-
ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ତଥା ଜଷ୍ଟିସ୍ ଜେ.ବି. ପରଦିଓ୍ବାଲା ଏବଂ ମନୋଜ ମିଶ୍ରଙ୍କ ଖଣ୍ଡପୀଠ ଶୁକ୍ରବାର କହିଛନ୍ତି, ବିଧାନସଭାରେ ଗୃହୀତ ବିଲ୍ଗୁଡ଼ିକୁ ରାଜ୍ୟପାଳ ସ୍ବୀକୃତି ନ ଦେବା ଯୋଗୁ ସୃଷ୍ଟି ହୋଇଥିବା ଅଚଳାବସ୍ଥା ‘ଅତ୍ୟନ୍ତ ଚିନ୍ତାଜନକ’ ବିଷୟ। ପ୍ରତିଷ୍ଠିତ ପରମ୍ପରା ଓ ରୀତିକୁ ନେଇ ଆମ ଦେଶ ଚାଲିଛି। ଏସବୁକୁ ରାଜ୍ୟପାଳ ମାନିବା ଆବଶ୍ୟକ। ବିଧେୟକଗୁଡ଼ିକ ଉପରେ ରାଜ୍ୟପାଳ ସ୍ବାକ୍ଷର ନ କରିବା ନିଅଁା ସହ ଖେଳିବା ସଦୃଶ।ରାଜ୍ୟପାଳମାନେ ଲୋକଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧି ନୁହନ୍ତି, ଏକଥା ସେମାନେ ଭୁଲିଯିବା ଅନୁଚିତ।
-
ଭାରତ-ଆମେରିକା ମଧ୍ୟରେ ଆଜି ବହୁ ପ୍ରତୀକ୍ଷିତ ୨+୨ ବୈଠକ ଅନୁଷ୍ଠିତ ହୋଇଛି। ଆମେରିକା ବିଦେଶ ମନ୍ତ୍ରୀ ଏଣ୍ଟୋନି ବ୍ଲିଙ୍କେନ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଲୟଡ ଅଷ୍ଟିନଙ୍କ ସହିତ ଭାରତର ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦ୍ବିପାକ୍ଷିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।
-
: ଇସ୍ରାଏଲ ଉତ୍ତର ଗାଜାରେ ସ୍ଥଳ ଆକ୍ରମଣକୁ ଜୋରଦାର କରିବା ସହ ଗାଜାର ସବୁଠାରୁ ବଡ଼ ହସ୍ପିଟାଲ ଅଲ୍ ଶିଫା ପରିସରରେ ତୁହାକୁ ତୁହା ଆକ୍ରମଣ କରୁଛି। ଏଥିରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୪୦ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି।
-
: ଭାରତରେ ଆବଶ୍ୟକ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉନଥିବା ବେଳେ ଭାରତର ଏକ ଲକ୍ଷ ଲୋକଙ୍କୁ ଚାକିରି ଦେବ ତାଇୱାନ। ସେଠାରେ ବୟସ୍କ ଲୋକଙ୍କ ସଂଖ୍ୟା ବଢ଼ିଯାଇଥିବାରୁ କଳ କାରଖାନା, କ୍ଷେତ ଓ ହସ୍ପିଟାଲ୍ ଆଦିଗୁଡ଼ିକରେ କାମ କରିବା ଲାଗି ଲୋକଙ୍କ ଅଭାବ ରହିଛି।
-
ବିବାଦୀୟ ପୋଲାଭରମ୍ ଇନ୍ଦିରାସାଗର ବହୁମୁଖୀ ଜଳସେଚନ ପ୍ରକଳ୍ପ ମାମଲାରେ କେନ୍ଦ୍ର ଜଳଶକ୍ତି, ନଦୀ ବିକାଶ ଓ ଗଙ୍ଗା ପୁନରୁଦ୍ଧାର ମନ୍ତ୍ରାଳୟ ପକ୍ଷରୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି।
-
ଗ୍ରାମୀ ପୁରସ୍କାର ବିଜେତା ଫାଲ୍ଗୁନି ଶାହ ଏବଂ ତାଙ୍କ ସ୍ୱାମୀ ଗୌରବ ଶାହଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଲିଖିତ 'ମିଲେଟ୍ରେ ପ୍ରଚୁରତା'(ଅବଣ୍ଡେନ୍ସ ଇନ୍ ମିଲେଟ୍ସ) ଗୀତ ଗ୍ରାମୀ ପୁରସ୍କାର ପାଇଁ ମନୋନୀତ ହୋଇଛି।
-
ହିମାଚଳ ପ୍ରଦେଶରେ ୨୫୦୦ କୋଟି ଟଙ୍କାର କ୍ରିପ୍ଟୋକରେନ୍ସିର ଘୋଟାଲା ହୋଇଛି। ୫ ହଜାର ସରକାରୀ କର୍ମଚାରୀଙ୍କ ସମେତ ୧ ଲକ୍ଷ ଲୋକ ଠକେଇର ଶିକାର ହୋଇଛନ୍ତି। ୪ ଜଣ ପୁଲିସ କର୍ମଚାରୀଙ୍କ ସମେତ ୧୮ ଅଭିଯୁକ୍ତଙ୍କୁ ଏହି ମାମଲାରେ ଗିରଫ କରାଯାଇଛି।
-
ପଞ୍ଜାବ ଓ ତାମିଲନାଡ଼ୁ ରାଜ୍ୟପାଳଙ୍କ ଉପରେ ସୁପ୍ରିମକୋର୍ଟ ପୁଣି ଭୀଷଣ ବିରକ୍ତ ହୋଇଛନ୍ତି। ବିଧାନସଭାଗୁଡ଼ିକରେ ଗୃହୀତ ହେଉଥିବା ବିଲ୍କୁ ମଞ୍ଜୁରି ଦେବାରେ ରାଜ୍ୟପାଳମାନେ ବିଳମ୍ବ କରୁଥିବାରୁ ସୁପ୍ରିମକୋର୍ଟ ସେମାନଙ୍କ ଉପରେ ଖପା ହୋଇଛନ୍ତି।
-
ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି)ର ନିଟ୍ ଲାଭ ସେପ୍ଟେମ୍ବର ୩୦ରେ ଶେଷ ହୋଇଥିବା ତ୍ରୈମାସିକରେ ୫୦ ପ୍ରତିଶତ ହ୍ରାସ ପାଇଛି। ସେପ୍ଟେମ୍ବର ୨୦୨୩ ତ୍ରୈମାସିକରେ ଏଲଆଇସିର ନିଟ୍ ଲାଭ ୫୦ ପ୍ରତିଶତ ହ୍ରାସ ପାଇ ୭,୯୨୫ କୋଟି ଟଙ୍କାରେ ପହଞ୍ଚିଛି।
-
ଚନ୍ଦ୍ରଯାନ-୩ର ସଫଳ ଅଭିଯାନ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ବୈଜ୍ଞାନିକମାନଙ୍କର ସର୍ବୋତ୍ତମ ଇଞ୍ଜିନିୟରିଂ କୌଶଳକୁ ସାମ୍ନାକୁ ଆଣଥିଲା। ହେଲେ, ଏବେ ସେମାନଙ୍କର ଦାନୀ ସ୍ବଭାବ ସେମାନଙ୍କୁ ପରୋପକାରର ନୂତନ ‘ଆଇକନ୍’ରେ ପରିଣତ କରିଛି।
-
ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ପୁଣି ଦୁର୍ବଳ ହୋଇପଡ଼ିଛି। ଏକ ଡଲାର କିଣିବା ଲାଗି ୮୩ ଟଙ୍କା ୩୪ ପଇସା ଗଣିବାକୁ ପଡ଼ିଛି।
-
ଦୀପାବଳି ଉପହାର ସ୍ବରୂପ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) ସଦସ୍ୟମାନଙ୍କ ଖାତାରେ ସୁଧ ଜମା କରାଯାଇଛି। କେନ୍ଦ୍ର ଶ୍ରମ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ କହିଛନ୍ତି ଯେ ୨୪ କୋଟିରୁ ଅଧିକ ଖାତାରେ ଇପିଏଫ୍ଓ ସୁଧ ଜମା କରିସାରିଛି। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସଦସ୍ୟଙ୍କ ଖାତାରେ ୮.୧୫ ପ୍ରତିଶତ ହାରରେ ସୁଧ ଜମା କରାଯାଉଛି।
-
ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)କୁ ଓଡ଼ିଶାର କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ‘ସ୍ପୋର୍ଟ୍ସ ଡେଭେଲପମେଣ୍ଟ୍ ଏଣ୍ଡ ଇମ୍ପାକ୍ଟ’ ଶ୍ରେଣୀରେ ଟାଇମ୍ସ ବିଜନେସ ଆୱାର୍ଡ ଓଡ଼ିଶା-୨୦୨୩ ପୁରସ୍କାରରେ ସମ୍ମାନିତ କରାଯାଇଛି।
-
ଚଳିତ ବର୍ଷ ଦୀପାବଳିରେ ଲୋକମାନେ ସ୍ଥାନୀୟ ସାମଗ୍ରୀ କିଣିବା ଉପରେ ମନୋନିବେଶ କରିଥିବାରୁ ଚୀନ୍ ବଡ଼ ଧରଣର କ୍ଷତି ସହିବ। ସର୍ବଭାରତୀୟ ବ୍ୟବସାୟୀ ମହାସଂଘର ଆକଳନ ଅନୁସାରେ ଏଥର ଚୀନ୍ ତିଆରି ସାମଗ୍ରୀ ବିଶେଷ ବିକ୍ରି ହେବ ନାହିଁ।
-
ମନି ଲଣ୍ଡରିଂ ଘଟଣାରେ ତଦନ୍ତର ଅଂଶ ଭାବେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ(ଇଡି) ହିରୋ ମୋଟୋକର୍ପ ଲିମିଟେଡ୍ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପଓ୍ବନ କାଣ୍ଟ ମୁଞ୍ଜାଲଙ୍କ ୨୪.୯୫ କୋଟି ଟଙ୍କା ମୂଲ୍ୟର ତିନୋଟି ଅସ୍ଥାବର ସମ୍ପତ୍ତିକୁ ଆଟାଚ୍ କରିଛି।
-
ପଞ୍ଜାବ ସରକାରଙ୍କର ଦ୍ୱାରା ଜୁନ୍ରେ ଡକାଯାଇଥିବା ବିଧାନସଭା ଅଧିବେଶନ ଅଧିବେଶନକୁ ସୁପ୍ରିମକୋର୍ଟ ବୈଧ ବିବେଚିତ କରିଛନ୍ତି।
-
ଚଳିତ ଆର୍ଥିକ ବର୍ଷରେ ୨୦୨୩-୨୪ ରେ ପ୍ରତ୍ୟକ୍ଷ ଟିକସ ସଂଗ୍ରହରେ ୨୨ ପ୍ରତିଶତ ବୃଦ୍ଧି ଘଟିଛି। ଏପ୍ରିଲ ୧ ରୁ ନଭେମ୍ବର ୯, ୨୦୨୩ ମଧ୍ୟରେ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ୧୦.୬୦ ଲକ୍ଷ କୋଟି ଟଙ୍କା ହୋଇଛି।
-
ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କୋର୍ଟ ଶୁକ୍ରବାର ଆମ ଆଦମୀ ପାର୍ଟି (ଏଏପି)ଏମ୍ପି ସଞ୍ଜୟ ସିଂଙ୍କ ନ୍ୟାୟିକ ହେପାଜତକୁ ନଭେମ୍ବର ୨୪ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।
-
ଭାରତର ପ୍ରଧାନ ବିଚାରପତି ଡିଏ ଚନ୍ଦ୍ରଚୂଡ ଶୁକ୍ରବାର ଅନ୍ୟ ବିଚାରପତିଙ୍କ ସହ ସୁପ୍ରିମକୋର୍ଟ ପରିସରରେ ‘ମିଟି କାଫେ’ର ଉଦ୍ଘାଟନ କରିଛନ୍ତି। ନୂତନ ଭାବରେ ନିର୍ର୍ମିତ କାଫେ ସମ୍ପୂର୍ଣ୍ଣ ଦିବ୍ୟାଙ୍ଗ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ।
-
କେନ୍ଦ୍ର ସରକାର ୧୧.୫ କୋଟି ପାନ କାର୍ଡ ବନ୍ଦ କରି ଦେଇଛନ୍ତି। ପାନ କାର୍ଡରେ ଆଧାର କାର୍ଡ ଲିଙ୍କ ନ କରିବାରୁ ଏହି ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର।
© 2022 Amarisatya Magazine All Rights Reserved
Design & Developed By Zemusi Tech Solution