• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଇସ୍ରାଏଲ-ହମାସ ଯୁଦ୍ଧ ଷଷ୍ଠ ଦିନରେ ପହଞ୍ଚିଥିବାବେଳେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ହମାସ୍‌ ବିରୋଧରେ ଏହାର ଆକ୍ରମଣକୁ ଜୋରଦାର କରିଛି। ଗାଜାକୁ ସମ୍ପୂର୍ଣ୍ଣ ଘେରାବନ୍ଦୀ କରି ଭୟଙ୍କର ବୋମାବର୍ଷା ଜାରି ରଖିଛି। ଅନ୍ୟପକ୍ଷରେ ଇସ୍ରାଏଲରେ ପଶିଥିବା ହମାସ ଆତଙ୍କବାଦୀମାନେ ସଂହାର ଲୀଳା ଜାରି ରଖିବା ସହ ଗାଜାରୁ ରକେଟ୍‌ ମାଡ଼ ଜାରି ରଖିବାରେ ସକ୍ଷମ ହୋଇଛନ୍ତି।

  2. ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଇସ୍ରାଏଲରେ ଏକ ଜରୁରୀକାଳୀନ ସରକାର ଏବଂ ଯୁଦ୍ଧସମୟ କ୍ୟାବିନେଟ୍‌ ଗଠନ କରିବାର ମାତ୍ର କିଛି ଘଣ୍ଟା ପରେ ଗାଜା ଉପରେ ବଡ଼ ଧରଣର ଆକ୍ରମଣ ହେବାର ଆଗୁଆ ସଙ୍କେତ ଦେଇଛନ୍ତି

  3. ସିରିୟାର ୨ଟି ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ଆଜି ଇସ୍ରାଏଲ ଆକ୍ରମଣ କରିଛି। ସିରିୟାର ଡାମାସ୍କସ୍‌ ଏବଂ ଆଲେପ୍ପୋରେ ଥିବା ୨ଟି ପ୍ରମୁଖ ବିମାନବନ୍ଦରରେ ଇସ୍ରାଏଲ୍‌ର କ୍ଷେପଣାସ୍ତ୍ର ମାଡ଼ ଇସ୍ରାଏଲ-ହମାସ ଯୁଦ୍ଧକୁ ନୂଆମୋଡ଼ ଦେଇଛି।

  4.  ‘ଅପରେସନ୍‌ ଅଜୟ’ ବ୍ୟବସ୍ଥାରେ ଯୁଦ୍ଧ-ବିକ୍ଷତ ଇସ୍ରାଏଲ୍‌ରୁ ୨୧୨ଜଣ ଭାରତୀୟଙ୍କୁ ନେଇ ଆସିଥିବା ପ୍ରଥମ ଚାର୍ଟର୍‌ ବିମାନ ଆଜି ପ୍ରତ୍ୟୁଷରେ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିଥିବା କଥା ନିଉଜ୍‌ ଏଜେନ୍‌ସି  ‘ଏଏନ୍‌ଆଇ’ ରିପୋର୍ଟ କରିଛି।

  5. ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଅଧିନିୟମ-୨୦୨୦କୁ ନେଇ ସୁପ୍ରିମକୋର୍ଟ ଚାଲିଥିବା ମାମଲାର ଶୁଣାଣି ଘୁଞ୍ଚିଛି। ଗତକାଲି ଏହି ମାମଲାର ଶୁଣାଣି ବିଚାରପତି ଜଷ୍ଟିସ ହୂଷିକେଶ ରାୟ ଓ ଜଷ୍ଟିସ ସଞ୍ଜୟ କାରୋଲଙ୍କ ଖଣ୍ଡପୀଠରେ ତାଲିକାଭୁକ୍ତ ହୋଇଥିଲା।

  6. ବିଶ୍ବ କ୍ଷୁଧା ସୂଚକାଙ୍କ ବା ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ୨୦୨୩ରେ ଭାରତର ସ୍ଥିତି ଆହୁରି ଖରାପ ହୋଇଛି । ୧୨୫ଟି ଦେଶକୁ ନେଇ ପ୍ରସ୍ତୁତ  ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସରେ ଭାରତ ୧୧୧ ତମ ସ୍ଥାନକୁ ଖସି ଆସିଛି

  7. କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି । ପୂର୍ବରୁ ତାଙ୍କୁ ‘ୱାଇ’ ବର୍ଗର ସୁରକ୍ଷା ମିଳୁଥିବାବେଳେ ଏବେ ତାଙ୍କୁ ‘ଜେଡ୍’ ବର୍ଗର ସୁରକ୍ଷା ଯୋଗାଇ ଦିଆଯିବ।

  8. ଗୁଜରାଟ ସରକାର ବିଲକିସ୍‌ ବାନୋ ମାମଲାର ଦୋଷୀମାନଙ୍କୁ ଶୀଘ୍ର ମୁକ୍ତ କରିବା ବିରୋଧରେ ଆଗତ ହୋଇଥିବା ଏକାଧିକ ଆବେଦନର ଶୁଣାଣି କରି ସୁପ୍ରିମ୍‌କୋର୍ଟ ଗୁରୁବାର ରାୟ ସଂରକ୍ଷିତ ରଖିଛନ୍ତି।

  9.  ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ନବାବ ମଲ୍ଲିକଙ୍କୁ ମିଳିଥିବା ଅସ୍ଥାୟୀ ମେଡିକାଲ ଜାମିନକୁ ସୁପ୍ରିମ୍‌କୋର୍ଟ ଆଉ ୩ ମାସ ବୃଦ୍ଧି କରିଛନ୍ତି। 

  10. ୨୦୦୮ରେ ହୋଇଥିବା ବାଟଲା ହାଉସ ଏନକାଉଣ୍ଟର ମାମଲାରେ ଦିଲ୍ଲୀ ହାଇକୋର୍ଟ ଏକ ବଡ ରାୟ ଦେଇଛନ୍ତି । ଦିଲ୍ଲୀ ପୁଲିସ ଇନ୍ସପେକ୍ଟର ମୋହନ ଚନ୍ଦ୍ର ଶର୍ମା ହତ୍ୟା ମାମଲାରେ ଆରିଜ୍ ଖାଁଙ୍କୁ ଦିଆଯାଇଥିବା ଫାଶୀ ଦଣ୍ଡାଦେଶକୁ ବଦଳାଇ ଆଜୀବନ କାରାଦଣ୍ଡରେ ପରିଣତ କରିଛନ୍ତି ।

  11. ଗଙ୍ଗାଜଳ ଉପରେ ଜିଏସଟି ଲାଗୁ କରାଯିବାକୁ ନେଇ ଦେଶରେ ଚାଲିଥିବା ବିତର୍କର ଅବସାନ ହୋଇଛି । କେନ୍ଦ୍ରୀୟ ପରୋକ୍ଷ ଟିକସ ଓ ସୀମା ଶୁଳ୍କ ବୋର୍ଡ (ସିବିଆଇସି) ସ୍ପଷ୍ଟ କରିଛି ଯେ ଗଙ୍ଗାଜଳକୁ ଜିଏସଟିରୁ ମୁକ୍ତ କରାଯାଇଛି।

  12. ଚାଷୀମାନଙ୍କ ଆୟ ବଢ଼ାଇବା ଲାଗି ବିଭିନ୍ନ କ୍ଷେତ୍ରରେ ଉଦ୍ୟମ ଜାରି ରହିଛି। ତେବେ ଗ୍ରାମାଞ୍ଚଳରେ ବାସ କରୁଥିବା ମହିଳାମାନଙ୍କ ଆୟ ବଢ଼ାଇବା ଲାଗି କୁକୁଡ଼ା ପାଳନ ଉପରେ ଗୁରୁତ୍ବାରୋପ କରାଯାଉଛି।

  13. ରାଜ୍ୟରେ ୬୬, ୧୪୧ ବୁଣାକାର ପରିବାର ରହିଛନ୍ତି । ୧ ଲକ୍ଷ ୨୪ ହଜାର ୮୪ ଜଣ ବୁଣାକାର ଅଛନ୍ତି ସେହିପରି ୫୬ ହଜାର ୫୬୯ ସଂଖ୍ୟକ ତନ୍ତ ରହିଛି । ଆଗରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ସୁଧ ମୁକ୍ତ ଋଣ ଦିଆଯାଉଥିଲା । ଏବେ ଏହାକୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ୧ ଲକ୍ଷ ବୃଦ୍ଧିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଛି।

  14. ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ ଆମେରିକାର ସ୍ପେସ୍ ଏଜେନ୍ସି ନାସା ବର୍ତ୍ତମାନ ଲକ୍ଷ୍ୟ ରଖିଛି ଯେ ଏଥରକ ଚନ୍ଦ୍ରରେ ଦୀର୍ଘକାଳୀନ ରହଣି ହେବ। ଏହି ଯୋଜନାକୁ ସଫଳ କରିବା ପାଇଁ ନାସା ଚନ୍ଦ୍ରରେ ଘର ନିର୍ମାଣ କରିବାକୁ ଯାଉଛି – ଯାହା କେବଳ ମହାକାଶଚାରୀଙ୍କ ଦ୍ୱାରା ନୁହେଁ, ସାଧାରଣ ଲୋକଙ୍କ ଦ୍ୱାରା ମଧ୍ୟ ବ୍ୟବହାର କରାଯାଇପାରିବ। 

  15. ସମ୍ପ୍ରତି ନାସା ଆରମ୍ଭ କରିବାକୁ ଯାଉଛି ଏକ ଅଭିନବ ମିଶନ୍। ଧାତୁ ସମୃଦ୍ଧ ଗ୍ରହାଣୁ ‘ସାଇକି’ ଉପରେ ଏହି ଅଧ୍ୟୟନ କରିବା ନିମନ୍ତେ ବୈଜ୍ଞାନିକଦଳ ଅକ୍ଟୋବର ୧୨ତାରିଖରେ ‘ମିଶନ୍ ସାଇକି’ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛନ୍ତି। ସୌରମଣ୍ଡଳରେ ମଙ୍ଗଳ ଏବଂ ବୃହସ୍ପତି ମଧ୍ୟରେ ଥିବା ମୁଖ୍ୟ ଗ୍ରହାଣୁ ବେଲ୍ଟରେ ଅବସ୍ଥିତ ସାଇକିର ବ୍ୟାସ ପ୍ରାୟ ୨୨୬ କି.ମି।

  16. ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଏସିବି କୋର୍ଟରେ ସୋମବାର ଅର୍ଥାତ୍‌ ଅକ୍ଟୋବର ୧୬ରେ ଫାଇବରନେଟ ସ୍କାମ ମାମଲାରେ ହାଜର କରାଯିବ। 

  17. ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବା ପାଇଁ ଅଜିତ ପାୱାରଙ୍କ ଇଚ୍ଛା କେବଳ ଏକ ସ୍ବପ୍ନ ହୋଇ ରହିଯିବ। ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାର ଗୁରୁବାର ଏଭଳି କହିଛନ୍ତି। 

  18. ସରକାରୀ ସମର୍ଥନ ଏବଂ ଉପଯୁକ୍ତ ରଣନୀତି ତଥା ମାର୍କେଟିଂ କୌଶଳ ଆଧାରରେ ଭାରତ ତିନି ବର୍ଷ ମଧ୍ୟରେ ଆମେରିକା ସମେତ ୧୦ ଟି ଦେଶକୁ ୧୧୨ ବିଲିୟନ ଡ଼ଲାରର ରପ୍ତାନି କରିବ।

  19. ୫ ହଜାର ବର୍ଷ ଧରି ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ରହିଆସିଛି ବୋଲି ରାଷ୍ଟ୍ରିୟ ସ୍ବୟଂ ସେବକ ସଂଗଠନ (ଆରଏସଏସ) ମୁଖ୍ୟ ମୋହନ ଭଗବତ କହିଛନ୍ତ।

  20. ବିଶ୍ୱକପ୍‌ ଲିଗ୍ ପର୍ଯ୍ୟାୟରେ ଗୁରୁବାର ଖେଳାଯାଇଛି ଦଶମ ମ୍ୟାଚ୍ । ଏକନ୍ନା ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମୁହାମୁହିଁ ହୋଇଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟସ୍‌ ଜିଣି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି  ୭ ୱିକେଟ ହରାଇ ୩୧୧ ରନ କରିଥିଲା। 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.