• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ରାଷ୍ଟ୍ରୀୟ ଉପସଭାପତି ରଘୁବର ଦାସ ହେବେ ଓଡ଼ିଶାର ନୂଆ ରାଜ୍ୟପାଳ। ପ୍ରଫେସର ଗଣେଶୀ ଲାଲଙ୍କ ଉତ୍ତରାଧିକାରୀ ଭାବରେ ଶ୍ରୀ ଦାସଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଯୁକ୍ତି ଦେଇଛନ୍ତି। ରାଷ୍ଟ୍ରପତି ଭବନରୁ ଏ ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ରଘୁବର ଓଡ଼ିଶାର ୨୬ତମ ରାଜ୍ୟପାଳ ଭାବରେ ଅବସ୍ଥାପିତ ହେବେ।

  2. କେନ୍ଦ୍ର ସରକାର ତା’ର କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୪ପ୍ରତିଶତ ବୃଦ୍ଧି କରିଛନ୍ତି। ବର୍ତ୍ତମାନ ମହଙ୍ଗା ଭତ୍ତା ଅର୍ଥାତ୍‌ ‘ଡିଏ’ ହାର ୪୨ପ୍ରତିଶତରୁ ୪୬ ପ୍ରତିଶତକୁ ବୃଦ୍ଧି ପାଇଛି।

  3. ଗାଜାରେ ଗତକାଲି ଏକ ହସ୍ପିଟାଲରେ ହୋଇଥିବା ବିସ୍ଫୋରଣରେ ୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଏହି ବିସ୍ଫୋରଣ ପାଇଁ ହମାସ ଇସ୍ରାଏଲକୁ ଦାୟୀ କରିଥିଲା

  4. ମିଳିତ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍ ବୁଧବାର କହିଛନ୍ତି ଯେ, ଇସ୍ରାଏଲ ଉପରେ ହମାସ୍‌ର ଆକ୍ରମଣ ପାଇଁ ପାଲେଷ୍ଟାଇନବାସୀଙ୍କୁ ସାମୂହିକ ଦଣ୍ଡ ଦେବା ଯୁକ୍ତିଯୁକ୍ତ ନୁହେଁ ଏବଂ ତୁରନ୍ତ ଅସ୍ତ୍ରବିରତି ଲାଗୁ ହେବା ଜରୁରୀ।

  5. ୨୦୨୨ ଓ ୨୦୨୩ରେ ଦୁଇଟି ଘଟଣାରେ ଜୟନାରାୟଣ ମିଶ୍ରଙ୍କ ବିରୋଧରେ ସମ୍ବଲପୁରରେ ଦୁଇଟି ମାମଲା ହୋଇଥିଲା । ଏହି ଦୁଇଟି ମାମଲାରେ ସେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି।

  6. ଆଇସିସି ବିଶ୍ବକପ୍‌-୨୦୨୩ର ୧୬ତମ ମ୍ୟାଚ୍‌ରେ ବୁଧବାର ଦିନ ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ମୁହାଁମୁହିଁ ହୋଇଥିଲେ। ସ୍ଥାନୀୟ ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ଆଫଗାନିସ୍ତାନ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ନ୍ୟୁଜିଲାଣ୍ଡ ଦଳ ବ୍ୟାଟିଂ କରିଥିଲା।  ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ ହରାଇ ୨୮୮ ରନ୍‌ ସଂଗ୍ରହ କରିିଥିଲା।

  7. ପୂଜା ବଜାରକୁ ସରଗରମ କରିବା ପାଇଁ ରିଲିଜ ଅପେକ୍ଷାରେ ୩ଟି ନୂଆ ଫିଲ୍ମ । ରାମ, ମାଲ୍ୟାଗିରୀ କୁ ଟକ୍କର ଦେବ ଓଡ଼ିଆ ଫିଲ୍ମ କଟକ । ପୂଜାରେ ଅରିନ୍ଦମ, ବାବୁସନ, ସିଦ୍ଧାନ୍ତ, ଅନୁଭବ, ଦେବାଶିଷ, ଅମ୍ଳାନଙ୍କ ସହ ବଲିଉଡ ଅଭିନେତା ରାହୁଲ ଦେବଙ୍କୁ ଦେଖିବାକୁ ପାଇବେ ଦର୍ଶକ । ଫିଲ୍ମର ସଫଳତା ପାଇଁ ଆଶାବାଦୀ ପୂରା ଟିମ୍ ।

  8. ଦୀପାବଳି ପୂର୍ବରୁ କେନ୍ଦ୍ର ସରକାର ୧୧.୦୭ ଲକ୍ଷରୁ ଅଧିକ ରେଳ କର୍ମଚାରୀ ମାନଙ୍କ ପାଇଁ ବଡ଼ ନିଷ୍ପତି ନେଇଛନ୍ତି। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ ବୈଠକରେ ନନ-ଗାଜେଟଡ କର୍ମଚାରୀ ମାନଙ୍କୁ ୭୮ ଦିନର ପ୍ରଡକ୍ଟିଭିଟି ବୋନସ ଦେବାକୁ ଘୋଷଣା କରିଛନ୍ତି।

  9. ଅତ୍ୟାଧନିକ ଓପିଟିସିଏଲ ( ଓଡ଼ିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ ଲିଃ )  ଟେକ ଟାୱାର ଲୋକାର୍ପିତ । ଆଜି  ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୫୫ କୋଟି ଟଙ୍କାରେ ନିର୍ମିତ ହୋଇଛି ଏହି ଟେକ ଟାୱାର। ଭୁବନେଶ୍ବର ସହିଦ ନଗରରେ ଏହି ଓପିଟିସିଏଲ ଟେକ ଟାୱାର ରହିଛି।

  10. କୋରାପୁଟ ଜିଲ୍ଲା ଜୟପୁର ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ବିଇଡି ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଚଳିତ ଶିକ୍ଷା ବର୍ଷରେ ମୋଟ ୫୦ଟି ସିଟ୍‌‌ରେ ନାମଲେଖା ହେବ। ଯେଉଁମାନେ ଚଳିତଥର ବିଇଡି ପ୍ରବେଶିକା ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଛନ୍ତି, ସେମାନେ ନାମଲଖା ପାଇଁ ଆବେଦନ କରିପାରିବେ।

  11. ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ବୁଧବାର କଂଗ୍ରେସ ଦ୍ୱିତୀୟ ପର୍ଯ୍ୟାୟରେ ୫୩ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି।

  12. ସୁନା ମୂଲ୍ୟରେ ପୁଣି ବୃଦ୍ଧି ଘଟିଛି। ବୁଧବାର ୫୦୦ ଟଙ୍କା ବୃଦ୍ଧି ସହ ସୁନା ୧୦ ଗ୍ରାମ ପିଛା ୬୦,୬୫୦ ଟଙ୍କାରେ ପହଞ୍ଚିଛି। ବିଶ୍ୱ ବଜାରରେ ସୁନା ମୂଲ୍ୟରେ ବୃଦ୍ଧି ମଧ୍ୟ ଦେଖାଯାଉଛି।

  13. ଓଡ଼ିଶା ହାଇକୋର୍ଟ ପୂର୍ବତନ ମୁଖ୍ୟ ବିଚାରପତି ଡା. ଏସ. ମୁରଲୀଧର ପୁଣିଥରେ ଓକିଲାତି ପେଶାକୁ ଫେରିବେ। 

  14.  ଚିନି ରପ୍ତାନି ସମ୍ପର୍କରେ ବୁଧବାର କେନ୍ଦ୍ର ସରକାର ଏକ ବଡ ଘୋଷଣା କରିଛନ୍ତି। ଅକ୍ଟୋବର ୩୧, ୨୦୨୩ ପରେ ମଧ୍ୟ ଦେଶରୁ ଚିନି ରପ୍ତାନି ଉପରେ ପ୍ରତିବନ୍ଧକ ଜାରି ରହିବ।

  15. ମାଳଦ୍ବୀପର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ମହମ୍ମଦ ମୁଇଜୁ ଦ୍ବୀପଦେଶରୁ ଭାରତୀୟ ସେନାକୁ ତଡ଼ିବା ତାଙ୍କର ପ୍ରଥମ ପ୍ରାଥମିକତା ହେବ ବୋଲି ଦୋହରାଇଛନ୍ତି।

  16. ଖୁବ୍‌ଶୀଘ୍ର ଚିଲିକା ଜଳରାଶିରେ ଭାସିବ ବିଳାସପୂର୍ଣ୍ଣ ରେସ୍ତୋରାଁ। ଏଥିପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ସବୁପ୍ରକାର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରାୟ ସାଢ଼େ ୬ କୋଟି ଟଙ୍କା ଖର୍ଚ୍ଚ‌ରେ ହେବାକୁ ଥିବା ଏହି ରେସ୍ତୋରାଁ‌ରେ ପର୍ଯ୍ୟଟକମାନେ ବିଭିନ୍ନ ରାଜକୀୟ ସେବା ପାଇବେ। ଏଥିରେ ପର୍ଯ୍ୟଟକମାନେ ଚିଲିକା ବୁଲିବା ସହ ରାତ୍ରିଯାପନ ବି କରିପାରିବେ।

  17. ୨୦୧୯ ନକଲି ଜନ୍ମ ପ୍ରମାଣପତ୍ର ମାମଲାରେ ସମାଜବାଦୀ ପାର୍ଟି ନେତା ଆଜମ ଖାନ୍‌, ତାଙ୍କ ପତ୍ନୀ ତାଜିନ ଫାତିମା ଓ ପୁଅ ଅବଦୁଲ୍ଲା ଆଜମଙ୍କୁ ଦୋଷୀ ସାବ୍ୟସ୍ତ କରି ରାମପୁରର ଏକ ଅଦାଲତ ୭ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।

  18. ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୱେଲ୍‌ସ୍ପନ୍‌ର ଅଧ୍ୟକ୍ଷ ବାଲ୍‌କ୍ରିଷ୍ଣ ଗୋଏଙ୍କା ଭେଟିଛନ୍ତି। ଉଭୟଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି।

  19. ଇସ୍ରାଏଲ୍‌-ହମାସ ଲଢ଼େଇ ଜୋରଦାର ହେବା ପରେ ଭାରତୀୟ ଷ୍ଟକ୍‌ବଜାର ଉପରେ ତାହାର ପ୍ରଭାବ ପଡ଼ିଛି। ଆଜି ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ୍‌ର ସେନ୍‌ସେକ୍ସ ୫୫୧ ପଏଣ୍ଟ ହ୍ରାସ ପାଇ ୬୫,୮୭୭ ପଏଣ୍ଟ୍‌ରେ ବନ୍ଦ ହୋଇଛି।

  20. ଚଳିତ ଆର୍ଥିକ ବର୍ଷରେ ଜିଏସ୍‌ଟି ଗୁଇନ୍ଦା ଅଧିକାରୀମାନେ ୧.୩୬ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ଠକେଇ ଠାବ କରିଥିବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଜିଏସଟି ଗୁଇନ୍ଦା ମହାନିର୍ଦ୍ଦେଶାଳୟ ଉନ୍ନତ ଡାଟା ଆନାଲିଟିକ୍ସକୁ ବ୍ୟବହାର କରି ଠକେଇ ଧରିବାକୁ ଉଦ୍ୟମ କରୁଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.