• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ରାଜ୍ୟସଭାରେ ପାସ୍ ହେଲା ମହିଳା ସଂରକ୍ଷଣ ବିଲ୍ (ନାରୀ ଶକ୍ତି ବନ୍ଦନ ବିଧେୟକ) । ବିଲ୍ ସପକ୍ଷରେ ୨୧୫ ଭୋଟ୍ ପଡିଥିବା ବେଳେ ବିପକ୍ଷରେ ଗୋଟିଏ ବି ଭୋଟ୍  ପଡ଼ିଲାନାହିଁ । ଗତକାଲି ଲୋକସଭାରେ ପାସ୍ ହୋଇଥିଲା ମହିଳା ସଂରକ୍ଷଣ ବିଲ୍ । ଫଳରେ ସଂସଦର ଉଭୟ ଗୃହରେ ବହୁମତରେ ପାସ୍ ହୋଇଛି ମହିଳା ସଂରକ୍ଷଣ ବିଲ୍।

  2. ଅର୍ଥନୈତିକ ସ୍ବାଧୀନତା ସୂଚୀରେ ଭାରତ ଗୋଟିଏ ପାହାଚ ତଳକୁ ଖସିଛି। ବିଶ୍ବର ୧୬୫ଟି ଦେଶ ମଧ୍ୟରେ ଭାରତ ୮୭ତମ ସ୍ଥାନରେ ରହିଛି। ଗତବର୍ଷ ଭାରତ ୮୬ତମ ସ୍ଥାନରେ ଥିଲା। ଭାରତୀୟ ସଂସ୍ଥା ସେଣ୍ଟର ଫର ସିଭିଲ୍ ସୋସାଇଟି ସହଯୋଗରେ କାନାଡାର ଫ୍ରେଜର ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଏହି ରିପୋର୍ଟ ଜାରି କରାଯାଇଛି।

  3. ଆଇଏମଡି ଦ୍ୱାରା ପ୍ରକାଶିତ  ଦୀର୍ଘ ମିଆଦୀ ଆକଳନ ଅନୁସାରେ ୨୨-୨୮ ସେପ୍ଟେମ୍ବର ମଧ୍ୟରେ କୌଣସି ସିଷ୍ଟମର ସମ୍ଭାବନା ନ ଥିବା ବେଳେ, ୨୯ ସେପ୍ଟେମ୍ବର ରୁ ୫ ଅକ୍ଟୋବର ମଧ୍ୟରେ ସାଇକ୍ଲୋଜେନେସିସ ଅର୍ଥାତ ଅବପାତ ହେବାର ସମ୍ଭାବନା (୧-୩୩ ପ୍ରତିଶତ) କମ ଦର୍ଶାଯାଇଛି।

  4. ୨୦୨୪ ଜାନୁଆରୀ ଶେଷ ସପ୍ତାହରେ ଦେଶରେ ସାଧାରଣ ନିର୍ବାଚନ ହେବ ବୋଲି ପାକିସ୍ତାନ ନିର୍ବାଚନ ଆୟୋଗ (ଇସିପି) ଗୁରୁବାର ଘୋଷଣା କରିଛନ୍ତି।

  5. ରେଳ ଦୁର୍ଘଟଣା ଏବଂ ଅନ୍ୟ ରେଳ ଜନିତ ଅଘଟଣରେ ମିଳୁଥିବା ଅନୁକମ୍ପା ରାଶିକୁ ବୃଦ୍ଧି କରିଛି ରେଲୱେ ବୋର୍ଡ। ପୂର୍ବ ରାଶି ତୁଳନାରେ ଏହା ୧୦ ଗୁଣା ଅଧିକ ବୋଲି କୁହାଯାଇଛି। ଏଥିପାଇଁ ରେଳ ବିଭାଗ ଗତ ୧୮ ତାରିଖରେ ଏକ ସର୍କୁଲାର ଜାରି କରିଥିଲା।

  6. ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା ବିଜେଡିରୁ ବିଦା। ଏନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

  7. ବଲିଉଡ଼ ଜଗତରେ ଦୁଃଖର ଛାୟା । ଭେଟେରାନ ଅଭିନେତା ଅଖିଳ ମିଶ୍ରାଙ୍କ ପରଲୋକ ହୋଇଯାଇଛି। ୬୭ ବର୍ଷିୟ ଅଖିଳ ମିଶ୍ରା ଫିଲ୍ମ ‘ଥ୍ରୀ ଇଡିୟଟ୍ସ’ରେ ଲାଇବ୍ରେରିଆନ୍‌ ଭୂମିକାରେ ଅଭିନୟ କରି ବେଶ ଲୋକପ୍ରିୟ ହୋଇଥିଲେ ।

  8. ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ଗୁରୁବାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ଦାୟିତ୍ୱ ମିଳିଛି। ପ୍ରମିଳା ମଲ୍ଲିକଙ୍କ ଇସ୍ତଫା ପରେ ସୁଦାମ ମାର୍ଣ୍ଡିଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ଦାୟିତ୍ୱ ମିଳିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୁଦାମ ମାର୍ଣ୍ଡି କୃତଜ୍ଞତା ଜଣାଇଛନ୍ତି।

  9. ବରିଷ୍ଠ ବିଜେଡି ବିଧାୟିକା ତଥା ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ବିଧାନସଭାର ବାଚସ୍ପତି ପଦ ଲାଗି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପ୍ରଥମ ମହିଳା ବାଚସ୍ପତି ହେବେ ପ୍ରମିଳା ମଲ୍ଲିକ। ବିଧାନସଭା ସଚିବଙ୍କ ନିକଟରେ ମନ୍ତ୍ରୀ ଓ ବିଧାୟକଙ୍କ ଗହଣରେ  ନାମାଙ୍କନ ଦାଖଲ କରିଛନ୍ତି।

  10. ମଧ୍ୟପ୍ରଦେଶରେ ଦେଶରେ ସନାତନ ଧର୍ମ ପ୍ରତିଷ୍ଠା କରିଥିବା ଆଦି ଶଙ୍କରାଚାର୍ଯ୍ୟଙ୍କ ସମ୍ମାନାର୍ଥେ ଖଣ୍ଡଓ୍ବା ଜିଲ୍ଲାରେ ୧୦୮ ଫୁଟ ଉଚ୍ଚ ପ୍ରତିମୂର୍ତ୍ତି ଉନ୍ମାଚିତ । ଏହା ଅଷ୍ଟଧାତୁରେ ନିର୍ମାଣ ହୋଇଛି ।

  11. ଷୋଡ଼ଶ ବିଧାନସଭାର ତ୍ରୟୋଦଶ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହେବ। ପୂର୍ବାହ୍ନ ସାଢ଼େ ୯ଟାରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ପ୍ରମିଳା ମଲ୍ଲିକ ବିଧିବଦ୍ଧ ଭାବେ ବାଚସ୍ପତି ଆସନରେ ଅଳଙ୍କୃତ ହେବା ପରେ ପୂର୍ବତନ ବାଚସ୍ପତି ତଥା ବିଧାୟକ ସ୍ବର୍ଗତ ସୂର୍ଯ୍ୟନାରାୟଣ ପାତ୍ର ଓ ଦିବଂଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକପ୍ରସ୍ତାବ ଆଗତ କରାଯିବ। ଏହି ସ୍ବଳ୍ପକାଳୀନ ଅଧିବେଶନରେ ମାତ୍ର ୮ଟି କାର୍ଯ୍ୟ ଦିବସ ରହିଛି। ଶୁକ୍ରବାରରୁ ଆରମ୍ଭ ହୋଇ ଅକ୍ଟୋବର ୪ ପର୍ଯ୍ୟନ୍ତ ଅଧିବେଶନ ଚାଲିବ।

  12. ଓଡ଼ିଶାରେ ଚାଲିଥିବା ୨୪ ଘଣ୍ଟିଆ ଜଳ ଯୋଗାଣ ଓ ‘ଡ୍ରିଙ୍କ୍‌‌ଫ୍ରମ ଟ୍ୟାପ’ ଯୋଜନା ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ମଡେଲ୍‌‌ ସାଜିଛି। ଦେଶର ବିଭିନ୍ନ ରାଜ୍ୟ ଓଡ଼ିଶା ଭଳି ନିଜ ରାଜ୍ୟରେ ଡ୍ରିଙ୍କ ଫ୍ରମ୍‌‌ ଟ୍ୟାପ୍‌‌ ପଦ୍ଧତି ଆପଣାଇ ଲୋକମାନଙ୍କୁ ସିଧା ସଳଖ ଟ୍ୟାପ୍‌‌ରୁ ବିଶୁଦ୍ଧ ପାଣି ଯୋଗାଇବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି।

  13. ଭାରତ ଓ କାନାଡ଼ା ଭିତରେ ଚାଲିଥିବା କୂଟନୈତିକ ବିବାଦ ପରିପ୍ରେକ୍ଷୀରେ ଭାରତ ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ କାନାଡ଼ା ନାଗରିକଙ୍କ ପାଇଁ ଭିସା ସେବା ବନ୍ଦ ଘୋଷଣା କରିଛି।

  14. ଜାତିସଂଘ ଜଳବାୟୁ ଶିଖର ସମ୍ମିଳନୀରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍ ବୁଧବାର କହିଛନ୍ତି ଯେ, ଯଦି ବିଶ୍ୱନେତାମାନେ ବର୍ତ୍ତମାନ ପଦକ୍ଷେପ ନ ନିଅନ୍ତି ତେବେ ବିଶ୍ୱ ୨.୮ ଡିଗ୍ର ସେଲସିୟସ୍ ତାପମାତ୍ରା ବୃଦ୍ଧି ଆଡ଼କୁ ଗତି କରିବ।

  15. ନିଜ ଇଲେକ୍ଟ୍ରିକ୍ କାର୍‌କୁ ଭାରତରେ ବିକ୍ରି କରିବା ଲାଗି ଜୋରଦାର ଉଦ୍ୟମ କରୁଥିବା ବିଶ୍ବର ଏକ ନମ୍ବର ଧନୀ ଏଲନ୍‌ ମସ୍କଙ୍କ କଂପାନି ଟେସ୍‌ଲା ଏକ ବ୍ୟାଟେରି ସଂରକ୍ଷଣ କାରଖାନା ନିର୍ମାଣ କରିବା ଉପରେ ବିଚାର କରୁଛି।

  16. ସାଉଦି ଆରବର କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ (ଏମବିଏସ୍) ବୁଧବାର ଆମେରିକାର ଫକ୍ସ ନ୍ୟୁଜ୍କୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ ଯଦି ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଇରାନ୍ ପ୍ରଥମେ ପରମାଣୁ ବୋମା ତିଆରି କରେ, ତେବେ ତାଙ୍କ ଦେଶ ମଧ୍ୟ ପରମାଣୁ ବୋମା ତିଆରି କରିବ।

  17. ‘ଅଟୋମେଟେଡ୍‌ ଇମିଗ୍ରେସନ୍‌ କ୍ଲିଅରାନ୍‌ସ୍‌’ ଲାଗୁ କରାଯାଉଥିବାରୁ ୨୦୨୪ ପ୍ରାରମ୍ଭରୁ ସିଙ୍ଗାପୁରସ୍ଥିତ ଚାଙ୍ଗି ବିମାନବନ୍ଦର ‘ପାସ୍‌ପ‌ୋର୍ଟ-ମୁକ୍ତ’ ହେବ ବୋଲି ‘ସିଏନ୍‌ଏନ୍‌’ ରିପୋର୍ଟ କରିଛି।

  18. ଫ୍ଲିପ୍‌କାର୍ଟର ବିଗ୍‌ ବିଲିୟନ୍‌ ଡେଜ୍‌ ସେଲ୍‌ ସଂପର୍କରେ ଖୁଲାସା ହୋଇସାରିଛି। ଏହି ସେଲ୍‌ରେ ଗ୍ରାହକଙ୍କୁ ଖୁବ୍ ଆକର୍ଷଣୀୟ ଅଫର୍‌ ସବୁ ମିଳିବାକୁ ଯାଉଛି।

  19. ବିଶ୍ବ ବିଜେତା ଆର୍ଜେଣ୍ଟିନା ଫିଫା ପୁରୁଷ ଫୁଟବଲ ମାନ୍ୟତାର ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ସଦ୍ୟ ପ୍ରକାଶିତ ଫିଫା ମାନ୍ୟତାରେ ଆର୍ଜେଣ୍ଟିନା ଫ୍ରାନ୍‌ସକୁ ପଛରେ ପକାଇ ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛନ୍ତି।

  20.  ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ ଶୁକ୍ରବାର ମୋହାଲିରେ ଖେଳାଯିବ। ଅକ୍ଟୋବର ୫ରୁ ଆରମ୍ଭ ହେବାକୁ ଥିବା ଦିନିକିଆ କ୍ରିକେଟ ବିଶ୍ବକପ ପୂର୍ବରୁ ଉଭୟ ଦଳଙ୍କ ପାଇଁ ଏହା ଶେଷ ପ୍ରସ୍ତୁତି। 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.