• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ପାଲେଷ୍ଟିନୀୟ ଆତଙ୍କବାଦୀ ଗୋଷ୍ଠୀ ହମାସ୍‌ ଇସ୍ରାଏଲ ଉପରେ ଶତାଧିକ ରକେଟ୍‌ ମାଡ଼ କରିବା ପରେ ସ୍ଥିତି ବିସ୍ଫୋରକ ରହିଛି। ଅନ୍ୟପକ୍ଷେ ଇସ୍ରାଏଲ ସେନା ମଧ୍ୟ ଗାଜାରେ ହମାସ୍‌ର ବିଭିନ୍ନ ଠିକଣା ଏବଂ ହମାସ ସହ ସମ୍ବନ୍ଧିତ ପ୍ରତିଷ୍ଠାନଗୁଡ଼ିକ ଉପରେ ବୋମାମାଡ଼ କରିଛି। 

  2. ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଯୁଦ୍ଧଗ୍ରସ୍ତ ଇସ୍ରାଏଲ ଯିବାର ଦିନକ ପରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଆଜି ଇସ୍ରାଏଲ ଗସ୍ତ କରିଛନ୍ତି। ୨ ଦିନିଆ ମଧ୍ୟପ୍ରାଚ୍ୟ ଗସ୍ତରେ ଥିବା ସୁନକ ଆଜି ଇସ୍ରାଏଲରେ ପହଞ୍ଚିବାପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଇସ୍ରାଏଲର ସବୁଠୁ ଖରାପ୍‌ ସମୟରେ ବ୍ରିଟେନ୍‌ ଇସ୍ରାଏଲ ସହ ରହିବ ‌ବୋଲି ସୁନକ ନେତାନ୍ୟାହୁଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। 

  3. ଦିଲ୍ଲୀ ହାଇକୋର୍ଟ ଗୁରୁବାର କହିଛନ୍ତି ଯେ, ମନିଲଣ୍ଡରିଂ ନିରୋଧ ଆଇନ (ପିଏମ୍‌ଏଲ୍‌ଏ)ର ଧାରା ୧୯ ଅନୁସାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଗିରଫ କରିବାର ଅଧିକାର ଅସୀମିତ ନୁହେଁ। ଅର୍ଥାତ୍ ଇଡି ମନଇଚ୍ଛା ବା ନିଜର ଖିଆଲଖୁସି ଅନୁସାରେ କାହାକୁ ଗିରଫ କରିପାରିବନି।

  4. ଅପ‌ରେସନ ଅଜୟ ଅଧୀନରେ ଭାରତ ସରକାର ଯୁଦ୍ଧଗ୍ରସ୍ତ ଇସ୍ରାଏଲରୁ ୧୨୦୦ ଭାରତୀୟଙ୍କୁ ଫେରାଇ ଆଣିଲେଣି। ୫ଟି ବିମାନରେ ୧୨୦୦ ଭାରତୀୟ ଇସ୍ରାଏଲରୁ ସ୍ବଦେଶକୁ ଫେରିଛନ୍ତି। 

  5. ଓଡ଼ିଶାରେ ୨୦୨୨-୨୩ ଆର୍ଥିକବର୍ଷରେ ସର୍ବାଧିକ କୋଇଲା ଉତ୍ପାଦନ ହୋଇଛି। ଓଡ଼ିଶାରେ କୋଇଲା ଉତ୍ପାଦନ ପରିମାଣ ୨୧୮.୯୮୧ ନିୟୁତ ଟନ୍‌ (ଏମ୍‌ଟି) ରହିଛି। ଛତିଶଗଡ଼ ୧୫୬.୪୫୫ ଏମ୍‌ଟି ସହ ଦ୍ବିତୀୟ ସ୍ଥାନରେ ଥିବାବେଳେ ଝାଡ଼ଖଣ୍ଡ ୧୫୬.୪୪୫ ଏମ୍‌ଟି ସହ ତୃତୀୟ ସ୍ଥାନରେ ରହିଛି।

  6. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ରାଜ୍ୟ କ୍ୟାବିନେଟ ବୈଠକ । ଏହି ବୈଠକରେ ୭ ବିଭାଗର ୧୬ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ମୁଣ୍ଡାରୀ ଭାଷାକୁ ଅଷ୍ଟମ ଅନୁଚ୍ଛେଦରେ ସାମିଲ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ସେହିପରି ସଂଗ୍ରହାଳୟର ସୁପରିଚାଳନା, ପ୍ରତ୍ନତତ୍ବ ଓ ଗ୍ରନ୍ଥାଳୟ ପାଇଁ ଗଠନ ହେବ ୩ଟି ସ୍ବତନ୍ତ୍ର ନିର୍ଦ୍ଦେଶାଳୟ । ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ଅଧିନରେ ଏହି ନିର୍ଦ୍ଦେଶାଳୟ କାର୍ଯ୍ୟ କରିବ ।

  7. ରାଜ୍ୟ ସରକାର ଦ୍ବିତୀୟ ପର୍ଯ୍ୟାୟରେ ପାର୍ବତୀ ଗିରି ବୃହତ ଉଠା ଜଳସେଚନ ଯୋଜନାକୁ ଅନୁମୋଦନ ପ୍ରଦାନ କରି ଉକ୍ତ ଯୋଜନା ମାଧ୍ୟମରେ ୧୦,୭୫୯ କୋଟି ୨୦ ଲକ୍ଷ ଟଙ୍କା ବ୍ୟୟ ବରାଦରେ ନଦୀ, ଜଳଭଣ୍ଡାର ଏବଂ କେନାଲରୁ ଜଳ ଉତ୍ତୋଳନ କରାଯାଇ ୨,୬୩,୮୦୧ ହେକ୍ଟର ଜମିକୁ ଜଳସେଚନର ସୁବିଧା ଯୋଗାଇ ଦିଆଯିବା

  8. ଆଇସିସି ଦିନିକିଆ ବିଶ୍ୱକପ୍‌ ୨୦୨୩ । ପୁନେରେ ଆଜି ଭାରତ ଓ  ବାଂଲାଦେଶ ମଧ୍ୟରେ ହାଇଭୋଲଟେଜ୍‌ ମ୍ୟାଚ୍‌ ଖେଳାଯାଇଥିଲା। ଟସ୍‌ ଜିତି ବାଂଲାଦେଶର ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୨୫୬ ରନ କରିଥିଲା ।

  9. ଦଶହରା ପାଇଁ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡାକଡି ହେବ । ଷଷ୍ଠୀରୁ ଭସାଣୀ, ରାଜଧାନୀ ହେବ ପୋଲିସ ଛାଉଣୀ । ମୁତୟନ ହେବେ ୩୧ ପ୍ଲାଟୁନ ଫୋର୍ସ, ସିସିଟିଭି ନଜରରେ ରହିବ ରାସ୍ତାଘାଟ ଓ ଗଳିକନ୍ଦି । ରାଜଧାନୀରେ ଏଥର ୧୮୮ ଟି ମେଢ଼ ପୂଜା ପାଇବେ । 

  10. ଚଳିତ ବର୍ଷ କଟକ ଦୁର୍ଗା ପୂଜା ପାଇଁ ସହରରେ ମୋଟ ୫୫ ପ୍ଲାଟୁନ ପୁଲିସ ଫୋର୍ସ, ୬୩୬ ହୋମଗାର୍ଡ, ୮ ଶହରୁ ଉର୍ଦ୍ଧ୍ବ କନେଷ୍ଟବଳ, ୧୪୦ ଜଣ ହାବିଲଦାର, ୩୫୦ ସବ ଇନେସ୍ପେକ୍ଟର, ୫୦ରୁ ଉର୍ଦ୍ଧ୍ବ ଇନିସପେକଟର, ୩୪ ଜଣ DSP, ୮ ଜଣ ଅତିରିକ୍ତ ଡିସିପି ନିୟୋଜିତ ହେବେ ବୋଲି ସୂଚନା ଦିଆ ଯାଇଛି । ଏହା ସହିତ ୬ ଶହ ସିସିଟିଭିକୁ ନିୟୋଜିତ କରାଯାଇଛି।

  11. ଦ୍ରୁତ ଗତିରେ ଗାଡ଼ି ଚଳାଉଥିବାରୁ ଭାରତୀୟ କ୍ରିକେଟ୍ ଅଧିନାୟକ ରୋହିତ ଶର୍ମାଙ୍କ ଚାଲାଣ କଟିଛି।  ଘଣ୍ଟା ପ୍ରତି ୨୦୦କିଲୋମିଟର ବେଗରେ ଗାଡ଼ି ଚଳାଉଥିବାରୁ ୩ଥର ରୋହିତଙ୍କ ନାଁରେ ଚାଲାଣ କଟିଛି। ପୁଣେ-ମୁମ୍ବଇ ଏକ୍ସପ୍ରେସ୍‌ ୱେରେ ଅତ୍ୟନ୍ତ ଦ୍ରୁତ ଗତିରେ ଗାଡ଼ି ଚଳାଉଥିବା ବେଳେ ଏହି ଚାଲାଣ କଟିଛି।

  12. ୨୦୨୭ ସୁଦ୍ଧା ଭାରତ ବିଶ୍ବର ତୃତୀୟ ବୃହତ ଅର୍ଥନୀତି ବିଶିଷ୍ଟ ରାଷ୍ଟ୍ରରେ ପରିଣତ ହେବ। ତେବେ ୨୦୩୦ ସୁଦ୍ଧା ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) ଦ୍ୱିଗୁଣିତ ହୋଇ ୭ ଟ୍ରିଲିୟନ ଡଲାରରେ ପହଞ୍ଚିବ ବୋଲି ଜେପି ମୋର୍ଗାନ୍‌ ପକ୍ଷରୁ ପୂର୍ବନୁମାନ କରାଯାଇଛି। 

  13. ଭାରତୀୟ ମେଡିକାଲ ରିସର୍ଚ୍ଚ କାଉନସିଲ (ଆଇସିଏମ୍‌ଆର୍‌) ପ୍ରଥମ ଥର ପାଇଁ ଏକ ପୁରୁଷ ଗର୍ଭନିରୋଧକର ସଫଳ ପରୀକ୍ଷା କରିଛି। ଏହି ଗର୍ଭନିରୋଧକ ପୁରୁଷଙ୍କଠାରେ ଦୀର୍ଘକାଳୀନ ପ୍ରଭାବ ରଖୁଛି। ଆଇସିଏମ୍‌ଆର୍ ୭ ବର୍ଷ ଧରି ଗବେଷଣା କରିବା ପରେ ଏହି ସଫଳତା ପାଇଛି।

  14. ଗୁଜରାଟ ହାଇକୋର୍ଟ ଚାରିଜଣ ଗୁଜରାଟୀ ପୁଲିସଙ୍କୁ ୧୪ ଦିନର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ସେମାନେ ଗତବର୍ଷ ଅକ୍ଟୋବର ମାସରେ ଖେଦା ଜିଲ୍ଲାର ଉନଦେଲାଠାରେ ତିନିଜଣ ମୁସଲମାନ ବ୍ୟକ୍ତିଙ୍କୁ ଏକ ଖୁଣ୍ଟରେ ବାନ୍ଧି ସର୍ବସାଧାରଣରେ ପିଟିଥିଲେ। 

  15. ୟୁଟ୍ୟୁବ୍‌ର ନୂଆ ଲୁକ୍‌ ଓ ନୂଆ ଫିଚର୍‌ ପାଇଁ ଏବେ ଯୋଜନା ଆରମ୍ଭ ହୋଇଛି। ଗଣମାଧ୍ୟମ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ କମ୍ପାନି ଏବେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ)ର ଉପଯୋଗ କରି ଅନେକ ଫିଚର ଲଞ୍ଚ୍‌ କରିବାକୁ ଯାଉଛି।

  16. ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ ହ୍ୱାଟସଆପ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର ଆସିଛି । ଖୁବଶୀଘ୍ର ଗୋଟିଏ ଆପରେ ଦୁଇଟି ହ୍ୱାଟସଆପ ଆକାଉଣ୍ଟ ବ୍ୟବହାର କରିବା ସମ୍ଭବ ହେବାକୁ ଯାଉଛି ।

  17. ଗୁଗୁଲ୍ ଚଳିତ ସପ୍ତାହରେ ଏହାର ନ୍ୟୁଜ୍‌ ଡିଭିଜନରେ କାର୍ଯ୍ୟରତ ଅନେକ କର୍ମଚାରୀଙ୍କୁ ଛଟେଇ କରିଛି। ଆଲଫାବେଟ୍‌ ୱାର୍କର୍ସ ୟୁନିୟନର ମୁଖପାତ୍ରଙ୍କ କହିବା ଅନୁସାରେ, ଗୁଗଲ୍ ନ୍ୟୁଜରେ କାର୍ଯ୍ୟରତ ଆନୁମାନିକ ୪୦ରୁ ୪୫ ଜଣ କର୍ମଚାରୀ ଚାକିରି ହରାଇଛନ୍ତି। 

  18. ଗୁଜରାଟର ସୁରଟରେ ଜଣେ ୪ ଦିନର ବ୍ରେନ୍‌ଡେଡ୍‌ ନବଜାତ ଅଙ୍ଗଦାନ କରିଛନ୍ତି। ଏହି ଅମୂଲ୍ୟ ଦାନ କେତେଜଣ ଶିଶୁଙ୍କ ଜୀବନ ବଞ୍ଚାଇବାରେ ସହାୟକ ହୋଇପାରିବ ବୋଲି ଡାକ୍ତରମାନେ ପ୍ରକାଶ କରିଛନ୍ତି।

  19. ଦେଶର ପ୍ରଥମ ରାପିଡଏକ୍ସ ଟ୍ରେନ ‘ନାମୋ ଭାରତ’ ନାମରେ ପରିଚିତ ହେବ। ଅକ୍ଟୋବର ୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ।

  20. ସାଇବର ଅପରାଧକୁ ଦମନ କରିବା ପାଇଁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ବୁଧବାର ରେ ଦେଶବ୍ୟାପୀ ଅଭିଯାନ ‘ଅପରେସନ ଚକ୍ର ୨’ ଆରମ୍ଭ କରିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.