• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ପ୍ରଥମ କରି ମୁହାଁମୁହିଁ ହୋଇଥିଲେ ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ଦୁଇ ଶକ୍ତିଶାଳୀ ଟିମ୍ ଭାରତ ଏବଂ ଦକ୍ଷିଣ ଆଫ୍ରିକା। ଟସ୍‌ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଭାରତ ନିର୍ଦ୍ଧାରିତ ଓଭରରେ ୫ ୱିକେଟ ହରାଇ ୩୨୬ ହରାଇ ରନ କରିଥିଲା ।

  2. ପ୍ରତିଦିନ ସନ୍ଧ୍ୟା ୫ ଟା ୫୦ରେ କୋଲକାତାରୁ ଇଣ୍ଡିଗୋର ବିମାନ ଉଡାଣ ଆରମ୍ଭ କରି ୭ଟା ୨୫ରେ ଝାରସୁଗୁଡାରେ ପହଞ୍ଚିବ । ଝାରସୁଗୁଡାରୁ ସନ୍ଧ୍ୟା ୭ ଟା ୫୫ରେ ଉଡାଣ ଆରମ୍ଭ କରି ରାତି ୯ ଟା ୨୦ରେ କୋଲକାତା ବିମାନ ବନ୍ଦରରେ ଅବତରଣ କରିବ l

  3. ଇସ୍ରାଏଲ ଗାଜାରେ ହମାସ ବିରୋଧରେ ଆକ୍ରମଣକୁ ଜୋରଦାର କରିଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ ଶନିବାର ପାଲେଷ୍ଟାଇନ ଅଞ୍ଚଳର ଲୋକଙ୍କୁ ଆତଙ୍କବାଦୀ ସଂଗଠନର ଗାଜା ମୁଖ୍ୟ ୟାହାୟ ସିନ୍‌ୱରକୁ ଠାବ କରିବା ମାତ୍ରେ ହତ୍ୟା କରିବାକୁ ଆହ୍ୱାନ ଦେଇଛନ୍ତି

  4. ଦକ୍ଷିଣ ମୁମ୍ବାଇର ଏକ ପ୍ରତିଷ୍ଠିତ ଐତିହ୍ୟ କ୍ୟାମ୍ପସର ବେସମେଣ୍ଟରେ ଥିବା ଏକ ପରମାଣୁ ଉତ୍ସକୁ ଖୁବ୍ ଶୀଘ୍ର ସ୍ଥାନାନ୍ତର କରାଯିବ।

  5. ୧୯୯୬ରେ ବୁଲଗେରିଆର ପ୍ରସିଦ୍ଧ ଭବିଷ୍ୟବକ୍ତା ବାବା ଓ୍ବେଙ୍ଗାଙ୍କ ମୃତ୍ୟୁ ହୋଇଥିଲେ ବି ତାଙ୍କର ଅନେକ ଭବିଷ୍ୟବାଣୀ ସତ ହେବାରେ ଲାଗିଛି ବୋଲି କୁହାଯାଏ । ଏବେ ୨୦୨୪ ପାଇଁ ୱେଙ୍ଗା ଓ୍ବେଙ୍ଗାଙ୍କ ଭବିଷ୍ୟବାଣୀକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

  6. ଆଣବିକ ଆକ୍ରମଣ କରିବାରେ ସକ୍ଷମ ଏକ ନୂତନ ଆଣବିକ ବୁଡ଼ାଜାହାଜରୁ ଅନ୍ତର୍ମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି ରୁଷ । ଏ ସମ୍ପର୍କରେ ରୁଷୀୟ ସେନା ରବିବାର ଘୋଷଣା କରିଛି ।

  7. ଇସ୍ରାଏଲର ଐତିହ୍ୟ ମନ୍ତ୍ରୀ ଆମିଚାଇ ଏଲିୟାହୁ କହିଛନ୍ତି ଯେ, ଗାଜାରେ ହମାସ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଇସ୍ରାଏଲ ଗାଜାପଟି ଉପରେ ଏକ ପରମାଣୁ ବୋମା ପକାଇବା ବିଷୟରେ ଚିନ୍ତା କରିବା ଉଚିତ ।

  8. ରାଜସ୍ଥାନର ଦୌସା ଜିଲ୍ଲା ଅନ୍ତର୍ଗତ ୨୧ ନମ୍ବର ଜାତୀୟ ରାଜପଥରେ ଯାଉଥିବା ଗୋଟାଏ ବସ୍‌ ଚାଳକଙ୍କ ନିୟନ୍ତ୍ରଣରୁ ବାହାରିଯାଇ ଓଭର୍‌ବ୍ରିଜ୍‌ ଉପରୁ ଖସି ତଳେ ଯାଇଥିବା ରେଳଧାରଣାରେ ପଡ଼ିବାରୁ ୪ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟୂନ ୨୪ଜଣ ଆହତ ହୋଇଥିବା କଥା ପୁଲିସ କହିଛି।

  9. ପୁଷ୍ଟିସାଧନ ଦୃଷ୍ଟିରୁ ମୁଣ୍ଡପିଛା ୩୦୦ ଗ୍ରାମ ଦୁଗ୍ଧ ଉପଲବ୍ଧ କରାଇବା ଲାଗି ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) ସୁପାରିସ କରିଥିବା ବେଳେ ଓଡ଼ିଶାରେ ମୁଣ୍ଡପିଛା ଦୁଗ୍ଧ ଉପଲବ୍ଧତା କିନ୍ତୁ ମାତ୍ର ୧୪୪ ଗ୍ରାମ ରହିଛି। ଜାତୀୟ ହାରଠାରୁ ଓଡ଼ିଶା ବହୁ ପଛରେ ରହିଛି।

  10. ବେଆଇନ ବେଟିଂ (ଜୁଆ) ଆପ୍‌ଗୁଡ଼ିକ ବିରୋଧରେ କେନ୍ଦ୍ର ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ୨୨ଟି ବେଆଇନ ଆପ୍‌ ଓ ୱେବସାଇଟ୍‌କୁ ନି‌ଷିଦ୍ଧ କରାଯାଇଛି।

  11. ଭାରତୀୟ ଷ୍ଟକ ବଜାରରୁ ବିଦେଶୀ ନିବେଶକମାନଙ୍କ ପାଣ୍ଠି ପ୍ରତ୍ୟାହାର ଧାରା ଜାରି ରହିଛି। ଚଳିତ ମାସର ପ୍ରଥମ ତିନିଟି ଦିନରେ ବୈଦେଶିକ ପୋର୍ଟଫୋଲିଓ ନିବେଶକ (ଏଫ୍‌ପିଆଇ)ଗୁଡ଼ିକ ଭାରତରୁ ୩,୪୦୦ କୋଟି ଟଙ୍କା ପ୍ରତ୍ୟାହାର କରିଛନ୍ତି.

  12. ଓଡ଼ିଶାର ଅର୍ଥନୀତି ବଢ଼ିଥିଲେ ମଧ୍ୟ ସେହି ଅନୁସାରେ ହୋଟେଲ ଶିଳ୍ପ ଆଗକୁ ବଢ଼ି ପାରିନାହିଁ। ରାଜ୍ୟରେ ପାଖାପାଖି ୧୦ ହଜାର ରୁମ୍‌ ଥିବା ଏକାଧିକ ୪ ଓ ୫ ତାରକା ହୋଟେଲର ଆବଶ୍ୟକତା ଥିବାବେଳେ ଏବେ ରୁମ୍‌ ସଂଖ୍ୟା ୧୫୦୦ ମଧ୍ୟରେ ସୀମିତ ରହିଛି।

  13. ଦେଶର ୫ଟି ରାଜ୍ୟରେ ଏବେ ବିଧାନସଭା ନିର୍ବାଚନ ଚଳିତମାସରେ ହେଉଥିବାବେଳେ କେନ୍ଦ୍ର ସରକାର ଆସନ୍ତା ୬ ତାରିଖରୁ ନିର୍ବାଚନୀ ବଣ୍ଡ୍‌ ଜାରି ଲାଗି ଘୋଷଣା କରିଛନ୍ତି।

  14. ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣର ମାତ୍ରା ଏବେ ଅତି ଖରାପ ସ୍ତରରେ ପହଞ୍ଚିଛି । ପ୍ରଦୂଷଣ ଯୋଗୁଁ ବହୁ ଅସୁବିଧାରେ ପଡ଼ିଛନ୍ତି ଦିଲ୍ଲୀବାସୀ । ବିଭିନ୍ନ ଉପାୟ ଅବଲମ୍ବନ କରିବା ସତ୍ତ୍ୱେ ପ୍ରଦୂଷଣରୁ ମୁକ୍ତି ମିଳୁନାହିଁ ।

  15. ଖଲିସ୍ତାନୀ ଆତଙ୍କବାଦୀ ହରଦୀପ୍‌ ସିଂ ନିଜ୍ଜର ହତ୍ୟାକାଣ୍ଡରେ ନୂଆଦିଲ୍ଲୀର ସମ୍ପୃକ୍ତି ଥିବା ପ୍ରମାଣ ଦେବାକୁ କାନାଡାରେ ଭାରତର ଉଚ୍ଚାୟୁକ୍ତ ସଞ୍ଜୟ କୁମାର ବର୍ମା ଓଟ୍ଟାଓ୍ବାକୁ କହିଛନ୍ତି।

  16. ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଘରୋଇ ଉତ୍ପାଦନ ପାଇଁ ବଡ ନିବେଶକୁ ସରକାର ମଞ୍ଜୁରୀ ଦେଇଛନ୍ତି। ସରକାର ପ୍ରଥମ ଥର ପାଇଁ ପ୍ରତିରକ୍ଷା କ୍ଷେତ୍ରରେ ୧୦୦ ପାତିଶତ ପ୍ରତ୍ୟକ୍ଷ ବିଦେଶୀ ନିବେଶ(ଏଫଡ଼ିଆଇ) କୁ ମଞ୍ଜୁରୀ ଦେଇଛନ୍ତି।

  17. ୨୦୨୩ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଥିବା ନେତାମାନଙ୍କୁ ଦଳରୁ ୬ ବର୍ଷ ପାଇଁ ବହିଷ୍କାର କରିଛି। ବହୁ ପୂର୍ବତନ ମନ୍ତ୍ରୀ ଏବଂ ଅନ୍ୟାନ୍ୟ ଜନ ପ୍ରତିନିଧୀ ଏଥିରେ ସାମି ଅଛନ୍ତି।

  18.  କ୍ରମାଗତ ପୃଥିବୀର ତାପମାତ୍ରା ବୃଦ୍ଧି ପାଇଁ ବୈଜ୍ଞାନିକମାନେ ଉଦବେଗ ପ୍ରକାଶ କରିଛନ୍ତି। କାରଣ ବିଶ୍ୱ ତାପମାତ୍ରାର କ୍ରମାଗତ ବୃଦ୍ଧି ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଛି।

  19.  ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନଭେମ୍ବର ୨୦ରେ ଓଡିଶା ଆସି ଦୁଇଦିନିଆ ମୟୂରଭଞ୍ଜ ଗସ୍ତ କରିବେ ରାଷ୍ଟ୍ରପତି। ମୟୂରଭଞ୍ଜର ବାଦାମପାହା ରେଲୱେ ରୁଟରେ ପ୍ରସ୍ତାବିତ ୩ ନୂଆ ଟ୍ରେନ ଲୋକାର୍ପିତ କରିବେ ।

  20. ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’ ଏହି ନିକଟରେ ମୁକ୍ତିଲାଭ କରିଥିଲା, ଯାହା ବକ୍ସ ଅଫିସରେ ବ୍ଲକବୁଷ୍ଟର ହୋଇଥିଲା। ତେବେ ରଜନୀକାନ୍ତ ଏସିଆର ସର୍ବାଧିକ ପାରିଶ୍ରମିକ ପାଉଥିବା ଅଭିନେତା ହୋଇପାରିଛନ୍ତି। 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.