• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଭାରତରେ ଆୟ ଅସମାନତାର ସାଂଘାତିକ ଚିତ୍ରକୁ ସାମ୍ନାକୁ ଆଣିଛି ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନ୍‌ଡିପି)ର ଏକ ରିପୋର୍ଟ। ଏଥିରେ କୁହାଯାଇଛି ଯେ ୧୦ ପ୍ରତିଶତ ଧନୀଙ୍କ ପାଖରେ ଦେଶର ଅଧାରୁ ଅଧିକ (୬୫%) ସମ୍ପତ୍ତି ରହିଛି। ଜନସଂଖ୍ୟାର ଶୀର୍ଷ ସୋପାନରେ ଥିବା ୧ ପ୍ରତିଶତ ଧନୀ ଲୋକଙ୍କ ପାଖରେ ଦେଶର ୨୨ ପ୍ରତିଶତ ସମ୍ପତ୍ତି ରହିଛି।

  2. ଇସ୍ରାଏଲ କହିଛି ଯେ ୪୫୦ଟି ଟାର୍ଗେଟ ଉପରେ ଆକ୍ରମଣ କରି ଏ‌ହାକୁ ଧ୍ବସ୍ତ କରାଯାଇଛି ଏବଂ ଏକାଧିକ ହମାସ କମାଣ୍ଡର ନିପାତ ହୋଇଛନ୍ତି। ସାଧାରଣ ନାଗରିକଙ୍କ ମୃତ୍ୟୁ ପାଇଁ ଆତଙ୍କବାଦୀ ସଂଗଠନ ଦାୟୀ କାରଣ ସେମାନେ ଆବାସିକ ଅଞ୍ଚଳରେ ରହି କାର୍ଯ୍ୟ କରୁଛନ୍ତି ବୋଲି ଇସ୍ରାଏଲ କହିଛି।

  3. ବିହାରରେ ଜାତି ଆଧାରିତ ଜନଗଣନା ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହୋଇଛି।ମୁଖ୍ୟମନ୍ତ୍ରୀ ନୀତୀଶ ତାଙ୍କ ପ୍ରସ୍ତାବରେ ବିହାରରେ ସଂରକ୍ଷଣ ସୀମା ୫୦ରୁ ୬୫ କରିବା ପାଇଁ ପ୍ରସ୍ତାବ ରଖିଥିଲେ ଏବଂ ଏହା ସହିତ ଇଡବ୍ଲୁଏସ୍‌ (ଆର୍ଥିକ ପଛୁଆ ବର୍ଗ)ର ୧୦ ପ୍ରତିଶତ ସଂରକ୍ଷଣକୁ ମିଶାଇ ମୋଟ ୭୫ ପ୍ରତିଶତ ଆରକ୍ଷଣ ବ୍ୟବସ୍ଥା କରଯିବା ପାଇଁ ପ୍ରସ୍ତାବ ଉପସ୍ଥାପନ ହୋଇଥିଲା।

  4. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକ୍ଷ୍ମୀସାଗରରେ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମର ଉଦଘାଟନ କଲେ l

  5. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଓଡିଶା ଟେବୁଲ ଟେନିସ୍‌ ଏକାଡେମୀର ଲୋକାର୍ପିତ କଲେ। ଡିସେମ୍ବର ସୁଦ୍ଧା ୩୩ ଟେବୁଲ ଟେନିସ୍‌ ସେଣ୍ଟର କାର୍ଯ୍ୟକ୍ଷମ ହେବ l

  6. ସୂର୍ଯ୍ୟର ରହସ୍ୟ ଜାଣିବା ପାଇଁ ଇସ୍ରୋର ସ୍ପେସ୍‌କ୍ରାଫ୍ଟ ଆଦିତ୍ୟ-ଏଲ୍‌-୧ କୁ ମିଳିଲା ପ୍ରଥମ ବଡ଼ ସଫଳତା l ନିଜର ପ୍ରଥମ

  7. ଭଦ୍ରକ ଓଡ଼ିଶା ଉପକୂଳବର୍ତ୍ତୀ ଅବଦୁଲ କଲାମ ଦ୍ୱୀପରୁ ସ୍ୱଳ୍ପ ଦୂରଗାମୀ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର (ଏସଆରବିଏମ୍‌) ‘ପ୍ରଳୟ’ ର ହେଲା ସଫଳ ପରୀକ୍ଷଣ l

  8. -ନଭେମ୍ବର ୨୦ରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ l

  9. ମିଜୋରାମରେ ଆଜି ୭୭.୦୪ ପ୍ରତିଶତ ଭୋଟର୍‌ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି ଏବଂ ଛତିଶଗଡ଼ରେ ୭୧ ପ୍ରତିଶତ ମତଦାନ ହୋଇଛି। ୨୦୧୮ରେ ଛତିଶଗଡ଼ରେ ୭୭ ପ୍ରତିଶତ ଓ ମିଜୋରାମରେ ୮୧ ପ୍ରତିଶତ ମତଦାନ ହୋଇଥିଲା।

  10. ଇସ୍ରାଏଲ-ହମାସ ଯୁଦ୍ଧ: ମୋଦୀଙ୍କ ସହଯୋଗ ଲୋଡ଼ିଲେ ଇରାନ ରାଷ୍ଟ୍ରପତି, କହିଲେ- ଏବେ ସବୁ ଆଶା ଭାରତ ଉପରେ l

  11. ହମାସ୍ ସହ ଯୁଦ୍ଧ ଶେଷ ହେବା ପରେ ନିଜ ସୀମା ଓ ଦଖଲ ବଢାଇବା ପାଇଁ ଇସ୍ରାଏଲ ଦେଲା ସଂକେତ l ପିଏମ୍ ନେତନ୍ୟାହୁତ ଦେଲେ ବଡ଼ ବୟାନ l କହିଲେ ଯୁଦ୍ଧ ପରେ ଗାଜାର ସୁରକ୍ଷା ସମ୍ଭାଳିବ ଇସ୍ରାଏଲ୍ l

  12. ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ନେଇ ରାଜନୈତିକ ଲଢ଼େଇ ହୋଇପାରିବ ନାହିଁ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି। ପଡ଼ୋଶୀ ରାଜ୍ୟ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରେ ଫସଲର ବର୍ଜ୍ୟ (ନଡ଼ାପାଳ) ଜାଳିବା ଏକ ପ୍ରମୁଖ କାରଣ ବୋଲି କୋର୍ଟ କହିଛନ୍ତି। ନଡ଼ା ପୋଡ଼ି ରୋକିବା ପାଇଁ ପଦକ୍ଷେପ ନେବାକୁ ରାଜ୍ୟ ସରକାରଗୁଡ଼ିକୁ କୁହାଯାଇଛି।

  13. ସୁପ୍ରିମକୋର୍ଟଙ୍କ ଆଦେଶନାମାକୁ ଅବମାନନା କରି ଆନ୍ଦୋଳନରେ ସାମିଲ ଥିବା ସମସ୍ତ ଆଇନଜୀବୀଙ୍କ ଦ୍ବାରା ନିସର୍ତ୍ତ କ୍ଷମା ପ୍ରାର୍ଥନା କରିବା ସହ ଭବିଷ୍ୟତରେ ଆନ୍ଦୋଳନରେ ସାମିଲ ହେବେ‌ ନାହିଁ ବୋଲି ସତ୍ୟପାଠ ଦାଖଲ କରିଛନ୍ତି।

  14. ଆଲିଗଡ଼ ସହରର ନାମ ବଦଳି ହରିଗଡ଼ ହେବ। ଏହି ନାମ ପରିବର୍ତ୍ତନ ପାଇଁ ଆଲିଗଡ଼ ପୌର ନିଗମରେ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ ହୋଇଛି। ଆଲିଗଡ଼ ମେୟର ପ୍ରଶାନ୍ତ ସିଂଘଲ କହିଛନ୍ତି ଯେ ସହରର ନାମ ହରିଗଡ଼ ରଖାଯିବା ପାଇଁ ଜନସାଧାରଣଙ୍କ ଦୀର୍ଘ ଦିନର ଦାବି ଏବେ ସାକାର ହେବାକୁ ଯାଉଛି ।

  15. ଦୀପାବଳି ଓ ବର୍ଷର ଅନ୍ୟାନ୍ୟ ସମୟରେ ବାଣ ଫୁଟାଇବା ଉପରେ ଜାରି ହୋଇଥିବା କଟକଣା ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ ପାଳନ କରିବା ଲାଗି ସୁପ୍ରିମ୍‌କୋର୍ଟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି

  16. ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଛି । ଏହା ସତ୍ତ୍ୱେ ଅଶୋଧିତ ତୈଳ ଦର ଦୁଇ ମାସର ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ବ୍ୟାରେଲ ପିଛା ୮୦ ଡଲାରତଳକୁ ଖସି ଆସିଛି।

  17. ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ଏହାର ସମ୍ମାନଜନକ ସ୍ନାତକୋତ୍ତର ଶିକ୍ଷାବୃତ୍ତି ପାଇଁ ଆବେଦନ ଆହ୍ୱାନ କରାଯାଇଛି । ସ୍ନାତକୋତ୍ତର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ୯ଟି କ୍ଷେତ୍ରରେ ଆବେଦନ ଆହ୍ୱାନ କରାଯାଇଛି । ଆବେଦନ ୨୦୨୩ ଡିସେମ୍ବର ୧୭ ପର୍ଯ୍ୟନ୍ତ ଖୋଲା ରହିଛି।

  18. ପୂର୍ବତନ ବାଚସ୍ପତି ତଥା ୫ଥରର ବିଧାୟକ ମହେଶ୍ୱର ମହାନ୍ତିଙ୍କ ପରଲୋକ ଘଟିଛି। । ୬୭ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହେଶ୍ବର ମହାନ୍ତିଙ୍କ ପରଲୋକ ହୋଇଛି।

  19. ବର୍ଷ ୨୦୨୪ ପାଇଁ ଓଡିଶା ସରକାରୀ ଛୁଟି କ୍ୟାଲେଣ୍ଡର ପ୍ରକାଶ ପାଇଛି। ଏଥିରେ ବିଭିନ୍ନ ପୂଜା ପାର୍ବଣ ସହିତ ଜାତୀୟ ଦିବସ ଆଦିକୁ ମିଶାଇ ମୋଟ୍ ୩୦ ଟି ସରକାରୀ ଛୁଟି ରହିଛି।

  20. ମ୍ୟାକ୍ସୱେଲଙ୍କ ଅପରାଜିତ ୨୦୧ ରନ ବଳରେ ଅଷ୍ଟ୍ରେଲିଆ ୩ ୱିକେଟରେ ଆଫଗାନିସ୍ତାନକୁ କଲା ପରାସ୍ତ l ଏହି ବିଜୟ ସହ ସେମି ଫାଇନାଲରେ ପ୍ରବେଶ କଲା ଅଷ୍ଟ୍ରେଲିଆ l

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.