• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ବାପୁଙ୍କ ଅମରବାଣୀ ପ୍ରତ୍ୟେକ ବ୍ୟକ୍ତିଙ୍କ ପଥ ଆଲୋକିତ କରି ଚାଲୁଥିବ ବୋଲି ଆଜି ତାଙ୍କ ୧୫୪ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।
  2. ଭାରତ-ଆମେରିକା ସମ୍ପର୍କକୁ ନେଇ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ସୋମବାର କହିଛନ୍ତି ଯେ, ଦୁଇ ଦେଶର ସମ୍ପର୍କର ଗଭୀରତାକୁ ମାପିବା କଷ୍ଟକର। ଦୁଇ ଦେଶ ବର୍ତ୍ତମାନ ପରସ୍ପରକୁ ‘ଈପ୍ସିତ, ଶ୍ରେଷ୍ଠ ଓ ସ୍ବସ୍ତିଦାୟକ ଅଂଶୀଦାର’ ଭାବରେ ଦେଖୁଛନ୍ତି। ୱାସିଂଟନରେ ଭାରତୀୟ ସମୁଦାୟର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଜୟଶଙ୍କର ଉପରୋକ୍ତ ମତ ପ୍ରକାଶ କରିଛନ୍ତି।
  3. ହିନ୍ଦୁସ୍ତାନୀ ଆଓ୍ବାମ ମୋର୍ଚ୍ଚା (ଏଚ୍‌ଏଏମ୍‌)ର ପୃଷ୍ଠପୋଷକ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାନ୍‌ଝି ନିର୍ବାଚନୀ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ତାଙ୍କୁ ୭୯ ବର୍ଷ ହେଲାଣି।
  4. ଦେଶର ସ୍ବାର୍ଥ ପାଇଁ କାର୍ଯ୍ୟ କରିବାରେ ବିଫଳତା ଏବଂ କର୍ମଚାରୀ ଓ ସମ୍ବଳ ଅଭାବ ଦର୍ଶାଇ ନୂଆଦିଲ୍ଲୀସ୍ଥିତ ଆଫଗାନିସ୍ତାନୀ ଦୂତାବାସ ରବିବାର ଏହାକୁ ବନ୍ଦ ଘୋଷଣା କରିଛି।
  5. ଆସାମ-ମେଘାଳୟ ସୀମାକୁ ନେଇ ବିବାଦ ଲାଗି ରହିଛି। ଏହି ପରିପ୍ରେକ୍ଷୀରେ ଆନ୍ତଃରାଜ୍ୟ ସୀମାରୁ ରାଜ୍ୟ ପୋଲିସଙ୍କୁ ହଟାଇ ସିଆର୍‌ପିଏଫ୍‌ ଯବାନଙ୍କୁ ମୁତୟନ କରିବାକୁ ଉଭୟ ରାଜ୍ୟ ସରାକାର ନିଷ୍ପତ୍ତି ନେଇଛନ୍ତି।
  6. ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ସଭାପତି ଶରଦ ପାୱାର ଦଳର ବିଭାଜନ ସମ୍ପର୍କରେ ଶୁଣାଣି ସମୟରେ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ନିକଟରେ ଉପସ୍ଥିତ ରହି ନିଜ ପକ୍ଷ ଉପସ୍ଥାପନ କରିବେ।
  7. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତେଲଙ୍ଗାନାର ମହବୁବନଗରରେ ପହଞ୍ଚି ଏଠାରେ ଏକ ରାଲିରେ ସମ୍ବୋଧିତ କରିଛନ୍ତି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଏବଂ ଭର୍ଚୁଆଲ  ମାଧ୍ୟମରେ ୧୩,୫୦୦କୋଟିରୁ ଅଧିକ ଟଙ୍କାର ଅନେକ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିଥିଲେ।
  8. ଅମରୋହାରୁ ବାହୁଜନ ସମାଜ ପାର୍ଟି ଏମପି ଦାନିସ ଅଲ୍ଲିଙ୍କ ସହ ସଂସଦରେ ଅଶ୍ଳୀଳତା ମାମଲା ଜାତୀୟ ମାନବ ଅଧିକାର ଆୟୋଗରେ ପହଞ୍ଚିଛି।
  9. ଚଳିତ ବର୍ଷ ‌ସେପ୍ଟେମ୍ବରରେ ଦେଶରେ ୧,୬୨,୭୧୨ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଥିବା ବେଳେ ସେଥିରୁ ଓଡ଼ିଶାରେ ୪,୨୪୯ କୋଟି ଟଙ୍କା ସଂଗ୍ରହ ହୋଇଛି। ଗତବର୍ଷ ସେପ୍ଟେମ୍ବର ତୁଳନାରେ ଦେଶରେ ଜିଏସ୍‌ଟି ସଂଗ୍ରହ ୧୦ ପ୍ରତିଶତ ବଢ଼ିଥିବା ବେଳେ ଓଡ଼ିଶାରେ ୧୩ ପ୍ରତିଶତ ବଢ଼ିଛି।
  10. ପୁରୁଣା ପେନ୍‌ସନ ସ୍କିମ୍‌ (ଓପିଏସ୍‌) ଲାଗୁ କରିବା ଦାବି ନେଇ ଆଜି ଦିଲ୍ଲୀ ରାମଲୀଳା ମୈଦାନରେ ବିଶାଳ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଛି।
  11. ପାକିସ୍ତାନରେ ଶୁକ୍ରବାର ଘଟିଥିବା ଦୁଇଟି ଆତ୍ମଘାତୀ ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ୬୫ରେ ପହଞ୍ଚିଥିବା ବେଳେ ଏହି ଆକ୍ରମଣ ପଛରେ ଭାରତୀୟ ଗୁଇନ୍ଦା ସଂସ୍ଥାର ହାତ ଥିବା ପାକିସ୍ତାନ ସରକାର ଶନିବାର ଅଭିଯୋଗ କରିଛନ୍ତି।
  12. ନିଜେ ହାତରେ ଝାଡୁ ଧରି ସଫେଇ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରେସଲର ଅଙ୍କିତ ବେୟନପୁରିୟାଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରମଦାନ କରିଛନ୍ତି । ଶ୍ରମଦାନ କରିବାର ଭିଡିଓ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର ନରେନ୍ଦ୍ର ମୋଦୀ ।
  13. ଏନ୍‌ଟିଏ ପକ୍ଷରୁ ୟୁଜିସି ନେଟ୍‌‌ ପାଇଁ ଆବେଦନ ଆରମ୍ଭ ହୋଇଛି। ଆଶାୟୀ ଛାତ୍ରଛାତ୍ରୀ ଆସନ୍ତା ଅକ୍ଟୋବର ୨୮ ତାରିଖ ମଧ୍ୟରେ ଆବେଦନ କରିବାକୁ ଥିବା ବେଳେ ଦକ୍ଷତା ପରୀକ୍ଷା ଡିସେମ୍ବର ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବ।
  14. ଶ୍ରୀକ୍ଷେତ୍ର ପୁରୀରେ ପ୍ରତିବର୍ଷ ଧର୍ମମାସ କାର୍ତ୍ତିକରେ ‘ରାଇଦାମୋଦର ବ୍ରତ’ ପାଳନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷ୍ୟାଳୀ ଯୋଜନା କାର୍ଯ୍ୟକାରୀ କରାଯାଉଛି। ହବିଷ୍ୟାଳୀ ବ୍ରତ ପାଳନ ପାଇଁ ଆଗ୍ରହୀ ମା’ମାନେ ଅକ୍ଟୋବର ୩ରୁ ୨୦ ତାରିଖ ମଧ୍ୟରେ ଅନ୍‌‌ଲାଇନ ଲିଙ୍କ୍‌‌ https://edistrict.odisha.gov.in ମାଧ୍ୟମରେ ନିଜର ନାମ ପଞ୍ଜୀକରଣ କରିପାରିବେ। ନଚେତ୍‌‌ ନିଜ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମାଧ୍ୟମରେ ମଧ୍ୟ ଆବେଦନ କରିପାରିବେ।
  15. ମାଳଦ୍ୱୀପ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି।  ମହମ୍ମଦ ମୁଇଜୁ ମାଳଦ୍ୱୀପର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ୫୪ ପ୍ରତିଶତ ଭୋଟ୍‌ ସହ ମୁଇଜୁ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି।
  16. ଦକ୍ଷିଣ ଭାରତୀୟ ସୁପରଷ୍ଟାର ଶିବ କୁମାରଙ୍କ ବହୁ ପ୍ରତୀକ୍ଷିତ ଆକ୍ସନ ଥ୍ରୀଲର ଚଳଚ୍ଚିତ୍ର ‘ଘୋଷ୍ଟ’ର ହିନ୍ଦୀ ଟ୍ରେଲର ରବିବାର ରିଲିଜ୍‌ ହୋଇଛି। ଟ୍ରେଲର ରିଲିଜ୍‌ ହେଉ ହେଉ ଏହା ଦର୍ଶକଙ୍କ ଉତ୍ସାହକୁ ଦୁଇ ଗୁଣା କରିଦେଇଛି। ଚଳିତ ବର୍ଷ ଅକ୍ଟୋବର ୧୯ରେ ପରଦାକୁ ଆସିବ ‘ଘୋଷ୍ଟ’। ଫିଲ୍ମରେ ଶିବ କୁମାରଙ୍କ ସହ ବଲିଉଡ଼ର ବରିଷ୍ଠ ଅଭିନେତା ଅନୁପମ ଖେର ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ।
  17. ଖଲିସ୍ତାନୀଙ୍କ ଚରମପନ୍ଥୀ କାର୍ଯ୍ୟକଳାପ କାନାଡ଼ାରୁ ସ୍କଟଲ୍ୟାଣ୍ଡକୁ ଡେଇଁଛି। ଶୁକ୍ରବାର ବ୍ରିଟେନ୍‌ରେ ନିଯୁକ୍ତ ଭାରତୀୟ ଉଚ୍ଚାୟୁକ୍ତ ବିକ୍ରମ ଦୋରାଇସ୍ବାମୀ ସ୍କଟଲ୍ୟାଣ୍ଡର ଗ୍ଲାସ୍‌ଗୋସ୍ଥିତ ଗୁରୁଦ୍ବାରକୁ ଯାଉଥିବାବେଳେ ଖଲିସ୍ତାନ ସମର୍ଥକ ବ୍ରିଟିଶ ଶିଖ୍‌ ତାଙ୍କୁ ଅଟକାଇବା ସହ ଧର୍ମପୀଠରେ ପ୍ରବେଶ କରାଇ ଦେଇନଥିଲେ ଓ ଫେରିଯିବାକୁ ସ୍ଲୋଗାନ୍‌ ଦେଇଥିଲେ। ପୁଲିସ ତଥା ଗୁରୁଦ୍ବାର କମିଟି ଭାରତୀୟ କୂଟନୀତିଜ୍ଞଙ୍କୁ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ବ୍ୟବସ୍ଥା କରିଥିଲେ।
  18. ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପର ତ୍ରୟୋଦଶତମ ସଂସ୍କରଣ ଆସନ୍ତା ଅକ୍ଟୋବର ୫ରୁ ନଭେମ୍ବର ୧୯ ପର୍ଯ୍ୟନ୍ତ ଭାରତରେ‌ ଖେଳାଯିବ। ଏହି ବିଶ୍ବକପରେ ଭାରତର ତାରକା ସ୍ପିନର ଭାବେ କୁଳଦୀପ୍‌ ଯାଦବ ଉଭା ହୋଇଛନ୍ତି।
  19. ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି। ୩ ହଜାର ମିଟର ଷ୍ଟିପଲଚେଜରେ ସ୍ୱର୍ଣ୍ଣ ଜିତିଛନ୍ତି ଅବିନାଶ ସାବଲେ।
  20. ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି। ସଟ୍‌ଫୁଟ୍‌ରେ ଭାରତକୁ ସ୍ୱର୍ଣ୍ଣ ପଦକ ଦେଇଛନ୍ତି ତଜିନ୍ଦର ପାଲ ସିଂ ତୁର

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.