• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଇସ୍ରାଏଲ-ହମାସ ଯୁଦ୍ଧ ପଞ୍ଚମ ଦିନରେ ପହଞ୍ଚିଥିବା ବେଳେ ମୋଟ ମୃତ୍ୟୁସଂଖ୍ୟା ୩୬୦୦ ଟପିଯାଇଛି। ପଡ଼ୋଶୀ ରାଷ୍ଟ୍ର ସିରିୟା ଓ ଲେବାନନ୍‌ ମଧ୍ୟ ଏବେ ହମାସ୍‌ ଆତଙ୍କବାଦୀ ସଂଗଠନ ସହ ହାତ ମିଳାଇଛନ୍ତି ଏବଂ ନିଜ ମାଟିରୁ ଇସ୍ରାଏଲ ଉପରକୁ କ୍ଷେପଣାସ୍ତ୍ର ମାଡ଼ କରିଛନ୍ତି।

  2. ନିର୍ବାଚନ ଆୟୋଗ ରାଜସ୍ଥାନ ନିର୍ବାଚନର ତାରିଖ ପରିବର୍ତ୍ତନ କରିଛନ୍ତି। ଏହାପୂର୍ବରୁ ୨୩ନଭେମ୍ବର ପାଇଁ ଭୋଟ ତାରିଖ ସ୍ଥିର କରାଯାଇଥିଲା। ବର୍ତ୍ତମାନ ଏହାକୁ ପରିବର୍ତ୍ତନ କରାଯାଇଛି। ରାଜ୍ୟରେ ୨୫ ନଭେମ୍ବରରେ ମତଦାନ ହେବ।

  3. ଯୁବବର୍ଗମାନଙ୍କ ପାଇଁ ‘ମେରା ଯୁବ ଭାରତ’ ସଂଗଠନ ଗଠନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ ନିଷ୍ପତ୍ତି ନେଇଛି। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଖବରଦାତାମାନଙ୍କୁ କହିଛନ୍ତି ଦେଶରେ ୧୫ ରୁ ୧୯ ବର୍ଷ ମଧ୍ୟରେ ପ୍ରାୟ ୪୦କୋଟି ଯୁବବର୍ଗ ଅଛନ୍ତି। ଏହି ଯୁବବର୍ଗମାନଙ୍କ ପାଇଁ ମାଇଁଭାରତ ନାମକ ଏକ ସଂଗଠନ ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି।

  4. ଲୋକ ସଭା ନିର୍ବାଚନ ପୂର୍ବରୁ ମୋଦି ସରକାର ଦେଶର କୃଷକମାନଙ୍କୁ ବଡ଼ ଉପହାର ଦେଇ ପାରନ୍ତି। ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ସ୍କିମ ଅନୁଯାୟୀ ମିଳୁଥିବା ଅର୍ଥରାଶିକୁ ୩୩% ଅଧିକ ବୃଦ୍ଧି କରିବାକୁ ଯୋଜନା କରାଯାଉଛି।

  5. ପାଲେଷ୍ଟାଇନକୁ ସମର୍ଥନ କରିବା ପାଇଁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି। ଏପରିକି ସେ ପାକିସ୍ତାନ ଏବଂ ତାଲିବାନ ସହିତ କଂଗ୍ରେସକୁ ତୁଳନା କରିଛନ୍ତି।

  6. ନଭେମ୍ବର ୩୦ ତାରିଖରେ ତେଲେଙ୍ଗାନା ବିଧାନସଭା ନିର୍ବାଚନ ହେବ। ନିର୍ବାଚନ କମିସନ୍‌ ତେଲେଙ୍ଗାନାରେ ନିର୍ବାଚନ ତାରିଖ ଘୋଷଣା କରିବା ସହ ଆଚରଣ ବିଧି ଲାଗୁ ହୋଇଛି। ତେବେ ହାଇଦ୍ରାବାଦ ପୁଲିସ ମଙ୍ଗଳବାର ତେଲେଙ୍ଗାନାର ବିଭିନ୍ନ ସ୍ଥାନରୁ ୧୧ କୋଟି ଟଙ୍କାର ସୁନା, ରୁପା ଓ ନଗଦ ଟଙ୍କା ଜବତ କରିଛି।

  7. କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ବୁଧବାର ନ୍ୟୁଜ୍‌କ୍ଲିକ୍ ବିରୋଧରେ ଫରେନ କଣ୍ଟ୍ରିବ୍ୟୁସନ ଭାଓଲେସନ ଆକ୍ଟ (ଏଫ୍‌ସିଆର୍‌ଏ) ଅନୁଯାୟୀ ମାମଲା ରୁଜୁ କରିବା ପରେ ଏହାର ମୁଖ୍ୟ ପ୍ରବୀର ପୁରକାୟସ୍ଥଙ୍କ ଘର ଓ କାର୍ଯ୍ୟାଳୟରେ ଚଢ଼ଉ କରିଛି।

  8. ଜଷ୍ଟିସ୍ ହିମା କୋହଲି ଓ ଜଷ୍ଟିସ୍ ବିଭି ନାଗରତ୍ନାଙ୍କ ବେଞ୍ଚ ପାସ୍ କରିଥିବା ଏକ ରାୟକୁ ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ର ସରକାର ପ୍ରଧାନବିଚାରପତିଙ୍କୁ ମୌଖିକ ଭାବେ ଆବେଦନ କରିଥିବାରୁ ଏହାକୁ ନେଇ ଜଷ୍ଟିସ୍ ନାଗରତ୍ନା କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତି।

  9. ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ବଲିଉଡ ଅଭିନେତ୍ରୀ ନୁସରତ ଭରୁଚା ଇସ୍ରାଏଲରେ ଫସି ଯାଇଥିଲେ। ହାଇଫା ଚଳଚ୍ଚିତ୍ର ପୁରସ୍କାରରେ ଯୋଗଦେବା ପାଇଁ ନୁସରତ ଇସ୍ରାଏଲ ଯାଇଥିବା ବେଳେ ହଠାତ୍ ଯୁଦ୍ଧ ଆରମ୍ଭ ହେବାରୁ ସେ ସେଠାରେ ଫସିଯାଇଥିଲେ।

  10. ମହାରାଷ୍ଟ୍ରର ପୁଣେରେ ପୁଲିସ ସବ-ଇନ୍ସପେକ୍ଟର ରାତାରାତି କୋଟିପତି ହୋଇଯାଇଥିବାର ଏକ ଘଟଣା ସାମ୍ନାକୁ ଆସିଛି। ଏହି ଇନ୍ସପେକ୍ଟର ଜଣକ ଅନଲାଇନ ଗେମ ଡ୍ରିମ ‌ଇ‌ଲେଭେନ ମାଧ୍ୟମରେ ୧.୫କୋଟି ଟଙ୍କାର ପୁରସ୍କାର ରାଶି ଜିତିଛନ୍ତି।

  11. ରାଜ୍ୟରେ ଡାଲି ଦାମ୍ ଦିନକୁ ଦିନ ବେଲଗାମ ହେବାରେ ଲାଗିଛି। ଗତ ପ୍ରାୟ ୩ ମାସ ମଧ୍ୟରେ ହରଡ଼ ଡାଲି ମୂଲ୍ୟ କିଲୋଗ୍ରାମ୍‌ ପିଛା ୫୦ ଟଙ୍କା ବୃଦ୍ଧି ପାଇଛି। ଗତ ଜୁଲାଇ ବେଳକୁ ରାଜ୍ୟରେ ହରଡ ଡାଲି ମୂଲ୍ୟ କିଲୋପିଛା ୧୨୦ରୁ ୧୩୦ ଟଙ୍କା ସ୍ତରରେ ଥିଲା।

  12. ଦିଲ୍ଲୀ ସିଏମ ଏବଂ ଏଏପି ସଂଯୋଜକ ଅରବିନ୍ଦ କେଜରିୱାଲ କହିଛନ୍ତି ଆମ ଆଦମୀ ପାର୍ଟି(ଏଏପି)ବିଧାୟକଙ୍କ ବିରୋଧରେ ୧୭୦ ରୁ ଅଧିକ ମାମଲା ରୁଜୁ ହୋଇଛି ଏବଂ ସେଥିମଧ୍ୟରୁ ୧୪୦ ଟି ଆମ ସପକ୍ଷରେ ଅଛି।

  13. ଆଦାନୀ ଗ୍ରୁପ୍‌ ଅଧ୍ୟକ୍ଷ ଗୌତମ ଆଦାନୀଙ୍କୁ ପଛରେ ପକାଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିଃର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଧନୀ ତାଲିକାର ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ମଙ୍ଗଳବାର ହୁରୁନ ଇଣ୍ଡିଆ ଧନୀ ତାଲିକା ପ୍ରକାଶ ପାଇଛି।

  14. ମନିଲଣ୍ଡରିଂ ମାମଲାରେ ତଦନ୍ତ ଚଳାଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଙ୍ଗଳବାର ଡିଏମ୍‌କେ ଏମ୍‌ପି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏ. ରାଜାଙ୍କ ୧୫ଟି ସ୍ଥାବର ବେନାମୀ ସମ୍ପତ୍ତିକୁ ଦଖଲକୁ ନେଇଛି।

  15. ଅମର୍ଦ୍ଦା ଏୟାରଷ୍ଟ୍ରିପ ନେଇ ବିଜେପିକୁ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ଜବାବ। କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କୁ ଟାର୍ଗେଟ୍ କରିଛନ୍ତି ସୁଦାମ ମାର୍ଣ୍ଡି। ଅମର୍ଦ୍ଦା ଏୟାରଷ୍ଟ୍ରିପ ବିକାଶ ପାଇଁ ୨୦୧୬ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିଲା।

  16.  ଗଗନଯାନ ମିସନ ଲଞ୍ଚ ହେବା ପୂର୍ବରୁ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏହାର ଅନେକ ଉଡ଼ାଣ ପରୀକ୍ଷା କରିବ। ସେଥିମଧ୍ୟରୁ ପ୍ରଥମ ଉଡ଼ାଣ ପରୀକ୍ଷାଟି ଆସନ୍ତା ଅକ୍ଟୋବର ୨୧ ତାରିଖରେ କରାଯିବ ବୋଲି ମଙ୍ଗଳବାର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି।

  17. କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ କାରିଗରୀ କୌଶଳ ମନ୍ତ୍ରାଳୟ ତତ୍ତ୍ୱାବଧାନରେ National Innovation Foundation ଦ୍ୱାରା ଆୟୋଜିତ ‘ଜାତୀୟ ସ୍ତରୀୟ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତା’ରେ ଓଡ଼ିଶାରୁ ୫ଟି ପ୍ରକଳ୍ପ ପୁରସ୍କୃତ ହୋଇଛି ଏବଂ ଗୋଟିଏ ପ୍ରକଳ୍ପ ସର୍ବଭାରତୀୟ ସ୍ତରରେ ତୃତୀୟ ସ୍ଥାନ ଅଧିକାର କରି ରାଜ୍ୟର ଗୌରବ ବୃଦ୍ଧି କରିଅଛି ।

  18. ମା’ମାନଙ୍କ ସଶକ୍ତିକରଣ କ୍ଷେତ୍ରରେ ଆଜି ଆମେ ଆଉ ଏକ ପାଦ ଆଗକୁ ଆସିଲୁ। ମିଶନ ଶକ୍ତି ମା’ ମାନଙ୍କୁ ସ୍କୁଟର କିଣିବା ପାଇଁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦେଉଛୁ। ସେମାନଙ୍କର ଏହି ଋଣ ବାବଦକୁ ୫୨୮ କୋଟି ଟଙ୍କାର ସୁଧ ରାଜ୍ୟ ସରକାର ଦେବେ। ଏହି ଯୋଜନାରେ ୨ ଲକ୍ଷରୁ ଅଧିକ ସ୍ୱୟଂସହାୟକ ଗୋଷ୍ଠୀର ମା’ ମାନେ ସ୍କୁଟର ପାଇବେ। ଆଜି ଏହି ଯୋଜନାର ଶୁଭାରମ୍ଭରେ ୧୫ ହଜାର ମା’ଙ୍କୁ ସ୍କୁଟର ଦିଆଯାଇଛି।

  19. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଉପାନ୍ତ ଓ ଆଦିବାସୀ ଅଧ୍ୟୁଷିତ ବଣ୍ଡାଘାଟିରୁ (ଲୋକେସନ୍‌‌ ଏକ୍ସସିବୁଲ ମଲ୍ଟିମୋଡାଲ ଇନିସେଟିଭ୍‌‌) LAccMI ‘ଲକ୍ଷ୍ମୀ’ ଯୋଜନାରେ ବସ୍‌‌ ଚଳାଚଳ ସେବାର ଶୁଭାରମ୍ଭ କରିବେ। ଏହି ବସ୍‌‌ଗୁଡ଼ିକ ପଞ୍ଚାୟତରୁ ବ୍ଲକ ଓ ବ୍ଲକରୁ ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ ଗମନାଗମନ କରିବାର ନିଷ୍ପତ୍ତି ନିଆଯାଇଛି।

  20. ଚୀନ ଏସୀୟ କ୍ରୀଡ଼ା ଓଡ଼ିଆ ହକି ତାରକାଙ୍କୁ ମୁଖ୍ୟମନ୍ତ୍ରୀ ଆଜି ସମ୍ବର୍ଦ୍ଧିତ କରିଛନ୍ତି। ସ୍ବର୍ଣ୍ଣ ପଦକ ବିଜେତା ହକି ତାରକା ଅମିତ ରୋହିଦାସ ଓ ବ୍ରୋଞ୍ଜ ପଦକ ବିଜେତା ଦୀପ ଗ୍ରେସ ଏକ୍କାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅମିତଙ୍କୁ ଦେଢ କୋଟି ଟଙ୍କା ଓ ଦୀପ ଗ୍ରେସଙ୍କୁ ୫୦ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରିଛନ୍ତି। ଉଭୟ ଖେଳାଳି ଭାରତ ପକ୍ଷରୁ ପୁରୁଷ ଓ ମହିଳା ହକିରେ ପ୍ରତିନିଧିତ୍ବ କରିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.