• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଡିଗ୍ରୀ କଲେଜରୁ ଅଲଗା ହେବ ଯୁକ୍ତ ଦୁଇ କଲେଜ୍। କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ଥିବା ଡିଗ୍ରୀ କଲେଜ ଗୁଡ଼ିକରୁ ଯୁକ୍ତ ଦୁଇ କଲେଜକୁ ପ୍ରଥମ ପର୍ଯ୍ୟାୟରେ ଅଲଗା କରାଯିବ। ନିକଟରେ ଥିବା ହାଇସ୍କୁଲ କିମ୍ବା ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯିବ ଯୁକ୍ତ ଦୁଇ କଲେଜ୍। ସେହିପରି ଡିଗ୍ରୀ କଲେଜ ଓ ବିଶ୍ୱ ବିଦ୍ୟାଳୟରେ ଖାଲି ପଡ଼ିଥିବା ଅଧ୍ୟାପକ ଓ କର୍ମଚାରୀ ପଦବୀକୁ ଅସ୍ଥାୟୀ ଭାବେ ପୂରଣ କରାଯିବ।

  2. ପେଣ୍ଟାଗନ୍ ଏକ ନୂତନ ସୁପର-ଶକ୍ତିଶାଳୀ ପରମାଣୁ ବୋମା ତିଆରି କରିବାକୁ ଯୋଜନା କରୁଛି, ଯାହା ୧୯୪୫ ମସିହାରେ ହିରୋସିମାରେ ବ୍ୟବହୃତ ବୋମାଠାରୁ ୨୪ ଗୁଣ ଅଧିକ ଶକ୍ତିଶାଳୀ। ୨୦୩୦ ସୁଦ୍ଧା ଚୀନ୍ ନିଜର ପରମାଣୁ ଅସ୍ତ୍ରଶସ୍ତ୍ରକୁ ଦ୍ୱିଗୁଣିତ କରି ୧୦୦୦ରୁ ଅଧିକ କରିବାକୁ ଘୋଷଣା କରିବା ପରେ ଆମେରିକା ପକ୍ଷରୁ ଏଭଳି ଘୋଷଣା କରାଯାଇଛି।

  3. ତୈଳ କମ୍ପାନି ସବୁ ବ୍ୟବସାୟ ‌ପ୍ରତିଷ୍ଠାନଗୁଡ଼ିକରେ ବ୍ୟବହାର ନିମନ୍ତେ ଉଦ୍ଦିଷ୍ଟ ୧୯ କିଲୋବିଶିଷ୍ଟ ‘ଏଲ୍‌ପିଜି’ ସିଲିଣ୍ଡର୍‌ ମୂଲ୍ୟ ୧୦୧.୫୦ ପଇସା ବୃଦ୍ଧି କରିଛନ୍ତି।

  4. ରାଜନୈତିକ ଦଳ ମାନଙ୍କର ଆୟଉତ୍ସ ପ୍ରକାଶ ମାମଲା ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି। ସରକାରଙ୍କ ପକ୍ଷ ଏବଂ ଅପିଲକାର୍ତ୍ତାଙ୍କ ପକ୍ଷ ଶୁଣିବା ପରେ କୋର୍ଟ କହିଛନ୍ତି ଯେ, ୨୦୧୯ରେ ଦିଆଯାଇଥିବା ମଧ୍ୟବର୍ତ୍ତୀକାଳୀନ ଆଦେଶ ଯେଉଁଥିରେ ସମସ୍ତ ରାଜନୈତିକ ଦଳ ଆବଶ୍ୟକ କରନ୍ତି ତାହା ଜାରି ରହିବ। ଏହା ସହିତ ଦଳ ମାନଙ୍କର ଆୟସୂତ୍ର ଜାଣିବାର ଅଧିକାର ସାଧାରଣ ଲୋକ ମାନଙ୍କର ରହିଛି ବୋଲି କୋର୍ଟ କହିଛନ୍ତି।

  5. ଭାରତୀୟ ବାୟୁସେନାର ଗୌରବମୟ ଇତିହାସର ମୁକସାକ୍ଷୀଥିବା ମିଗ୍-୨୧ ଲଢୁଆ ବିମାନକୁ ଅନ୍ତିମ ବିଦାୟ ଦିଆଯାଇଛି ।

  6. ଗାଜାରେ ଏକ ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲର ଏକ କ୍ଷେପଣାସ୍ତ୍ର ମାଡ଼ ହେବା ଫଳରେ ୫୦ରୁ ଅଧିକ ପାଲେଷ୍ଟାନୀୟ ନିହତ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜାଣିବାକୁ ମିଳିଛି। ତେବେ ସୂଚନା ଅନୁସାରେ କ୍ଷେପଣାସ୍ତ୍ରଟି ଲକ୍ଷ୍ୟଭ୍ରଷ୍ଟ ହୋଇ ଶରଣାର୍ଥୀ ଶିବିରରେ ମାଡ଼ ହୋଇଥିବା ଜଣାପଡ଼ିଛି ।

  7. ହମାସ ମଧ୍ୟ ଉତ୍ତର ଏବଂ ଦକ୍ଷିଣ ଗାଜା ଅଞ୍ଚଳରେ ଇସ୍ରାଏଲୀ ସେନା ଉପରେ ମେସିନ୍ ଗନ୍ ଏବଂ ଆଣ୍ଟି ଟ୍ୟାଙ୍କ୍ ମିସାଇଲ୍ ବ୍ୟବହାର କରି ଆକ୍ରମଣ ଆରମ୍ଭ କରିଛି। ଇସ୍ରାଏଲୀ ସେନା ଗାଜାରେ ହମାସ ଆତଙ୍କବାଦୀଙ୍କ ବିଶାଳ ସୁଡ଼ଙ୍ଗ ନେଟୱର୍କରେ ଆକ୍ରମଣ କରିଛି ଏବଂ ଏହି ଅଭିଯାନରେ ଅନେକ ଆତଙ୍କବାଦୀ ନିପାତ ହୋଇଛନ୍ତି।

  8. ମିଆଁମାର ସୀମାରେ ଥିବା ବାଣିଜ୍ୟିକ ସହର ମଣିପୁରର ମୋରେହରେ ଏକ ହେଲିପ୍ୟାଡ୍‌ ନିର୍ମାଣ କାର୍ଯ୍ୟର ତଦାରଖ କରୁଥିବା ବେଳେ ସନ୍ଦିଗ୍ଧ ବିଦ୍ରୋହୀମାନେ ଜଣେ ପୁଲିସ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି।

  9. ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଦିନକୁ ଦିନ ଅଧିକ ବିପଜ୍ଜନକ ହେବାରେ ଲାଗିଛି। ଇସ୍ରାଏଲ ଏବେ ଗାଜା ଉପତ୍ୟକାରେ ସ୍ଥଳ ଆକ୍ରମଣ ଆରମ୍ଭ କରିଛି। ସେପଟେ ଇରାନ ଖୋଲାଖୋଲି ଭାବେ ଇସ୍ରାଏଲକୁ ଗାଜା ଉପରେ ଆକ୍ରମଣର ପରିଣାମ ଭୋଗିବାକୁ ଚେତାବନୀ ଦେଇଛି

  10. ଆପଲ୍ ପକ୍ଷରୁ ଫୋନ୍ ହ୍ୟାକିଂ ଆଲର୍ଟ ଜାରି କରାଯାଇଥିବା ଦାବି ମଧ୍ୟରେ କେନ୍ଦ୍ର ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ସରକାର ଏହି ପ୍ରସଙ୍ଗରେ ଚିନ୍ତିତ ଅଛନ୍ତି ଏବଂ ଏହାର ତଦନ୍ତ କରାଯିବ

  11. ବାୟୁ ପ୍ରଦୂଷଣ ସମସ୍ୟାର ମୁକାବିଲା ପାଇଁ କ’ଣ ପଦକ୍ଷେପ ନିଆଯାଇଛି ତାହାର ବିସ୍ତୃତ ବିବରଣୀ ଦେବାକୁ ଦିଲ୍ଲୀ, ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଓ ରାଜସ୍ଥାନ ସମେତ ୫ଟି ରାଜ୍ୟକୁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

  12. ଭାରତର ସର୍ବବୃହତ ତଥ୍ୟ ଲିକ୍‌କୁ ସାମ୍ନା କରିଛି। ପ୍ରାୟ ୮୧.୫ କୋଟି ଲୋକଙ୍କ ଆଧାର ତଥ୍ୟ ଲିକ୍ (ପ୍ରଘଟ) ହୋଇଥିବା ଦାବି କରାଯାଇଛି।

  13. ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ୨୦୨୧ ମସିହାରେ ଭାରତରେ ମୋଟ ୪୬୧,୩୧୨ ସଡକ ଦୁର୍ଘଟଣା ଘଟି ୧୬୮,୪୯୧ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ୪୪୩,୩୬୬ ଜଣ ଆହତ ହୋଇଥିଲେ।

  14. କଂଗ୍ରେସ ନେତା ସଚିନ ପାଇଲଟ ସ୍ତ୍ରୀ ସାରା ଅବଦୁଲ୍ଲାଙ୍କୁ ଛାଡପତ୍ର ଦେଇଥିବା ଖବର ସାମ୍ନାକୁ ଆସିଛି। ବିଧାନସଭା ନର୍ବାଚନ ପାଇଁ ସଚିନ ଦାଖଲ କରିଥିବା ନାମାଙ୍କନ ପତ୍ରରୁ ଏହି ଖବର ଜଣା ପଡିଛି।

  15. ଆନ୍ଧ୍ରପ୍ରଦେଶ ହାଇକୋର୍ଟ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡୁଙ୍କୁ ଚାରି ସପ୍ତାହ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। ୫୨ ଦିନ ପରେ ସ୍ୱାସ୍ଥ୍ୟଗତ ସମସ୍ୟା ଆଧାରରେ ତାଙ୍କୁ ଜାମିନ ମିଳିଛି |

  16. ସମାଜବାଦୀ ପାର୍ଟି (ଏସପି) ର ରାଷ୍ଟ୍ରୀୟ ମହାସଚିବ ପ୍ରଫେସର ରାମ ଗୋପାଳ ଯାଦବ ସୋମବାର କହିଛନ୍ତି ଯେ ଯଦି ଆଜମ ଖାନଙ୍କର 'ଏନକାଉଣ୍ଟର' ହୁଏ, ତେବେ ଦେଶରେ କ’ଣ ଘଟିବ ଆମେ କଳ୍ପନା ମଧ୍ୟ କରିପାରିବୁ ନାହିଁ।

  17. କଲକାତାର ଇଡେନ ଗାଡେନ୍ସଠାରେ ଚାଲିଥିବା ଆଇସିସି ବିଶ୍ବକପର ମ୍ୟାଚରେ ପାକିସ୍ତାନ ୭ ୱିକେଟରେ ବିଜୟୀ ହୋଇଛି। ୩୩.୩ ଓଭରରେ ୩ ୱିକେଟ ବିନିମୟରେ ପାକିସ୍ତାନ ଏହି ବିଜୟ ହାସଲ କରିଛି।

  18. ଜଗତସିଂହପୁର ଜିଲ୍ଲାର ପାରାଦୀପରେ ଉତ୍କଳ ଫସଫେଟ୍‌ସ ଏକ ସାର କାରଖାନା ସ୍ଥାପନ କରିବ। କଂପାନି ସେଥିରେ ୬୨.୦୭ କୋଟି ଟଙ୍କା ନିବେଶ କରିବ।

  19. ଦୁଇ ହଜାର ଟଙ୍କିଆ ନୋଟ୍ ବଦଳାଇବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ଚାରି ମାସରୁ ଅଧିକ ସମୟ ଦେଇଥିଲା। ସେହି ସମୟରେ କୌଣସି ଭିଡ଼ ନଥିଲା। ମାତ୍ର ଗତ ୧୫ ଦିନ ହେଲାଣି ଭାରତୀୟ ରିଜର୍ଭ ବ୍ୟାଙ୍କ ଆଞ୍ଚଳିକ କାର୍ଯ୍ୟାଳୟ ଭୁବନେଶ୍ବରରେ ପ୍ରବଳ ଭିଡ଼ ଲାଗୁଛି।

  20. ଦୀର୍ଘଦିନର ଅପେକ୍ଷା ପରେ ବାଲେଶ୍ୱରରେ ଅବସ୍ଥିତ ବହୁ ପୁରାତନ ଶିଳ୍ପସଂସ୍ଥା ବିର୍ଲା ଟାୟାର୍ସର ନୂଆ ମାଲିକାନା ଏଚ୍‌ଏସ୍‌ସିଏଲ୍‌(ହିମାଦ୍ରୀ ସ୍ପେଶାଲିଟି କେମିକାଲ୍ସ ଲିମିଟେଡ୍‌) ହାତକୁ ଯାଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.