• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଆସନ୍ତା ଆର୍ଥିକ ବର୍ଷ ୨୦୨୪-୨୫ ନିମନ୍ତେ ବଜେଟ୍ ପ୍ରସ୍ତୁତ କରିବା ପାଇଁ ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଳ କୁମାର ଦେବ ସବୁ ବିଭାଗର ସଚିବ ଓ ବିଭାଗୀୟ ମୁଖ୍ୟଙ୍କୁ ଚିଠି ଲେଖିଛନ୍ତି ।

  2. ବଡ଼ଦାଣ୍ଡର ସବୁ କୋଠା ରଙ୍ଗ ବଦଳି ଫିକା ହଳଦୀ ବଦଳରେ ଫିକା ଗୋଲାପୀ ରଙ୍ଗରେ ସଜେଇ ହୋଇପାରେ ।

  3. ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜର ହତ୍ୟା ମାମଲାରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ପୁଣି ଥରେ ଭାରତକୁ ହରଦୀପ ସିଂହ ନିଜ୍ଜରର ହତ୍ୟା ପାଇଁ ଦାୟୀ କରିଛନ୍ତି।

  4. ତେଲେଙ୍ଗାନାରେ ନିର୍ବାଚନ ପ୍ରଚାର ସମୟରେ ବିଆରଏସ ବିଧାୟକଙ୍କ ଉପରେ ଆକ୍ରମଣରେ ବିଆରଏସ ବିଧାୟକ ଗୁରୁତର ଆହତ ହୋଇଛନ୍ତି।

  5. ପ୍ରଧାନମନ୍ତ୍ରୀ ମୋଦୀ ଦୀପାବଳି ପର୍ବରେ ସୁରକ୍ଷା ବାହିନୀ ସହିତ ଦୀପାବଳି ପାଳନ କରିବାକୁ ହିମାଚଳ ପ୍ରଦେଶର ଲେପଚାରେ ପହଞ୍ଚିଛନ୍ତି ।

  6. ଉତ୍ତରାଖଣ୍ଡର ଉତ୍ତରକ‌ାଶୀ ଜିଲ୍ଲାରେ ଶନିବାର ରାତିରେ ଏକ ନିର୍ମାଣାଧୀନ ଟନେଲ ଭୁଶୁଡ଼ିଥିବା ବେଳେ ସେଥିରେ ୩୬ ଜଣ କର୍ମଚାରୀ ଫସି ରହିଥିବା ଆଶଙ୍କା ରହିଛି

  7. ଗାଜାରେ ପାଲେଷ୍ଟାଇନ୍ ନାଗରିକଙ୍କ ସୁରକ୍ଷା ସଂପୂର୍ଣ୍ଣ ବିପନ୍ନ ହୋଇପଡ଼ିଥିବା ବେଳେ ଇସ୍ରାଏଲର ଆକ୍ରମଣ ଅଧିକ ତୀବ୍ର ହୋଇଛି।

  8. ତ୍ରିପୁରା ପୁଲିସ ୧୪ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଗିରଫ କରିଛି।

  9. ଇପିଏଫଓ ହିତାଧିକାରୀ କର୍ମଚାରୀ ପ୍ରୋଭିଡେଣ୍ଟ ପାଣ୍ଠି ସଂଗଠନ ପକ୍ଷରୁ ଏହାର ହିତାଧିକାରୀଙ୍କ ପାଇଁ ୨୦୨୨-୨୩ ପାଇଁ ସୁଧ ହାର ଆକାଉଣ୍ଟକୁ ପଠାଇବା ଆରମ୍ଭ କରିଛି।

  10. ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ମନ୍ତ୍ରୀ ଆତିଶୀଙ୍କ ବାସଭବନରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏଠାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏଏପି ନେତା ମନୀଷ ସିସୋଡିଆଙ୍କ ପରିବାରକୁ ସାକ୍ଷାତ କରିଛନ୍ତି।

  11. ଆସନ୍ତା ୨୦୨୭ ସୁଦ୍ଧା ଭାରତ ବିଶ୍ୱର ତୃତୀୟ ଅର୍ଥନୀତି ହେବ। ମୋର୍ଗାନ ଷ୍ଟାନଲି, ଜେପି ମୋର୍ଗାନ ଏବଂ ଅର୍ନ୍ତଜାତୀୟ ମୁଦ୍ରା ପାଣ୍ଠି(ଆଇଏମଏଫ) ରିପୋର୍ଟରେ ଭାରତର ଅର୍ଥନୀତିକୁ ଅଗ୍ରଗତି ଜାରି ରଖିଥିବା ବ୍ୟବସ୍ଥା ଭାବେ ଦର୍ଶାଯାଇଛି।

  12. ଦିଲ୍ଲୀ ଅଭିମୁଖେ ୧୩୦ କିଲୋମିଟର ବେଗରେ ଯାତ୍ରା କରୁଥିବା ପୁରୀ-ନୂଆଦିଲ୍ଲୀ ପୁରୋଷୋତ୍ତମ ଏକ୍ସପ୍ରେସ ଟ୍ରେନରେ ଏମର୍ଜେନ୍ସି ବ୍ରେକ୍‌ ଲଗାଇବାରୁ ୨ ଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।

  13. ସାରା ଦେଶରେ ଦୀପାବଳିରେ ଭଲ ବ୍ୟବସାୟ ହେବ ବୋଲି ଆଶା କରାଯାଉଛି। କେବଳ ଦିଲ୍ଲୀରେ ୧୦୦୦ କୋଟି ଟଙ୍କା ମୂଲ୍ୟର ପ୍ରସାଧନ ସାମଗ୍ରୀ ବିକ୍ରି ହୋଇଛି।

  14. ଉତ୍ତରପ୍ରଦେଶର ମୁଜାଫରନଗର ବାସିନ୍ଦା ଇରଫାନଙ୍କ ସ୍ତ୍ରୀ ୬ ନଭେମ୍ବରରେ ଏକ ସନ୍ତାନ ଜନ୍ମ ଦେଇଥିଲେ, ଯାହାର ୪ ହାତ, ୪ ଗୋଡ ଏବଂ ୨ଟି ଗୁପ୍ତାଙ୍ଗ ଅଛି।

  15. ଉତ୍ତରପ୍ରଦେଶର ଅଯୋଧ୍ୟାର ୫୧ଟି ଘାଟରେ ୨୨ ଲକ୍ଷ ୨୩ ହଜାର ଦୀପ ଜାଳି ଷଷ୍ଠ ଥର ପାଇଁ ଗିନିଜ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ରାଜ୍ୟପାଳ ଆନନ୍ଦୀବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉଭୟ ଉପମୁଖ୍ୟମନ୍ତ୍ରୀ, ୫୨ଟି ଦେଶର ଅନେକ ମନ୍ତ୍ରୀ ଏବଂ ରାଷ୍ଟ୍ରଦୂତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

  16. ସମ୍ଭାବ୍ୟ ଲଘୁଚାପ ଦ୍ବାରା ରାଜ୍ୟରେ ୧୫ ତାରିଖରୁ ପାଗରେ ପରିବର୍ତ୍ତନ ଆସିବା ସହିତ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଞ୍ଚଳରେ ବିଜୁଳି ଘଡଘଡ଼ି ସହ ବର୍ଷା ହୋଇପାରେ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

  17. ବ୍ୟାଙ୍କକ୍‌ରେ ଆୟୋଜିତ ଏସିଆନ୍‌ କଣ୍ଟିନେଣ୍ଟାଲ ଯୋଗ୍ୟତା ଅର୍ଜନ ଟୁର୍ଣ୍ଣାମେଣ୍ଟରେ ୨୨ ବର୍ଷୀୟ ଧୀରଜ ରୌପ୍ୟ ପଦକ ଜିତିବା ସହ ପ୍ୟାରିସ୍‌ ଅଲିମ୍ପିକ୍‌ସରେ ଭାଗ ନେବାକୁ ଯୋଗ୍ୟତା ହାସଲ କରିଛନ୍ତି। ସ୍ବର୍ଣ୍ଣ ପଦକ ପାଇଁ ଖେଳାଯାଇଥିବା ମ୍ୟାଚ୍‌ରେ ଧୀରଜ ଚାଇନିଜ ତାଇପେର ଝି-ସିଆଙ୍ଗ ଲିନ୍‌ଙ୍କ ଠାରୁ ୨୯-୨୮, ୨୭-୨୯, ୩୦-୨୮, ୨୫-୨୬ ପଏଣ୍ଟରେ ପରାସ୍ତ ହୋଇଥିଲେ।

  18. ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଆଇସିସି କ୍ରିକେଟ୍ ବିଶ୍ୱକପରେ ଭାରତ ନେଦରଲ୍ୟାଣ୍ଡସକୁ ୧୬୦ ରନରେ ପରାସ୍ତ କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଭାରତ ୫୦ ଓଭରରେ ୪ ୱିକେଟ୍ ବିନିମୟରେ ୪୧୦ ରନ୍ ସଂଗ୍ରହ କରିଥିଲା।

  19. କ୍ରିକେଟ୍ ବିଶ୍ୱକପ୍‌ର ଲିଗ୍‌ ମ୍ୟାଚ୍‌ରେ ନେଦରଲ୍ୟାଣ୍ଡସ ବିପକ୍ଷରେ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ କ୍ରିକେଟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି।

  20. ଆଫଗାନିସ୍ତାନ କ୍ରିକେଟ୍‌ ଦଳ ଟୁର୍ଣ୍ଣାମେଣ୍ଟରେ ନିଜର ଅସାଧାରଣ ପ୍ରଦର୍ଶନ କରି ଏକ ସ୍ଥାୟୀ ଛାପ ଛାଡ଼ିଛି। ସେମାନଙ୍କ ୨୦୨୩ ବିଶ୍ୱକପ୍‌ ଯାତ୍ରାରେ ସେମାନେ ୯ଟି ମ୍ୟାଚ୍‌ ଖେଳି ୪ଟିରେ ବିଜୟ ହାସଲ କରିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.