• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଭାରତରେ ଜନ୍ମିତ ନନ୍ଦିନୀ ଦାସ ୨୦୨୩ ବର୍ଷର ମର୍ଯ୍ୟାଦାଜନକ ବ୍ରିଟିଶ୍‌ ଏକାଡେମୀ ବୁକ୍‌ ପ୍ରାଇଜ୍‌ ବିଜୟିନୀ ହୋଇଛନ୍ତି। ଏହି ୪୯ ବର୍ଷୀୟା ଇଂଲିଶ୍‌ ପ୍ରଫେସର ୟୁନିଭର୍ସିଟି ଅଫ୍‌ ଅକ୍ସଫୋର୍ଡରେ ପ୍ରାଧ୍ୟାପନା କରନ୍ତି।

  2. ଗ୍ରାମାଞ୍ଚଳରେ ବେକାରୀ ହାର ବଢ଼ିଛି ବୋଲି ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମି (ସିଏମ୍‌ଆଇଇ) ତଥ୍ୟରୁ ଜଣାପଡ଼ିଛି। ଗ୍ରାମାଞ୍ଚଳରେ ବେକାରୀ ହାର ୧୦.୮୨ ପ୍ରତିଶତକୁ ବୃଦ୍ଧି ପାଇଛି ଯାହା ସେପ୍ଟେମ୍ବରରେ ୬.୨ ପ୍ରତିଶତ ଥିଲା। ସେହି ସମୟରେ ସହରାଞ୍ଚଳରେ ବେକାରୀ ହାର ୮.୪୪ ପ୍ରତିଶତ ହୋଇଛି।

  3. ସରଜୁ ନଦୀରେ ଏକ ଡଙ୍ଗା ବୁଡ଼ିଯାଇଛି , ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ୧୮ ଜଣ ନିଖୋଜ ଅଛନ୍ତି | ବିହାରର ଛପ୍ରାର ମଞ୍ଜୀରେ ଏହି ଦୁର୍ଘଟଣା ଘଟିଛି।

  4. ଇସ୍ରାଏଲ ଅଧିକାରୀମାନେ ଗାଜା ଆକ୍ରମଣକୁ ଯଥାର୍ଥ ଦର୍ଶାଇବା ସହ ସେମାନଙ୍କ ଆମେରିକୀୟ ପ୍ରତିପକ୍ଷଙ୍କୁ କହିଛନ୍ତି ଯେ, ଗାଜାପଟିରେ ବ୍ୟାପକ ବେସାମରିକ କ୍ଷୟକ୍ଷତି ପାଲେଷ୍ଟାଇନ ଅଞ୍ଚଳରେ ହମାସ ବିରୋଧରେ ଇସ୍ରାଏଲର ସାମରିକ ଅଭିଯାନରେ ଏକ ‘ଗ୍ରହଣୀୟ ମୂଲ୍ୟ’। 

  5. ୨୦୨୩ ଅକ୍ଟୋବର ୩୧ ସୁଦ୍ଧା ୨୦୦୦ଟଙ୍କିଆ ନୋଟ୍ ମଧ୍ୟରୁ ୯୭ ପ୍ରତିଶତ ବ୍ୟାଙ୍କିଂ ବ୍ୟବସ୍ଥାକୁ ଫେରିଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ୨୦୦୦ ଟଙ୍କିଆ ନୋଟ୍ ଜମା କିମ୍ବା ବିନିମୟ କରିବାର ସୁବିଧା ଏବେ ଏହାର ୧୯ଟି ଆଞ୍ଚଳିକ କାର୍ଯ୍ୟାଳୟରେ ଉପଲବ୍ଧ ହେଉଛି ।

  6. ସୁପ୍ରିମକୋର୍ଟ ନିକଟରେ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବାପାଇଁ ମନା କରିଦେଇଥିଲେ। ତେବେ ସୁପ୍ରିମକୋର୍ଟଙ୍କ ଏହି ରାୟକୁ ବିରୋଧ କରି ଉକ୍ତ ମାମଲାର ଜଣେ ଆବେଦନକାରୀ ଉଦିତ ସୁଦ୍‌ ରିଭ୍ୟୁ ପିଟିସନ୍‌ ଦାଖଲ କରିଛନ୍ତି।

  7. ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ଟଙ୍କା ଆଜି ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଛି। ଗୋଟିଏ ଡଲାର କିଣିବା ଲାଗି ୮୩ ଟଙ୍କା ୩୩ ପଇସା ଗଣିବାକୁ ପଡ଼ୁଛି।

  8. ଇସ୍ରାଏଲକୁ ଅର୍ଥନୈତିକ ଦୃଷ୍ଟିରୁ ଦୁର୍ବଳ କରିବା ପାଇଁ ମୁସଲମାନ ଦେଶଗୁଡ଼ିକୁ ଇରାନର ସର୍ବୋଚ୍ଚ ନେତା ଆୟତୋଲ୍ଲା ଖୁମେନି ଆହ୍ୱାନ ଦେଇଛନ୍ତି।

  9. ଭାରତୀୟ ନୌସେନା ବୁଧବାର ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି। ଏକ ଯୁଦ୍ଧ ଜାହାଜରୁ (ଡେଷ୍ଟ୍ରୟର)ରୁ ଏହାର ସଫଳ ପରୀକ୍ଷଣ କରାଯାଇଥିଲା ।

  10. ର୍ବଣ ମାସ ଅକ୍ଟୋବର ମାସରେ ଦେଶରେ ଭଲ ଜିଏସଟି ଆଦାୟ ହୋଇଛି । ଏହି ମାସରେ ଜିଏସଟି ସଂଗ୍ରହ ସମୁଦାୟ ୧.୭୨ ଲକ୍ଷ କୋଟି ଟଙ୍କା ହୋଇଛି । ଜୁଲାଇ ୧, ୨୦୧୭ରେ ଜିଏସଟି ଲାଗୁ ହେବା ପରେ ଅକ୍ଟୋବର ୨୦୨୩ରେ ଏହା ହେଉଛି ଦ୍ୱିତୀୟ ସର୍ବାଧିକ ମାସିକ ଜିଏସଟି ଆଦାୟ ।

  11. ଅଯୋଧ୍ୟାରେ ନିର୍ମାଣ କରାଯାଉଥିବା ରାମ ମନ୍ଦିରରେ ରାମ ଲଲ୍ଲାଙ୍କ ନିମନ୍ତେ ମାର୍ବଲ୍‌ ପଥରରେ ଖୋଦେଇ କରାଯାଇ ସୁନାଛାଉଣି କରାଯାଇଥିବା ଗୋଟାଏ ୮ ଫୁଟ୍‌ ଉଚ୍ଚର ସିଂହାସନ ଆସିବ ବୋଲି ‘ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ୍‌’ ଘୋଷଣା କରିଛି।

  12. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ନାମ , କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ନାମରେ ନାମିତ କରିଛନ୍ତି ।

  13. ନଭେମ୍ବର ୧ ତାରିଖରୁ ସପ୍ତାହରେ ସବୁ ଦିନ ରାଉରକେଲାରୁ ଭୁବନେଶ୍ବର ଭାୟା ହୋଇ କୋଲକତା ମଧ୍ୟରେ ନିର୍ଦ୍ଧାରିତ ସମୟରେ ବିମାନ ଚଳାଚଳ ଆରମ୍ଭ ହୋଇଛି । ତେବେ ଆସନ୍ତା ନଭେମ୍ବର ୬ ତାରିଖରୁ ନୂଆ ସମୟ ସାରଣୀରେ ଏହି ବିମାନ ଚଳାଚଳ କରିବ ବୋଲି ଆଲାଏନ୍ସ ଏୟାର ପକ୍ଷରୁ ଆଜି ସୂଚନା ମିଳିଛି ।

  14. ଆଇଏଫଏସ୍‌ ସ୍ତରରେ ଅଦଳବଦଳ। ସୁଶାନ୍ତ ନନ୍ଦଙ୍କୁ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଦାୟିତ୍ବ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ନିଜ ଦାୟିତ୍ବ ସହ ପିସିସିଏଫ- ୱାଇଲ୍ ଡ ଲାଇଫ ଦାୟିତ୍ବ ତୁଲାଇବେ।

  15. ରାଜ୍ୟର ସବୁ ବିଶ୍ଵ ବିଦ୍ୟାଳୟ କ୍ୟାମ୍ପସ ହେବ W-iFi ଯୁକ୍ତ। ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା Wi-Fi। ଛାତ୍ରଛାତ୍ରୀଙ୍କ ଅଧ୍ୟୟନରେ ସୁବିଧା ପାଇଁ ଉଚ୍ଚ ଶିକ୍ଷା ବିଭାଗର ନିଷ୍ପତି।

  16. ଅନଲାଇନ୍‌‌ରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେବା ପାଇଁ ଶିକ୍ଷକମାନଙ୍କୁ ଟ୍ୟାବ୍‌ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଥିବା ମୋଟ ୯୬, ୭୧୮ ଶିକ୍ଷକଙ୍କୁ ଏହି ଟ୍ୟାବ୍‌ ଦିଆଯିବା ପାଇଁ ଓଡ଼ିଶା ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାଦ୍ବାରା ୪୧, ୪୪୭ ସ୍କୁଲ ଉପକୃତ ହେବ ବୋଲି ଜଣାଯାଇଛି।

  17. ଜେଟ୍ ଏୟାରୱେଜ(ଇଣ୍ଡିଆ) ଲିମିଟେଡ଼ ସହିତ ଜଡିତ ଏକ କଥିତ ଅର୍ଥ ହେଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ୫୦୦ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ଜବତ କରିଛି। 

  18. ପାଣ୍ଠି ହେରଫେର ମାମଲାରେ ସମ୍ପୃକ୍ତ ଆକ୍ଟିଭିଷ୍ଟ ତିସ୍ତା ସିତଲଓ୍ବାଡ୍‌ ଓ ତାଙ୍କ ସ୍ଵାମୀ ଜାଭେଦ ଆନନ୍ଦଙ୍କୁ ତଦନ୍ତରେ ଗୁଜରାଟ ପୋଲିସକୁ ସହଯୋଗ କରିବା ପାଇଁ ସୁପ୍ରିମକୋର୍ଟ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି।

  19. ୨୦୧୪ ରୁ ୨୦୨୩ ଅକ୍ଟୋବର ଶେଷସୁଦ୍ଧା ଦେଶରେ ପ୍ରାୟ ଛୋଟବଡ଼ ୧୨୧ଟିରୁ ଅଧିକ ରେଳ ଦୁର୍ଘଟଣା ଘଟିଛି। ୨୦୨୩ରେ ରେଳ ମନ୍ତ୍ରଣାଳୟକୁ ଗୋଟିଏ ପରେ ଗୋଟିଏ ବିପଦ ମାଡି ଆସୁଥିବା ଲକ୍ଷ୍ୟ କରାଯାଉଛି। କେତେବେଳେ ଯାତ୍ରୀବାହୀ ରେଳଗାଡି ଲାଇନଚ୍ୟୁତ ହେଉଛି ତ ଆଉ କେତେବେଳେ ମାଲବାହୀ ରେଳ ଇଞ୍ଜିନ ୱାଗନ ଛାଡି ଚାଲି ଯାଉଛି।

  20. ମହାନ୍‌ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକରଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାନୀୟ ୱାଙ୍ଖଡେ ଷ୍ଟାଡିୟମରେ ବୁଧବାର ଅନାବରଣ କରାଯାଇଛି। ୨୨ ଫୁଟ ଉଚ୍ଚତା ବିଶିଷ୍ଟ କାଂସ୍ୟରେ ନିର୍ମିତ ପ୍ରତିମୂର୍ତ୍ତିରେ ତେନ୍ଦୁଲକରଙ୍କୁ ଏକ ସଟ୍‌ ଖେଳୁଥିବା ଦେଖିବାକୁ ମିଳିଛି। ଏହି ପ୍ରତିମୂର୍ତ୍ତିକୁ ଅହମ୍ମଦନଗରର ପ୍ରଖ୍ୟାତ ଶିଳ୍ପୀ ପ୍ରମୋଦ କାମ୍ବଲେ ନିର୍ମାଣ କରିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.