• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପୁଣି ଥରେ ଆରମ୍ଭ ହେଲା ନୌସେବା l ନାଗାପଟ୍ଟିନମ୍‌ରୁ କାନକେସନଥୁରାଇକୁ ଚାଲିଲା ଯାତ୍ରୀବାହୀ ଜାହାଜ l ୪୦ ବର୍ଷ ହେଲା ଥିଲା ବନ୍ଦ l ଅଭାଷୀ ମାଧ୍ୟମରେ ଶୁଭ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀl

  2. ଆସନ୍ତା ୧୮ ତାରିଖରୁ ହ୍ରାସ ପାଇବ ତାତି । ପାରଦ ୨ରୁ ୪ ଡିଗ୍ରୀ ସେଲ୍‌ସିୟସ ତଳକୁ ଖସିବ।

  3. ଏଣିକି ରକ୍ତ କର୍କଟ ରୋଗୀଙ୍କୁ ଦେଶରେ ମିଳିବ ଅତ୍ୟାଧୁନିକ ଚିକିତ୍ସା । ପ୍ରଥମ ସ୍ୱଦେଶୀ ସିମେରିକ ଆଟିଂଜେନ ରିସେପ୍ଟର ସେଲ ଥେରାପିକୁ ମିଳିଲା ମଂଜୁରୀ l

  4. ଭାରତୀୟ ଅଡିଟ ଓ ଆକାଉଣ୍ଟସ ସେବାର ବରିଷ୍ଠ ଅଧିକାରୀ ତଥା ଓଡ଼ିଶାର ପ୍ରଧାନ ମହାଲେଖାକାର (ଲେଖା ଓ ହକଦାରୀ) ଅନନ୍ତ କିଶୋର ବେହେରାଙ୍କର ୫୨ ବର୍ଷ ବୟସରେ ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ହେଲା ଦେହାନ୍ତ l

  5. ହମାସ୍‌ର ମୂଳ-ଡାଳ ଉପାଡ଼ି ଫୋପାଡ଼ିବାକୁ ବଦ୍ଧପରିକର ଇସ୍ରାଏଲ ସେନାର ଚେତାବନୀ ପରେ ହଜାର ହଜାର ପାଲେଷ୍ଟିନୀୟ ଆଶ୍ରୟ ନେବାକୁ ଦକ୍ଷିଣ ଗାଜା ପଳାଇଛନ୍ତି।

  6. ଗାଜାରେ ହମାସ୍‌ ସହ ଇସ୍ରାଏଲର ଘମାଘୋଟ ଲଢ଼େଇ ଚାଲିଥିବା ବେଳେ ଭାରତର ମଣିପୁର ଓ ମିଜୋରାମର ମୂଳ ନିବ‌ାସୀ କୁକି ସମ୍ପ୍ରଦାୟର ୨୦୬ ଜଣ ଲୋକ ହମାସ୍‌ ବିରୋଧରେ ଲଢ଼ିବାକୁ ପ୍ରସ୍ତୁତ ହେଉଛନ୍ତି। 

  7. ଦକ୍ଷିଣ ଲେବାନନ୍‌ରେ ଜଣେ ରଏଟର୍ସ ସାମ୍ବାଦିକଙ୍କ ମୃତ୍ୟୁ ହୋଇଯାଇଛି। ଭିଡିଓ ସାମ୍ବା‌ଦିକ ଇସାମ୍‌ ଅବଦୁଲ୍ଲା ଦକ୍ଷିଣ ଲେବାନନ୍‌ରେ ଏକ ଲାଇଭ୍‌ ଭିଡିଓ ‌ସିଗନାଲ୍‌ ଦେଉଥିବାବେଳେ ଗୋଳାମାଡ଼ରେ ତାଙ୍କର ମୃତ୍ୟୁ ହୋଇଛି। 

  8. ଫିଲ୍ମ ‘ଗଦର-୨’ର ଅପୂର୍ବ ସଫଳତା ପରେ ପୁଣିଥରେ ବଲିଉଡରେ ନିଆଁ ଲଗାଇବାକୁ ପ୍ରସ୍ତୁତ ହେଉଛନ୍ତି ସନ୍ନି ଦେଓଲ । ପ୍ରତୀକ୍ଷିତ ସିନେମା ‘ବର୍ଡର-୨’କୁ ନେଇ ହେଲା ଡ଼ିଲ l ଆସନ୍ତା ୨୦୨୪ର ଦ୍ୱୀତିୟାର୍ଦ୍ଧରେ ଏହାର କାର୍ଯ୍ୟ ଆରମ୍ଭ କରାଯିବ l

  9. ଇସ୍ରାଏଲ-ହମାସ ଯୁଦ୍ଧରକୁ ପ୍ରଭାବ l ଭାରତୀୟଙ୍କ କପାଳରେ ପୁଣି ମହଙ୍ଗା ମାଡ଼, ବଢ଼ିପାରେ ଟିଭି, ୱାସିଂମେସିନ ଭଳି ସାମଗ୍ରୀ ମୂଲ୍ୟ l

  10. ଚଳିତବର୍ଷ ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରଯାନ-୩ ସଫଳତାର ସହ ଚନ୍ଦ୍ରର ଦକ୍ଷିଣମେରୁରେ ଅବତରଣ କରିଥିଲା। ଏହାର ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞା ଚନ୍ଦ୍ରପୃଷ୍ଠ ସମ୍ବନ୍ଧରେ ଅନେକ ବୈଜ୍ଞାନିକ ଗବେଷଣା କରି ଗୁରୁତ୍ବପୂର୍ଣ୍ଣ ତଥ୍ୟ ପଠାଇଥିଲା।

  11. ଓଡ଼ିଶା ସମେତ ୧୩ ରାଜ୍ୟରେ ହେଲା ମୁଦ୍ରାସ୍ଫୀତି ଅଧିକ, ରାଜସ୍ଥାନରେ ସବୁଠୁ ଅଧିକ, ଛତିଶଗଡ଼ରେ ସବୁଠୁ କମ୍‌ l

  12. ବ୍ଲଡ କ୍ୟାନସର ରୋଗୀଙ୍କ ଚିକିତ୍ସା ପାଇଁ ଭାରତରେ ଏକ ଅତ୍ୟାଧୁନିକ ଚିକିତ୍ସା ପ୍ରଣାଳୀକୁ ଅନୁମୋଦନ କରାଯାଇଛି।

  13. ଆକ୍ସନ ମୁଡ୍‌କୁ ଆସିଲେ ଇସ୍‌ଲାମିକ୍‌ ଦେଶ: OIC ଡାକିଲା ଜରୁରୀ ବୈଠକ, ଏକାଠି ହେବେ ୫୭ ମୁସଲିମ୍‌ ରାଷ୍ଟ୍ର l

  14. ରିଜଓ୍ୱାନଙ୍କୁ କଟାକ୍ଷ କଲେ ଇସ୍ରାଏଲ ରାଷ୍ଟ୍ରଦୂତ, କହିଲେ- ହମାସ ଆତଙ୍କୀ ପାଇଁ ବିଜୟ ଉତ୍ସର୍ଗ କରିପାରିଲାନି ପାକିସ୍ତାନ l

  15. ଏକ ନୂତନ ଅଧ୍ୟୟନ ଅନୁଯାୟୀ, ବିଶ୍ୱରେ ପ୍ରାୟ ୯ ବିଲିୟନ କିଲୋଗ୍ରାମ ଇ-ଆବର୍ଜନା ଦୁନିଆ ପାଇଁ ସଙ୍କଟ ପାଲଟିଛି।

  16. ଆଇସିସି ବିଶ୍ବକପର ସବୁଠାରୁ ହାଇପ୍ରୋଫାଇଲ୍ ମ୍ୟାଚରେ ପାକିସ୍ତାନକୁ ୭ ଓ୍ବିକେଟରେ ପରାସ୍ତ କଲା ଟିମ ଇଣ୍ଡିଆ ।

  17. ବିଶ୍ୱକପ୍‌ ପଏଣ୍ଟ ଟେବୁଲର ଶୀର୍ଷକୁ ଉନ୍ନୀତ ହେଲା ଭାରତ l ୬ ପଏଣ୍ଟ ପାଇ ସମସ୍ତ ୧୦ ଦଳକୁ ପଛରେ ପକାଇ ଶୀର୍ଷକୁ ଉନ୍ନୀତ ହେଲା l

  18. ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କ ଆଉ ଏକ ରେକର୍ଡ, ତେନ୍ଦୁଲକର, ଧୋନୀ ଓ ଡିଭିଲିୟର୍ସଙ୍କୁ ପକାଇଲେ ପଛରେ l ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ସେ ବିଶ୍ୱକପ୍‌ରେ ୧୦୦୦ ରନ୍‌ ପୂରା କରିବା ସହ ସର୍ବାଧିକ ଛକ୍କା ଓ ସର୍ବାଧିକ ଶତକ ମାରିବାର କଲେ ରେକର୍ଡ l

  19. ପାକିସ୍ତାନ ବିପକ୍ଷରେ ଭାରତର ବିଜୟ ପରେ ଶୁଭେଚ୍ଛା ଜଣାଇଲେ ମୋଦୀ-ନବୀନ l

  20. ବିଶ୍ବକପ କ୍ରିକେଟରେ ପାକିସ୍ତାନ ଉପରେ ବିଜୟକୁ ଭାରତବାସୀ ପାଳନ କରୁଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଏକ ନୂଆ ସ୍ବପ୍ନ ଦେଖାଇଛନ୍ତି । ତାହା ହେଉଛି, ୨୦୩୬ ଅଲମ୍ପିକ୍ସ ଆୟୋଜନ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.