- ଆରମ୍ଭ ହୋଇଛି ୪୨ତମ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳା। ମେଳା ପରିସର ସ୍ଥିତ ଓଡିଶା ପାଭିଲିୟନକୁ ଆଜି ଉଦଘାଟନ କରିଛନ୍ତି ଓଡିଶା ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା।
- ‘୫-ଟି’ ଉପକ୍ରମ ଅଧୀନରେ‘ଆମ ହସ୍ପିଟାଲ’ ଯୋଜନା ମାଧ୍ୟମରେ ରାଜ୍ୟର ସବୁ ସରକାରୀ ଡାକ୍ତରଖାନାର ରୂପାନ୍ତରଣ କରାଯିବ। ପ୍ରଥମ ବର୍ଷରେ ୧୪୯ଟି ଡାକ୍ତରଖାନାର ଭିତ୍ତିଭୂମି ସୁଦୃଢ଼ କରାଯାଉଥିବାବେଳେ ଆସନ୍ତା ୫ ବର୍ଷ ମଧ୍ୟରେ ପର୍ଯ୍ୟାୟକ୍ରମେ ୧,୮୫୮ଟି ସରକାରୀ ହସ୍ପିଟାଲର ରୂପାନ୍ତରଣ ହେବ। ଏଥି ପାଇଁ ୩୩୮୮.୭୩ କୋଟି ବ୍ୟୟବରାଦ ହୋଇଛି।
- ବର୍ତ୍ତମାନ ଧାନ ଫସଲ ଅମଳ ସମୟ ହୋଇଥିବାବେଳେ ଚାଷୀ କପା ତୋଳିବା ମଧ୍ୟ ଆରମ୍ଭ କରିଛି । ତେବେ ଚିରାଚରିତ ପ୍ରଥା ଅନୁସାରେ ବଲାଙ୍ଗିରର ଧଳାସୁନା ଉପରେ ଆନ୍ଧ୍ରର ଲୋଭୀ ନଜର । ଗାଁ ଗାଁ ରେ ମାତିଲେଣି ଆନ୍ଧ୍ର ବ୍ୟବସାୟୀ ।
- ଶିଶୁ ଦିବସରେ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଯାଇଛି ‘ଆମ କୁନିପିଲା’ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ନିଜ ପରିବାରରେ ଶିଶୁର ଯତ୍ନ, ତିନି ବର୍ଷରୁ କମ ପିଲାମାନଙ୍କ ପାଳନରେ ଉଭୟ ପିତାମାତା ହାୟିତ୍ଵ ସହ ସେମାନଙ୍କ ଶିଶୁ ଯତ୍ନ ଭିଭିକ ଦକ୍ଷତା ବୃଦ୍ଧି ଓ କମ୍ ମୂଲ୍ୟ ରେ ତିଆରି ଖେଳଣା ମାଧ୍ୟମରେ ଶିଶୁମାନଙ୍କ ମସ୍ତିଷ୍କ ବିକାଶ ଉପରେ ଗୁରୁତ୍ବ ଦିଆଯାଇଛି।
- ଶ୍ରୀମନ୍ଦିର ପରିସରରେ ପାନ, ଗୁଟଖା ସଂପୂର୍ଣ୍ଣ ନିଷେଧ । ଜାନୁଆରୀ ୧ ତାରିଖରୁ କଡ଼ାକଡ଼ିଭାବେ ଲାଗୁ ହେବ ଏହି ନିୟମ ।
- ଗତ ଅକ୍ଟୋବର ମାସରେ ଭୁବନେଶ୍ବର ସହରାଞ୍ଚଳ ପୁଲିସ ଅଧିନସ୍ଥ ମହିଳା ସହଯୋଗ କେନ୍ଦ୍ର “ମାଧ୍ୟମ” ରେ ସମୁଦାୟ ୨୦ ଟି ଅଭିଯୋଗ ପଞ୍ଜୀକରଣ କରାଯାଇଥିବା ବେଳେ ସେଥି ମଧ୍ୟରୁ ୦୯ଟି ଘଟଣାରେ ଆପୋଷ ବୁଝାମଣା ମାଧ୍ୟମରେ ମାମଲାର ସମାଧାନ କରାଯାଇପାରିଛି ।
- ଦେଶର ୩୩ଟି ସୈନିକ ସ୍କୁଲ୍ରେ ଷଷ୍ଠ ଓ ନବମ ଶ୍ରେଣୀରେ ନାମ ଲେଖା ନିମନ୍ତେ ଆସନ୍ତା ୨୧ ଜାନୁଆରି ୨୦୨୪ରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ୨୦୨୪-୨୫ ଶିକ୍ଷା ବର୍ଷ ପାଇଁ ଜାତୀୟ ପରୀକ୍ଷା ଏଜେନ୍ସି ପକ୍ଷରୁ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଆୟୋଜନ କରାଯାଉଛି
- ଇସ୍ରାଏଲ ସେନା ଏକ ଭିଡିଓ ପୋଷ୍ଟ କରି ଅଲ-ରାଣ୍ଟିସି ଶିଶୁ ହସ୍ପିଟାଲର ଫଟୋ ଶେୟାର କରି ଦାବି କରିଛି ଯେ ସେଠାରେ ହମାସ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ସହ ପଣବନ୍ଦୀମାନଙ୍କୁ ରଖିଥିଲା ।
- ଗୃହ ମନ୍ତ୍ରାଳୟର ସଂସଦୀୟ ସ୍ଥାୟୀ କମିଟି ବିବାହ ବାହାରେ ଶାରୀରିକ ସଂପର୍କ (ପରକୀୟା ପ୍ରୀତି) ଏବଂ ସମଲିଙ୍ଗୀ ସଂପର୍କକୁ ପୁଣି ଭାରତୀୟ ନ୍ୟାୟ ସଂହିତା ପରିସରକୁ ଅପରାଧ ଶ୍ରେଣୀଭୁକ୍ତ କରିବା ପାଇଁ ଆଜି ସୁପାରିସ କରିଛି।
- ମ୍ୟାମାର ସେନା ସୀମାନ୍ତ ଚୀନ୍ ରାଜ୍ୟରେ ସୋମବାର ବିମାନ ଆକ୍ରମଣ କରିବା ନେଇ ଅଣାୟତ୍ତ ସ୍ଥିତି ଉପୁଜିଛି। ଏହି ଆକ୍ରମଣ ପରେ ମ୍ୟାମାରର ୫ ହଜାରରୁ ଅଧିକ ନାଗରିକ ସୀମା ଅତିକ୍ରମଣ କରି ଭାରତ ଆସିଛନ୍ତି।
- ତାମିଲନାଡୁର ୩୬ ଜଣ କ୍ୟାବିନେଟ ମନ୍ତ୍ରୀଙ୍କ ମଧ୍ୟରୁ ଅତି କମ୍ରେ ୧୦ ଜଣ ବର୍ତ୍ତମାନ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ରାଡାରରେ ଅଛନ୍ତି ।
- ବିହାରର ଜାମୁଇ ଜିଲ୍ଲାରେ ବେଆଇନ ଭାବେ ବାଲି ଉତ୍ତୋଳନ କରୁଥିବା ଏକ ଟ୍ରାକ୍ଟର ଜଣେ ପୁଲିସ ସବ୍ଇନ୍ସପେକ୍ଟରଙ୍କୁ ଧକ୍କା ଦେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଜଣେ ହୋମଗାର୍ଡଙ୍କ ସମେତ ଅନ୍ୟ ୨ ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
- କର୍ଣ୍ଣାଟକ ପରୀକ୍ଷା କର୍ତ୍ତୃପକ୍ଷ (କେଇଏ) ବ୍ଲୁଟୁଥ୍ ଡିଭାଇସ୍ ବ୍ୟବହାର କରି କରାଯାଉଥିବା କପି ଉଦ୍ୟମକୁ ରୋକିବା ପାଇଁ ବୋର୍ଡ ଓ କର୍ପୋରେସନଗୁଡ଼ିକ ପାଇଁ ନିଯୁକ୍ତି ପରୀକ୍ଷାରେ ହିଜାବ ପ୍ରଭୃତି ସମସ୍ତ ପ୍ରକାର ହେଡ୍ କଭର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।
- ଜଣାଶୁଣା ଶିଳ୍ପପତି ତଥା ସାହାରା ମୁଖ୍ୟ ସୁବ୍ରତ ରାୟଙ୍କର ପଞ୍ଚସ୍ତରୀ ବର୍ଷ ରେ ପରଲୋକ ହୋଇଯାଇଛି।
- ଲୋକପ୍ରିୟ ସ୍ନାକ୍ସ ବ୍ରାଣ୍ଡ୍ ବିକାନେରୱାଲାର ଲାଲା କେଦାରନାଥ ଅଗ୍ରୱାଲଙ୍କ ୮୪ ବର୍ଷ ବୟସରେ ପରଲୋକ ଘଟିଛି। କଂପାନି ସ୍ଥାପନ କରିବା ପୂର୍ବରୁ ସେ ପୁରୁଣା ଦିଲ୍ଲୀର ସଡ଼କରେ ବାଲ୍ଟିରେ ଭୁଜିଆ ଓ ରସଗୋଲା ବିକ୍ରି କରୁଥିଲେ।
- ‘ଓବେରୟ ଗ୍ରୁପ୍’ର ଅଧ୍ୟକ୍ଷ ପୃଥ୍ବୀରାଜ ସିଂହ ଓବେରୟଙ୍କର ଦେହାନ୍ତ ହୋଇଯାଇଥିବା କଥା ଜାରି କରିଥିବା ବିବୃତିରେ ‘ଓବେରୟ ଗ୍ରୁପ୍’ କହିଛି।
- ଯଦି କୌଣସି ବୁଲା କୁକୁର କାହାକୁ କାମୁଡ଼ିଦିଏ, ତେବେ ସରକାରଙ୍କୁ ପ୍ରତି ଦାନ୍ତ ଚିହ୍ନ ପାଇଁ ୧୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ପଡ଼ିବ। ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।
- ପ୍ରଖ୍ୟାତ ପପ୍ଷ୍ଟାର୍ ମାଇକେଲ୍ ଜ୍ୟାକ୍ସନ୍ ପିନ୍ଧୁଥିବା ଗୋଟାଏ କଳା-ଧଳା ଚମଡ଼ା ଜ୍ୟାକେଟ୍କୁ ସମ୍ପ୍ରତି ଲଣ୍ଡନ୍ରେ ୩୦୬,୦୦୦ ଡଲାର୍ ବା ଭାରତୀୟ ମୁଦ୍ରାରେ ୨.୫ କୋଟି ଟଙ୍କାର ନିଲାମ କରାଯାଇଥିବା କଥା ‘ବିବିସି’ ରିପୋର୍ଟ କରିଛି।
- ଷ୍ଟକ୍ ବଜାରରେ ଲାଗି ରହିଥିବା ଉତ୍ସାହରୁ ଫାଇଦା ଉଠାଇ କିଛି ବ୍ୟାଙ୍କର ଅଂଶଧନ ବିକ୍ରି କରିବା ବିଷୟରେ କେନ୍ଦ୍ର ସରକାର ବିଚାର କରୁଛନ୍ତି। ଯେଉଁ ବ୍ୟାଙ୍କଗୁଡ଼ିକରେ ସରକାରଙ୍କ ୮୦ ପ୍ରତିଶତରୁ ଅଧିକ ଅଂଶଧନ ରହିଛି ସେଗୁଡ଼ିକୁ ଏଥିପାଇଁ ବିଚାରକୁ ନିଆଯିବ।
- ଦିନିକିଆ ବିଶ୍ବକପ୍ ଇତିହାସରେ ରେକର୍ଡ କ୍ରମାଗତ ୯ ବିଜୟର ଆତ୍ମବିଶ୍ବାସ ସହିତ ଭାରତ ୱାଙ୍ଖ୍ଡେ ଷ୍ଟାଡିୟମ୍ରେ ସେମି ଫାଇନାଲ ଖେଳିବାକୁ ଯାଉଛି।
© 2022 Amarisatya Magazine All Rights Reserved
Design & Developed By Zemusi Tech Solution