• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ଆମେରିକା ମହାକାଶ ଏଜେନ୍ସି ନାସାର ଏକ କ୍ୟାପ୍‌ସୁଲ ୭ ବର୍ଷ ପରେ ପୃଥିବୀକୁ ଫେରିଛି। ଏହି ଯାନ ଗ୍ରହାଣୁପୁଞ୍ଜ ବେଣୁରୁ ନମୁନା ସଂଗ୍ରହ କରି ଆଣିଛି। ଏହି ନମୁନା ଦ୍ବାରା ପୃଥିବୀର ରହସ୍ୟ ଉନ୍ମୋଚନ ହୋଇପାରେ। ୪.୫ ଅରବ ବର୍ଷ ତଳେ ସୂର୍ଯ୍ୟ ଏବଂ ଗ୍ରହଗୁଡିକର ସୃଷ୍ଟି, ଜୀବନ କେମିତି ଆରମ୍ଭ ହୋଇଥିଲା ତାହାର ସୂଚନା ମିଳିପାରେ। ଏହି ଅଭିଯାନର ନାମ ଓସିରିସ-ଆରଇଏକ୍ସ ରଖାଯାଇଥିଲା। ୨୦୧୬ ସେପ୍ଟେମ୍ବର ୮ରେ ଏହାର ଉତ୍‌କ୍ଷେପଣ ହୋଇଥିଲା।

  2. ଆନୁଷ୍ଠାନିକ ଭାବେ ଭାରତୀୟ ବାୟୁସେନାରେ ସାମିଲ ହେଲା ଅତ୍ୟାଧୁନିକ C-295 MW ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉତ୍ତରପ୍ରଦେଶ ହିଣ୍ଡନ ଏୟାରବେସରେ ଏହାକୁ ସାମିଲ କରିଛନ୍ତି ।

  3. ଭାରତର ଏକ ବଡ଼ ଉପଲବ୍ଧି ଭାବେ ବିଚାର କରାଯାଉଥିବା ସ୍ବତନ୍ତ୍ର ପରିଚୟପତ୍ର ଆଧାର ଉପରେ ବିଶ୍ବସ୍ତରୀୟ ରେଟିଂ ଏଜେନ୍ସି ମୁଡିସ୍‌ ଇନଭେଷ୍ଟର୍ସ ସଭିସ୍‌ ପ୍ରଶ୍ନ ଉଠାଇଛି। ଉତ୍ତପ୍ତ ଓ ଆର୍ଦ୍ରତା ଅଧିକ ରହୁଥିବା ସ୍ଥାନଗୁଡ଼ିକରେ ଆଧାର ଭରସାଯୋଗ୍ୟ ନୁହେଁ। ଏଥିପାଇଁ ଏହି ଅଂଚଳର ଲୋକମାନେ ‌ସେବା ପାଇବାରୁ ବଞ୍ଚିତ ହେ‌େବ ବୋଲି ମୁଡିସ୍‌ ଆଶଙ୍କା ପ୍ରକାଶ କରିଛି।

  4. ପୁରୁଣା ଆଣ୍ଡ୍ରଏଡ୍‌ ଫୋନ୍‌ରେ ଆସନ୍ତା ମାସ ୨୪ରୁ ହ୍ବାଟସ୍‌ଆପ୍ କାମ କରିବ ନାହିଁ। କେବଳ ଆଣ୍ଡ୍ରଏଡ୍ ୫.୦ ଓ ତା’ଠାରୁ ଅଧିକ ଭର୍ସନର ଫୋନ୍‌ରେ ହ୍ବାଟସ୍‌ଆପ୍ କାମ କରିବ। ତା’ଠାରୁ କମ୍ ଭର୍ସନ ଓଏସ୍‌ ଥିବା ଫୋନ୍‌ରେ ଏହି ମେସେଜିଂ ଆପ୍ କାମ କରିବ ନାହିଁ।

  5. ଚନ୍ଦ୍ରର ଦକ୍ଷିଣ ମେରୁରେ ସୂର୍ଯ୍ୟୋଦୟ ହୋଇଥିଲେ ମଧ୍ୟ ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ ସୁପ୍ତ ଅବସ୍ଥାରୁ ଜାଗ୍ରତ ହୋଇପାରୁ ନାହିଁ। ଇସ୍ରୋ ଉଠାଇବା ପାଇଁ ଉଦ୍ୟମ ଜାରି ରଖିଛି।

  6. ଗତ ୩ ବର୍ଷରେ କେବଳ ଟ୍ବିନ୍‌ ସିଟି କଟକ-ଭୁବନେଶ୍ବରରେ ଅମାନିଆ ଗାଡିଚାଳକ ୧୮୬ କୋଟି ଟଙ୍କା ଜରିମାନା ଗଣିଛନ୍ତି। ଯାହା ଆଜି ବିଧାନସଭାରେ କଟକ-ଚୌଦାର ବିଧାୟକ ସୈଭିକ ବିଶ୍ବାଳଙ୍କ ପ୍ରଶ୍ନର ଉତ୍ତର ଦେଇ ଗୃହ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି।

  7. ୨୦୨୪ ନିର୍ବାଚନ ପୂର୍ବରୁ ବିଜେପିକୁ ଲାଗିଛି ବଡ଼ ଝଟକା। ତାମିଲନାଡୁର ଅଖିଳ ଭାରତୀୟ ଆନ୍ନା ଦ୍ରାବିଡ଼ ମୁନେତ୍ରା କଜଗମ (ଏଆଇଏଡିଏମକେ) ସୋମବାର ବିଜେପି ଏବଂ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ(ଏନଡିଏ)ସହିତ ସମ୍ପର୍କକୁ ସମାପ୍ତ କରିଛି ।

  8. ରାହୁଲ ବିଳାସପୁରରେ ରାଜ୍ୟ ସରକାରଙ୍କ ‘ଆୱାସ ନ୍ୟାୟ ସମ୍ମିଳନୀ’ରେ ଯୋଗ ଦେଇ କହିଛନ୍ତି, କଂଗ୍ରେସ ଯଦି ଛତିଶଗଡ଼ରେ ଆଗାମୀ ନିର୍ବାଚନରେ କ୍ଷମତାକୁ ଆସିବ ତେବେ ଏହା ଜାତିଗତ ଜନଗଣନା କରିବ।

  9. କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂ ପୁରୀ ସୋମବାର ଦିନ ଭାରତର ପ୍ରଥମ ସବୁଜ ହାଇଡ୍ରୋଜେନ ଚାଳିତ ବସ୍‌କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି | ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରତା କମାଇବାରେ ଏହି ବସ ବେଶ ସହାୟକ ହେବ |

  10. ଆସନ୍ତା ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଶନିବାର ୩୯ ଜଣିଆ ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ୩ ଜଣ କେନ୍ଦ୍ରମନ୍ତ୍ରୀଙ୍କ ସମେତ ୭ ଜଣ ସାଂସଦଙ୍କୁ ଟିକେଟ୍ ଦିଆଯାଇଛି।

  11. ଆଗାମୀ ବିଶ୍ବକପ୍ ପାଇଁ ପାକିସ୍ତାନ ଦଳ ଆସନ୍ତା ୨୯ ତାରିଖରୁ ହାଇଦ୍ରାବାଦରେ ଅଭ୍ୟାସ ମ୍ୟାଚ ଖେଳିବ । କିନ୍ତୁ ଭିସା ମିଳୁନଥିବାରୁ ଦଳ ଏପର୍ଯ୍ୟନ୍ତ ଭାରତ ଆସିପାରୁନାହିଁ ।

  12. ମନି ଲଣ୍ଡରିଂ ମାମଲାରେ ସୋମବାର ସୁପ୍ରିମକୋର୍ଟ ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ବସ୍ତି ଦେଇଛନ୍ତି। ଚିକିତ୍ସା ଆଧାରରେ ସତ୍ୟେନ୍ଦ୍ରଙ୍କୁ ଦିଆଯାଇଥିବା ମଧ୍ୟବର୍ତ୍ତୀକାଳୀନ ଜାମିନକୁ ଅକ୍ଟୋବର ୮ ପର୍ଯ୍ୟନ୍ତ କୋର୍ଟ ବୃଦ୍ଧି କରିଛନ୍ତି।

  13. ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏକ ସର୍କୁଲାର ଜାରି କରିଛି। ଏହି ସର୍କୁଲାରରେ ବ୍ୟାଙ୍କ କହିଛି ଜାଣିଶୁଣି ଋଣ ପରିଶୋଧ କରୁ ନ ଥିବା ଋଣଦାତାଙ୍କୁ ଏକ ପୃଥକ ଶ୍ରେଣୀରେ ବିଭକ୍ତ କରାଯିବ।

  14. ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ନେତା ରାଘବ ଚଢ଼ା ଏବଂ ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବେ ସ୍ବାମୀ ଓ ସ୍ତ୍ରୀ। ରାଜସ୍ଥାନର ଉଦୟପୁରରେ ଏହି ହାଇପ୍ରୋଫାଇଲ ଯୋଡ଼ି ରବିବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।

  15. ମାହାଙ୍ଗା ଡବଲ ମର୍ଡର: ବିଧାୟକ ପ୍ରତାପ ଜେନାଙ୍କ ନାଁରେ ମାମଲା ଚାଲୁ ରଖିବାକୁ କୋର୍ଟଙ୍କ ନିର୍ଦେଶ। ଧର୍ତ୍ତବ୍ୟ ଅପରାଧ ଭାବେ ମାମଲା ଚାଲୁ ରଖିବାକୁ ସାଲେପୁର ଜେଏମଏଫସି କୋର୍ଟଙ୍କ ନିର୍ଦେଶ।

  16. ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ପୂଜାରୀ ଆଜି ବିଧାନସଭାରେ ଲିଖିତ ଉତ୍ତରରେ କହିଛନ୍ତି ଯେ, ରାଜ୍ୟରେ ମୋଟ ୨୮୨୮୫ଟି ମଞ୍ଜୁରୀପ୍ରାପ୍ତ ନର୍ସିଂ ଅଫିସର ପଦବୀ ରହିଛି । ସେଥିରୁ ୧୦୯୨୭ଟି ପଦବୀରେ କାର୍ଯ୍ୟରତ ଥିବାବେଳେ ବାକି ୧୭୩୫୮ଟି ପଦବୀ ଖାଲି ପଡ଼ିଛି ।

  17. ଖଲିସ୍ତାନୀ ଆତଙ୍କବାଦୀ ଲଖବୀର ସିଂହ ଲାଣ୍ଡା ଓ ଏହାର ସହଯୋଗୀମାନଙ୍କର ପ୍ରାୟ ୪୮ଟି ଠିକଣାରେ ଆଜି ପଞ୍ଜାବ ପୁଲିସ ଏକକାଳୀନ ରେଡ କରିଛି। ଫିରୋଜପୁର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଖଲିସ୍ତାନୀ ସପକ୍ଷବାଦୀଙ୍କ ଠିକଣାରେ ଏପରି ଚଢ଼ଉ କରାଯାଇଛି।

  18. ଉତ୍ତର ପ୍ରଦେଶର ଏକ ବିଦ୍ୟାଳୟରେ ଜଣେ ମୁସଲିମ ଛାତ୍ରଙ୍କୁ ଅନ୍ୟ ଛାତ୍ର ମାଡ ମାରିବା ଘଟଣାକୁ ଗୁରୁତର ସହ ନେଲେ ସୁପ୍ରିମକୋର୍ଟ। ଧର୍ମ ନାମରେ ପିଲାମାନଙ୍କ ସହ ଏପରି ଘଟଣା ଘଟିବା ଅତ୍ୟନ୍ତ ନିନ୍ଦନୀୟ। ଯଦି ଅଭିଯୋଗ ସତ ହୋଇଥାଏ ତେବେ ଏହା ରାଜ୍ୟ ସରକାରଙ୍କ ବିବେକକୁ ବାଧିବା ଉଚିତ୍। ତୁରନ୍ତ ସରକାର ଏ ଉପରେ ଏକ ପୁଙ୍ଖାନୁପୁଙ୍ଖ ତଦନ୍ତ କରନ୍ତୁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

  19. ବେଆଇନ ଖଣି କାରବାରରେ ସମ୍ପୃକ୍ତ ଥିବା ଖଣି ଲିଜ୍‌ଧାରୀ କମ୍ପାନୀଗୁଡ଼ିକ ପ୍ରତି ରାଜ୍ୟ ସରକାରଙ୍କ ଦରଦ ଯୋଗୁ ଦୀର୍ଘ ପ୍ରାୟ ୭ବର୍ଷ ପରେ ବି ୨୬ଟି ଖିଲାପୀ ଖଣି କମ୍ପାନୀଠୁ ୨୯୬୫.୨୮କୋଟି ଟଙ୍କାର ଜୋରିମାନା ଆଦାୟ ସମ୍ଭବପର ହୋଇନି ।

  20. ପାରିବାରିକ ଅଡୁଆ ସୂତାରେ ଛନ୍ଦି ହୋଇପଡ଼ିଥିବା ଅନୁଭବ ମହାନ୍ତିଙ୍କୁ ଆଟାକିଂ ମୁଡ୍‌ରେ ଦେଖିବାକୁ ମିଳିଛି। କଟକ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର ହୋଇ ବାହାରିବା ପରେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଉପରେ ବର୍ଷିଛନ୍ତି ଅନୁଭବ। କହିଛନ୍ତି, ନିଜର ରିଜେକ୍‌ସନ୍‌କୁ ସେଲିବ୍ରେସନ୍‌ କରୁଛନ୍ତି ବର୍ଷା। ସୋଶାଲ୍‌ ମିଡିଆ ଆକାଉଣ୍ଟରେ ଲେଖୁଛନ୍ତି- ଧର୍ମର ଜୟ ହେଲା

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.