• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଇସ୍ରାଏଲର ବୋମା ମାଡରେ ଗାଜା ସହର ଧ୍ୱଂସ ହେବାରେ ଲାଗିଛି । ଏହା ମଧ୍ୟରେ ଇସ୍ରାଏଲ ୧ ଲକ୍ଷ ଶ୍ରମିକ ଭାରତକୁ ମାଗିଛି ।

  2. ଇସ୍ରାଏଲ ଏବଂ ହମାସ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ସହ ଫୋନରେ କଥା ହୋଇଛନ୍ତି। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘X’ରେ ପୋଷ୍ଟ୍‍ ସେୟାର କରିଛନ୍ତି।

  3. ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ ଏହି ଅଡ୍‌-ଇଭେନ୍‌ ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ। ଏହି ନିୟମ ନଭେମ୍ବର ୧୩ରୁ ୨୦ ପର୍ଯ୍ୟନ୍ତ ଲାଗୁ ହେବ।

  4. ଖଲିସ୍ତାନ ଆତଙ୍କୀଙ୍କ ଖୁଲମଖୁଲା ଧମକ। ଆତଙ୍କୀ ପନ୍ନୁଙ୍କ ବଡ଼ ଚେତାବନୀ..୧୯ ନଭେମ୍ବରକୁ ଏୟାର ଇଣ୍ଡିଆ ଫ୍ଲାଇଟରେ ଗଲେ ଆଉ କେହି ଫେରିବେନି। ଯଦି ଏହି କଥାକୁ କେହି ଗୁରୁତର ସହ ନ ନେବେ … ତାହେଲେ ମୃତ୍ୟୁ ସୁନିଶ୍ଚିତ।

  5. ନିର୍ବାଚନ କମିସନଙ୍କର ଜଣେ ଅଧିକାରୀ ଏହି ସୂଚନା ଦେଇ କହିଛନ୍ତି , ଏଥର ତେଲେଙ୍ଗାନାରୁ ସର୍ବାଧିକ ୪୩୯ କୋଟି ଟଙ୍କା ଜବତ ହୋଇଥିବ‌ା ବେଳେ ମଧ୍ୟପ୍ରଦେଶରେ ୨୨୬ କୋଟି, ରାଜସ୍ଥାନରୁ ୨୧୪ କୋଟି, ଛତିଶଗଡ଼ରୁ ୩୮ କୋଟି ଏବଂ ମିଜୋରାମରୁ ୩୬ କୋଟି ଟଙ୍କା ଜବତ କରାଯାଇଛି।

  6. ବିଲ୍ ଅନୁମୋଦନରେ ରାଜ୍ୟପାଳ ବନୱାରିଲାଲ ପୁରୋହିତ ବିଳମ୍ବ କରୁଥିବାରୁ ଏହା ବିରୋଧରେ ପଞ୍ଜାବ ସରକାର ସୁପ୍ରିମ କୋର୍ଟରେ ପିଟିସନ ଦାଖଲ କରିଥିଲେ। ଏହି ମାମଲାର ଶୁଣାଣି ବେଳେ ସର୍ବୋଚ୍ଚ ଅଦାଲତ ଉଦ୍‌ବେଗ ପ୍ରକାଶ କରି କହିଛନ୍ତି, ରାଜ୍ୟପାଳମାନେ ସମ୍ପୃକ୍ତ ରାଜ୍ୟ ବିଧାନସଭାରେ ଗୃହୀତ ବିଲ୍ ଉପରେ କାର୍ଯ୍ୟ କରିବା ଉଚିତ। ମାମଲା ସୁପ୍ରିମ୍‌କୋର୍ଟକୁ ଆସିବା ପୂର୍ବରୁ ରାଜ୍ୟପାଳମାନେ ପଦକ୍ଷେପ ନେବା ଦରକାର।

  7. ନଭେମ୍ବର ୨୦ରୁ ୨୮ ପର୍ଯ୍ୟନ୍ତ ଗୋଆଠାରେ ୫୪ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଅନୁଷ୍ଠିତ ହେବ। କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂହ ଠାକୁର ଆଜି ଏହି ଘୋଷଣା କରିଛନ୍ତି।

  8. ସୂଚନା କମିଶନର ହୀରାଲାଲ ସାମରିଆଙ୍କୁ ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ମୁଖ୍ୟ ସୂଚନା କମିଶନର (ସିଆଇସି) ଭାବେ ଶପଥ ଗ୍ରହଣ କରାଇଛନ୍ତି।

  9. ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ହାଇକୋର୍ଟର ତିନି ଜଣ ମୁଖ୍ୟ ବିଚାରପତିଙ୍କୁ ପଦୋନ୍ନତି ଦେବାକୁ ସୁପ୍ରିମକୋର୍ଟ କଲେଜିୟମ୍ ସୁପାରିସ କରିଛନ୍ତି ।ଏହି ୩ ଜଣ ମୁଖ୍ୟ ବିଚାରପତି ହେଲେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ସତୀଶ ଚନ୍ଦ୍ର ଶର୍ମା, ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଅଗଷ୍ଟିନ ଜର୍ଜ ମସିହ ଏବଂ ଗୌହାଟୀ ହାଇକୋର୍ଟର ମୁଖ୍ୟ ବିଚାରପତି ସନ୍ଦୀପ ମେହେଟ୍ଟା ।

  10. ଚଳିତ ବର୍ଷ ଅକ୍ଟୋବରରେ ସାରା ଦେଶରେ ୨୧ ଲକ୍ଷ ୧୭ ହଜାର ୫୯୬ ଗାଡ଼ି ବିକ୍ରି ହୋଇଛି ଯାହା ୨୦୨୨ ଅକ୍ଟୋବରର ବିକ୍ରି ତୁଳନାରେ ୭.୭୩ ପ୍ରତିଶତ କମ୍

  11. ମୁମ୍ବାଇରେ ଆୟୋଜିତ ରୋଡ୍ ସୋ’ରେ ଉତ୍ତରାଖଣ୍ଡ ସରକାର ୩୦,୨୦୦ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ହାସଲ କରିଛନ୍ତି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ଉପସ୍ଥିତିରେ ବିଭିନ୍ନ ସଂସ୍ଥା ସହ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି।

  12. କ୍ରିକେଟ୍‌ ବିଶ୍ବକପ୍‌ରେ ସୋମବାର ଖେଳାଯାଇଥିବା ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୩ ୱିକେଟରେ ପରାସ୍ତ କରିଛି ବାଂଲାଦେଶ।

  13. ତାମିଲନାଡୁର ଯୁବ କଲ୍ୟାଣ ମନ୍ତ୍ରୀ ଉଦୟାନିଧି ଷ୍ଟାଲିନ ସନାତନ ଧର୍ମ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ଅଟଳ ଅଛନ୍ତି। ସୋମବାର ସେ ଏହାକୁ ଦୋହରାଇ କହିଛନ୍ତି ଯେ, ସେ ଦେଇଥିବା ମନ୍ତବ୍ୟରେ କିଛି ଭୁଲ ନାହିଁ।

  14. ଗୁଜରାଟୀ ଠକ ବୟାନରେ ତେଜସ୍ୱୀଙ୍କୁ ଆଶ୍ୱସ୍ତି, ଶୁଣାଣି ଉପରେ ରୋକ୍‌ ଲଗାଇଲେ ସୁପ୍ରିମକୋର୍ଟ ।

  15. ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦୀ, ଗାଜାରେ ଶାନ୍ତି ଫେରାଇ ଆଣିବା ଉପରେ ଦୁଇ ରାଷ୍ଟ୍ରନେତାଙ୍କ ଗୁରୁତ୍ୱ ।

  16. ଚାରିଦିନିଆ ଦିଲ୍ଲୀ ଗସ୍ତ‌ରେ ରାଜ୍ୟପାଳ ରଘୁବର ଦାସ, ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀଙ୍କୁ କଲେ ସାକ୍ଷାତ ।

  17. ଆସିବ ଚାଟଜିପିଟିର ବିକଳ୍ପ: ଏଲନ ମସ୍କଙ୍କ କମ୍ପାନୀ ‘ଏକ୍ସଏଆଇ’ ବିକାଶ କରୁଛି ପ୍ରଥମ ଏଆଇ ଟୁଲ ‘ଗ୍ରୋକ୍’ ।

  18. ଇସ୍ରାଏଲ୍ ଆକ୍ରମଣରେ ଏପର୍ଯ୍ୟନ୍ତ ୧୦,୦୦୦ ପାଲେଷ୍ଟାଇନ ନାଗରିକ ମୃତ, ଏଥିରେ ପିଲାଙ୍କ ସଂଖ୍ୟା ୪୧୦୦ ରୁ ଅଧିକ ।

  19. ପଞ୍ଜାବରେ ଆଉ ଜଣେ ଆମ୍ ଆଦମୀ ପାର୍ଟି(ଏଏପି) ବିଧାୟକଙ୍କ ସମସ୍ୟା ବଢିଯାଇଛି। ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଏଏପି ବିଧାୟକ ଯଶବନ୍ତ ସିଂହ ଗଜ୍ଜନ ମାଜରାଙ୍କୁ ଗିରଫ କରିଛି। ସଞ୍ଜୟଙ୍କ ଉପରେ ୪୦ କୋଟି ଟଙ୍କାର ବ୍ୟାଙ୍କ ଠକେଇ ଅଭିଯୋଗ ରହିଛି।

  20. ଦିପାବଳୀ ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ବୋନସ ଦେବାକୁ ଦିଲ୍ଲୀ ସରକାର ଘୋଷଣା କରିଛନ୍ତି। ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ୮୦ ହଜାର କର୍ମଚାରୀଙ୍କୁ ବୋନସ ଦେବାକୁ ଘୋଷଣା କରିଛନ୍ତି

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.