• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଇସ୍ରାଏଲ୍ ସେନା ମଙ୍ଗଳବାର ଗାଜାରେ ବିମାନରୁ ଲିଫଲେଟ୍ ପକାଇ ପାଲେଷ୍ଟାଇନୀୟମାନଙ୍କୁ ହମାସ ଦ୍ୱାରା ବନ୍ଧକ ରଖାଯାଇଥିବା ବ୍ୟକ୍ତିମାନଙ୍କ ସଂପର୍କରେ ସୂଚନା ଦେବାକୁ ଅନୁରୋଧ କରାଯାଇଛି। ସୂଚନା ଦେଲେ ସେମାନଙ୍କୁ ସୁରକ୍ଷା ଯୋଗାଇଦିଆଯିବା ସହ ଅର୍ଥ ପୁରସ୍କାର ପ୍ରଦାନ କରାଯିବ ବୋଲି କହାଯାଇଛି।
  2. ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ଅଧ୍ୟକ୍ଷ ଏସ୍‌ ସୋମନାଥ ଦେଶର ମହାକାଶ ଅଭିଯାନରେ ମହିଳାଙ୍କ ପ୍ରତିନଧିତ୍ୱ ବଢ଼ାଇବାକୁ ଇଚ୍ଛା ପ୍ରକାଶ କରିଛନ୍ତି।
  3. ଜାନୁଆରି ୨୨ରେ ଉତ୍ତରପ୍ରଦେଶର ଅଯୋଧ୍ୟା ରାମ ମନ୍ଦିରରେ ଭଗବାନ ରାମଙ୍କ ବିଗ୍ରହ (ମୂର୍ତ୍ତି) ସ୍ଥାପନ କରାଯିବ ବୋଲି ଆରଏସଏସ ମୁଖ୍ୟ ମୋହନ ଭାଗବତ କହିଛନ୍ତି।
  4. ଶ୍ରୀଲଙ୍କା ଋଣଭାରରେ ବୁଡ଼ି ରହିଥିବା ବେଳେ ଏହି ଦ୍ୱୀପଦେଶ ନିଜର ପର୍ଯ୍ୟଟନ କ୍ଷେତ୍ରର ପୁନରୁଦ୍ଧାର ଲାଗି ପ୍ରୟାସ ଚଳାଇଛି। ଏହିକ୍ରମରେ ଭାରତ ଏବଂ ଅନ୍ୟ ୬ଟି ଦେଶରୁ ଶ୍ରୀଲଙ୍କା ଆସୁଥିବା ନାଗରିକଙ୍କୁ ମାଗଣା ପର୍ଯ୍ୟଟନ ଭିସା ପ୍ରଦାନ କରିବ।
  5. ଇରାନର ରିଭୋଲ୍ୟୁସନରୀ ଗାର୍ଡର ଜଣେ ବରିଷ୍ଠ ସଦସ୍ୟ ସଙ୍କେତ ଦେଇଛନ୍ତି ଯେ ଆବଶ୍ୟକ ପଡ଼ିଲେ ଇସ୍ରାଏଲ ଉପରେ ଆକ୍ରମଣ କରିବାକୁ ବିଚାର କରାଯିବ।
  6. ନେପାଳର ରାଜଧାନୀ କାଠମାଣ୍ଡୁରେ ସୋମବାର ସକାଳେ ରିକ୍ଟର ସ୍କେଲରେ ୪.୫ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଗତ ତିନି ଦିନ ହେଲା ନେପାଳରେ ଭୂମିକମ୍ପ ହେଉଛି । ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତି ସୂଚନା ମିଳିନାହିଁ ।
  7. ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ବିଜୟାଦଶମୀ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶସ୍ତ୍ର ପୂଜା କରିଛନ୍ତି।
  8. ସ୍ୱେଚ୍ଛାକୃତ ଅବସର ନେଇଥିବା ବରିଷ୍ଠ ଆଇଏଏସ୍‌ ଅଧିକାରୀ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ ‘୫-ଟି’ ଓ ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଇବେ ।
  9. ବ୍ରହ୍ମଗିରିର ପୂର୍ବତନ ବିଧାୟକ ଅଜୟ କୁମାର ଜେନାଙ୍କ ୮୦ ବର୍ଷ ବୟସରେ ପରଲୋକ ଘଟିଛି।
  10. ରାବଣ ପୋଡି ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ରାଜଧାନୀର ୬ ଟି ସ୍ଥାନକୁ ମିଳିଛି ଅନୁମତି । ଝାରପଡା, ବରମୁଣ୍ଡା, ନହାରକଣ୍ଟା, କୋରଡ଼କଣ୍ଟା, ଛତାବର ଓ ତମାଣ୍ଡୋକୁ ରାବଣ ପୋଡି ପାଇଁ ଅନୁମତି ପ୍ରଦାନ କରାଯାଇଥିଲା ।
  11. ହ୍ବାଟସଆପ ବହୁ ଫୋନରେ ଏହାର ସେବାକୁ ବନ୍ଦ କରିବାକୁ ଯାଉଛି। କମ୍ପାନୀ ଏହାର ଆପ ଡାଉନଲୋଡ କରିବାର ଯୋଗ୍ୟତା ସମ୍ବନ୍ଧରେ ଏକ ବିସ୍ତୃତ ଗାଇଡ ଶେୟାର କରିଛି। ଏନେଇ ଉପଭୋକ୍ତା ବର୍ତ୍ତମାନ ଚିନ୍ତିତ ଅଛନ୍ତି। ତେବେ ଭୟଭୀତ ହେବାର ଆବଶ୍ୟକତା ନାହିଁ। ହ୍ବାଟସଆପ ବନ୍ଦ ହେବ କି ନାହିଁ ତାହା ୟୁଜର ମାନେ ନିଜ ନିଜ ଫୋନରେ ଯାଞ୍ଚ କରି ପାରିବ।
  12. ହରିୟାନା ରାଜ୍ୟ ସରକାର ୩୭୨ ପୋଲିସଙ୍କୁ ନିଲମ୍ବିତ କରିଛନ୍ତି। ନିଲମ୍ବନ କରିବାର ନିଷ୍ପତ୍ତି ରାଜ୍ୟ ଗୃହମନ୍ତ୍ରୀ ଅନିଲ ବିଜ ନେଇଛନ୍ତି। ଏହି କାରଣରୁ ମନ୍ତ୍ରୀ ଅନିଲ ପୁଣି ଥରେ ହେଡଲାଇନରେ ସ୍ଥାନ ପାଇଛନ୍ତି।
  13. ଭାରତ ବର୍ତମାନ ବିଶ୍ୱ ଅର୍ଥନୀତିରେ ପଞ୍ଚମ ସ୍ଥାନରେ ରହିଥିବା ବେଳେ ୨୦୩୦ ସୁଦ୍ଧା ୭,୩୦୦ ବିଲିୟନ ଡ଼ଲାରର ଜିଡିପି ସହିତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ଜାପାନକୁ ଅତିକ୍ରମ କରିପାରେ।
  14. ମହାରାଷ୍ଟ୍ରରେ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ତଥା ବିଧାୟକ ନୀଳେଶ ରାଣେ ସକ୍ରିୟ ରାଜନୀତିରୁ ଦୂରେଇ ରହିବାକୁ ଘୋଷଣା କରିଛନ୍ତି।
  15. ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ଗଭୀର ଅବପାତ ରୂପ ନେଇ ଭୟଙ୍କର ସାଇକ୍ଲୋନିକ ଝଡ଼ରେ ପରିଣତ ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦିଆଯାଇଛି।
  16. ଦଶହରା ଏବଂ ଦୀପାବଳି ଅବସରରେ ରେଲୱେ ବୋର୍ଡ ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ଉପହାର ଦେଇଛି। ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ରେଲୱେବୋର୍ଡ ଘୋଷଣା କରିଛି। ଏହା ପରେ ଏହା ୪୨ ପ୍ରତିଶତରୁ ୪୬ ପ୍ରତିଶତକୁ ବୃଦ୍ଧି ପାଇଛ।
  17. ନିର୍ବାଚନକୁ ଦୃଷ୍ଟିରେ ରଖି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ କଂଗ୍ରେସ ସରକାର ପୁଣି କ୍ଷମତାକୁ ଫେରିଲେ ସବୁ କୃଷିଋଣ ଛାଡ଼ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।
  18. ବାଂଲାଦେଶରେ ଗତକାଲି ଘଟିଥିବା ରେଳ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି। ଗତକାଲି ଢାକା ଡିଭିଜନ୍‌‌ର କିଶୋରଗଞ୍ଜ ଜିଲ୍ଲା ଭୈରବ ରେଳ ଷ୍ଟେସନ୍‌‌ରେ ଏକ ମାଲ୍‌‌ବାହି ଟ୍ରେନ୍‌‌, ଏକ ଯାତ୍ରୀବାହି ଟ୍ରେନ୍‌‌କୁ ପଛରୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା।
  19. ‘ଲିଭ୍ ଇନ୍ ରିଲେସନସିପ୍ ପ୍ରାୟତଃ ଟାଇମ୍ ପାସ୍ ପାଇଁ ରହିଥାନ୍ତି।’ ଭିନ୍ନ ଜାତିରେ ସମ୍ପର୍କକୁ ବିଶ୍ୱାସ ରଖୁଥିବା ଲିଭ୍ ଇନ୍ ଦମ୍ପତିଙ୍କୁ ପୋଲିସ ସୁରକ୍ଷା ଦେବାକୁ ମନା କରି ଏହି ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ।
  20. ଇଣ୍ଡିଆନ ପାନୋରାମା ୨୦୨୩, ୫୪ତମ ଭାରତୀୟ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ(ଆଇଏଫଏଫଆଇ) ପାଇଁ ଅଣ-ଫିଚର ବର୍ଗରେ ଓଡିଆ ଫିଲ୍ମ ‘ଦ ସି ଆଣ୍ଡ ସେଭେନ ଭିଲେଜ’କୁ ଚୟନ କରାଯାଇଛି। 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.