• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଆଜି ଓଡ଼ିଶା ରାଜ୍ୟପାଳ ଭାବେ ପ୍ରଫେସର ଗଣେଶୀ ଲାଲଙ୍କ ସରୁଛି କାର୍ଯ୍ୟକାଳ । ୨୦୧୮ ମେ ୨୫ରେ ଓଡ଼ିଶା ରାଜ୍ୟପାଳ ଭାବେ ଦାୟିତ୍ବ ନେଇଥିଲେ । ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ ଆସନ୍ତା ୨୯ ତାରିଖ ଦିନ ଭୁବନେଶ୍ବରରେ ପହଞ୍ଚିବେ । ୩୦ ତାରିଖ ଦିନ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟିବା ସହ ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବେ । ୩୧ ତାରିଖରେ ନୂଆ ରାଜ୍ୟାପାଳ ଭାବେ ଦାୟିତ୍ବ ନେବେ ।

  2. ଶୁକ୍ରବାର ଦିନ ଆକସ୍ମିକ ହୃଦ୍‌ଘାତରେ ଚୀନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ୬୮ ବର୍ଷିୟ ଲି କେକ୍ବିଆଙ୍ଗ୍‌ଙ୍କର ଦେହାନ୍ତ ଘଟିଥିବା କଥା ରାଷ୍ଟ୍ରାୟତ ସମ୍ବାଦ ପ୍ରସାରଣକାରୀ ସଂସ୍ଥାନ ‘ଚାଇନା ସେଣ୍ଟ୍ରାଲ୍‌ ଟେଲିଭିଜନ୍‌’ (ସିସିଟିଭି) ରିପୋର୍ଟ କରିଛି।

  3. ଇସ୍ରାଏଲ ବିମାନ ଆକ୍ରମଣରେ ଅଲ୍‌ ଜଜିରା ଗାଜା ବ୍ୟୁରୋ ମୁଖ୍ୟ ୱାଏଲ ଦାହଦୋଙ୍କ ପତ୍ନୀ, ପୁଅ, ଝିଅ ଏବଂ ନାତିଙ୍କର ମୃତ୍ୟୁ ହୋଇଯାଇଛି। ଅଲ୍‌ ଜଜିରାରେ ଏନେଇ ଏକ ଭିଡିଓ ଫୁଟେଜ୍‌ ପ୍ରସାରିତ ହୋଇଛି।

  4. ନଭେମ୍ବର ୩୦ ତାରିଖରେ ତେଲେଙ୍ଗାନା ବିଧାନସଭା ନିର୍ବାଚନକୁ ନେଇ ଏକ ତେଲୁଗୁ ନ୍ୟୁଜ୍‌ ଚ୍ୟାନେଲ୍‌ରେ ବିତର୍କ ଚାଲିଥିବାବେଳେ ହଠାତ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା।ଲାଇଭ୍‌ ବିତର୍କ ସମୟରେ ଜଣେ ବିଆର୍‌ଏସ୍‌ ବିଧାୟକ ଏବଂ ତାଙ୍କ ବିଜେପି ପ୍ରତିଦ୍ବନ୍ଦ୍ବୀ ପରସ୍ପରକୁ ଆକ୍ରମଣ କରିଥିଲେ।

  5. କତାରରେ ଗତବର୍ଷ ଗିରଫ ହୋଇଥିବା ଭାରତର ୮ ଜଣ ପୂର୍ବତନ ନୌସେନା ଅଧିକାରୀଙ୍କୁ ସେଠାର ଏକ ଅଦାଲତ ଦୋଷୀ ସାବ୍ୟସ୍ତ କରିବା ସହିତ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି। ଅଭିଯୋଗ ଥିଲା ଯେ ଏହି ଅଧିକାରୀମାନେ ଇସ୍ରାଏଲ ପାଇଁ ଗୁଇନ୍ଦାଗିରି କରୁଥିଲେ।

  6. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଥିବା ଉପହାର ଓ ସ୍ମୃତି ଫଳକଗୁଡ଼ିକର ଇ- ନିଲାମ ପକ୍ରିୟା ଏବେ ଚାଲିଛି। ଏଥିପାଇଁ ରଖାଯାଇଥିବା ସାମଗ୍ରୀଗୁଡ଼ିକ ପ୍ରତି ପୂର୍ବବର୍ଷ ଭଳି ଏଥର ମଧ୍ୟ ଲୋକଙ୍କ ମଧ୍ୟରେ ଆଗ୍ରହ ଦେଖାଦେଇଛି ।

  7. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ରର ଶିରିଡ଼ି, ଅହମ୍ମଦନଗର ଠାରେ ସ୍ୱାସ୍ଥ୍ୟ, ରେଳ, ସଡ଼କ, ତୈଳ ଏବଂ ଗ୍ୟାସ ଭଳି କ୍ଷେତ୍ରରେ ପ୍ରାୟ ୭୫୦୦ କୋଟି ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡିକର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି ।

  8. ଗାଜାରେ ଇସ୍ରାଏଲ ସ୍ଥଳ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଏହା ଉତ୍ତର ଗାଜାରେ ଗତରାତିରେ ଟାର୍ଗେଟ୍‌ ରେଡ୍‌ କରିଛି। ୫୦ରୁ ଅଧିକ ହମାସ ଠିକଣା ଉପରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି।

  9. ଇସ୍ରାଏଲର ଆକ୍ରମଣରେ ପାଖାପାଖି ୫୦ ଜଣ ବନ୍ଧକ ନିହତ ହୋଇଛନ୍ତି ବୋଲି ହମାସ ପକ୍ଷରୁ କୁହାଯାଇଛି ବୋଲି ଅଲ୍ ଜଜିରା ରିପୋର୍ଟ କରିଛି। ଏହା ପୂର୍ବରୁ ଇସ୍ରାଏଲ ସେନା କହିଥିଲା ଯେ ହମାସ ଗାଜା ଉପତ୍ୟକାରେ ଅତି କମରେ ୨୨୪ ଜଣଙ୍କୁ ବନ୍ଧକ ରଖିଛି ।

  10. ପାକିସ୍ତାନ ସୀମାରୁ ଅନୁପ୍ରବେଶ କରୁଥିବା ୫ଜଣ ଏସ୍କର-ଏ-ତଇବା ଆତଙ୍କବାଦୀଙ୍କୁ ନିପାତ କଲା ସୁରକ୍ଷା ବାହିନୀ। ଆଜି ଜମ୍ମୁ-କଶ୍ମୀରର କୁପୱାରା ଜିଲ୍ଲାର ମାସିଲ ସେକ୍ଟରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ସୁରକ୍ଷା ବାହିନୀ ବିଫଳ କରିଥିବା ଜଣାପଡ଼ିଛି।

  11. ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଫସିଥିବା ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ମିଳିଥିବା ସୂଚନା ଅନୁଯାୟୀ, ସଂସଦର ଏଥିକ୍ସ କମିଟି ମହୁଆ ମୈତ୍ରଙ୍କୁ ଅକ୍ଟୋବର ୩୧ରେ ହାଜର ହେବାକୁ ସମନ ଜାରି କରିଛି।

  12. ‘ପ୍ରଶ୍ନପତ୍ର ଲିକ୍‌’ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଆଜି ପ୍ରବର୍ତ୍ତନ ନିର୍ଦେଶାଳୟ ରାଜସ୍ଥାନର ପୂର୍ବତନ ଶିକ୍ଷାମନ୍ତ୍ରୀ ଗୋବିନ୍ଦ ସିଂହ ଡୋଟାସରା ଓ କଂଗ୍ରେସ ବିଧାୟକ ଓମ୍‌ ପ୍ରକାଶ ହୁଡ୍‌ଲାଙ୍କ ୧୧ଟି ପ୍ରତିଷ୍ଠାନରେ ଚଢ଼ଉ ଓ ତଲାସ ଜାରି କରୁଛି।

  13. କର୍ଣ୍ଣାଟକର ଚିକ୍କବଲ୍ଲାପୁର ଜିଲ୍ଲା ଦେଇ ଯାଇଥିବା ୪୪ ନମ୍ବର ଜାତୀୟ ରାଜପଥରେ ଠିଆ ହୋଇଥିବା ଗୋଟାଏ ସିମେଣ୍ଟ୍‌ ମିକ୍ସର୍‌ ଟ୍ରକ୍‌ ସହିତ ଗୋଟାଏ ଟାଟା ସୁମୋ କାର୍‌ ଧକ୍କା ଖାଇବାରୁ ଅନ୍ୟୂନ ୧୨ଜଣ ଲୋକଙ୍କର ମୃତ୍ୟୁ ଘଟିଛି।

  14. ଯମୁନା ଏକ୍ସପ୍ରେସ୍‌ୱେରେ ଗୋଟାଏ ଦ୍ରୁତଗାମୀ କାର୍‌ ଧକ୍କା ଦେବାରୁ ଭାରତୀୟ ବାୟୁସେନାର ଜଣେ ଜୁନିୟର୍‌ ୱାରେଣ୍ଟ୍‌ ଅଫିସର୍‌ଙ୍କ ସ୍ତ୍ରୀ ମୃତ୍ୟୁବରଣ କରିଛନ୍ତି ଓ ସେମାନଙ୍କର ୨ ଝିଅ ଆହତ ହୋଇଛନ୍ତି ବୋଲି ପୁଲିସ କହିଛି।

  15. ସଜ୍ଜନ ଜିନ୍ଦଲଙ୍କ କଂପାନି ଜେଏସ୍‌ଡବ୍ଲୁ ଇନ୍‌ଫ୍ରା ଓଡ଼ିଶାର ଗୋପାଳପୁର ବନ୍ଦରକୁ କିଣିବା ନେଇ କଥାବାର୍ତ୍ତା କରୁଛି। ବନ୍ଦରରେ ମୁମ୍ବାଇର ସାପୁରଜୀ ପାଲୋଞ୍ଜି (ଏସ୍‌ପି) ଗ୍ରୁପ୍‌ର ଥିବା ଅଂଶଧନକୁ କଂପାନି ୩୦୦୦ କୋଟି ଟଙ୍କାରେ କିଣିବା ବିଷୟରେ ବିଚାର କରୁଛି। ଗୋପାଳପୁର ବନ୍ଦରରେ ଏସ୍‌ପି ଗ୍ରୁପ୍‌ର ୫୧% ଏବଂ ଓଏସ୍‌ଏଲ୍‌ ପାଖରେ ବଳକା ଅଂଶଧନ ରହିଛି।

  16. ରାଜ୍ୟରେ ପିଆଜ ଦର ହୁ ହୁ ହୋଇ ବଢ଼ିଚାଲିଛି। ଗତ କିଛି ଦିନ ଭିତରେ ଏହା ଦୁଇଗୁଣା ହୋଇଯାଇଛି। ୫୦ ଟଙ୍କାରୁ ଅଧିକ ମୂଲ୍ୟରେ ଅନେକ ସ୍ଥାନରେ ପିଆଜ ବିକ୍ରି ହେଉଛି। କିଛି ସ୍ଥାନରେ ଏହା ୬୦ ଟଙ୍କାରୁ ଅଧିକ ବି ହେଲାଣି। ପିଆଜ ମୂଲ୍ୟରେ ଏଭଳି ବୃଦ୍ଧି ସାଧାରଣ ଖାଉଟିକୁ ଚିନ୍ତାରେ ପକାଇଛି।

  17. ଦେଶର କିଛି ହାତଗଣତି ଶିଳ୍ପ କ୍ଷେତ୍ରରୁ ୯୦ ପ୍ରତିଶତ ଅଙ୍ଗାରକାମ୍ଳ ନିର୍ଗମନ ହେଉଛି। ବିଦ୍ୟୁତ ଶକ୍ତି, ଧାତବ ଓ ଖଣି, ନିର୍ମାଣ ଉପକରଣ, ରସାୟନ ଏବଂ ତୈଳ ଓ ଗ୍ୟାସ୍ କ୍ଷେତ୍ରରୁ ସିଂହ ଭାଗ ନିର୍ଗମନ ହେଉଛି।୨୧ଟି ଶିଳ୍ପ କ୍ଷେତ୍ର ମଧ୍ୟରୁ ୧୬ଟି କ୍ଷେତ୍ରରେ ମୋଟ ଶକ୍ତି ବ୍ୟବହାରରେ ଅକ୍ଷୟ ଶକ୍ତିର ଭାଗ ୧୦ ପ୍ରତିଶତରୁ କମ୍ ରହିଛି।

  18. ଦେଶର କର୍ମ ସଂସ୍କୃତିରେ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ଇନ୍‌ଫୋସିସ୍‌ର ସହ ପ୍ରତିଷ୍ଠାତା ଏନ୍ ଆର୍ ନାରାୟଣମୂର୍ତ୍ତି କହିଛନ୍ତି। ଦ୍ବିତୀୟ ବିଶ୍ବଯୁଦ୍ଧ ପରବର୍ତ୍ତୀ ସମୟର ଉଦାହରଣ ଦେଇ ସେ କହିଛନ୍ତି ଯେ ନିଜ ଦେଶକୁ ପୁଣି ଥରେ ଗଢ଼ି ତୋଳିବା ଲାଗି ଜର୍ମାନୀ ଓ ଜାପାନର ଯୁବପିଢ଼ି ସପ୍ତାହକୁ ୭୦ ଘଣ୍ଟା କାମ କରୁଥିଲେ।

  19. ଭାରତୀୟ ବିମାନବନ୍ଦର ପ୍ରାଧିକରଣ ଅଧ୍ୟକ୍ଷ ସଞ୍ଜୀବ କୁମାର ଏହାର ଉଦଘାଟନ କରିଛନ୍ତି। ଜିରୋ ଭିଜିବିଲିଟିରେ ବିମାନ ଅବତରଣ କରିବାର କ୍ଷମତା ରଖିଛି ଅତ୍ୟାଧୁନିକ ଏଟିସି । ଭୁବନେଶ୍ଵର ବିମାନବନ୍ଦର ଅନ୍ତର୍ଜାତୀୟ ବିମାନବନ୍ଦର ହୋଇଥିବା ବେଳେ ପୂର୍ବରୁ ପୁରୁଣା ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ଜରିଆରେ କାମ ଚାଲିଥିଲା।

  20. ଜମ୍ମୁ-କଶ୍ମୀରର କୁପୱାରା ଜିଲ୍ଲାର ମାସିଲ ସେକ୍ଟରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ସୁରକ୍ଷା ବାହିନୀ ବିଫଳ କରିଥିବା ଜଣାପଡ଼ିଛି। ୫ଆତଙ୍କବାଦୀଙ୍କୁ ହତ୍ୟା କରାଯିବା ପରେ ଏବେ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିଛି ସୁରକ୍ଷା ବାହିନୀ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.