• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. କଠିନ ସମୟରେ ଭାରତ ଇସ୍ରାଏଲ୍‌ ସହ ଦୃଢ଼ ଭାବେ ଛିଡ଼ାହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଇସ୍ରାଏଲ୍‌ ପ୍ରତିପକ୍ଷ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କୁ କହିଛନ୍ତି। 

  2. ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ମଙ୍ଗଳବାର ୨୦୨୪ ଆର୍ଥିକ ବର୍ଷ ପାଇଁ ଭାରତର ଅଭିବୃଦ୍ଧି ପୂର୍ବାନୁମାନକୁ ୬.୧ ପ୍ରତିଶତ ରୁ ୬.୩ ପ୍ରତିଶତକୁ ବୃଦ୍ଧି କରିଛି, ଯାହା ଏପ୍ରିଲ-ଜୁନ ତ୍ରୟମାସରେ ଆଶା କରାଯାଉଥିବା ଆକଳନଅଧିକ ବୋଲି ଦର୍ଶାଇଛି।..

  3.  କର୍ନାଟକ ହାଇକୋର୍ଟ ରାଜ୍ୟ ସରକାରଙ୍କୁ କଡ଼ା ସମାଳୋଚନା କରିଛନ୍ତି। କୋର୍ଟ କହିଛନ୍ତି ସରକାରୀ ସ୍କୁଲରେ ମୌଳିକ ସୁବିଧା ଯୋଗାଇବାରେ ସରକାରଙ୍କ ବିଫଳତା ଗରିବ ଲୋକଙ୍କୁ ସେମାନେଙ୍କ ପିଲାଙ୍କୁ ଘରୋଇ ସ୍କୁଲକୁ ପଠାଇବାକୁ ବାଧ୍ୟ କରିଛି। 

  4. ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆମ ଆଦମୀ ପାର୍ଟି(ଏଏପି) ଏମ୍‌ପି ସଞ୍ଜୟ ସିଂଙ୍କ ଇଡି ରିମାଣ୍ଡ ଅବଧି ଅକ୍ଟୋବର ୧୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

  5. ରାଜ୍ୟ ସଭାରୁ ନିଲମ୍ବନ ବିରୋଧରେ ଆମ ଆଦମୀ ପାର୍ଟି(ଏଏପି)ର ଏମ୍‌ପି ରାଘବ ଚଢା ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ୫ ଏମ୍‌ପିଙ୍କ ସହମତି ବିନା ଚୟନ କମିଟିରେ ତାଙ୍କ ନାମ ପ୍ରସ୍ତାବ ଦେଇଥିବାରୁ ତାଙ୍କୁ ୫ ଅଗଷ୍ଟରେ ନିଲମ୍ବିତ କରାଯାଇଥିଲା।

  6. ଚଳିତ ବର୍ଷ ଏପ୍ରିଲରୁ ଜୁନ୍‌ ମଧ୍ୟରେ ସହରାଞ୍ଚଳରେ ବେରୋଜଗାର ହାର ୬.୬ ପ୍ରତିଶତକୁ ହ୍ରାସ ପାଇଛି। ବର୍ଷକ ପୂର୍ବରୁ ଏହି ହାର ୭.୬ ପ୍ରତିଶତ ଥିଲା ବୋଲି ଜାତୀୟ ନମୁନା ସର୍ବେକ୍ଷଣ କାର୍ଯ୍ୟାଳୟ (ଏନ୍‌ଏସ୍‌ଏସ୍‌ଓ) ତଥ୍ୟରୁ ଜଣାପଡ଼ିଛି। 

  7. ଇସ୍ରାଏଲ-ହମାସ ଯୁଦ୍ଧରେ ୪ର୍ଥ ଦିବସ ସୁଦ୍ଧା ୩୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଗଲାଣି। ଉଭୟ ପକ୍ଷ ମଧ୍ୟରେ ଘମାଘୋଟ ଲଢ଼େଇ ଜାରି ରହିଛି। 

  8. ଇସ୍ରାଏଲକୁ ଦୃଢ଼ ସମର୍ଥନ ଏବଂ ହମାସକୁ କଡ଼ା ନିନ୍ଦା କରି ୫ ରାଷ୍ଟ୍ର ବ୍ରିଟେନ, ଆମେରିକା, ଫ୍ରାନ୍ସ, ଜର୍ମାନୀ ଏବଂ ଇଟାଲି ଏକ ମିଳିତ ବିବୃତି ଜାରି କରିଛନ୍ତି।

  9. ହୁରୁନ ପକ୍ଷରୁ ଭାରତର ଧନୀ ତାଲିକା ପ୍ରକାଶ ପାଇଛି । ୩୬୦ ୱାନ୍ ୱେଲ୍ଥ ହୁରୁନ୍ ଇଣ୍ଡିଆ ରିଚ୍ ଲିଷ୍ଟ‌ରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ, ଅଦାନୀ ଗ୍ରୁପର ମୁଖ୍ୟ ଗୌତମ ଅଦାନୀଙ୍କୁ ପଛରେ ପକାଇଛନ୍ତି।

  10. ଆସନ୍ତା ୧୦ ବର୍ଷ ମଧ୍ୟରେ ଭାରତର ମହାକାଶ ଅର୍ଥନୀତିର ଆକାର ୪୪୦୦ କୋଟି ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୩,୬୫,୨୦୦ କୋଟି ଟଙ୍କା)ରେ ପହଞ୍ଚିବ। 

  11. ଆଗାମୀ ନଭେମ୍ବର ୧୯ରୁ ୨୭ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀସ୍ଥିତ ପ୍ରଗତି ମୈଦାନରେ ୪୨ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୩ ଅନୁଷ୍ଠିତ ହେବ। 

  12. ମଧ୍ୟପ୍ରାଚ୍ୟରେ ସଙ୍କଟ ଘନୀଭୂତ ହେବା ପରେ ମଙ୍ଗଳବାର ଅନ୍ତର୍ଜାତୀୟ ଓ ଘରୋଇ ବଜାରରେ ସୁନା ମୂଲ୍ୟ କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି। ଦୁଇଟି ସେସନରେ ସୁନା ମୂଲ୍ୟ ୮୬୦ ଟଙ୍କାରୁ ଅଧିକ ବୃଦ୍ଧି ପାଇ ଦୁଇ ସପ୍ତାହର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । 

  13. ପ୍ରତ୍ୟେକ ସୋମବାର ରାଜ୍ୟର ସମସ୍ତ ସରକାରୀ,ବେସରକାରୀ ଓ ଅନୁଦାନପ୍ରାପ୍ତ କଲେଜ କ୍ୟାମ୍ପସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୁଣଗାନ କରାଯିବ । ଭାରତୀୟ ହକିର ପୁନରୁଦ୍ଧାର ଓ ହୃତଗୌରବ ଫେରାଇବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅବଦାନର ଗାଥା କ୍ୟାମ୍ପସରେ କଲେଜ ପିଲାମାନଙ୍କୁ ଅବଗତ କରାଯିବ

  14. ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କ୍ଷମତାସୀନ ବିଜେଡି ସରକାର ଆଜିଠୁ ୩୩୯୭କୋଟି ଟଙ୍କାର ‘ଆମ ଓଡ଼ିଶା ନବୀନ ଓଡ଼ିଶା’  ଯୋଜନାର ଶୁଭାରମ୍ଭ କରିଛନ୍ତି ।

  15. ବସ୍ତ୍ରରେ ଶାଳୀନତା ନଥିଲେ ଭକ୍ତଙ୍କୁ ଶ୍ରୀମନ୍ଦିର ମନା। ପୋଷାକ ମାର୍ଜିତ ନଥିଲେ କରି ପାରିବେନି ଜଗାଦର୍ଶନ। ଆଗରୁ ଚଳୁଥିଲା, ହେଲେ ନୂଆବର୍ଷରୁ ଆଉ ବିଲକୁଲ୍‌ ଚଳିବନାହିଁ। ସୋମବାର ବସିଥିବା ନୀତି ସବ୍‌କମିଟି ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ ଦାଶ ଏହି ସୂଚନା ଦେଇଥିଲେ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.