• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଡିଜିଟାଲ ମିଡିଆ ମାଧ୍ୟମରେ ଅଭିଯାନ ଆରମ୍ଭ କରିବା ପାଇଁ ଭାରତ ସରକାରଙ୍କ ବିଜ୍ଞାପନ ଶାଖା କେନ୍ଦ୍ରୀୟ ସଂଚାର ବ୍ୟୁରୋ (ସିବିସି) କୁ ସକ୍ଷମ ଏବଂ ସଶକ୍ତ କରିବା ନିମନ୍ତେ ଏକ “ଡିଜିଟାଲ ବିଜ୍ଞାପନ ନୀତି, ୨୦୨୩” କୁ ଅନୁମୋଦନ କରିଛି ।

  2. ଶନିବାର ସନ୍ଧ୍ୟାରେ ରାମନଗରୀ ଅଯୋଧ୍ୟାରେ ଦୀପୋତ୍ସବ ମହାଡମ୍ବରରେ ପାଳିତ ହୋଇଯାଇଛି। ଏହି ଅବସରରେ ସାରା ସହରରେ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ଏଠାକାର ୫୧ ନଦୀ ଘାଟରେ ଲକ୍ଷ ଲକ୍ଷ ଦୀପ ପ୍ରଜ୍ଜ୍ବଳିତ ହୋଇଛି। ପ୍ରାୟ ୩୦ ହଜାରରୁ ଅଧିକ ସ୍ବେଛାସେବୀଙ୍କ ସହାୟତାରେ ୨୪ ଲକ୍ଷରୁ ଅଧିକ ଦୀପ ଜଳିଛି।

  3. ଏୟାର ଷ୍ଟ୍ରାଇକ୍ ପାଇଁ ଲେବନାନ ସୀମାରୁ ୩ଟି ଲଢୁଆ ବିମାନ ଉଡ଼ି ଇସ୍ରାଏଲ ସୀମାରେ ପ୍ରବେଶ କରିଥିଲା ।ହିଜବୁଲ୍ଲା ଲେବାନନର ଏକ ଆତଙ୍କବାଦୀ ସଂଗଠନ । ହମାସ ଉପରେ ଇସ୍ରାଏଲର ପ୍ରତିଆକ୍ରମଣ ସହିତ ହିଜବୁଲ୍ଲା ଆତଙ୍କବାଦୀମାନେ ଲେବାନନ ପକ୍ଷରୁ ରକେଟ୍ ଲଞ୍ଚରରେ ଆକ୍ରମଣ କରୁଛନ୍ତି ।

  4. ଚିକନଗୁନିଆ ଭୂତାଣୁ ବିରୋଧରେ ଲଢେଇ କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ ପ୍ରଥମ ଟିକାକୁ ଆମେରିକା ମଞ୍ଜୁରୀ ଦେଇଛି। ଆମେରିକାର ‘ଫୁଡ ଆଣ୍ଡ ଡ୍ରଗ୍ ଆଡମିନେଷ୍ଟ୍ରେସନ (ଏଫଡିଏ)’ ଇକ୍ସଚିକ୍‌ ଟିକାକୁ ବ୍ୟବହାର ଲାଗି ଅନୁମୋଦନ ଦେଇଥିଲା ବେଳେ ଆଗାମୀ ଦିନରେ ଚିକନଗୁନିଆ ଭୂତାଣୁ ବିରୋଧରେ ଏହି ଟିକା ଉପଯୋଗୀ ହୋଇପାରିବ ବୋଲି କହିଛି।

  5. ୨୦୨୩ ଅପେକ୍ଷା ଆସନ୍ତାବର୍ଷରେ ଗ୍ରୀଷ୍ମ ପ୍ରବାହ ଅଧିକ ରହିବ। ୨୦୨୪ ଗ୍ରୀଷ୍ମ ଋତୁରେ ଅନେକ ସମୟରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ। ଏପ୍ରିଲ ୨୦୨୪ ପର୍ଯ୍ୟନ୍ତ ଏଲ-ନିନୋ ଶକ୍ତିଶାଳୀ ରହିବାକୁ ଥିବାରୁ ପ୍ରବଳ ହିଟ୍‌‌-ୱେଭ୍‌ରେ ଜନଜୀବନ ଅସ୍ତବ୍ୟସ୍ତ ହେବ। ବିଶ୍ୱ ପାଣିପାଗ ସଂସ୍ଥାନ (ଡବ୍ଲୁଏମ୍‌‌ଓ) ଏଭଳି ସତର୍କବାଣୀ ଶୁଣାଇଛି।

  6. ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଏହାରି ମଧ୍ୟରେ  ଗାଜାବାସୀଙ୍କୁ ସମାନ୍ୟ ଆଶ୍ବସ୍ତି । ସାଧାରଣ ଲୋକଙ୍କ ପାଇଁ ୩ ଦିନ ୪ ଘଣ୍ଟା ଲେଖାଏଁ ଅସ୍ତ୍ର ବିରତି ମିଳିବ। ସୈନ୍ୟ ଅଭିଯାନ ବନ୍ଦ ପାଇଁ ରାଜି ହୋଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ।

  7. ଗାଜାରେ ପାଲେଷ୍ଟାଇନ୍ ନାଗରିକଙ୍କ ସୁରକ୍ଷା ସଂପୂର୍ଣ୍ଣ ବିପନ୍ନ ହୋଇପଡ଼ିଥିବା ବେଳେ ଇସ୍ରାଏଲର ଆକ୍ରମଣ ଅଧିକ ତୀବ୍ର ହୋଇଛି। ହମାସ୍‌ ସଂଗଠନର ମୂଳପୋଛ ପର୍ଯ୍ୟନ୍ତ ଆକ୍ରମଣ ଜାରି ରହିବ ବୋଲି ଇସ୍ରାଏଲ ଆଜି ସ୍ପଷ୍ଟ କରିଦେଇଛି।

  8. ଉତ୍ତରାଖଣ୍ଡ ସରକାର ସମାନ ନାଗରିକ ସଂହିତା (ୟୁସିସି) ଲାଗୁ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସିଭିଲ୍‌ କୋଡ୍‌ ଚିଠା ବିଲ୍‌ରେ ବହୁବିବାହକୁ ନିଷିଦ୍ଧ କରାଯାଇଥିବା ବେଳେ ଲିଭ୍‌-ଇନ୍‌ ସଂପର୍କର ପଂଜୀକରଣ କରାଯିବାକୁ ପ୍ରାବଧାନ ରଖାଯାଇଛି।

  9. ଆସନ୍ତା ୧୪ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ଉତ୍ତର, ଉତ୍ତର-ପଶ୍ଚିମ ଦିଗରେ ଗତି କରି ୧୬ ତାରିଖ ବେଳକୁ ଆହୁରି ଘନୀଭୂତ ହୋଇ ଏକ ଅବପାତ ବା ଡିପ୍ରେସନରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି

  10. ଜମ୍ମୁକଶ୍ମୀରର ଡାଲ ହ୍ରଦରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି | ବାସ୍ତବରେ ଡାଲ ହ୍ରଦରେ ନିଆଁ ଲାଗି ଅନେକ ହାଉସ ବୋଟ ପୋଡି ପାଉଁଶ ହୋଇଯାଇଛି | ସ୍ଥାନୀୟ ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ମୁତାବକ ୬ଟି ହାଉସ ବୋଟ ଜଳିଯାଇଥିବାବେଳେ ଏଥିରେ ଥିବା ୬ ଜଣ ପର୍ଯ୍ୟଟକଙ୍କ ମୃତ

  11. କ୍ରିପ୍ଟୋକରେନ୍ସି ଗୁଡିକର କାରବାର ଏବଂ ମାଇନିଂ ନିୟମ ପାଇଁ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବାକୁ କେନ୍ଦ୍ର ତଥା ଅନ୍ୟମାନଙ୍କୁ ନିର୍ଦ୍ଦେଶ ମାଗୁଥିବା ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି।

  12. ପରଲୋକରେ ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ଅଭିନେତା ତଥା କମେଡିଆନ୍‌ ମଲ୍ଲମପଲ୍ଲୀ ଚନ୍ଦ୍ର ମୋହନ। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ଚନ୍ଦ୍ର ମୋହନ ଦୀର୍ଘଦିନ ଧରି ହୃଦ୍‌ରୋଗରେ ପୀଡ଼ିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ।

  13. ସେୟାର ବଜାରରେ ସେଲୋ ୱାର୍ଲଡର ଆଇପିଓ ସଫଳ ପ୍ରବେଶ ଦେଶରେ ଆଉ ଜଣେ କୋଟିପତି ସୃଷ୍ଟି କରିଛି। କେସରୋଲ କିଙ୍ଗ ନାମରେ ପରିଚିତ ପ୍ରଦୀପ ରାଥୋଡ ଭାରତର କୋଟିପତିଙ୍କ ତାଲିକାରେ ସାମିଲ ହୋଇଛନ୍ତି।

  14. ସୁପ୍ରିମକୋର୍ଟରେ ଏକ ହତ୍ୟା ମାମଲାର ଶୁଣାଣି ସମୟରେ ଘଟିଛି ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି। ଶୁଣାଣି ସମୟରେ ପୀଡିତ ୧୧ ବର୍ଷର ନାବାଳକ ବିଚାରପତିଙ୍କ ସାମ୍ନାରେ ଆସି କହିଛନ୍ତି ଯେ ସେ ଜୀବିତ ଅଛନ୍ତି

  15. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୀତ ‘ଏବୁଡାନ୍ସ ଇନ ମିଲେଟ୍ସ’ ଗ୍ରାମୀ ପୁରସ୍କାର ୨୦୨୪ ପାଇଁ ମନୋନୀତ ହୋଇଛି। ଏହି ଗୀତକୁ ଭାରତୀୟ-ଆମେରିକୀୟ ଗ୍ରାମି ବିଜେତା ଗାୟକ ଫାଲଗୁନି ଶାହା ଗାଇଛନ୍ତି।

  16. ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିବା ୨୦୨୧ର ଚଳଚ୍ଚିତ୍ରଗୁଡ଼ିକ ଚଳିତ ମାସ ୧୪ରୁ ୨୫ ତାରିଖ ମଧ୍ୟରେ ଦିଲ୍ଲୀରେ ପ୍ରଦର୍ଶିତ ହେବ। ଦିଲ୍ଲୀର ସିରିଫୋର୍ଟ ଅଡିଟୋରିୟମରେ ୧୨ ଦିନ ମଧ୍ୟରେ ୧୮ଟି ଭାଷାର ମୋଟ ୩୦ଟି ଫିଚର ଫିଲ୍ମ ଏବଂ ୨୭ଟି ଅଣ-ଫିଚର ଫିଲ୍ମ ପ୍ରଦର୍ଶିତ ହେବ। ଏହି ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ‘ଦ ନାମ୍ବି ଇଫେକ୍ଟ’, ‘କାଶ୍ମୀର ଫାଇଲ’, ‘ଗଙ୍ଗୁବାଇ କାଥିଆୱାଡି’ ଏବଂ ‘ଇଖୋଇଗି ୟୋମ’ ଭଳି ଚଳଚ୍ଚିତ୍ର ପ୍ରଦର୍ଶିତ ହେବ।

  17. ଆଇସଲ୍ୟାଣ୍ଡର ଦକ୍ଷିଣ-ପଶ୍ଚିମ ଭାଗରେ ଅନେକ ଭୟଙ୍କର ଭୂକମ୍ପ ପରେ ଆଗ୍ନେୟଗିରି ଉଦଗୀରଣ ହେବାର ଆଶଙ୍କା ଥିବାରୁ ସେଠାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ସେଠାକାର ଉପକୂଳବର୍ତ୍ତୀ ସହର ଗ୍ରିଣ୍ଡଭିକ୍ ଛାଡିବାକୁ ଅଧିକାରୀମାନେ ପରାମର୍ଶ ଦେଇଛନ୍ତି। ଆଇସଲ୍ୟାଣ୍ଡର ପାଣିପାଗ ବିଭାଗ ଅନୁଯାୟୀ ଗତକାଲି ରାତିରେ ପ୍ରାୟ ଆଠ ଶହ ଭୂକମ୍ପ ଅନୁଭୂତ ହୋଇଛି।

  18. ଭାରତୀୟ ନୌସେନା ଏବଂ ବାଂଲାଦେଶ ନୌସେନାର ଚତୁର୍ଥ ଦ୍ୱିପାକ୍ଷିକ ଅଭ୍ୟାସ ‘ବଙ୍ଗୋସାଗର-୨୩’ ଏବଂ ଉଭୟ ସେନାର ସମନ୍ୱିତ ପାଟ୍ରୋଲିଂର ପଞ୍ଚମ ଅଭ୍ୟାସ ବିଶାଖାପାଟନମରେ ଅନୁଷ୍ଠିତ ହୋଇଥିଲା।

  19. ଛତିଶଗଡର ରାୟଗଡ଼ ଠାରୁ ଝାରସୁଗୁଡ଼ା, ଦେବଗଡ଼ ଏବଂ ସମ୍ବଲପୁର ଓ ଅନୁଗୋଳ ଜିଲ୍ଲାର ତାଳଚେର ଦେଇ ଯାଇଥିବା ଜାତୀୟ ରାଜପଥକୁ ୮ ଲେନ୍ ବିଶିଷ୍ଟ ଅର୍ଥନୈତିକ କୋରିଡରରେ ପରିଣତ କରିବା ପାଇଁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ପତ୍ର ଲେଖି  କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି ।

  20. ପାକିସ୍ତାନକୁ ୯୩ ରନରେ ହରାଇ ଇଂଲଣ୍ଡ ବିଜୟୀ ହୋଇଛି। ଇଂଲଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇ ପାକିସ୍ତାନକୁ ୩୩୭ ରନ ଟାର୍ଗେଟ ଦେଇଥିଲା। ତେବେ ପାକିସ୍ତାନ ଦଳ ସବୁ ୱିକେଟ ହରାଇ ମାତ୍ର ୨୪୪ ରନ ସ୍କୋର କରିବାରେ ସଫଳ ହୋଇଥିଲା।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.