• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ବୈଜ୍ଞାନିକ ପିଏରେ ଆଗୋଷ୍ଟିନି, ଫେରେଙ୍କ କ୍ରାଉସ୍‌ଜ ଏବଂ ଆନ୍‌ ଲେ’ହୁଇଲିୟରଙ୍କୁ ପଦାର୍ଥ ବିଜ୍ଞାନରେ ୨୦୨୩ ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି।

  2. ନେପାଳରେ ୫ କିଲୋମିଟର ଗଭୀରତାରେ ଦୁଇଟି ଭୂମିକମ୍ପ ଅନୁଭୂତ ହେବା ପରେ ଆଜି ଦିଲ୍ଲୀରେ ପ୍ରବଳ ଭୂମିକମ୍ପ ଅନୁଭୂତ ହୋଇଛି। ନେପାଳରେ ଅପରାହ୍ନ ୨ଟା ୨୫ରେ ପ୍ରଥମ ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ ଅପରାହ୍ନ ୨ଟା ୫୧ରେ ଦ୍ୱିତୀୟ ଭୂମିକମ୍ପ ଅନୁଭୂତ ହୋଇଥିଲା।

  3. ଗୋଟିଏ ଦିନ ପୂର୍ବରୁ ସରିଲା ମୌସୁମୀ ଅଧିବେଶନ । ଶେଷ ଦିନରେ ପାରିତ ହେଲା ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ । ୨୮ ହଜାର ୨୦୦ କୋଟି ଟଙ୍କାର ବ୍ୟୟମଞ୍ଜୁରୀ ବିଲ୍‌ ବିଧାନସଭାର ସିକୃତି ଲାଭ କରିଛି ।

  4. କେନ୍ଦ୍ରାପଡ଼ାର ପ୍ରସିଦ୍ଧ ରସାବଳିକୁ ଜିଆଇ ଟ୍ୟାଗ ମାନ୍ୟତା ମିଳିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାରୁ ଅଧିକରୁ ଅଧିକ ସାମଗ୍ରୀ, ଦ୍ରବ୍ୟକୁ ଜିଆଇ ଟ୍ୟାଗ ମାନ୍ୟତା ପାଇଁ ଆବେଦନ କରିବାକୁ ପ୍ରୋତ୍ସାହନ କରାଯାଇଥିଲା ।ରସାବଳିକୁ ମଙ୍ଗଳବାର ୨୦୨୩ ମସିହା ୩ ଅକ୍ଟୋବରରେ ଜିଆଇ ଟ୍ୟାଗ ମାନ୍ୟତା ମିଳିଛି ।

  5. କଣ୍ଠଶିଳ୍ପୀ ସୌରୀନ ଭଟଙ୍କ ପାଇଁ ବଢ଼ିଲା ଅଡ଼ୁଆ । ସୌରୀନ ଭଟଙ୍କ ବିରୁଦ୍ଧରେ ଜାମିନବିହୀନ ୱାରେଣ୍ଟ( NBW ) ପାଇଁ କୋର୍ଟ ଗଲା ପୁଲିସ । NBW ପାଇଁ JMFC କୋର୍ଟରେ ଆବେଦନ କଲା କମିଶନରେଟ ପୁଲିସ। ସୌରୀନ ଦୀର୍ଘ ଦିନ ଧରି ଧରା ଛୁଆଁ ନେଦେବାରୁ ଏହି ପଦକ୍ଷେପ ଗ୍ରହଣ କଲା ପୁଲିସ ।

  6. ଭୁବନେଶ୍ୱର ନାଇଜର କ୍ୟାମ୍ପସ ଠାରେ ହୋମି ଭାବା କ୍ୟାନସର ହସପିଟାଲ ଓ ଗବେଷଣା କେନ୍ଦ୍ରର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହସପିଟାଲରେ ବିଶ୍ବସ୍ତରୀୟ ଚିକିତ୍ସା ସୁବିଧା ସହ ଗବେଷଣା କରାଯିବ । ୨ଶହ ଶର୍ଯ୍ୟା ବିଶିଷ୍ଟ ଏହି କ୍ୟାନସର ହସପିଟାଲ ଡିସେମ୍ବର ୨୦୨୫ ସୁଦ୍ଧା କାର୍ଯ୍ୟକ୍ଷମ ହେବ ।

  7. ବଢ଼ିଲା ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶଯ୍ୟାସଂଖ୍ୟା । ୩୩୦ରୁ ୪୨୦କୁ ବଢ଼ିଲା ଶଯ୍ୟାସଂଖ୍ୟା । ଯାଜପୁରରେ ଖୁବଶୀଘ୍ର ଶହେ ଶଯ୍ୟାବିଶିଷ୍ଟ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବ ।

  8. ଖାଲିସ୍ତାନୀ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନିଜାରଙ୍କ ହତ୍ୟା ଉପରେ କାନାଡାର ଭିତ୍ତିହୀନ ଅଭିଯୋଗ ପରେ ଭାରତ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଭାରତ ଉପରେ ମିଛ ଓ ଭିତ୍ତିହୀନ ଅଭିଯୋଗ କରୁଥିବା କାନାଡାକୁ ଭାରତ ଖୋଲା ଚ୍ୟାଲେଞ୍ଜ ଦେବା ସହ ୧୦ ଅକ୍ଟୋବର ସୁଦ୍ଧା ୪୦ କୂଟନୀତିଜ୍ଞଙ୍କୁ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଛି।

  9. ଆତଙ୍କବାଦ ନିରୋଧୀ ଆଇନ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ଅଧୀନରେ ରୁଜୁ ହୋଇଥିବା ଏକ ମାମଲାରେ ଦିଲ୍ଲୀ ପୁଲିସ ମଙ୍ଗଳବାର ନ୍ୟୁଜ୍ କ୍ଲିକର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ପ୍ରବୀର ପୁରକାୟସ୍ଥ ତଥା କମ୍ପାନିର ଅଂଶୀଦାର ଅମିତ ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି।

  10. କର୍ଣ୍ଣାଟକ ହାଇକୋର୍ଟ ‘ଆଜତକ୍‌’ର ପରାମର୍ଶଦାତା ସମ୍ପାଦକ ସୁଧୀର ଚୌଧୁରୀଙ୍କୁ ମିଳିଥିବା ଅନ୍ତରୀଣ ସୁରକ୍ଷାକୁ ଅକ୍ଟୋବର ୯ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

  11. ରାମସେତୁକୁ ଜାତୀୟ ସ୍ମାରକୀ ଘୋଷଣା କରିବା ଏବଂ ସେହି ସ୍ଥାନରେ ପାଚେରି ନିର୍ମାଣ ପାଇଁ ନିର୍ଦ୍ଦେଶ ଦେବା ପାଇଁ ଆଗତ ହୋଇଥିବା ଆବେଦନର ଶୁଣାଣି କରିବାକୁ ସୁପ୍ରିମ୍‌କୋର୍ଟ ମନା କରିଦେଇଛନ୍ତି।

  12. ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି। ଏସୀୟ କ୍ରୀଡ଼ା ମହିଳା ଜାଭଲିନ ଥ୍ରୋରେ ଭାରତ ସ୍ୱର୍ଣ୍ଣ ପଦକ ହାସଲ କରିଛି। ସ୍ୱର୍ଣ୍ଣ ଜିତିଲେ ଗୋଲ୍ଡେନ ଗାର୍ଲ ଅନୁ ରାଣୀ । ୬୨.୯୨ ମିଟର ଦୂରତାକୁ ଜାଭଲିନ ଫିଙ୍ଗି ଅନୁ ରାଣୀ ସ୍ୱର୍ଣ୍ଣ ଜିତିଛନ୍ତି।

  13. ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି। ମହିଳା ୫ ହଜାର ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ ହାସଲ କରିଛି ଭାରତ । ୫ ହଜାର ମିଟର ଦୌଡ଼ରେ ଭାରତ ପାଇଁ ସ୍ୱର୍ଣ୍ଣ ଆଣିଛନ୍ତି ପାରୁଲ ଚୌଧୁରୀ ।

  14. ଏସୀୟ କ୍ରୀଡ଼ାରେ ଭାରତୀୟ ପୁରୁଷ ହକି ଦଳ ଫାଇନାଲରେ ପ୍ରବେଶ କରିଛି । ସେମିଫାଇନାଲରେ ଭାରତ ୫-୩ ଗୋଲରେ କୋରିଆକୁ ପରାସ୍ତ କରିଛି ।

  15. ଭୁବନେଶ୍ବର ଲୋକସେବା ଭବନରେ ଅଗ୍ନିକାଣ୍ଡ।  ରାଜସ୍ୱ ବିଭାଗ କୋଠାର ପ୍ରଥମ ମହଲାରେ ନିଆଁ।  ନିଆଁକୁ ଆୟତ୍ତ କଲେ ଅଗ୍ନିଶମ କର୍ମଚାରୀ।

  16. ଯେଉଁ ଛାତ୍ରଛାତ୍ରୀ ଅଦ୍ୟାବଧି ଏକାଦଶ ଶ୍ରେଣୀରେ ନାମ ଲେଖାଇ ପାରିନାହାନ୍ତି, ସେମାନଙ୍କୁ ପୁନଶ୍ଚ ସୁଯୋଗ ଦେବା ନିମିତ୍ତ ତୃତୀୟ ପର୍ଯ୍ୟାୟ ଅନ୍‌ଲାଇନ୍‌ ନାମଲେଖା ପ୍ରକ୍ରିୟା ଆସନ୍ତା ୦୪.୧୦.୨୦୨୩ ଠାରୁ ଆରମ୍ଭ ହେବାକୁ ଯାଉଛି।

  17. ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ସେଲ ସୋମବାର ୩ଜଣ ଇସଲାମିକ ଷ୍ଟେଟ (ଆଇଏସ୍‌) ଆତଙ୍କବାଦୀଙ୍କୁ ଗିରଫ କରିଛି। ଗିରଫ ଆତଙ୍କବାଦୀମାନେ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ)ର ୱାଣ୍ଟେଡ ତାଲିକାରେ ରହିଛନ୍ତି। ଗିରଫ ଆତଙ୍କବାଦୀମାନେ ହେଲେ ମହମ୍ମଦ ସାହାନୱାଜ ଓରଫ ସାଫି ଉଜ୍ଜାମା, ମହମ୍ମଦ ରିଜୱାନ ଓ ଅର୍ସଦ ୱାର୍ସି। ପୁଲିସ କହିବା ଅନୁଯାୟୀ ସାହାନୱାଜ ଏନଆଇଏର ମୋଷ୍ଟ ୱାଣ୍ଟେଡ ତାଲିକାରେ ରହିଥିଲା।

  18. ବରିଷ୍ଠ ଓଏଏସ୍ ଅଫିସର ଘାସିରାମ ମୁର୍ମୁ ଭୁବନେଶ୍ୱର ମହାନଗର ନିଗମ(ବିଏମସି)ର ଅତିରିକ୍ତ କମିଶନର ଭାବେ ନିଯୁକ୍ତି ପାଇଛନ୍ତି । ଆଜି ଓଏଏସ୍ ଅଫିସର ସ୍ତରରେ ଅଦଳବଦଳରେ ତାଙ୍କୁ ମିଳିଛି ଏହି ଦାୟିତ୍ୱ।

  19. ଦିଲ୍ଲୀ ପୁଲିସ୍‌ ସକାଳୁ ଚଳାଇଥିବା ରେଡ୍‌ ପରେ ସନ୍ଧ୍ୟାରେ ଭେଟରାନ ସାମ୍ବାଦିକ ତଥା ନ୍ୟୁଜକ୍ଲିକର ପ୍ରତିଷ୍ଠାତା ପ୍ରବୀର ପୁରକାୟସ୍ଥଙ୍କୁ ଗିରଫ କରିଛି। ତାଙ୍କୁ ଆତଙ୍କବାଦ ନିରୋଧ ଆଇନ ୟୁଏପିଏ ବଳରେ ଗିରଫ କରାଯାଇଛି

  20. ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର) ୨୦୨୦ ହାଇଦ୍ରାବାଦ ପୌରପାଳିକା ନିର୍ବାଚନ ପରେ ବିଜେପି ନେତୃତ୍ୱାଧୀନ ଏନଡିଏରେ ମିଶିବାକୁ ଚାହୁଁଥିଲେ। କିନ୍ତୁ କେସିଆର କରିଥିବା କର୍ମ ପାଇଁ ସେ ତାଙ୍କ ସହ ହାତ ମିଳାଇବାକୁ ମନା କରି ଦେଇଥିଲେ ବୋଲି ଆଜି ଦାବି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.