• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ଚଳିତବର୍ଷର ଦାଦା ସାହେବ ଫାଲକେ ଜୀବନବ୍ୟାପୀ ସଫଳତା ପୁରସ୍କାର ପାଇବେ ବଲିଉଡ୍ ଅଭିନେତ୍ରୀ ୱହିଦା ରେହମାନ। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର ମଙ୍ଗଳବାର ଏହି ଘୋଷଣା କରିଛନ୍ତି।

  2. ବିଦେଶ ମନ୍ତ୍ରୀ ଏସ୍‌. ଜୟଶଙ୍କର ଆଜି ଜାତିସଂଘ ମହାସଭାରେ ଉଦ୍‌ବୋଧନ ଦେଇ ଏଜେଣ୍ଡାଧାରୀ ରାଷ୍ଟ୍ରମାନଙ୍କୁ କଡ଼ା ବାର୍ତ୍ତା ଦେଇଛନ୍ତି। ଜୟଶଙ୍କର କହିଛନ୍ତି, କିଛି ନିର୍ଦ୍ଦିଷ୍ଟ ରାଷ୍ଟ୍ରଙ୍କ ଏଜେଣ୍ଡାରେ ଆଉ ବିଶ୍ବ ଚାଲିବ ନାହିଁ।

  3. ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଡ. ପିକେ ମିଶ୍ର ଯୋଗ ଦେଇ କହିଛନ୍ତି ଯେ ଭାରତର ଜି-୨୦ ଅଧ୍ୟକ୍ଷତାରେ ଜନ ଭାଗିଦାରୀ ଉପରେ ଗୁରୁତ୍ବ ଦିଆଯାଇଛି। ଦେଢ଼ କୋଟିରୁ ଅଧିକ ନାଗରିକ ସିଧାସଳଖ ଜି-୨୦ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ସଚେତନତା ଶୋଭାଯାତ୍ରା, ସ୍ମାରକୀ ସହ ସେଲ୍‌ଫି, ପ୍ରବନ୍ଧ ଓ କୁଇଜ୍‌ ପ୍ରତିଯୋଗିତା, କର୍ମଶାଳ, ମାରାଥନ୍‌, ସ୍ବଚ୍ଛତା ଅଭିଯାନ, ଯୁବା ସମ୍ବାଦ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଜି-୨୦ର ଉଦ୍ଦେଶ୍ୟକୁ ଅନ୍ତିମ ସୋପାନ ପର୍ଯ୍ୟନ୍ତ ନିଆଯାଇଛି।

  4. ଗତ ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଚାଲୁଥିବା ସ୍ୱଚ୍ଛତା ହିଁ ସେବା ଅଭିଯାନର ଏକ ଅଂଶ ଭାବରେ, ଭାରତୀୟ ରେଳବାଇ ଅନେକ କାର୍ଯ୍ୟକଳାପ ମାଧ୍ୟମରେ ଏକ ସ୍ୱଚ୍ଛ ରେଳ ବ୍ୟବସ୍ଥା ଦିଗରେ କାର୍ଯ୍ୟ କରୁଛି। ଚଳିତ ବର୍ଷ ଷ୍ଟେସନଗୁଡ଼ିକରେ ସ୍ୱଚ୍ଛତା ଓ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ହଟାଇବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏହି ଅଭିଯାନରେ ସ୍ୱଚ୍ଛ ସମ୍ବାଦ (ସ୍ୱଚ୍ଛ ସଂଳାପ), ସ୍ୱଚ୍ଛ ରେଳଗାଡି, ସ୍ୱଚ୍ଛ ଷ୍ଟେସନ, ସ୍ୱଚ୍ଛ ପରିସର, ସ୍ୱଚ୍ଛ ଆହାର ଏବଂ ସ୍ୱଚ୍ଛ ପ୍ରସାଧନ (ସ୍ୱଚ୍ଛ ପାଣ୍ଟ୍ରି) ଆଦି ଅନ୍ତର୍ଭୁକ୍ତ।

  5. ଦୀର୍ଘ ଅବଧି ପରେ ସୁପ୍ରିମକୋର୍ଟ ଆଜି ବିଚାରପତି ନିଯୁକ୍ତି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ମନ୍ଥରତା ପାଇଁ ଚିନ୍ତା ପ୍ରକଟ କରିଛନ୍ତି। ହାଇକୋର୍ଟରେ ବିଚାରପତି ନିଯୁକ୍ତିରେ ସରକାର ବିଳମ୍ବ କରୁଛନ୍ତି। ହାଇକୋର୍ଟ ଦ୍ବାରା ହୋଇଥିବା ୭୦ଟି କଲେଜିୟମ ସୁପାରିସ ଦୀର୍ଘ ୧୦ ମାସ ଧରି ସରକାରଙ୍କ ନିକଟରେ ପଡ଼ି ରହିଛି।

  6. କାନାଡ଼ା ସଂସଦରେ ୟୁକ୍ରେନର ଜଣେ ପୂର୍ବତନ ନାଜି ସୈନିକଙ୍କୁ ସମ୍ମାନିତ କରିବା ପ୍ରସଙ୍ଗରେ କାନାଡ଼ାକୁ ଏବେ ପ୍ରବଳ ଅନ୍ତର୍ଜାତୀୟ ସମାଲୋଚନାର ଶିକାର ହେବାକୁ ପଡ଼ିଛି।

  7. ବ୍ରିଟେନର ଜନୈକ ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି, ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ (ହୁ) ଗୋଟିଏ ଅଜଣା ରୋଗର ନାଁ ଦେଇଛି ଡିଜିଜ୍ ଏକ୍ସ। ଏହି ରୋଗ କୋଭିଡ୍‌-୧୯ ଅପେକ୍ଷା ଆହୁରି ଭୟଙ୍କର ମହାମାରୀର କାରଣ ହୋଇପାରେ।

  8. ୧୯ ମାସ ବିତିଯାଇଥିଲେ ବି ରୁଷ-ୟୁକ୍ରେନ ଯୁଦ୍ଧ ଜାରି ରହିଛି । ପୂର୍ବରୁ ୟୁକ୍ରେନର ବିଦ୍ୟୁତ ଶକ୍ତି କେନ୍ଦ୍ର ଉପରେ ବୋମା ଓ କ୍ଷେପଣାସ୍ତ୍ର ମାଡ କରୁଥିଲା ରୁଷ, କିନ୍ତୁ ଏବେ ୟୁକ୍ରେନ ମଧ୍ୟ ସମାନ ଧରଣର ଆକ୍ରମଣ ରୁଷ ଉପରେ କରୁଛି ।

  9. ନିଖୋଜ ଛାତ୍ରଛାତ୍ରୀଙ୍କୁ ହତ୍ୟା କରାଯାଇଥିବାର ଫଟୋ ଭାଇରାଲ ହେବାରୁ ମଣିପୁରରେ ୫ଦିନ ପାଇଁ ବନ୍ଦ ହେଲା ଇଣ୍ଟରନେଟ। ଆଜିଠାରୁ ୫ ଦିନ ପାଇଁ ମଣିପୁରରେ ଇଣ୍ଟରନେଟ୍ ସେବା ସ୍ଥଗିତ ରହିବ।

  10. ଅଯୋଧ୍ୟାରେ ନିର୍ମାଣାଧୀନ ତିନି ମହଲା ବିଶିଷ୍ଟ ରାମ ମନ୍ଦିରର ତଳ ମହଲାର ନିର୍ମାଣ କାର୍ଯ୍ୟ ଡିସେମ୍ବର ଶେଷ ସୁଦ୍ଧା ଶେଷ ହେବ ଏବଂ ଆସନ୍ତା ବର୍ଷ ଜାନୁଆରି ୨୨ ତାରିଖରେ ମନ୍ଦିରର ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହେବ।

  11. ‘ବେଙ୍ଗାଲୁରୁ ବନ୍ଦ’ରେ ନିୟୋଜିତ ପୁଲିସକର୍ମୀଙ୍କୁ ମଲା ମୂଷା ପଡ଼ିଥିବା ଖାଦ୍ୟ ଦେଇ ବନ୍ଧାହେଲେ ହୋଟେଲ ମାଲିକ। ଯଶୱନ୍ତପୁର ଟ୍ରାଫିକ ପୁଲିସ ଷ୍ଟେସନରେ କାର୍ଯ୍ୟରତ ଥିବା ଜଣେ ପୁଲିସ କର୍ମଚାରୀ ମଙ୍ଗଳବାର ଦିନ ‘ବେଙ୍ଗାଲୁରୁ ବନ୍ଦ’ ଡ୍ୟୁଟି କରୁଥିଲେ।

  12. ସମ୍ପତ୍ତି କିଣାରେ ଅନିୟମିତତାକୁ ନେଇ ପଞ୍ଜାବର ପୂର୍ବତନ ଅର୍ଥମନ୍ତ୍ରୀ ମନପ୍ରୀତ୍‌ ସିଂ ବାଦଲଙ୍କ ବିରୋଧରେ ରାଜ୍ୟ ଭିଜିଲାନ୍ସ ବ୍ୟୁରୋ ମାମଲା ରୁଜୁ କରିଥିବାବେଳେ ମଙ୍ଗଳବାର ଏକ ଅଦାଲତ ତାଙ୍କ ନାଁରେ ଗିରଫ ପରଓ୍ବାନା ଜାରି କରିଛନ୍ତି।

  13. ତାମିଲନାଡୁକୁ କାବେରୀ ଜଳ ଛାଡ଼ିବାକୁ ବିରୋଧକରି କର୍ନାଟକ ଜଳ ସଂରକ୍ଷଣ ସମିତି (କେଜେଏସ୍‌ଏସ୍‌) ପକ୍ଷରୁ ମଙ୍ଗଳବାର ବେଙ୍ଗାଲୁରୁ ବନ୍ଦ ଡାକରା ଦିଆଯାଇଥିଲା। ଏହି ବନ୍ଦକୁ ଜନସାଧାରଣ ସ୍ବେଚ୍ଛାକୃତ ଭାବେ ସମର୍ଥନ ଜଣାଇଛନ୍ତି।

  14. ଭାରତର ପ୍ରଥମ ସୂର୍ଯ୍ୟ ମିଶନରେ ଯାଇଥିବା ଆଦିତ୍ୟ-ଏଲ୍‌୧ ମହାକାଶ ଯାନ ଏହାର ଗନ୍ତବ୍ୟ ସ୍ଥଳ ଲାଗ୍ରାଞ୍ଜ ପଏଣ୍ଟ ୧ (ଏଲ୍‌୧) ଅଭିମୁଖେ ଅଗ୍ରସର ହେଉଛି।

  15. ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ସେନା କ୍ରମାଗତ ଭାବେ ଅପରେଶନ ଜାରି ରଖିଛି। ରାଜ୍ୟର ବାରମୁଳା ଜିଲାରେ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ସେମାନଙ୍କ ସମର୍ଥନ ନେଟୱାର୍କରେ ଥିବା ୬ ଜଣଙ୍କୁ ସେନା ଗିରଫ କରିଛି।

  16. ଇନକମ ଟ୍ୟାକ୍ସ ବିଭାଗ ନିବେଶକମାନଙ୍କୁ ଷ୍ଟାର୍ଟଅପ କମ୍ପାନୀ ଦ୍ୱାରା ଦିଆଯାଇଥିବା ଶେୟାରର ମୂଲ୍ୟ ନିର୍ଦ୍ଧାରଣ ସହିତ ଜଡିତ ନୂତନ ଏଞ୍ଜଲ ଟ୍ୟାକ୍ସ ନିୟମ ସମ୍ପର୍କରେ ସୂଚିତ କରିଛି।

  17. କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମଙ୍ଗଳବାର ଦାବି କରିଛି ଦେଶରେ ଯକ୍ଷ୍ମା ନିରୋଧୀ ଔଷଧର ଅଭାବ ନାହିଁ। ସମସ୍ତ ଔଷଧ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ଏବଂ ପ୍ରାୟ ୬ମାସ କିମ୍ବା ଅଧିକ ସମୟ ପାଇଁ ଷ୍ଟକ ରହିଛି।

  18. ଉତ୍ତରପ୍ରଦେଶର ଲଖିମପୁର ଖେରୀରେ ଆଠ ଜଣ ଚାଷୀଙ୍କ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ର ସୁପ୍ରିମକୋର୍ଟଙ୍କଠାରୁ କିଛି ମାତ୍ରାରେ ଆଶସ୍ତି ପାଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷଙ୍କୁ ଦିଲ୍ଲୀରେ ରହିବାକୁ ଅନୁମତି ଦିଆଯାଇଛି।

  19. ଖଲିସ୍ତାନୀ ଆତଙ୍କବାଦୀ ସଂଗଠନ ବାବର ଖାଲ୍‌ସା ଇଣ୍ଟରନ୍ୟାଶନାଲର ସଦସ୍ୟ କରନବୀର ସିଂଙ୍କ ବିରୋଧରେ ଇଣ୍ଟରନ୍ୟାଶନାଲ କ୍ରିମିନାଲ ପୋଲିସ ଅର୍ଗାନାଇଜେଶନ (ଇଣ୍ଟରପୋଲ୍‌) ରେଡ୍‌ କର୍ନର ନୋଟିସ୍‌ ଜାରି କରିଛି।

  20. ପଞ୍ଜାବର ପୂର୍ବତନ ଅର୍ଥମନ୍ତ୍ରୀ ମନପ୍ରୀତ ସିଂ ବାଦଲଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର୍ (ଏଲ୍ଓସି) ଜାରି କରାଯାଇଛି । ବଠିଣ୍ଡାରେ ସମ୍ପତ୍ତି କିଣାରେ ଅନିୟମିତତା ଅଭିଯୋଗରେ ବାଦଲଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ପଞ୍ଜାବ ଭିଜିଲାନ୍ସ ବ୍ୟୁରୋର ଜଣେ ବରିଷ୍ଠ ଅଧିକାରୀ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.