• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଦୀର୍ଘ ୭୨ବର୍ଷ ପରେ ଭାରତୀୟ ବାୟୁସେନା ଏହାର ପତାକା ବଦଳାଇଛି। ଏହି ପତାକା ବାୟୁସେନା ଦିବସରେ ପ୍ରୟାଗରାଜର ବାମରୌଲି ସେଣ୍ଟ୍ରାଲ ଏୟାର କମାଣ୍ଡ ମୁଖ୍ୟାଳୟରେ ଉନ୍ମୋଚିତ ହୋଇଥିଲା। ୮ ଅକ୍ଟୋବର ୧୯୩୨ରେ ବାୟୁସେନା ପ୍ରତିଷ୍ଠା କରାଯାଇଥିଲା।

  2. ଅଯୋଧ୍ୟାରେ ନିର୍ମିତ ଭବ୍ୟ ରାମ ମନ୍ଦିରରେ ଯେଉଁ ପବିତ୍ର ଚାଉଳ (ଅକ୍ଷତ) ଅର୍ପଣ କରାଯିବ ତାହାକୁ ଦେଶର ୫ ଲକ୍ଷ ଗ୍ରାମରେ ବଣ୍ଟନ କରାଯିବ। ଆସନ୍ତବର୍ଷ ଜାନୁଆରିରେ ହେବାକୁ ଥିବା ପବିତ୍ରୀକରଣ ଉତ୍ସବ ପୂର୍ବରୁ ଉକ୍ତ କାର୍ଯ୍ୟ ସଂପାଦନ ହେବ।

  3. ଇସ୍ରାଏଲ ଓ ହମାସ୍ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ମଧ୍ୟରେ ସେଠାରେ ଅନେକ ଭାରତୀୟ ଫସି ରହିଛନ୍ତି । ତେବେ ସେଠାରେ ଫସି ରହିଥିବା ୨୭ ଜଣ ଉତ୍ତର-ପୂର୍ବ ରାଜ୍ୟ ମେଘାଳୟ ବାସିନ୍ଦାଙ୍କୁ ସୁରକ୍ଷିତ ଭାବେ ଇଜିପ୍ଟ ଦେଇ ଭାରତକୁ ଅଣାଯାଉଛି ।

  4. ବିଶ୍ବରେ ଆମେରିକା ପାଖରେ ସମୁଦାୟ ୨୩୩ ସୁପର କମ୍ପ୍ୟୁଟର ରହିଛି, ଯେତେବେଳେ କି ଭାରତରେ ଏହି ସଂଖ୍ୟା ମାତ୍ର ୧୮। ଭାରତକୁ ଆଉ ୯ଟି ସୁପର କମ୍ପ୍ୟୁଟର ମିଳିବାର ଅଛି। ନ୍ୟାସନାଲ ସୁପର କମ୍ପ୍ୟୁଟିଂ ମିସନ୍ ଅଧୀନରେ ଏହି ସବୁ କମ୍ପ୍ୟୁଟର ଭାରତକୁ ଆସିବ।

  5. କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଛନ୍ତି ବର୍ଷକୁ ଦୁଇଥର ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଦେବା ଛାତ୍ରୀଛାତ୍ରଙ୍କ ପାଇଁ ଇଚ୍ଛାଧୀନ ହେବ।

  6. ଗତ ପ୍ରାୟ ଏକ ବର୍ଷ ଧରି ଭାରତରେ ବିଶ୍ୱ ମହାମାରୀ କରୋନା (କୋଭିଡ ୧୯) ମାମଲା ଶାନ୍ତ ରହିଛି। କିନ୍ତୁ ଗତ କିଛି ଦିନ ହେବ କରୋନା ସଂକ୍ରମଣ ପୁଣି ଦେଖାଯିବା ଆରମ୍ଭ କରିଛି।

  7. କଂଗ୍ରେସ ନେତା ରଣଦୀପ ସୁରଜେୱାଲାଙ୍କ ଅନୁଯାୟୀ କମଲନାଥ ମଧ୍ୟପ୍ରଦେଶରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ।

  8. ଚଳିତ ବର୍ଷ ପାର୍ବଣ ସମୟରେ କଟକ ମହାନଗର ନିଗମ ଅଞ୍ଚଳରେ ସାର୍ବଜନୀନ ପୂଜା ଉତ୍ସବ ପାଇଁ ଗ୍ରାଉଣ୍ଡ ରେଣ୍ଟ ଆଦାୟ ନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

  9. ଆଫଗାନିସ୍ତାନରେ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ବଡ ଧରଣର ଭୂମିକମ୍ପରେ ଏଯାଏଁ ମୃତ୍ୟୁ ସଂଖ୍ୟା ୨୦୦୦ ଟପିଲାଣି ବୋଲି ତାଲିବାନର ଜଣେ ପ୍ରବକ୍ତା ସୂଚନା ଦେଇଛନ୍ତି ।

  10. ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସମାଜବାଦୀ ନେତା ସ୍ୱର୍ଗତ ବିଶ୍ୱନାଥ ପଣ୍ଡିତଙ୍କ ସ୍ମୃତିରେ କଟକର ପୁରୀ -ଅନୁଗୁଳ ବସଷ୍ଟାଣ୍ଡ ବାଦାମବାଡିଠାରେ ଏକ ଅତ୍ୟାଧୁନିକ ଲାଇବ୍ରେରୀ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ୩୦ କୋଟି ୫୮ଲକ୍ଷ ୩୧ ହଜାର୧୦୦ ଟଙ୍କା ଖର୍ଚ୍ଚ ପ୍ରସ୍ତାବକୁ ମଧ୍ୟ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ଦେଇଛନ୍ତି।

  11. ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧିନରେ ଓଏଏସ ଅଧିକାରୀ ସ୍ତରରେ ଗତକାଲି ବ୍ୟାପକ ବଦଳି କରାଯାଇଛି । ମୋଟ ୪୨ ଜଣ ଓଏଏସ ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲାକୁ ବିଡିଓ ଭାବେ ବଦଳି କରାଯାଇଥିବା ବେଳେ ୯ ଜଣ ଅଧିକାରୀଙ୍କୁ ପଞ୍ଚାୟତିରାଜ ବିଭାଗରୁ ଅନ୍ୟତ୍ର ବଦଳି କରାଯାଇଛି ।

  12. ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ହମାସ ଗତକାଲି ଇସ୍ରାଏଲ ଉପରେ ପ୍ରାୟ ୫ ହଜାର ରକେଟ୍‌ ମାଡ଼ କରି ଧନଜୀବନର ବ୍ୟାପକ କ୍ଷୟକ୍ଷତି ଘଟାଇଥିବା ବେଳେ ଆଜି ଆତଙ୍କବାଦୀମାନେ ବର୍ବରତାର ସବୁ ସୀମା ଟପିଛନ୍ତି। ଜଳ, ସ୍ଥଳ ଓ ଆକାଶ ପଥ ଦେଇ ଇସ୍ରାଏଲରେ ପ୍ରବେଶ କରିଥିବା ୩ ଶହରୁ ଅଧିକ ଆତଙ୍କବାଦୀ ବିଭିନ୍ନ ଅଂଚଳରେ ଲୋକଙ୍କୁ ପଣବନ୍ଦୀ କରି ରଖିବା ସହ ନିର୍ଯାତନା ଦେଇ ହତ୍ୟା କରୁଛନ୍ତି।

  13. ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଅଧ୍ୟକ୍ଷ ଏସ୍ ସୋମନାଥ ଶନିବାର କହିଛନ୍ତି ଯେ, ଇସ୍ରୋ ଉପରେ ପ୍ରତିଦିନ ୧୦୦ରୁ ଅଧିକ ସାଇବର ଆକ୍ରମଣ ହେଉଛି।

  14. ୨୦୧୯ରେ ଧାରା ୩୭୦ ହଟାଯିବା ପରେ ଜମ୍ମୁ କଶ୍ମୀରରେ ଅନୁଷ୍ଠିତ ପ୍ରଥମ ନିର୍ବାଚନରେ କଂଗ୍ରେସ ଏବଂ ନ୍ୟାଶନାଲ୍‌ କନଫରେନ୍ସ ମିଳିତ ମେଣ୍ଟ କାର୍‌ଗିଲରେ ଲଦାଖ ସ୍ବାୟତ୍ତ ପର୍ବତୀୟ ପରିଷଦ ନିର୍ବାଚନରେ ଭାଜପାକୁ ପରାସ୍ତ କରିଛି।

  15. ମହାରାଷ୍ଟ୍ର ରାଜ୍ୟ ସଡକ ବିକାଶ ନିଗମ ଅକ୍ଟୋବର ୧ ରୁ ମୁମ୍ବାଇ ସୀମାରେ ଅବସ୍ଥିତ ଟୋଲ ବୁଥ ଉପରେ ଟୋଲ ଟ୍ୟାକ୍ସ ବୃଦ୍ଧି କରିଛି।

  16. ମଣିପୁରର ପଶ୍ଚିମ ଇମ୍ଫାଲ ଜିଲାର ରାଜ୍ୟ ମନ୍ତ୍ରୀ ୟୁମନମ ଖେମଚାନ୍ଦ ସିଂଙ୍କ ବାସଭବନ ନିକଟରେ ଏକ ଗ୍ରେନେଡ ବିସ୍ଫୋରଣରେ ଜଣେ ସିଆରପିଏଫ ଯବାନଙ୍କ ସମେତ ଦୁଇ ଜଣ ଆହତ ହୋଇଛନ୍ତି।

  17. ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) କହିଛି ଗଗନୟାନ ମିଶନ ପାଇଁ ମହାକାଶ ଏଜେନ୍ସି ଖୁବ ଶୀଘ୍ର ମାନବ ବିହୀନ ବିମାନ ପରୀକ୍ଷା ଆରମ୍ଭ କରିବ।

  18. ଆମେରିକାର ନ୍ୟୁଜର୍ସିରେ ନିର୍ମାଣ ହୋଇଥିବା ସର୍ବବୃହତ ହିନ୍ଦୁ ମନ୍ଦିରକୁ ରବିବାର ଶ୍ରଦ୍ଧାଳୁଙ୍କ ଲାଗି ଉତ୍ସର୍ଗ କରାଯାଇଛି । ପ୍ରାୟ ସପ୍ତାହେ ଧରି ମନ୍ଦିର ଉଦ୍‌ଘାଟନ ଉତ୍ସବ ଚାଲିବା ପରେ ରବିବାର ଏହା ଶେଷ ହୋଇଛି।

  19. ଆଇସିସି ବିଶ୍ୱକପ୍‌ ୨୦୨୩ । ରବିବାର ବିଶ୍ୱକପ୍‌ର ୫ମ ମୁକାବିଲା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା ଅଷ୍ଟ୍ରେଲିଆ ୪୯.୩ ଓଭରରେ ସମସ୍ତ ୱିକେଟ ହରାଇ ୧୯୯ ରନ କରିଥିଲା। ଏହି ମ୍ୟାଚ ଜିତିବାକୁ ହେଲେ ଭାରତକୁ ୨୦୦ ରନର ଆବଶ୍ୟକତା ରହିଥିଲା । ଭାରତ ୪୧.୨ ଓଭରରେ ୪ ୱିକେଟ ହରାଇ ୨୦୧ ରନ କରି ସହଜରେ ମ୍ୟାଚକୁ ଜିତି ନେଇଛି।

  20. ଏସୀୟ କ୍ରୀଡ଼ା ୨୦୨୩ରେ ବ୍ରୋଞ୍ଜ ପଦକ ବିଜୟୀ ଭାରତୀୟ ମହିଳା ହକି ଦଳର ଓଡ଼ିଆ ହକି ଷ୍ଟାର ଦୀପଗ୍ରେସ ଏକ୍କାଙ୍କୁ ପୁରସ୍କାର ୫୦ ଲକ୍ଷ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତକାଲି ଭାରତୀୟ ମହିଳା ହକି ଦଳଜାପାନକୁ ୨-୧ରେ ହରାଇ ଏସିଆନ ଗେମ୍ସରେ ବ୍ରୋଞ୍ଜ ପଦକ ଜିତିବାକୁ ସକ୍ଷମ ହୋଇଥିଲା।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.