• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଶନିବାର କହିଛି ଯେ, ଏହାର ଗଗନଯାନ ମିସନ ପାଇଁ ଖୁବ୍‌ଶୀଘ୍ର ମାନବରହିତ ଉଡ଼ାଣ ପରୀକ୍ଷା ଆରମ୍ଭ କରାଯିବ। ଭାରତର ପ୍ରଥମ ମାନବଯୁକ୍ତ ମହାକାଶଯାନ ପ୍ରକଳ୍ପର ଆବର୍ଟ ଟେଷ୍ଟ ଚଳିତମାସରେ ହୋଇପାରେ ବୋଲି ଇସ୍ରୋ ପ୍ରକାଶ କରିଛି।

  2. ସମାଜଇସ୍ରାଏଲ ଉପରେ ପାଲେଷ୍ଟାଇନ୍‌ର ଇସ୍‌ଲାମିକ ଆତଙ୍କବାଦୀ ସଂଗଠନ ‘ହମାସ୍‌’ ପକ୍ଷରୁ ଅତର୍କିତ ଆକ୍ରମଣ ପରିପ୍ରେକ୍ଷୀରେ ଭାରତ ଉଦ୍‌ବେଗ ପ୍ରକାଶ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରାଏଲକୁ ନୈତିକ ସମର୍ଥନ କରିବା ସହ ଆତଙ୍କବାଦର ମୂଳୋତ୍ପାଟନ ପାଇଁ ଇସ୍ରାଏଲ ସହିତ ଭାରତ ରହିଛି ବୋଲି ମୋଦୀ କହିଛନ୍ତି।

  3. ଛାଡପତ୍ର ମାମଲାର ଶୁଣାଣି ବେଳେ ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇ କହିଛନ୍ତି ବିବାହିତ ଦମ୍ପତିଙ୍କୁ ପରସ୍ପରଠାରୁ ଅଲଗା ରଖିବା ଅତ୍ୟନ୍ତ ନିଷ୍ଠୁରତା। 

  4. ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଶନିବାର ‘ଗଗନଯାନ ମିଶନ୍‌’ ପାଇଁ ଉଦ୍ଦିଷ୍ଟ ମହାକାଶ ଯାନର ଚିତ୍ର ସାର୍ବଜନୀନ କରାଯାଇଛି। ୨୦୨୪ ଡିସେମ୍ବରରେ ଇସ୍ରୋ ମହାକାଶକୁ ପ୍ରଥମ ଥର ମଣିଷ ପଠାଇବ ଏବଂ ଏହି ଯାନରେ ୨ କିମ୍ବା ୩ ମହାକାଶଚାରୀ ଯାତ୍ରା କରିବା ସହ ପୃଥିବୀ ପୃଷ୍ଠକୁ ଫେରି ଆସିବେ ବୋଲି ଇସ୍ରୋ କହିଛି।

  5. ବମ୍ବେ ହାଇକୋର୍ଟର ଜଷ୍ଟିସ ପ୍ରକାଶ ଡି ନାୟକ କହିଛନ୍ତି ଗଣମାଧ୍ୟମର ପ୍ରଭାବରେ ବିଚାରପତିମାନେ ସେମାନଙ୍କର ରାୟ ଦିଅନ୍ତି ନାହିଁ। 

  6. ଦ୍ବାରକାର ପୋଚନପୁର ଗାଁରେ ୪୦ ମିଟର ‌ଟନେଲ ଖୋଳି ଜଣେ ସୁରକ୍ଷା କର୍ମୀ ଇଣ୍ଡିଆନ ଅଏଲ୍‌ ପାଇପଲାଇନରୁ ଲକ୍ଷଲକ୍ଷ ଟଙ୍କାର ତେଲ ଚୋରି କରି ଶେଷରେ ଧରାପଡ଼ିଥିବା ଜଣାପଡ଼ିଛି। ଗିରଫ ହୋଇଥିବା ସୁରକ୍ଷା କର୍ମୀ ଜଣକ ଗତ ଜୁନ୍ ମାସରୁ ତେଲ ଚୋରି କରି ଆସୁଥିଲା।

  7. ଇସ୍ରାଏଲରେ ହୋଇଥିବା ଭୟଙ୍କର ହମାସ ଆକ୍ରମଣକୁ ବିଶ୍ବ ନେତାମାନେ କଡ଼ା ନିନ୍ଦା କରିଛନ୍ତି। ଆଜି ବଡ଼ି ଭୋର ସମୟରେ ଇସ୍ରାଏଲରେ ହୋଇଥିବା ହମାସ ଆକ୍ରମଣରେ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ୭୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

  8. ପଶ୍ଚିମ ଆଫଗାନିସ୍ତାନରେ ଶନିବାର ଏକ ୬.୩ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି, ଯେଉଁଥିରେ ଅନେକ ଲୋକ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି। ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ଏହି ଭୂମିକମ୍ପରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୭୮ ଜଣ ଆହତ ହୋଇଛନ୍ତି।

  9. ଫୋର୍ବ ପକ୍ଷରୁ ଚଳିତବର୍ଷ ୨୦୨୩ ପାଇଁ ବିଶ୍ବର ଧନୀ ତାଲିକା ପ୍ରକାଶ କରାଯାଇଛି। ଚଳିତବର୍ଷ ଧନୀ ତାଲିକାର ଶୀର୍ଷରେ ଫ୍ରାନ୍ସ କମ୍ପାନି ଏଲଭିଏମ୍‌ଏଚ୍‌ (ଲୁଇ ଭୁଟୋ ମୋ‌ଏଟ ହେନେସିର ସିଇଓ ବର୍ନାର୍ଡ଼ ଅରନଲ୍ଟ ରହିଛନ୍ତି।

  10. ଗୁଡ଼ ଉପରେ ଜିଏସଟି ୨୮%ରୁ ୫%କୁ ହ୍ରାସ କରାଯାଇଛି । ଏହି ପଦକ୍ଷେପ ଦ୍ୱାରା ଚିନି ମିଲଗୁଡ଼ିକ ପାଇଁ ଅଧିକ ନଗଦ ଅର୍ଥ ବୃଦ୍ଧି କରିବ ଏବଂ ଆଖୁ ଚାଷୀଙ୍କ ଆଖୁ ବକେୟା ଶୀଘ୍ର ପରିଶୋଧ କରିବାରେ ସକ୍ଷମ କରିବ ।

  11. ବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକଙ୍କ ତାଲିକାରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ୨୨ଜଣ ବିଶିଷ୍ଟ ଗବେଷକ ସ୍ଥାନ ପାଇବାର ଗୌରବ ଅର୍ଜନ କରିଛନ୍ତି। ୨୦୨୩ ନିମନ୍ତେ ଆମେରିକାର ପ୍ରତିଷ୍ଠିତ ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଷୟବସ୍ତୁ ଆଧାରକୁ ନେଇ ପ୍ରକାଶିତ।

  12. ଶେଷ ଦିନରେ ଭାରତୀୟ ମହିଳା ହକି ଦଳ ଜାପାନକୁ ୨-୧ରେ ହରାଇ ଏସିଆନ ଗେମ୍ସରେ ବ୍ରୋଞ୍ଜ ପଦକ ଜିତିବାକୁ ସକ୍ଷମ ହୋଇଛି।

  13. ମିଲେଟଭିତ୍ତିକ ଉତ୍ପାଦ ଉପରେ ଜିଏସଟି ହାର ହ୍ରାସ ଓଡ଼ିଶା ମିଲେଟ୍‌ ମିଶନ ଉପରେ ଯଥେଷ୍ଟ ସକାରାତ୍ମକ ପ୍ରଭାବ ପକାଇପାରେ । ମିଲେଟ ଆଧାରିତ ଉତ୍ପାଦ ଉପରେ ଜିଏସଟି ହାର ହ୍ରାସ କରି ସରକାର ସେଗୁଡ଼ିକୁ ଅଧିକ ସୁଲଭ ଓ ସହଜଲଭ୍ୟ କରିପାରିବେ । ମିଲେଟ ଆଧାରିତ ସ୍ୱାସ୍ଥ୍ୟ ମିଶ୍ରଣ ଉପରେ ଜିଏସଟି ଛାଡ଼, (ଯେଉଁଥିରେ ସର୍ବନିମ୍ନ ୭୦ ପ୍ରତିଶତ ମିଲେଟ ଖୋଲାରେ ବିକ୍ରି ହୋଇଥାଏ) ମୂଲ୍ୟଯୁକ୍ତ ମିଲେଟ ଉତ୍ପାଦକୁ ବୃଦ୍ଧି କରିବାରେ ସହାୟକ ହେବ ।

  14. ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟର ସମୀକ୍ଷା କରିବା ସହ ୫୯୨୯ କୋଟିର ଏହି ପ୍ରକଳ୍ପର ଡିପିଆର୍‌କୁ ଅନୁମୋଦନ ପ୍ରଦାନ କରିଛନ୍ତି।

  15. ରାଜ୍ୟ ସରକାର ଛତୁଚାଷକୁ ବ୍ୟାପକ କରିବା ଉଦ୍ଦେଶ୍ୟରେ ୨୦୨୨-୨୩ରୁ ୨୦୨୬-୨୭ ପର୍ଯ୍ୟନ୍ତ ୫ ବର୍ଷ ପାଇଁ ଛତୁ ମିଶନରେ ୩୨୮ କୋଟି ୮୮ ଲକ୍ଷ ଟଙ୍କା ବ୍ୟୟବରାଦ କରିଛନ୍ତି। ଏଥିରେ ଛତୁ ଚାଷୀଙ୍କୁ ସବସିଡି ଦେବ ସହିତ ଛତୁ ଚାଷ ପାଇଁ ନୂଆ ଜ୍ଞାନ କୌଶଳ ଉପରେ ତାଲିମ ଦିଆଯିବ।

  16. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସ୍ବତନ୍ତ୍ର ଉନ୍ନୟନ ପରିଷଦ ପାଇଁ ୧୭୫.୫ କୋଟିର ଅତିରିକ୍ତ ଅନୁଦାନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଆଦିବାସୀଙ୍କ ଭାଷା, କଳା, ସଂସ୍କୃତି, ଐତିହ୍ୟର ସଂରକ୍ଷଣ ପାଇଁ ଏହା ଖର୍ଚ୍ଚ ହେବ । ଚଳିତ ବର୍ଷର ସ୍ୱାଭାବିକ ଅନୁଦାନ ୧୭୫.୫ କୋଟି ଟଙ୍କା ସହିତ ଏହି ଅତିରିକ୍ତ ଅନୁଦାନ ମିଳିବ।

  17. ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ଚଳିତ ପର୍ଯ୍ୟଟନ ଋତୁ ନଭେମ୍ବର ୧ ପରିବର୍ତ୍ତେ ଆସନ୍ତା ଅକ୍ଟୋବର ୧୪ ମହାଳୟାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବାକୁ ଯାଉଛି।

  18. ଯୁକ୍ତ ଦୁଇ ବୋର୍ଡ ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର। ପ୍ରଥମ ଥର ଲାଗି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପ୍ରକାଶ କଲା କୋଶ୍ଚିନ୍ ବ୍ୟାଙ୍କ୍। ପରୀକ୍ଷାର୍ଥୀ ମାନେ କୋଶ୍ଚିନ୍ ବ୍ୟାଙ୍କରୁ ପ୍ରଶ୍ନ ନେଇ ପରୀକ୍ଷା ପାଇଁ ପ୍ରସ୍ତୁତି କରିପାରିବେ। CBSE ଓ ICSE ବୋର୍ଡ ପକ୍ଷରୁ ପ୍ରତି ବର୍ଷ କୋଶ୍ଚିନ୍ ବ୍ୟାଙ୍କ୍ ଜାରି କରାଯାଇଥାଏ।

  19. ସରକାରୀ ବଙ୍ଗଳା ଖାଲି କରିବାକୁ ରାଘବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପଟିଆଲା କୋର୍ଟ । ଟାଇପ-୭ ବଙ୍ଗଳାକୁ ନେଇ ରାଜ୍ଯସଭା ସଚିବାଳୟ ଓ ରାଘବଙ୍କୁ ନେଇ ଚାଲିଥିବା ବିବାଦର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

  20. ଓଡ଼ିଆ ହକି ହିରୋ ଅମିତ ରୋହିଦାସଙ୍କୁ ଦେଢ଼ କୋଟି ତାଙ୍କ ପୁରସ୍କାର । ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏସୀୟ ହକି କ୍ରୀଡାରେ ସ୍ୱର୍ଣ୍ଣ ପଦକ ବିଜୟୀ ପାଇଁ ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏସିଆନ ଗେମ୍ସରେ ଜାପାନକୁ ୫-୧ ଗୋଲରେ ହରାଇ ଗୋଲ୍ଡ ମେଡାଲ ହାତେଇଛି ପୁରୁଷ ହକି ଟିମ୍ ।

 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.