• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ କାଲି ଭୋରରୁ ପୁରୀରେ ପହଞ୍ଚିବା ପରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। ମନ୍ଦିରରେ ପ୍ରାୟ ୧ଘଣ୍ଟା ପୂଜାର୍ଚ୍ଚନା କରିଥିଲେ। ଆଜି ଦିନ ୧୧ଟା ୪୫ରେ ସେ ରାଜ୍ୟପାଳ ଭାବେ ଶପଥ ନେବେ ।

  2. ଇସ୍ରାଏଲ ସେନା ଅନୁଯାୟୀ ୨୪ ଘଣ୍ଟାରେ ୬୦୦ ହମାସ୍‌ ଟାର୍ଗେଟ୍‌ ଉପରେ ଆକ୍ରମଣ କରିଛି। ଅନେକ ଆତଙ୍କବାଦୀ ନିପାତ ହୋଇଛନ୍ତି। ଅନ୍ୟପକ୍ଷେ ହମାସ୍‌ ଆତଙ୍କବାଦୀ ‌ଗୋଷ୍ଠୀ ପକ୍ଷରୁ ମଧ୍ୟ ଇସ୍ରାଏଲକୁ ଟାର୍ଗେଟ୍‌ କରି ରକେଟ୍‌ ମାଡ଼ ଜାରି ରହିଥିବା ଜଣାପଡ଼ିଛି।

  3. ନିର୍ବାଚନ ପାଣ୍ଠିର ଉତ୍ସ ସଂପର୍କରେ ଜାଣିବାର ଅଧିକାର ସମ୍ବିଧାନର ଧାରା ୧୯(୧)(ଏ) ଅଧୀନରେ ନାଗରିକମାନଙ୍କର ନାହିଁ। କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଏହି ଯୁକ୍ତି ବାଢ଼ିଛନ୍ତି ଆଟର୍ଣ୍ଣି ଜେନେରାଲ ଆର୍‌ ଭେଙ୍କଟରମଣି।

  4. ଶିବସେନାର ପ୍ରତିଦ୍ୱନ୍ଦ୍ୱୀ ଗୋଷ୍ଠୀ ପକ୍ଷରୁ ପରସ୍ପରର ବିଧାୟକମାନଙ୍କୁ ଡିସେମ୍ବର ୩୧ ତାରିଖ ସୁଦ୍ଧା ଅଯୋଗ୍ୟ ଘୋଷଣା କରିବା ପାଇଁ ଦାଖଲ କରାଯାଇଥିବା କ୍ରସ୍ ପିଟିସନ୍ ଉପରେ ନିଷ୍ପତ୍ତି ନେବାକୁ ସୁପ୍ରିମ୍‌କୋର୍ଟ ମହାରାଷ୍ଟ୍ର ବାଚସ୍ପତି ରାହୁଲ ନରୱେକରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

  5. ମରାଠା କୋଟା ପ୍ରସଙ୍ଗକୁ ନେଇ ପୁଣିଥରେ ଆନ୍ଦୋଳନ ଜୋରଦାର ହୋଇଛି। ଏନ୍‌ସିପିର ୨ ଜଣ ବିଧାୟକ ଏବଂ ଜଣେ ପୂର୍ବତନ ମନ୍ତ୍ରୀଙ୍କ ଘରେ ଆନ୍ଦୋଳନକାରୀ ନିଆଁ ଲଗାଇ ଦେଇଛନ୍ତି।

  6. ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ସିସୋଦିଆଙ୍କ ଜାମିନ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।

  7. ରାଜନୈତିକ ମେଣ୍ଟକୁ ନିୟନ୍ତ୍ରଣ କରିବା କ୍ଷମତା ଆମର ନାହିଁ। ଦିଲ୍ଲୀ ହାଇକୋର୍ଟକୁ ଏହା କହିଛନ୍ତି ଭାରତର ନିର୍ବାଚନ କମିସନ ।

  8. ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର କତରରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ୮ ଜଣ ପୂର୍ବତନ ନୌସେନା ଅଧିକାରୀଙ୍କ ପରିବାର ସଦସ୍ୟଙ୍କୁ ସୋମବାର ଭେଟିଛନ୍ତି।

  9. ବିହାରର ଆରାରେ ଜଣେ ଗର୍ଭବତୀ ମହିଳା ଏକାଠି ୪ଜଣ ଶିଶୁଙ୍କୁ ଜନ୍ମ ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ୪ଜଣ ଶିଶୁ ଏକାଠି ଜନ୍ମନେବା ପରେ ଡାକ୍ତରଖାନାରେ ଉଭୟ ମା’ ଓ ଶିଶୁଙ୍କୁ ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ଲାଗି ରହିଛି।

  10. ସିଙ୍ଗୁର ମାମଲାରେ ଟାଟା ମୋଟର୍ସ ଏକ ବଡ଼ ବିଜୟ ହାସଲ କରିଛି। ପଶ୍ଚିମବଙ୍ଗ ସରକାରଙ୍କୁ ସିଙ୍ଗୁରରେ ଟାଟା ମୋଟର୍ସର ନାନୋ କାରଖାନା ବନ୍ଦ କରିବା ପାଇଁ ୨୦୧୬ ସେପ୍ଟେମ୍ବରରୁ ଟାଟା ମୋଟର୍ସକୁ ୧୧ ପ୍ରତିଶତ ସୁଧ ସହ ୭୬୫.୭୮ କୋଟି ଟଙ୍କାର ବିପୁଳ ଅର୍ଥ ଦେବାକୁ ପଡ଼ିବ।

  11. ନୂତନ ମନ୍ଦିରରେ ଭଗବାନ ଶ୍ରୀରାମ ଆଠ ଫୁଟ ଉଚ୍ଚ ସୁବର୍ଣ୍ଣ ସିଂହାସନରେ ବସିବେ। ଏଥିପାଇଁ ରାଜସ୍ଥାନରେ ଏକ ମାର୍ବଲ ସିଂହାସନ ପ୍ରସ୍ତୁତ କରାଯାଉଛି। ଏହି ସିଂହାସନ ସୁନାରେ ଆବୃତ ହେବ।

  12. ଭାରତୀୟ ବାୟୁସେନା(ଏଆଇଏଫ) ଚାଇନା ଏବଂ ପାକିସ୍ତାନକୁ ଲାଗିଥିବା ସୀମାରେ ତିନି ଶକ୍ତିଶାଳୀ ଏସ-୪୦୦ ଏୟାର ଡିଫେନ୍ସ ମିଶାଇଲ ସିଷ୍ଟମ ମୁତୟନ କରିବା ଆରମ୍ଭ କରିଛି।

  13. ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ(ଆଇସିଏମଆର) ପାଖରେ ଥିବା ୮୧.୫ କୋଟି ଭାରତୀୟଙ୍କର ବ୍ୟକ୍ତିଗତ ତଥ୍ୟ ଡାର୍କ ୱେବରେ ବିକ୍ରି ହୋଇଯାଇଛି।

  14. ଆତଙ୍କବାଦୀମାନେ ଜମ୍ମୁ-କଶ୍ମୀର ପୁଲୱାମାରେ ଜଣେ ପ୍ରବାସୀ ଶ୍ରମିକଙ୍କୁ ହତ୍ୟା କରିଛନ୍ତି। ମୃତ ଶ୍ରମିକ ଜଣକ ଉତ୍ତରପ୍ରଦେଶର ବୋଲି ଜଣାପଡିଛି। ଘଟଣା ପରେ ପୋଲିସ ଅଞ୍ଚଳକୁ ସିଲ କରି ସର୍ଚ୍ଚ ଅପରେଶନ ଆରମ୍ଭ କରିଛି।

  15. ଆମେରିକାରୁ ଭାରତକୁ ୧,୪୧୪ ପ୍ରାଚୀନ କଳାକୃତି ଫେରିବ। ସରକାରୀ ସୂତ୍ରରୁ ଉଦ୍ଧୃତ ରିପୋର୍ଟରେ ଦର୍ଶାଯାଇଛି ଏହି ଆଇଟମଗୁଡିକ ନ୍ୟୁୟର୍କର କନସୁଲେଟ ଜେନେରାଲ ଅଫ ଇଣ୍ଡିଆକୁ ହସ୍ତାନ୍ତର ହୋଇସାରିଛି।

  16. ଇପ୍ସୋସ ଗ୍ଲୋବାଲ ଟ୍ରଷ୍ଟୱର୍ଥିନେସ ଇଣ୍ଡେକ୍ସ-୨୦୨୩ର ରିପୋର୍ଟ ପ୍ରକାଶ ପାଇଛି। ତଥ୍ୟ ଅନୁଯାୟୀ, ଶିକ୍ଷକମାନେ ଭାରତରେ ସବୁଠାରୁ ଅଧିକ ବିଶ୍ୱାସଯୋଗ୍ୟ ଥିବାବେଳେ ପୃଥିବୀରେ ଡାକ୍ତରମାନେ ବଶ୍ୱାସନୀୟତାର ଶୀର୍ଷରେ ଅଛନ୍ତି।

  17. ଶିମିଳିପାଳ ପାଦଦେଶରୁ ପୁଣି ୭୧ଟି ଦେଶୀ ବନ୍ଧୁକ ଜବତ ହୋଇଛି। ଶିମିଳିପାଳରେ ପୁଲିସ ପକ୍ଷରୁ ଦ୍ବିତୀୟ ପର୍ଯ୍ୟାୟ ସର୍ଚ୍ଚ ଅପରେସନ ଜାରିଥିବାବେଳେ ବନ୍ଧୁକ ଜବତ ନେଇ ସୂଚନା ପ୍ରଦାନ କରାଯାଇଛି।

  18. ୮ ନଭେମ୍ବର ପର୍ଯ୍ୟନ୍ତ ବସ୍ ଧର୍ମଘଟ ସ୍ଥଗିତ ରହିଛି । ସାମଗ୍ରିକ ବସ୍‌ ଧର୍ମଘଟ ନେଇ ୮ ତାରିଖରେ ନିଆଯିବ ନିଷ୍ପତ୍ତି । ଅଲ୍ ଓଡିଶା ବସ୍ ମାଲିକ ସଂଘ ସାଧାରଣ ପରିଷଦ ବୈଠକ‌ ଶେଷ ହୋଇଛି।

  19. ନୂଆପଡା ଜିଲ୍ଲାରେ ବର୍ଷସାରା ରକ୍ତମୁଖା ବାଘ ଘୁରିବୁଲୁଥିବାବେଳେ ଦାଣ୍ଡରେ ଖେଳୁଥିବା ଜଣେ ୮ ବର୍ଷର ଶିଶୁଙ୍କୁ ଝାମ୍ପିନେଇ ଚମ୍ପଟ ମାରୁଥିବାବେଳେ ଗାଁ ଲୋକଙ୍କ ହସ୍ତକ୍ଷେପ ପରେ ଛାଡିଦେଇଥିଲା । ଶେଷରେ କିଛି ସମୟ ଧରି ଛଟପଟ ହେବାପରେ ଶିଶୁଟିର ମୃତ୍ୟୁ ଘଟିଛି ।

  20. ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂତନ ଏକ ଅଧ୍ୟାୟ ଯୋଡ଼ିବାକୁ ପ୍ରସ୍ତୁତ ହେଉଛି ଏସ୍‌‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ। ଓଡ଼ିଶାର ପ୍ରଥମ ସରକାରୀ ହସ୍ପିଟାଲ ଭାବେ ଏସ୍‌‌ସିବିରେ ବୋନ୍‌‌ ବ୍ୟାଙ୍କ ପ୍ରତିଷ୍ଠା କରାଯିବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.