• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ଦେଶରେ ନିଟ୍‌ ପାରିବାରିକ ସଂଚୟ ଗତ ପ୍ରାୟ ୫ ଦଶନ୍ଧିର ସର୍ବନିମ୍ନ ସ୍ତରକୁ ଖସିଆସିଛି। ୨୦୨୧-୨୨ ଆର୍ଥିକ ବର୍ଷରେ ନିଟ୍‌ ପାରିବାରିକ ସଂଚୟ ଜିଡିପିର ୭.୨ ପ୍ରତିଶତରେ ଥିଲା। କିନ୍ତୁ ୨୦୨୨-୨୩ରେ ଏହା ଜିଡିପିର ୫.୧ ପ୍ରତିଶତକୁ ହ୍ରାସ ପାଇଛି।

  2. ସ୍ବଳ୍ପକାଳୀନ ରାଜନୈତିକ ଲାଭ ପାଇବା ଲାଗି ରାଜସ୍ଥାନ, ଛତିଶଗଡ଼, ଝାଡ଼ଖଣ୍ଡ, ପଞ୍ଜାବ ଓ ହରିୟାଣା ସରକାର ପୁରୁଣା ପେନ୍‌ସନ୍ ସ୍କିମ୍‌ (ଓପିଏସ୍‌) ଲାଗୁ କରିବା ଘୋଷଣା କରିଛନ୍ତି। ଏହି ବ୍ୟବସ୍ଥା ଦୀର୍ଘସ୍ଥାୟୀ ନୁହେଁ ବୋଲି ରିଜର୍ଭ ବ୍ୟାଙ୍କର ବୁଲେଟିନ୍‌ରେ କୁହାଯାଇଛି। ଯଦି ରାଜ୍ୟଗୁଡ଼ିକ ପୁରୁଣା ପେନ୍‌ସନ୍ ସ୍କିମ୍ ଲାଗୁ କରିବେ ତେବେ ସେମାନଙ୍କ ବାର୍ଷିକ ପେନ୍‌ସନ୍ ଖର୍ଚ୍ଚ ୨୦୬୦ ମଧ୍ୟରେ ବାର୍ଷିକ ୦.୬ ପ୍ରତିଶତ ହାରରେ ବଢ଼ିବ।

  3. ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍ ଜାତିସଂଘ ସାଧାରଣ ସଭାର ଉଚ୍ଚସ୍ତରୀୟ ୭୮ ତମ ଅଧିବେଶନ  ସମ୍ମିଳନୀରେ ବିଶ୍ୱର ନେତାମାନଙ୍କୁ ୨୦୩୦ ସୁଦ୍ଧା ଦାରିଦ୍ର୍ୟ ଦୂରୀକରଣର ନିରନ୍ତର ବିକାଶ ଲକ୍ଷ୍ୟକୁ ଅଗ୍ରାଧିକାର ଦେବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଯେ ଏହାର କାର୍ଯ୍ୟକାରିତା ଅଧାରୁ କେବଳ ୧୫ ପ୍ରତିଶତ ଲକ୍ଷ୍ୟରେ ଅଛି। ବିଶ୍ୱର ନେତାମାନେ ୨୦୧୫ରେ ସ୍ଥାୟୀ ବିକାଶ ଲକ୍ଷ୍ୟ ଗ୍ରହଣ କରିଥିଲେ ଓ ଯାହାକୁ କେହି ଛାଡିବେ ନାହିଁ ବୋଲି ପ୍ରତିଶୃତି ଦେଇଥିଲେ।

  4. ଇରାନ ୫ ଜଣ ଆମେରିକୀୟ ବନ୍ଦୀଙ୍କୁ ମୁକ୍ତ କରିଛି। ଆମେରିକା ଏବଂ ଇରାନ ମଧ୍ୟରେ ଏକ ସ୍ୱତନ୍ତ୍ର ଚୁକ୍ତିନାମା ଅନୁଯାୟୀ ଆମେରିକାରେ ବନ୍ଦୀ ଥିବା ପାଞ୍ଚ ଜଣ ଇରାନୀ ବନ୍ଦୀଙ୍କ ବଦଳରେ ପାଞ୍ଚ ଜଣ ଆମେରିକୀୟ ବନ୍ଦୀଙ୍କୁ ଇରାନରୁ ମୁକ୍ତ କରାଯାଇଛି।

  5. କୃଷକମାନଙ୍କୁ ସବସିଡି ଋଣ ଏବଂ ପାଣ୍ଠିର ସମସ୍ୟାକୁ ଦୂର କରିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କିଷାନ ଋଣ ପୋର୍ଟାଲ ଆରମ୍ଭ କରିଛନ୍ତି।

  6. ମୋଦି ସରକାର ମଙ୍ଗଳବାର ଲୋକସଭାରେ ମହିଳା ସଂରକ୍ଷଣ ବିଲ ଆଗତ କରିଛନ୍ତି। ବାସ୍ତବରେ, ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ମହିଳାମାନଙ୍କ ପାଇଁ ଏକ ତୃତୀୟାଂଶ ସିଟ ସଂରକ୍ଷଣ କରିବାକୁ ଏହି ବିଲରେ ଏକ ବ୍ୟବସ୍ଥା ରହିଛି। ବର୍ତ୍ତମାନ ଲୋକସଭାର ୫୪୨ ସଦସ୍ୟଙ୍କ ମଧ୍ୟରେ ୭୮ ଜଣ ମହିଳା ଏମପି ଅଛନ୍ତି ଯାହା ସମୁଦାୟ ଏମପିଙ୍କ ସଂଖ୍ୟାର ୧୪ ପ୍ରତିଶତ ଅଟେ।

  7. ଏଲନ୍‌ ମସ୍କ ସମସ୍ତ ‘ଏକ୍ସ’ (ପୂର୍ବର ଟ୍ଵିଟର) ବ୍ୟବହାରକାରୀଙ୍କ ଠାରୁ ଏକ ସ୍ୱଳ୍ପ ମାସିକ ଦେୟ ଆଦାୟ କରିବାକୁ ଯାଉଛନ୍ତି । ଫଳରେ, ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଖୁବ ଶୀଘ୍ର ଆଉ କୌଣସି ପ୍ରକାରର ମାଗଣା ବ୍ୟବହାରର ସୁଯୋଗ ଦେବନାହିଁ।

  8. ମଙ୍ଗଳବାର ଦିନ ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଭାରତୀୟ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି। ୭ଦିନ ପରେ ପରେ ଶେଷ ହେଲା ଅପରେସନ। ନିହତ ହେଲା ଲସ୍କର କମାଣ୍ଡର ଉଜୈର ଖାନ୍।

  9. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ପ୍ରଥମ ଥର ପାଇଁ ନୂତନ ସଂସଦର ସଦସ୍ୟମାନଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ମହିଳା ସଂରକ୍ଷଣ ବିଲ୍ ବିଷୟରେ କହିଥିଲେ। ସେ କହିଛନ୍ତି ଯେ ଏହି ବିଲ୍‌ର ନାମ 'ମହିଳା ବନ୍ଦନ ଅଧିନିୟମ' ହେବ।

  10. ପୃଥିବୀକୁ ବିଦାୟ ଦେଇ 'ଆଦିତ୍ୟ- ଏଲ୧' ବର୍ତ୍ତମାନ ଏକ ଦୀର୍ଘ ଯାତ୍ରା ଆରମ୍ଭ କରିଛି। ପ୍ରାୟ ୧୧୦ ଦିନର ଯାତ୍ରା ପରେ, ମହାକାଶଯାନ ଏଲ୧ ପଏଣ୍ଟର କକ୍ଷପଥରେ ପ୍ରବେଶ କରିବ |

  11. କିଛି ମାସ ପରେ ଶୀତ ଋତୁ ଆସିବାକୁ ଥିବା ବେଳେ ଏବେଠାରୁ ଅଶୋଧିତ ତୈଳ ଦରରେ ନିଆଁ ଲାଗିବା ଆରମ୍ଭ ହୋଇଯାଇଛି। ଅଶୋଧିତ ‌ତୈଳର ବ୍ୟାରେଲ ପିଛା ଦାମ୍ ୧୦୦ ଡଲାର ଆଡ଼କୁ ଅଗ୍ରସର ହେଉଛି। କିଛି ଦେଶରେ ୧୦୦ ଡଲାରରୁ ଅଧିକ ଦାମ୍‌ରେ ତେଲ ବିକ୍ରି ଆରମ୍ଭ ହେଲାଣି।

  12. ସୋମବାର ଦିନ ସୀମା ସୁରକ୍ଷା ବଳ ବା ‘ବିଏସ୍‌ଏଫ୍‌’ ଭାରତ-ବାଂଲାଦେଶ ସୀମାନ୍ତ ନିକଟରେ ଚୋରାଚାଲାଣ ଉଦ୍ୟମ ଭଣ୍ଡୁର କରି ପ୍ରାୟ ୧୪ କୋଟି ଟଙ୍କା ମୂଲ୍ୟର ୨୩ କିଲୋଗ୍ରାମ୍‌ ସୁନା ଜବତ କରିଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।

  13. ସମୁଦ୍ରକୁ ମାଛ ଧରିବା ପାଇଁ ଯାଇଥିବା ବେଳେ ପାରାଦୀପ ନେହେରୁବଙ୍ଗଳା ମୁହାଣ ମୁହଁରେ ବୋଟ ବୁଡି ଘଟଣା। ବର୍ତ୍ତମାନ ସୁଦ୍ଧା ୫ ଜଣ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟରୁ ଉଦ୍ଧାର କରାଯାଇଛି। ହେଲେ ସେମାନେ କୂଳକୁ ଫେରିନାହାନ୍ତି।

  14. ଆସନ୍ତା ୨୬ ତାରିଖରୁ ପୁଣି ଯାଞ୍ଚ ହେବ ଉତ୍କଳ ବିଶ୍ୱବିଦ୍ୟାଳୟର ନାକ୍‌‌ ମାନ୍ୟତା। ନାକ୍‌‌ ଟିମ୍‌‌ ତିନିଦିନିଆ ଗସ୍ତ କରି ବିଶ୍ୱବିଦ୍ୟାଳୟର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିବେ।  ନାକ୍‌‌ର ୫ ଜଣିଆ ପ୍ରତିନିଧିମଣ୍ଡଳୀ ପୁଣି ଥରେ କ୍ୟାମ୍ପସ୍‌‌ ପରିଦର୍ଶନରେ ଆସିବେ।

  15. ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଆହୁରି କଡ଼ାକଡ଼ି ହେବ। ସେଥିପାଇଁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ସ୍କ୍ୱାଡ୍‌‌ ଗଠନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ପାହ୍ୟାରେ ୨୬ଟି ପଦବୀ ସୃଷ୍ଟି କରାଯାଇଛି। ସେମାନଙ୍କ ମଧ୍ୟରେ ଦୁଇଜଣ ଡେପୁଟି କମାଣ୍ଡାଣ୍ଟ, ସହକାରୀ କମାଣ୍ଡାଣ୍ଟ, ଇନ୍ସପେକ୍ଟର, ୪ଜଣ ଏସ୍‌‌ଆଇ, ଦୁଇଜଣ ଏଏସ୍‌‌ଆଇ, ୨ଜଣ ଡ୍ରାଇଭର, ହାବିଲଦାର, ୬ଜଣ କନ୍‌‌ଷ୍ଟେବଳ ରହିଛନ୍ତି।

  16. ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଙ୍ଗଳବାର ଦିଲ୍ଲୀ କୋର୍ଟରୁ ଆଶ୍ୱସ୍ତି ପାଇନାହାଁନ୍ତି। କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କ ଦ୍ୱାରା ଦିଆଯାଇଥିବା ମାନହାନୀ ମାମଲାରେ ତାଙ୍କୁ ଦୋଷମୁକ୍ତ କରିବା ପାଇଁ ଗେହଲଟ କୋର୍ଟରେ ଆବେଦନ କରିଥିଲେ।

  17. ଇ-କମର୍ସ ପ୍ଲାଟଫର୍ମ ‘ଆମାଜନ’ ଏବେ କ୍ୟାଶ ଅନ୍‌ ଡେଲିଭରି ଲାଗି ୨୦୦୦ ଟଙ୍କିଆ ନୋଟ୍‌କୁ ଗ୍ରହଣ କରିବ ନାହିଁ। କମ୍ପାନୀ ସେପ୍ଟେମ୍ବର ୧୯ରୁ କ୍ୟାଶ ଅନ୍‌ ଡେଲିଭରି ଲାଗି ୨୦୦୦ ଟଙ୍କିଆ ନ ନେବାକୁ ନିଷ୍ପତ୍ତି ନେଇଛି।

  18. ଚଳିତ ବର୍ଷ ଏପ୍ରିଲ ପହିଲାରୁ ସେପ୍ଟେମ୍ବର ୧୬ ମଧ୍ୟରେ ଦେଶର ପ୍ରତ୍ୟକ୍ଷ ଟିକସ ସଂଗ୍ରହରେ ୨୩.୫୧% ବୃଦ୍ଧି ଘଟି ୮.୬୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚଛି ।

  19. ନୂଆ ପ୍ରତିରକ୍ଷା ମନ୍ତ୍ରୀ ନିଯୁକ୍ତି ପରେ ୟୁକ୍ରେନ ସରକାର ୬ ଜଣ ଉପ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ବରଖାସ୍ତ କରିଛନ୍ତି। ବହିଷ୍କାର ପାଇଁ ସରକାର କୌଣସି କାରଣ ଦର୍ଶାଇ ନାହାଁନ୍ତି।

  20. ଭାରତ-କାନାଡା ଦ୍ବିପାକ୍ଷିକ କାରବାର ୮୦୦ କୋଟି ଡଲାର ରହିଛି। କାନାଡାକୁ ଭାରତ ୪୦୦ କୋଟି ଡଲାରର ସାମଗ୍ରୀ ରପ୍ତାନି କରିଥିବା ବେଳେ ସମାନ ମୂଲ୍ୟର ସାମଗ୍ରୀ କାନାଡାରୁ ଆମଦାନି କରିଛି।କାନାଡାକୁ ପ୍ରତିବର୍ଷ ବିଦେଶରୁ ‌‌ଯେତିକି ଛାତ୍ରଛାତ୍ରୀ ପାଠପଢ଼ିବାକୁ ଆସୁଛନ୍ତି ସେମାନଙ୍କ ଭିତରୁ ୪୦ ପ୍ରତିଶତ ହେଉଛନ୍ତି ଭାରତୀୟ। କାନାଡାରେ ବିପୁଳ ସଂଖ୍ୟକ ଶିଖ୍‌ ଧର୍ମର ପରିବାର ବାସ କରୁଛନ୍ତି। କୋଡ଼ିଏ ବର୍ଷରେ ଜାପାନରେ ଶିଖ୍‌ଙ୍କ ସଂଖ୍ୟା ସେଠାକାର ମୋଟ ଜନସଂଖ୍ୟାର ୨.୧ ପ୍ରତିଶତକୁ ବୃଦ୍ଧି ପାଇଛି। ଜଣେ ଖଲିସ୍ତାନୀ ବିଚ୍ଛିନ୍ନବାଦୀ ନେତାଙ୍କ ସହ ନୂଆଦିଲ୍ଲୀର ଜଣେ ଏଜେଣ୍ଟ୍‌ଙ୍କ ସମ୍ପର୍କ ରହିଛି ବୋଲି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୁ କହିବା ପରେ ଭାରତ ଓ କାନାଡା ସମ୍ପର୍କରେ ତିକ୍ତତା‌ ସୃଷ୍ଟି ହୋଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.