• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ସ୍ବିଜରଲାଣ୍ଡସ୍ଥିତ ବିଶ୍ବର ବୃହତ୍ତମ କଣିକା ପରୀକ୍ଷାଗାର ‘ସର୍ଣ୍ଣ’ର ଗବେଷକ ଡାନିଏଲ ହୋଜକିନସନ୍‌ଙ୍କ କହିବାନୁଯାୟୀ, ଉଭୟ କଣିକା କିପରି ମାଧ୍ୟାକର୍ଷଣ ଉପସ୍ଥିତିରେ ପ୍ରତିକ୍ରିୟା ପ୍ରଦର୍ଶନ କରୁଛନ୍ତି, ତାହା ବୁଝିପାରିଲେ ବ୍ରହ୍ମାଣ୍ଡ ସୃଷ୍ଟି ପ୍ରକ୍ରିୟାକୁ ବୁଝିବା ଆହୁରି ସହଜ ହୋଇପାରିବ। ଉଭୟ କଣିକା ବିପରୀତଧର୍ମୀ ହୋଇଥିବାରୁ ମାଧ୍ୟାକର୍ଷଣ ବଳ ଦ୍ବାରା ବସ୍ତୁ ତଳକୁ ଖସୁଥିବାରୁ ପ୍ରତିବସ୍ତୁ ଉପରକୁ ଉଠୁଥିବ ବୋଲି ଏକ ଧାରଣା ପୂର୍ବରୁ ରହିଥିଲା। ମାତ୍ର ସଦ୍ୟ ଗବେଷଣାର ନିର୍ଯାସରୁ ଜଣାପଡ଼ିଛି ଆଣ୍ଟିମ୍ୟାଟର୍‌ ବା ପ୍ରତିବସ୍ତୁ କଣିକା ମଧ୍ୟ ବସ୍ତୁ ପରି ମାଧ୍ୟାକର୍ଷଣ ବଳ ଦ୍ବାରା ଆକର୍ଷିତ ହୋଇ ତଳକୁ ଖସୁଛି। ଏହି ନୂତନ ନିର୍ଯାସକୁ ଭିତ୍ତି କରି ବୈଜ୍ଞାନିକମାନେ ଏବେ ପ୍ରତିବସ୍ତୁ ବାବଦରେ ବିକଳ୍ପ ତତ୍ତ୍ବମାନ ଖୋଜିବାରେ ଲାଗିଛନ୍ତି।

  2. ପୋକ୍ସୋ ଆଇନ ଅଧିନରେ ସହମତିରେ ଶାରୀରିକ ସଂପର୍କ ସ୍ଥାପନ ପାଇଁ ସର୍ବନିମ୍ନ ବୟସକୁ ୧୮ରୁ ୧୬ ବର୍ଷକୁ ନ କମାଇବାକୁ ଲ' କମିସନ ବା ବିଧି ଆୟୋଗ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।

  3. ଦିନିକିଆ ବିଶ୍ୱକପ୍ ୨୦୨୩ ଖେଳିବାକୁ ବାବର ଆଜମଙ୍କ ନେତୃତ୍ବରେ ପାକିସ୍ତାନ ଦଳ  ଭାରତ ଆସିଛି। ଏଠାରେ ଦଳକୁ ଭବ୍ୟ ସ୍ୱାଗତ କରାଯାଇଥିଲା, କିନ୍ତୁ ଖେଳାଳିଙ୍କ ମେନ୍ୟୁରେ ଗୋମାଂସ ନଥିବାକୁ ନେଇ ପ୍ରଶ୍ନ ଉଠାଇଛି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)।

  4. ସିନେମା ‘ମାର୍କ ଆଣ୍ଟନୀ’ ସେପ୍ଟେମ୍ବର ୧୫ ତାରିଖରେ ରିଲିଜ ହୋଇଛି। ଏହି ସିନେମାକୁ ‌ଦର୍ଶକ ଖୁବ ପସନ୍ଦ ବି କରୁଛନ୍ତି। ‘ମାର୍କ ଆଣ୍ଟନୀ’ର ହିନ୍ଦୀ ଭର୍ସନ ସେପ୍ଟେମ୍ବର ୨୮ରେ ରିଲିଜ ହେବ।

  5. ମହିଳା ସଂରକ୍ଷଣ ବିଲ୍ (ନାରୀ ଶକ୍ତି ବନ୍ଦନ ଅଧିନିୟମ)କୁ ଅନୁମୋଦନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ବିଲ୍ ସେପ୍ଟେମ୍ବର ୨୦ରେ ଲୋକସଭାରେ ଏବଂ ସେପ୍ଟେମ୍ବର ୨୧ରେ ରାଜ୍ୟସଭାରେ ପାରିତ ହୋଇଥିଲା।

  6. ପୂର୍ବତନ କେନ୍ଦ୍ରମନ୍ତୀ ତଥା ଭାଜପା ସାଂସଦ ମେନକା ଗାନ୍ଧିଙ୍କୁ ୧୦୦ କୋଟି ଟଙ୍କାର ମାନହାନୀ ନୋଟିସ୍ ପଠାଇଛି । ଇସ୍କନ ପକ୍ଷରୁ ନିଜ ଗୋଶାଳାରୁ ଗାଈମାନଙ୍କୁ କଂସେଇମାନଙ୍କୁ ବିକ୍ରି କରୁଛି ବୋଲି କିଛିଦିନ ତଳେ ମନ୍ତବ୍ୟ ଦେଇଥିଲେ ।

  7. ‘କନ୍ନଡ଼ ଓକୁଟା’ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦେଇଥିବାରୁ ବେଙ୍ଗାଲୁରୁ ଆନ୍ତର୍ଜାତିକ ବିମାନ ବନ୍ଦରରେ ପ୍ରାୟ ୪୪ଟି ବିମାନ ଯାତ୍ରା ବାତିଲ କରାଯିବାରୁ ସେଠାରେ ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି ହୋଇଥିବା କଥା ଅନେକ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।

  8. ଅକ୍ଟୋବରରୁ ଡିସେମ୍ବର ତ୍ରୟମାସ ପାଇଁ ସରକାର କ୍ଷୁଦ୍ର ସଞ୍ଚୟ ଯୋଜନା ଉପରେ ସୁଧ ହାର ଘୋଷଣା କରିଛନ୍ତି। ସରକାର ୫ ବର୍ଷିଆ ରିକରିଂ ଡିପୋଜିଟ୍ (ଆରଡି) ଉପରେ ସୁଧ ହାର ବୃଦ୍ଧି କରିଛନ୍ତି। ତେବେ ଗୋଟିଏ ସ୍କିମ୍ ବ୍ୟତୀତ ଅନ୍ୟ କୌଣସି ଯୋଜନାର ସୁଧ ହାରରେ କୌଣସି ପରିବର୍ତ୍ତନ କରାଯାଇନାହିଁ।

  9. ଆମାଜନ୍‌ରେ ସାମ୍‌ସଙ୍ଗ୍‌, ୱାନ୍‌ପ୍ଲସ୍‌, ସୋନି, ଏଲ୍‌ଜି ଏବଂ ଜିଆମି ପରି ବ୍ରାଣ୍ଡ୍‌ଗୁଡ଼ିକରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ। ରେଡ୍‌ମି୪୩-ଇଞ୍ଚ୍‌ ୪କେ ଅଲ୍‌ଟ୍ରା ଏଚ୍‌ଡିକୁ ଏହି ଅଫର୍‌ ସମୟରେ ୨୦୪୯୯ ଟଙ୍କାରେ କିଣିପାରିବେ। ଏହାର ପୁରୁଣା ଦର ରହିଛି ୪୨୯୯୯ ଟଙ୍କା।

  10. ବାଚସ୍ପତିଙ୍କ ପୋଡିୟମ ଉପରକୁ ବିଜେପି ବିଧାୟକମାନେ ଡାଲି ଫିଙ୍ଗିବା ଘଟଣାକୁ କଡ଼ା ନିନ୍ଦା କରିଛି ବିଜେଡି । ବିରୋଧୀ ଦଳ ବିଧାନସଭା ଚଲାଇ ନ ଦେବାକୁ ସଂକଳ୍ପ ନେଇଛନ୍ତି ବୋଲି ଶାସକ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି ।

  11. ୩ଦିନ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ରାଜ୍ୟରେ ବହୁ ଜିଲ୍ଲାର ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା ଥିବା ବେଳେ ଶନିବାର ଠାରୁ ରାଜ୍ୟରେ ପାଗ ବଦଳି ମେଘୁଆ ପାଗ ସହ ବର୍ଷାର ବିସ୍ତୃତି ବଢ଼ିବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଶୁକ୍ରବାର ଅପରାହ୍ନରେ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି।

  12. ଭାରତରେ ଅକ୍ଟୋବର ୫ରୁ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପ୍‌‌ ଲାଗି ଅଂଶଗ୍ରହଣକାରୀ ୧୦ଟି ଦଳର ପ୍ରସ୍ତୁତି ଶେଷ ପର୍ଯ୍ୟାୟ ରହିଛି। ୩ଟି ଭେନ୍ୟୁ ଯଥା ଗୁଆହାଟୀ, ହାଇଦରାବାଦ ଓ ଥିରୁଅନନ୍ତପୁରମରେ ସମସ୍ତ ୱାର୍ମଅପ୍‌‌ ମ୍ୟାଚ୍‌‌ ଆରମ୍ଭ ହୋଇଛି ।

  13. ପାକିସ୍ତାନରେ ବଡ ଧରଣର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ପ୍ରାୟ ୩୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଗୁରୁତର ହୋଇଛନ୍ତି। ବାଲୋଚିସ୍ତାନ ମାସ୍ତୁଙ୍ଗ ଜିଲାର ଏକ ମସଜିଦ୍‌‌ ନିକଟରେ ଏହି ବିସ୍ଫୋରଣ ଘଟିଥିବା ଜଣାପଡିଛି।

  14. ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି। ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଛି ଭାରତ । ସୁଟର ପଲକ ଭାରତ ପାଇଁ ଏହି ସ୍ୱର୍ଣ୍ଣ ଜିତିଛନ୍ତି। ସମାନ ଇଭେଣ୍ଟରେ ରୌପ୍ୟ ଜିତିଛନ୍ତି ଇଶା ସିଂ ।

  15. ଓଡ଼ିଶା ହାଇକୋର୍ଟରେ ରତ୍ନଭଣ୍ଡାର ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି ହୋଇଛି। ରତ୍ନଭଣ୍ଡାର ମରାମତି ପାଇଁ ଗଠନ କମିଟି ହେବ ଏବଂ ଏହାସହ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

  16. ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର କହିଛନ୍ତି, ତାଙ୍କ ଦଳ ଇଣ୍ଡିଆ ମେଣ୍ଟକୁ ସମର୍ଥନ ପ୍ରଦାନ କରିବାପାଇଁ ପ୍ରତିଶ୍ରୁତିବଦ୍ଧ। ଗଣମାଧ୍ୟମକୁ କେଜ୍ରିୱାଲ କହିଛନ୍ତି, ତାଙ୍କ ଦଳ ଇଣ୍ଡିଆ ମେଣ୍ଟରୁ ଓହରିବନି।

  17. ଦେଶରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ ୨୦୨୪ରେ ସମ୍ଭବ ହୋଇପାରିବ ନାହିଁ। ତେବେ ଏକ ରାଷ୍ଟ୍ର-ଏକ ନିର୍ବାଚନକୁ ସାକାର କରିବା ପାଇଁ ଆଇନ କମିସନ କାମ ଜାରି ରଖିଛି ଏବଂ ଏହା ୨୦୨୯ରେ ସମ୍ଭବ ହୋଇପାରେ ବୋଲି କେତେକ ସୂତ୍ରରୁ ଜଣାପଡ଼ିଛି।

  18. ଦୁଇ ହଜାର ଟଙ୍କିଆ ନୋଟ୍ ବଦଳାଇବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ଯେଉଁ ଚାରି ମାସର ସମୟ ଦେଇଥିଲା ତାହା ଆସନ୍ତାକାଲି (ଶନିବାର) ଶେଷ ହେଉଛି।

  19. ଡିଜେ ଡାକିଆଣୁଛି ଡେଞ୍ଜର। କାନ ପରଦା ଫାଟିପାରେ, ହାର୍ଟ ଆଟାକ୍‌ କିମ୍ବା ବ୍ରେନ୍‌ ଷ୍ଟ୍ରୋକ ହୋଇପାରେ। ଜୀବନ ମଧ୍ୟ ଯାଇପାରେ। ଚଳିତ ସପ୍ତାହରେ ଅସହ୍ୟ ଡିଜେ ଶବ୍ଦରେ ଜଣଙ୍କର ହାର୍ଟ ଆଟାକ ଓ ଅନେକ ଲୋକ ଅସୁସ୍ଥ ହୋଇପଡ଼ିବା ପରେ ଏହାକୁ ନେଇ ବୁଦ୍ଧିଜୀବୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି

  20. ଚାଇନାରେ ଚାଲିଥିବା ୧୯ତମ ଏସିଆନ ଗେମ୍ସରେ ଭାରତ ତା’ର ସ୍ଥିର ପ୍ରଦର୍ଶନ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ଦେଶ ପାଇଁ ବିଭିନ୍ନ ବର୍ଗରେ ଖେଳାଳିମାନେ ୩୩ଟି ପଦକ ଜିତି ସାରିଲେଣି। ଏହା ମଧ୍ୟରେ ୮ଟି ସ୍ୱର୍ଣ୍ଣ, ୧୨ଟି ରୌପ୍ୟ ଓ ୧୩ଟି ବ୍ରୋଞ୍ଜ ପଦକ ରହିଛି

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.