍ବାଙ୍ଗଝୋ ଏସୀୟ କ୍ରୀଡ଼ାର ଷଷ୍ଠ ଦିବସ ଗୁରୁବାର ଭାରତକୁ ଗୋଟିଏ ସ୍ବର୍ଣ୍ଣ,. ଗୋଟିଏ ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ମିଳିଛି। ଏଥି ସହିତ ଭାରତର ପଦକ ସଂଖ୍ୟା ୨୫ଛୁଇଁଛି। ୧୦ ମିଟର ଏୟାର ପିସ୍ତଲ ଦଳଗତ ପୁରୁଷ ବର୍ଗରେ ଅର୍ଜୁନ ଚିମା, ସରବଜ୍ୟୋତ ସିଂହ ଏବଂ ଶିବ ନରୱାଲା ପ୍ରଥମ ସ୍ଥାନ ସହ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଉକ୍ତ ୩ ସୁଟର ମୋଟ ୧୭୩୪ ପଏଣ୍ଟ ସ୍କୋର କରି ପ୍ରଥମ ସ୍ଥାନ ହାସଲ କରିଥିଲେ ।

  18. ଆଫଗାନିସ୍ତାନରେ ଅର୍ଥନୀତିର ଦୁରାବସ୍ଥା, ତାଲିବାନର ନିଷ୍ଠୁର ଶାସନ ଭିତରେ ଦେଶର ଅର୍ଥନୀତି ପାଇଁ ଭଲ ଖବର ଆସିଛି। ବିଶ୍ୱର ଉତ୍ତମ ପ୍ରଦର୍ଶନକାରୀ ମୁଦ୍ରା ଭିତରେ ଆଫଗାନିସ୍ତାନର ମୁଦ୍ରା ‘ଆଫଗାନୀ’ ଭଲ ପ୍ରଦର୍ଶନ କରିଛି।

  19. ଉଭୟ ଆରବସାଗର ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଛି ଦୁଇଟି ଲଘୁଚାପ କ୍ଷେତ୍ର । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓ୍ବେଲମାର୍କ ଲୋପ୍ରେସର ରୂପ ନେବ। ଧୀରେ ଧୀରେ ଘନୀଭୂତ ହୋଇ ଉତ୍ତର ଓଡିଶା ଓ ପଶ୍ଚିମବଙ୍ଗ ମୁହାଁ ହେବ ।

  20. ବିଶ୍ୱକପ୍‌ ଟିମ୍‌ରେ ସାମିଲ୍ ହେଲେ ଷ୍ଟାର୍ ଅଫ୍‌ ସ୍ପିନର ଆର ଅଶ୍ୱୀନ। ଅକ୍ଷର ପଟେଲ୍‌ଙ୍କ ସ୍ଥାନରେ ବିଶ୍ୱକପ୍‌ ମ୍ୟାଚ୍ ଖେଳିବେ ଆର୍ ଅଶ୍ୱିନ୍। ଆହତ କାରଣରୁ ଅକ୍ଷର ପଟେଲଙ୍କୁ ବିଶ୍ୱକପ୍‌ରୁ ବାଦ ଦିଆଯାଇଛି।ଅକ୍ଷରଙ୍କ ସ୍ଥାନରେ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଭାରତର ୧୫ ଜଣିଆ ବିଶ୍ବକପ୍ ଦଳରେ ସାମିଲ କରାଯାଇଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.