• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ନବୀନ ଇତିମଧ୍ୟରେ ପୂରଣ କରିଛନ୍ତି ରାଜନୈତିକ ଜୀବନର ଅପରାଜେୟ ୨୬ ବର୍ଷ। ଜୀବନର ୭୭ତମ ଶରତ ଅତିକ୍ରମ ସହ ସାରା ଦେଶରେ ସୃଷ୍ଟି କରିଛନ୍ତି ନୂଆ ଇତିହାସ। ଦୀର୍ଘ ଅବଧି କ୍ଷମତାସୀନ ଜୀବିତ ମୁଖ୍ୟମନ୍ତ୍ରୀ ସୂଚୀରେ ନବୀନ ସମ୍ପ୍ରତି ଦେଶର ଏକମାତ୍ର ନେତା।

  2. ଇସ୍ରାଏଲରେ ଫସିଥିବା ନିଜ ନାଗରିକଙ୍କୁ ଫେରାଇ ଆଣିବାପାଇଁ ଭାରତ ଗତ ଗୁରୁବାରଠାରୁ 'ଅପରେସନ ଅଜୟ' ଆରମ୍ଭ କରିଥିବା ବେଳେ ଆଜି ଚତୁର୍ଥ ବ୍ୟାଚ୍‌ରେ ଆଉ ୨୭୪ ଭାରତୀୟ ଦିଲ୍ଲୀ ପହଞ୍ଚିଛନ୍ତି।

  3. ଗାଜା ଅଭିଯାନକୁ ବିରୋଧ କରି ଇରାନ ଇସ୍ରାଏଲକୁ ତୁହାକୁ ତୁହା ଧମକ ଦେଇଚାଲିଛି। ଇସ୍ରାଏଲ ଯଦି ‘ଯୁଦ୍ଧ ଅପରାଧ ଏବଂ ଗଣହତ୍ୟା’ ଜାରି ରଖେ, ତେବେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବ ଏବଂ ‘ସୁଦୂରପ୍ରସାରୀ ପରିଣାମ’ ଆସିପାରେ ବୋଲି ଇରାନ କହିଛି।

  4. ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ମୁଖ୍ୟ ଏସ୍ ସୋମନାଥ ରବିବାର କହିଛନ୍ତି ଯେ, ଭାରତର ପ୍ରଥମ ସୌର ମିସନ ଆଦିତ୍ୟ-ଏଲ୍୧ ମହାକାଶଯାନ ଜାନୁଆରି ମଧ୍ୟଭାଗ ସୁଦ୍ଧା ଲାଗ୍ରାଞ୍ଜ ପଏଣ୍ଟ ୧ (ଏଲ୍୧)ରେ ପହଞ୍ଚିବ।

  5. ଆମ ପୃଥିବୀ ଓ ସୌରଜଗତରେ ଥିବା ଅନ୍ୟ ଗ୍ରହମଣ୍ଡଳ ସୃଷ୍ଟି ପଛରେ ଏକ ବିଗବ୍ୟାଙ୍ଗ୍ ବା ମହାବିସ୍ଫୋରଣ ଥିବା ବୈଜ୍ଞାନିକମାନେ ପୂର୍ବରୁ କହିଆସୁଛନ୍ତି । ଏବେ ସେହିପରି ଏକ ମହାବିସ୍ଫୋରଣ ହୋଇଥିବା ଆମେରିକୀୟ ମହାକାଶ ଏଜେନ୍ସି ନାସା ଦାବି କରିଛି ।

  6. ଏକ ଶିଶୁ ନିରୋଧୀ ଖରାପ ବ୍ୟବହାର ମାମଲାର ତଦନ୍ତରେ ସହ‌େଯାଗ କରିବାରେ ବିଫଳ ହୋଇଥିବା ବିଶ୍ବର ଏକ ନମ୍ବର ଧନୀ ବ୍ୟକ୍ତି ଏଲନ୍ ମସ୍କଙ୍କ ସୋସିଆଲ ମିଡିଆ ସଂସ୍ଥା ‘ଏକ୍ସ’ ଉପରେ ଅଷ୍ଟ୍ରେଲିଆ ସରକାର ୩,୮୬,୦୦୦ ଡଲାର ଜରିମାନା ଲାଗୁ କରିଛନ୍ତି।

  7. ଦେଶର ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର ମନୋହର ସିଂହ ଗିଲ୍‌ (୮୬)ଙ୍କର ଆଜି ‌ପରଲୋକ ହୋଇଛି। ଦକ୍ଷିଣ ଦିଲ୍ଲୀର ଏକ ଡାକ୍ତରଖାନାରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି।

  8. ଓଡ଼ିଶା ସମେତ ୧୪ଟି ରାଜ୍ୟରେ ମୁଦ୍ରାସ୍ଫୀତି ଜାତୀୟ ହାର ଠାରୁ ଅଧିକ ରହିଛି। ଅଗଷ୍ଟ ମାସରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ୬.୮୩ ପ୍ରତିଶତ ରହିଥିଲା।

  9. ଆସନ୍ତା ମାସରେ ହେବାକୁ ଥିବା ମଧ୍ୟପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଆଜି କଂଗ୍ରେସ ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି।

  10. ଇସ୍ରାଏଲ ସେନାକୁ ମାଗଣାରେ ଖାଦ୍ୟ ପ୍ରଦାନ କରୁଛି ଫାଷ୍ଟ୍‌ଫୁଡ୍‌ କମ୍ପାନି ମ୍ୟାକଡୋନାଲ୍ଡସ୍‌। କମ୍ପାନିର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଛି।

  11. ବିଆରଏସ୍ ଇସ୍ତାହାରରେ ଜନସାଧାରଣଙ୍କୁ ଅନେକ ଲୋଭନୀୟ ପ୍ରତିଶ୍ରୁତି ଦିଆଯାଇଛି। ଆଗକୁ ୪୦୦ ଟଙ୍କାରେ ମିଳିବ ଗ୍ୟାସ୍‌ ସିଲିଣ୍ଡର। କେବଳ ସେତିକି ନୁହେଁ ସରକାରୀ ଭତ୍ତା ମଧ୍ୟ ବଢ଼ିବ। ୪ ହଜାରକୁ ବୃଦ୍ଧି କରାଯିବ ସରକାରୀ ଭତ୍ତା। ଏଭଳି କିଛି ପ୍ରତିଶ୍ରୁତିରେ ପୋତି ପକାଇଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ।

  12. କଂଗ୍ରେସ ମଧ୍ୟପ୍ରଦେଶ-ଛତିଶଗଡ-ତେଲେଙ୍ଗାନା ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। କଂଗ୍ରେସ ପକ୍ଷରୁ ମଧ୍ୟପ୍ରଦେଶ ପାଇଁ ୧୪୪ , ଛତିଶଗଡ ପାଇଁ ୩୦ ଏବଂ ତେଲେଙ୍ଗାନା ପାଇଁ ୫୫ ଜଣ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି।

  13. ସାରା ଦେଶ ପାଇଁ ମଡେଲ ସାଜିଥିବା ଓଡ଼ିଶାର ଡ୍ରିଙ୍କ ଫ୍ରମ୍‌‌ ଟ୍ୟାପ୍‌‌ ଯୋଜନାକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଉଛି। ଏହି ଯୋଜନାର ପ୍ରଶଂସକ ତାଲିକାରେ ଯୋଡ଼ି ହୋଇଛନ୍ତି ଲଣ୍ଡନସ୍ଥିତ ଆନ୍ତର୍ଜାତିକ ଜଳସଂଘର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. କଳାନିଥି ଭୈରବମୂର୍ତ୍ତି।

  14. ରାଜ୍ୟରେ ପ୍ରାଥମିକ କୃଷିଋଣ ସମିତି (ପାକ୍ସ) ଏବଂ ବୃହତାକାର ବହୁମୁଖୀ ସମବାୟ ସମିତି (ଲ୍ୟାମ୍ପସ୍‌‌) ପେଟ୍ରୋଲ ପମ୍ପ, ଏଲ୍‌‌ପିଜି ଡିଲରସିପ୍‌‌ ନେବାପାଇଁ ନିଷ୍ପତ୍ତି ହେବା ପରେ ଏନେଇ ଆଗ୍ରହ ପ୍ରକାଶ ପାଇଛି। ରାଜ୍ୟବ୍ୟାପୀ ମୋଟ ୧୦ଟି ଜିଲ୍ଲାରେ ୧୪ଟି ପ୍ରସ୍ତାବ ଆସିଥିବା ବେଳେ ୯ଟି ପାକ୍ସ ଏବଂ ଲ୍ୟାମ୍ପସ ପେଟ୍ରୋଲ ପମ୍ପ ପାଇଁ ଆବେଦନ ମଧ୍ୟ କରିଛନ୍ତି।

  15. ସର୍ବଭାରତୀୟସ୍ତରରେ ଶ୍ରେଷ୍ଠ ସ୍କୁଲ୍‌ ତାଲିକାରେ ଓଡ଼ିଶାର ଦୁଇଟି ଆଦର୍ଶ ବିଦ୍ୟାଳୟ (ଓଏଭି) ସ୍ଥାନ ପାଇଛି। ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକର ବୁଢ଼ାପାଳ ଓଏଭି ଦେଶରେ ଅଷ୍ଟମ ସ୍ଥାନ ଅଧିକାର କରିଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ବାରିପଦାର ରାଣୀଭୋଳ ଓଏଭି ନବମ ସ୍ଥାନରେ ରହିଛି। ଇଡବ୍ଳୁ ପୋର୍ଟାଲ ଦ୍ୱାରା ପ୍ରକାଶିତ ‘ଇଣ୍ଡିଆ ସ୍କୁଲ ରାଙ୍କିଙ୍ଗ୍‌ ୨୦୨୩-୨୪’ ତାଲିକାର ଶ୍ରେଷ୍ଠ ୧୦ଟି ସରକାରୀ ଆବାସିକ ସ୍କୁଲ ମଧ୍ୟରେ ଓଡ଼ିଶାର ଏହି ଦୁଇଟି ସ୍କୁଲ ସ୍ଥାନ ପାଇ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ଏହି ତାଲିକାରେ ଦେଶର ମୋଟ ୧୧ଟି ସ୍କୁଲ ସ୍ଥାନ ପାଇଛି।

  16. ଶିମିଳିପାଳ ଅଭୟାରଣ୍ୟରେ ସୋମବାର ଠାରୁ ବାଘ ଗଣନା ଆରମ୍ଭ ହୋଇଛି। ୨୭୫୦ ବର୍ଗ କିଲୋମିଟରରେ ପରିବ୍ୟାପ୍ତ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ(ଏସଟିଆର)ର ୧୬ ଗୋଟି ରେଞ୍ଜ୍‌ର ୧୭୩ ବିଟ୍‌ ଏବଂ ବାରିପଦା, କରଞ୍ଜିଆ, ରାଇରଙ୍ଗପୁର ଆଦି ବନଖଣ୍ଡର କେତେକ ରେଞ୍ଜରେ ଗଣନା ଆରମ୍ଭ ହୋଇଛି।

  17. ପଶ୍ଚିମବଙ୍ଗ ଦାର୍ଜିଲିଂ ଜିଲା ସିଲିଗୁଡ଼ି ନକ୍ସଲବାରି ବଜାରରେ ରବିବାର ବିଳମ୍ବିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିବାରୁ ୬୦ରୁ ଊର୍ଦ୍ଧ୍ୱ ଦୋକାନ ଜଳିଯାଇଛି।

  18. ବିଶ୍ବର ସର୍ବବୃହତ କ୍ରିକେଟ ଷ୍ଟାଡିୟମ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ୧ ଲକ୍ଷ ୩୦ ହଜାର ଦର୍ଶକ ମ୍ୟାଚ୍‌କୁ ଦେଖୁଥିଲେ। ଅନଲାଇନ୍ OTT ପ୍ଲାଟଫର୍ମରେ ରେକର୍ଡ ସଂଖ୍ୟକ ଲୋକ ଏହି ମ୍ୟାଚ୍ ଲାଇଭ୍ ଦେଖିଥିଲେ । ଯାହା ସବୁ ରେକର୍ଡକୁ ଭାଙ୍ଗିଦେଇଛି। ଏହି ସୂଚନା ହଟଷ୍ଟାର ପକ୍ଷରୁ ଟ୍ୱିଟ୍ କରି ଦିଆଯାଇଛି। ଏକ ସମୟରେ ହଟଷ୍ଟାରରେ ୩.୧ କୋଟି ଲୋକ ଏକାସାଙ୍ଗରେ ଏହି ମ୍ୟାଚ୍ ଦେଖୁଥିଲେ । ଏହା ପରେ ଏହି ସଂଖ୍ୟା ଆହୁରି ବଢି ୩.୫ କୋଟି ଛୁଇଁଥିଲା।

  19. ଆମେରିକାର ମେରିଲ୍ୟାଣ୍ଡ ସହରରେ ଭାରତୀୟ ସମ୍ବିଧାନର ଜନକ ଡ. ଭୀମରାଓ ଆମ୍ବେଦକରଙ୍କ ସବୁଠାରୁ ବଡ ପ୍ରତିମୂର୍ତ୍ତି ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଛି।

  20. ଦିନିକିଆ ବିଶ୍ୱକପ କ୍ରିକେଟରେ ଆଫଗାନିସ୍ତାନ ଟିମ ନିଜ ନାମ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ କରିଛି । ବିଶ୍ୱକପ୍‌ ୨୦୨୩ରେ ରବିବାର ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଗତଥର ଚାମ୍ପିଅନ୍‌ ଇଂଲଣ୍ଡକୁ ୬୯ରେ ରନ୍‌ରେ ପରାସ୍ତ କରିଛି ଆଫଗାନିସ୍ତାନ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.