• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି ମନୋରଞ୍ଜନ ମିଶ୍ର।

  2. ଶୁଣାଣି ବା ବିଚାର ବେଳେ ଓକିଲମାନଙ୍କଠାରୁ ବାରମ୍ବାର ‘ମାଇଁ ଲର୍ଡ’ ଓ ‘ୟୋର୍‌ ଲର୍ଡସିପ୍‌’ ଶୁଣି ଶୁଣି ବିରକ୍ତ ‌ହୋଇଯାଇଥିବା ସୁପ୍ରିମ୍‌କୋର୍ଟର ଜଣେ ବିଚାରପତି ଓକିଲଙ୍କୁ କହିଲେ, ଯଦି  ‘ମାଇଁ ଲର୍ଡ’ ନ କହିବେ ଆପଣଙ୍କୁ ମୋ ଦରମାରୁ ଅଧେ ଦେବି।

  3. ରାଜସ୍ଥାନ ‘ଜଳ ଜୀବନ ମିସନ୍‌’ରେ ହୋଇଥିବା ଆର୍ଥିକ ଦୁର୍ନୀତିର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦେଶାଳୟ ଜଣେ ବରିଷ୍ଠ ‘ଆଇଏଏସ୍‌’ ଅଫିସର୍‌ଙ୍କ ବାସଭବନ ସମେତ ୨୫ଟି ସ୍ଥାନରେ ଚଢ଼ଉ କରିଥିବା କଥା କେ‌ତେକ ଜାତୀୟସ୍ତରୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।

  4. ଜଣେ କାର୍ୟ୍ୟରତ ମହିଳା ସାମ୍ବାଦିକଙ୍କୁ ସଂଜୟ ନାୟକ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି।ଟୁଟୁ ନାୟକ ମାଡ଼ ମାରିଥିବା ନେଇ ଖାରବେଳ ନଗର ଥାନାରେ ଅଭିଯୋଗ କରିଛନ୍ତି ସାମ୍ବାଦିକା ।

  5. ଗୁରୁବାର ରାତିରେ ନୋଇଡ଼ାରେ ଚାଲିଥିବା ଏକ ‘ରେଭ୍‌ ପାର୍ଟି’ରେ  (ଡ୍ୟାନ୍‌ସ୍‌ ପାର୍ଟି) ଚଢ଼ଉ କରି ପୁଲିସ ‘ବିଗ୍‌ ବସ୍ ଓଟିଟି’ ବିଜୟୀ ଏଲ୍‌ଭିସ୍‌ ଯାଦବଙ୍କର ୫ଜଣ ସହଯୋଗୀଙ୍କୁ ଗିରଫ କରାଯାଇଥିବା କଥା ପୁଲିସ କହିଛି।

  6. ଇଡି କହିଛି ଯେ ୟୁଏଇରେ ରହୁଥିବା ମହାଦେବ ବେଟିଂ ଆପର ପ୍ରମୋଟର୍ସଠାରୁ ମୁଖ୍ୟମନ୍ତ୍ରୀ ବାଘେଲ ୫୦୮ କୋଟି ଟଙ୍କା ପାଇଥିବା ଅଭିଯୋଗ ହୋଇଛି। ଗୁରୁବାର ମହାଦେବ ବେଟିଂ ଆପ ସ୍କାମ ସହ ଜଡ଼ିତ ଗୋଟିଏ କୋରିୟର ଏଜେନ୍ସି ଉପରେ ଇଡି ଗୁରୁବାର ରେଡ କରିଥିଲା।

  7. ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା । ୫ ଦିନ ଧରି ଚାଲିବ ପୂଜାର୍ଚ୍ଚନା । ଏ ନେଇ ଆଜି ଗଜପତି ମହାରାଜା ସୂଚନା ଦେଇଛନ୍ତି।

  8. ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଅଧୀନରେ ୧୪ଟି ବିଭାଗରେ ପୁରସ୍କାର ପାଇଁ ଆବେଦନ ଆରମ୍ଭ ହେବ । ନଭେମ୍ବର ୪ ତାରିଖ (ଶନିବାର)ଠାରୁ ଏହି ଆବେଦନ ପ୍ରକ୍ରିୟା ଆରମ୍ବ ହେବ । ନଭେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଆବେଦନ ଜାରି ରହିବ ।

  9. ଚିଲିକାରେ ଏବେ ବିଦେଶୀ ଅତିଥିଙ୍କର ଭିଡ଼ ଦେଖିବାକୁ ମିଳିଛି। ଶୀତ ଆରମ୍ଭ ହେଉଣୁ ଚିଲିକାକୁ ଆସିଲେଣି ୭୭ ପ୍ରଜାତିର ୭୪ ହଜାର ୩୨୨ ବିଦେଶୀ ପକ୍ଷୀ । ନଳବଣରେ ଅଛନ୍ତି ୭୭ ପ୍ରଜାତିର ୩୦ ହଜାର ୨୧୨ ପକ୍ଷୀ ।

  10. ଦେଶର ରାଜଧାନୀ ଦିଲ୍ଲୀର ପାଗ କ୍ରମାଗତ ଭାବେ ବଦଳୁଛି, ସାମାନ୍ୟ ଶୀତ ମଧ୍ୟରେ ପ୍ରଦୂଷଣ ବୃଦ୍ଧି ବର୍ତ୍ତମାନ ସମସ୍ତଙ୍କ ଚିନ୍ତା ବଢାଉଛି । ପରିସ୍ଥିତି ଏପରି ହୋଇଯାଇଛି ଯେ, ରାଜଧାନୀରେ ନିଶ୍ୱାସ ନେବା କଷ୍ଟକର ହୋଇପଡିଛି। ପାଣିପାଗ ବିଶେଷଜ୍ଞମାନେ ସକାଳ ଓ ସନ୍ଧ୍ୟାରେ ବୁଲିବାକୁ ଯାଉଥିବା ଲୋକଙ୍କୁ ଘର ଭିତରେ ରହିବାକୁ ପରାମର୍ଶ ଦେଇଛି କାରଣ ଏହି ପ୍ରଦୂଷଣ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ।

  11. ଇସ୍ରାଏଲ-ହମାସ ମଧ୍ୟରେ ଭୟଙ୍କର ହେଲାଣି ଯୁଦ୍ଧ ସ୍ଥିତି । ହମାସ ଆତଙ୍କବାଦୀ ଇସ୍ରାଏଲ ଉପରେ ଆକ୍ରମଣ କରିବା ପରେ ଇସ୍ରାଏଲ ଲଗାତାର ଗାଜା ଷ୍ଟ୍ରିପ ଉପରେ ରକେଟ୍ ମାଡ଼ କରୁଛି । ଗ୍ରାଇଣ୍ତ ଆଟାକ୍ ମଧ୍ୟ ଆରମ୍ଭ କରିଦେଇଛି ଇସ୍ରାଏଲ ।

  12. ରାଜ୍ୟରେ ପବନ ଶକ୍ତି କ୍ଷେତ୍ରରେ ପୁଞ୍ଜି ବିନିଯୋଗର ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଅନୁଷ୍ଠିତ ଏହି ସମ୍ମିଳନୀରେ ପବନ ଶକ୍ତି ଉତ୍ପାଦନ କ୍ଷେତ୍ରରେ କାର୍ୟ୍ୟ କରୁଥିବା ଦେଶର ପ୍ରମୁଖ ୨୫ଟି ସଂସ୍ଥା ଯୋଗ ଦେଇଥିଲେ । ପବନ ଶକ୍ତି ଉତ୍ପାଦନ ଏବଂ ୱିଣ୍ଡ୍ ଟର୍ବାଇନ୍ ନିର୍ମାଣକାରୀମାନଙ୍କୁ ଗୋଟିଏ ମଞ୍ଚରେ ଏକାଠି କରିବାରେ ଏହି ସମ୍ମିଳନୀ ବିଶେଷ ସହାୟକ ହୋଇଥିଲା ।

  13. ଗୃହରୁ ଅନିର୍ଦ୍ଦି‌ଷ୍ଟ କାଳ ପାଇଁ ନିଲମ୍ବିତ ହୋଇଥିବା ଆପ୍‌ ସାଂସଦ ରାଘବ ଚଢ଼ାଙ୍କୁ ସୁପ୍ରିମକୋର୍ଟ ଏକ ପରାମର୍ଶ ଦେଇଛନ୍ତି। ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ଭେଟିବା ସହିତ ତାଙ୍କ ଆଚରଣ ପାଇଁ କ୍ଷମା ପାର୍ଥନା କରିବାକୁ କହିଛନ୍ତି।

  14. ସିନେମା ଶିଳ୍ପ ଲାଗି ପାଇରେସି ଏକ ବଡ଼ ସମସ୍ୟା ହୋଇରହିଛି। ଏଥିପାଇଁ ପ୍ରତିବର୍ଷ ୨୦,୦୦୦ କୋଟି ଟଙ୍କାର କ୍ଷତି ହେଉଛି। ଏହି ସମସ୍ୟାର ମୁକାବିଲା କରିବା ଲାଗି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦୃଢ଼ ପଦକ୍ଷେପ ଗ୍ରହଣ କରିଛି।

  15. ଆମେରିକାକୁ ଭାରତୀୟଙ୍କ ଅନୁପ୍ରବେଶ ବଢ଼ୁଛି। ୨୦୨୨ ଅକ୍ଟୋବରରୁ ୨୦୨୩ ସେପ୍ଟେମ୍ବର ମଧ୍ୟରେ ଆମେରିକାକୁ ଅନୁପ୍ରବେଶ କରିବା ଅଭିଯୋଗରେ ପ୍ରାୟ ୯୭ ହଜାର (୯୬,୯୧୭) ଭାରତୀୟ ଗିରଫ ହୋଇଛନ୍ତି।

  16. ଶୁକ୍ରବାର ବିଳମ୍ବିତ ରାତ୍ରରେ ନେପାଳରେ ୬.୪ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଯୋଗୁଁ ଅନ୍ୟୂନ ୭୦ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ଓ ଅନେକ ଆହତ ହୋଇଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ ରିପୋର୍ଟ କରିଛି।

  17. ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତି ଗୁରୁତର ଅସୁସ୍ଥ ହୋଇ ଭୁବନେଶ୍ବରସ୍ଥିତ କେୟାର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଗତ ୨୪ ଘଣ୍ଟାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସୁନାହିଁ।

  18. ରାଜ୍ୟରେ ସରକାରୀ ଉଚ୍ଚ ବିଦ୍ୟାଳୟଗୁଡ଼ିକରେ ୭୫୪୦ଟି ବିଭିନ୍ନ ବର୍ଗର ଶିକ୍ଷକ ପଦବୀ ପୂରଣ ପାଇଁ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ (ଓଏସ୍‌ଏସ୍‌ସି) ମାଧ୍ୟମରେ ମନୋନୟନ ପ୍ରକ୍ରିୟା ଜାରି ରହିଛି।

  19. ପ୍ରଥମେ ବ୍ୟାଟିଂ କରି ନେଦରଲ୍ୟାଣ୍ଡ୍ସ ସମସ୍ତ ୱିକେଟ ହରାଇ ୧୭୯ ରନ କରିଥିଲା। ଏହାର ଜବାବରେ ଆଫଗାନିସ୍ତାନ ୩୨.୩ ଓଭରରେ ୩ ୱିକେଟ ହରାଇ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରି ନେଇଛି।

  20. ଏସିଆନ ପାରା ଗେମ୍ସରେ ପଦକ ଜିତି ଥିବା ପ୍ରମୋଦ ଭଗତ ଓ ସୌନ୍ଦର୍ଯ୍ୟ କୁମାର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମ୍ବର୍ଦ୍ଧିତ କରିଛନ୍ତି। ତା’ ସହିତ ଉଭୟଙ୍କୁ ପୁରସ୍କାର ସ୍ୱରୂପ ପୂର୍ବରୁ ଘୋଷଣା କରିଥିବା ଅର୍ଥ ରାଶି ପ୍ରଦାନ କରିଛନ୍ତି। ପ୍ରମୋଦ ଭଗତଙ୍କୁ ୨ କୋଟି ଓ ସୌନ୍ଦର୍ଯ୍ୟଙ୍କୁ ଦେଢ଼ କୋଟିର ଚେକ୍ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.