• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ସୁପର ସନ୍‌ଣ୍ଡେରେ ଆଜି ଧର୍ମଶାଳା ଷ୍ଟାଡିୟମ୍‌ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସୁପର ଫାଇଟ୍‌  ଦେଖିବାକୁ ମିଳିଥିଲା । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ସମସ୍ତ ୱିକେଟ ହରାଇ ୨୭୩ ରନ କରିଥିଲା । ଭାରତ  ୬ ୱିକେଟ ହରାଇ ୪୮ ଓଭରରେ ୨୭୪ରନ କରି ଏହି ମ୍ୟାଚକୁ ଜିତି ନେଇଛି।

  2. କାନାଡ଼ା ରାଷ୍ଟ୍ରଦୂତଙ୍କ ପ୍ରତ୍ୟାବର୍ତ୍ତନ ନେଇ ଆମେରିକା ଓ ବ୍ରିଟେନ୍‌ ଭାରତ ସହ ଅସହମତି ପ୍ରକାଶ କରିଛନ୍ତି। ଏହାର ଜବାବ ରଖିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର।କହିଛନ୍ତି ଯେ, ଦେଶରେ କୁଟନୀତିଜ୍ଞଙ୍କ ଉପସ୍ଥିତି ନେଇ ଭାରତ କାନାଡ଼ା ସହ ସମାନତା ରଖିଛି। କାନାଡ଼ା ରାଷ୍ଟ୍ରଦୂତଙ୍କ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ଅତ୍ୟଧିକ ହସ୍ତକ୍ଷେପରେ ଚିନ୍ତା ପ୍ରକଟ କରି ଭାରତ କେବଳ ସମାନତା କାଏମ ରଖିଛି ବୋଲି ଜୟଶଙ୍କର କହିଛନ୍ତି।

  3. ଇସ୍ରାଏଲ ସେନା ଏବଂ ହମାସ୍‌ ମଧ୍ୟରେ ଜାରି ରହିଥିବା ଘମାଘୋଟ ଯୁଦ୍ଧ ମଧ୍ୟରେ ଗାଜାକୁ ମାନବୀୟ ସହାୟତା ପଠାଇଛି ଭାରତ। ହାମାସ ଉପରେ ଇସ୍ରାଏଲର ପ୍ରତିଶୋଧ ପରାୟଣ ହୋଇ ଆକ୍ରମଣ ହେତୁ ଗାଜାର ଲୋକମାନେ ବଡ଼ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ଏମାନଙ୍କୁ ସହାୟତା କରିବା ପାଇଁ ଭାରତ ଆଗେଇ ଆସିଛି।

  4. ଆରବ ରାଷ୍ଟ୍ରଙ୍କ କୌଣସି ଚାପକୁ ଖାତିର୍‌ ନକରି ଇସ୍ରାଏଲ ଗାଜା ସମେତ ଏକସଙ୍ଗରେ ଲେବାନନ୍‌, ସିରିୟା ଏବଂ ୱେଷ୍ଟ୍‌ବ୍ୟାଙ୍କରେ ପ୍ରଚଣ୍ଡ ଆକ୍ରମଣ ଆରମ୍ଭ କରିଦେଇଛି। ହେଜବୋଲ୍ଲା ଇସ୍ରାଏଲ ଉପରେ ଆକ୍ରମଣ କଲେ ଲେବାନନ୍‌ରେ ଧ୍ବଂସଲୀଳା ସୃଷ୍ଟି ହେବ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଧମକ ଦେଇଛନ୍ତି।

  5. ଏକ ହଜାରରୁ ଅଧିକ କୋଲ୍ଡ ରୁମ ନିର୍ମାଣ କରିବ କୃଷି ବିଭାଗ । ଯାହା ପନିପରିବା ସଂରକ୍ଷଣ କରିବା ସହ ସେ ଗୁଡ଼ିକୁ ସଢିବାକୁ ଦେବନି । ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ ଅଧୀନରେ କାର୍ୟ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ଅଗ୍ରଗତି ନେଇ ସମୀକ୍ଷା ସମୟରେ ନିଷ୍ପତ୍ତି ନିଆଯାଇଛି ।

  6. ବିଏମ୍‌ସିର ଫୁଡ୍ ଏନଫୋର୍ସମେଣ୍ଟ ଟିମ୍ ଦ୍ବାରା ଏହି ଚଢାଉ କରାଯାଇଛି। ଏହି ଚଢାଉ ସମୟରେ ୧ କ୍ଵିଣ୍ଟାଲରୁ ଅଧିକ ଖାଦ୍ୟ ନଷ୍ଟ କରାଯାଇଛି। ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଥିବା ୮୦ରୁ ୯୦ ଖାଦ୍ୟ ଦୋକାନ ଯାଞ୍ଚ କରାଯାଇଥିଲା। ବିଭିନ୍ନ ଦୋକାନରେ ବିକ୍ରି ହେଉଥିବା ଅସ୍ବାସ୍ଥ୍ୟକର ୬୦ରୁ ୭୦କେଜି ଖାଦ୍ୟକୁ ନଷ୍ଟ କରାଯାଇଛି।

  7. ଗାଜାରେ ହମାସ-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଚାଲିଛି। ଏଭଳି ସ୍ଥିତିରେ ସାଉଦି ଆରବର ପ୍ରିନ୍ସ ତୁର୍କି ଅଲ୍‌ ଫୈଜଲ୍‌ ଯୁଦ୍ଧ ପାଇଁ ଉଭୟ ହମାସ୍ ଓ ଇସ୍ରାଏଲକୁ ଦାୟୀ କରିଛନ୍ତି। ଉଭୟ ପକ୍ଷକୁ ସମାଲୋଚନା କରିବା ସହିତ ଫୈଜଲ କହିଛନ୍ତି ଏହି ଯୁଦ୍ଧରେ କେହି ନାୟକ ନାହାନ୍ତି, କେବଳ ପୀଡ଼ିତ ଅଛନ୍ତି। 

  8. ଇସ୍ରାଏଲ-ହମାସ ସଂଘର୍ଷ ମଧ୍ୟରେ ଇସ୍ରାଏଲ ସେନା ଏକ ଭୁଲ କରିଦେଇଛି । ଇସ୍ରାଏଲ ଟ୍ୟାଙ୍କରୁ ବାହାରିଥିବା ଏକ ଗୋଳା ଇଜିପ୍ଟର ଏକ ସୈନ୍ୟ ପୋଷ୍ଟକୁ ଧ୍ବଂସ କରିଦେଇଛି ।

  9. ଇସ୍ରାଏଲ-ହମାସ୍‌ କିମ୍ବା ରୁଷ-ୟୁକ୍ରେନ‌ରେ ଏବେ ଯେଭଳି ଯୁଦ୍ଧ ଚାଲିଛି ଭାରତରେ ତାହା କେବେ ଦେଖିବାକୁ ମିଳିନାହିଁ। ଏଥିସହିତ ଭାରତରେ ମୁସଲମାନଙ୍କ ସମେତ ସବୁ ସଂପ୍ରଦାୟ ସୁରକ୍ଷିତ।  ହିନ୍ଦୁ ରାଷ୍ଟ୍ର ହୋଇଥିବାରୁ ମୁସ୍‌ଲିମ ସର୍ବାଧିକ ସୁରକ୍ଷିତ: ମୋହନ ଭାଗବତ

  10. ଦୀପାବଳୀ ପୂର୍ବରୁ ଦିଲ୍ଲୀରେ ବାୟୁର ମାନ ଲଗାତାର ଖରାପ ହୋଇଚାଲିଛି ଏବଂ ଆଜି ଏହା ‘ଅତି ଖରାପ’ ‌ଶ୍ରେଣୀକୁ ଚାଲିଯାଇଛି। ସିପିସିବି (କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ) ଅନୁଯାୟୀ ଦିଲ୍ଲୀରେଏକ୍ୟୁଆ‌ଇ (ବାୟୁର ମାନ ସୂଚକାଙ୍କ) ଆଜି ପୂର୍ବାହ୍ନରେ ୩୦୦ ଅତିକ୍ରମ କରିଛି ।

  11. ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ଓଡ଼ିଶାର ରାଜ୍ୟପାଳ ରୂପେ ନିଯୁକ୍ତ ଦିଆଯିବା ପ୍ରସଙ୍ଗକୁ ନେଇ ରାଜନୈତିକ ମହଲରରେ ଚର୍ଚ୍ଚା ଥମିବାର ନାଁ ଧରୁନାହିଁ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶାରେ ବିଜେପି କଠୋର ଆଭିମୁଖ୍ୟ ଗ୍ରହଣ କରିପାରେ।

  12. ବିହାର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର କହିଛନ୍ତି ଯେ ସନାତନ ଧର୍ମକୁ କଟାକ୍ଷ କରୁଥିବା ବ୍ୟକ୍ତିଙ୍କୁ ଆଉ ବରଦାସ୍ତ କରାଯିବ ନାହିଁ। ଯେଉଁମାନେ ସନାତନ ଧର୍ମକୁ ଭୁଲ ବୋଲି କହୁଛନ୍ତି ସେମାନେ ନିଜେ ଭୁଲ୍ | ସନାତନ ଧର୍ମର ଶକ୍ତି କଣ ଆମେ ସମସ୍ତେ ଦେଖାଇବା ଉଚିତ।

  13. ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଙ୍ଗଳବାର ଅରୁଣାଚଳ ପ୍ରଦେଶର ତୱାଙ୍ଗର ଏକ ଫରୱାର୍ଡ ବେସରେ ସେନା କର୍ମଚାରୀଙ୍କ ସହ ଦଶହରା ପାଳନ କରିବେ। ସୁରକ୍ଷା ପ୍ରତିଷ୍ଠାନର ସୂତ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

  14. କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ରବିବାର ଭାଜପାର ନିର୍ବାଚନ ପ୍ରଚାରକୁ ନେଇ ଖୁବ ବର୍ଷିଛନ୍ତି। ନିର୍ବାଚନ ପ୍ରଚାର ସମୟରେ ଭାଜପା ସରକାରୀ ଯନ୍ତ୍ର ବ୍ୟବହାର କରୁଥିବାର ଖାର୍ଗେ ଅଭିଯୋଗ କରିଛନ୍ତି।

  15. ଜଣେ ନବଜାତ ଶିଶୁର ହତ୍ୟା ମାମଲାରେ ନିମ୍ନ ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ମହିଳାଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦୋଷରେ ଖଲାସ କରି କହିଛନ୍ତି ଯେ ତାଙ୍କ ଦୋଷ ପ୍ରମାଣ କରିବାର କୌଣସି ଠୋସ ପ୍ରମାଣ ନାହିଁ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.