• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ୪ରୁ ଆରମ୍ଭ ହୋଇ ୨୨ତାରିଖ ପର୍ଯ୍ୟନ୍ତ ଚାଲିବ ଏଥି ପାଇଁ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଡିସେମ୍ବର ୨ରେ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି।
  2. ଭାରତ ବାଣିଜ୍ୟ ପ୍ରୋତ୍ସାହନ ସଂଗଠନ ଦ୍ଵାରା ୪୨ତମ ଭାରତ ଆନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ରାଜ୍ୟମାନଙ୍କର ପାଭିଲିୟନ ମଧ୍ୟରୁ ଶ୍ରେଷ୍ଠ ପାଭିଲିୟନ ଭାବେ ଓଡିଶା ପାଭିଲିୟନକୁ ସ୍ଵର୍ଣ୍ଣ ପୁରସ୍କାରରେ ପୁରସ୍କୃତ କରାଯାଇଛି।
  3. ୪ ଦିନିଆ ଅସ୍ତ୍ରବିରତି ଚୁକ୍ତିର ତୃତୀୟ ଦିନରେ ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ଇସ୍ରାଏଲୀ-ଆମେରିକୀୟ ଯୁବତୀଙ୍କ ସମେତ ଆଉ ୧୭ ଜଣ ବନ୍ଧକଙ୍କୁ ମୁକ୍ତ କରିବା ପରେ ହମାସ୍‌ ରବିବାର ଯୁଦ୍ଧବିରତିର ଅବଧି ବଢ଼ାଇବାକୁ ଚାହୁଛି ବୋଲି କହିଛି।
  4. ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ୪ ଦିନିଆ ଅସ୍ତ୍ରବିରତି ଶେଷ ହେବା ପରେ ଏହି ଅସ୍ତ୍ରବିରତିକୁ ଦୁଇ ଦିନ ପାଇଁ ବୃଦ୍ଧି କରିବାକୁ ସହମତି ହୋଇଥିବା କତର କହିଛି ।
  5. ଉପରାଷ୍ଟ୍ରପତି ଜଗଦୀପ ଧନଖର ମହାତ୍ମା ଗାନ୍ଧୀଙ୍କୁ ଗତ ଶତାବ୍ଦୀର ଜଣେ ମହାନ ବ୍ୟକ୍ତି ବୋଲି ବର୍ଣ୍ଣନା କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ଶତାବ୍ଦୀର ଯୁଗପୁରୁଷ ବୋଲି ବର୍ଣ୍ଣନା କରିଛନ୍ତି।
  6. ବିନା ଅନୁମତିରେ ତେଲେଙ୍ଗାନାରେ ସରକାରୀ ବିଜ୍ଞାପନ ପ୍ରକାଶ କରି  ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ କର୍ଣ୍ଣାଟକର କଂଗ୍ରେସ ସରକାରଙ୍କୁ ନିର୍ବାଚନ କମିସନ ନୋଟିସ ଜାରି କରାଯାଇଛି।
  7. ଜମ୍ମୁ-କଶ୍ମୀର ଓ ଲଦାଖରେ ପ୍ରବଳ ଶୀତ ଆରମ୍ଭ ହେବା ମାତ୍ରେ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବା ପାଇଁ ଭାରତୀୟ ସେନା ଜୋଜିଲା ପାସ୍ ନିକଟରେ ୧୧,୫୦୦ ଫୁଟ ଉଚ୍ଚତାରେ 'ଫୋର୍ଜ ଥଣ୍ଡରଷ୍ଟୋର୍ମ' ତୋପ ମୁତୟନ  କରିଛି।
  8. ଗୁଜୁରାଟର ମୋର୍ବି ସହରରୁ ଗତ ନଭେମ୍ବର ୨୩ ତାରିଖରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଥିଲା। ଦଳିତ କର୍ମଚାରୀ ନୀଳେଶ ଦଲସାନିଆଙ୍କୁ ମହିଳାବ୍ୟବସାୟୀ ବିଭୂତି ପଟେଲ ଜୋତାଚଟାଇବା ସହିତ କ୍ଷମା ମାଗିବାକୁ ବାଧ୍ୟ କରିଥିଲେ।
  9. ସାମାଜିକ ଗଣମାଧ୍ୟମ ‘ଫେସ୍‌ବୁକ୍‌’ର ମୂଳ କମ୍ପାନି ‘ମେଟା’ର ମୁଖପାତ୍ର ଆଣ୍ଡି ଷ୍ଟୋନ୍‌ଙ୍କୁ ରବିବାର ଦିନ ରୁଷ୍‌ ‘ୱାଣ୍ଟେଡ୍‌’ ତାଲିକାଭୁକ୍ତ କରିଥିବା କଥା ରୁଷ୍‌ ସରକାରଙ୍କ ଅନ୍‌ଲାଇନ୍‌ ଡାଟାବେସ୍‌ରୁ ଜଣାପଡ଼ିଛି।
  10. ରବି ଫସଲ ନିମନ୍ତେ ‘ରାୟତୁ ବନ୍ଧୁ’ ଯୋଜନାରେ କୃଷକମାନଙ୍କୁ ମିଳୁଥିବା ଆର୍ଥିକ ସହାୟତା ନିମନ୍ତେ ଦେଇଥିବା ଅନୁମତିକୁ ନିର୍ବାଚନ କମିସନ୍‌ ପ୍ରତ୍ୟାହାର କରି ନେଇଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।
  11. ଗ୍ରୀକ୍‌ର ଲେସ୍‌ବୋଜ୍‌ ଦ୍ବୀପ ଅନ୍ତର୍ଗତ ତୋଫାନ ଉଠିଥିବା ସମୁଦ୍ରରେ ଲୁଣ ନେଇ ଯାଉଥିବା ଏକ ଜାହାଜ ବୁଡ଼ିଯିବାରୁ ନିଖୋଜ ହୋଇଯାଇଥିବା ୧୨ଜଣ କର୍ମଚାରୀଙ୍କ ମଧ୍ୟରେ ୪ଜଣ ଭାରତୀୟ ଥିବା କଥା ଗ୍ରୀକ୍‌ ତଟରକ୍ଷୀ କହିଛି।
  12. ରବିବାର ରାତିରେ କର୍ଣ୍ଣାଟକ ତୁମକୁରୁ ସହରର ସଦାଶିବନଗର ଅଞ୍ଚଳରେ ଥିବା ଏକ ଘରୁ ଏକ ଦମ୍ପତି ଓ ସେମାନଙ୍କର ତିନି ପିଲାଙ୍କ ମୃତଦେହ ମିଳିଛି। ଆତ୍ମହତ୍ୟା କରିଥିବା ମୃତକମାନେ ହେଲେ ଗରୀବ ସାବ, ତାଙ୍କ ପତ୍ନୀ ସୁମୈୟା, ଝିଅ ହାଜିରା ଏବଂ ପୁଅ ମହମ୍ମଦ ଶଭନ ଓ ମହମ୍ମଦ ମୁନୀର।
  13. ତିନି ବର୍ଷ ମଧ୍ୟରେ ୯୦୦ ବେଆଇନ ଗର୍ଭପାତ କରାଇଥିବା ଜଣେ ଡାକ୍ତର ଏବଂ ତାଙ୍କ ଲ୍ୟାବ ଟେକ୍ନିସିଆନଙ୍କୁ ବେଙ୍ଗାଲୁରୁ ପୋଲିସ ଗିରଫ କରିଛି।
  14. ଉତ୍ତରକାଶୀର ସିଲ୍‌କ୍ୟାରା ସୁଡ଼ଙ୍ଗରେ ୧୬ ଦିନ ହେଲା ଫସି ରହିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର ପାଇଁ ସୋମବାର ହାତ ମେଶିନ୍‌ରେ ଖନନ ଆରମ୍ଭ ହୋଇଛି।
  15. ମଧ୍ୟପ୍ରଦେଶର ଇନ୍ଦୋରରେ ସୋମବାର ସ୍କୁଲ ପିଲାମାନଙ୍କର ଝଗଡ଼ାରୁ ଏକ ବଡ଼ ଘଟଣା ଘଟିଯାଇଛି। ତିନି ଚତୁର୍ଥ ଶ୍ରେଣୀର ଛାତ୍ର ମିଶି ସେମାନଙ୍କର ଜଣେ ସହପାଠୀଙ୍କୁ କମ୍ପାସରେ ୧୦୮ ଥର ଆକ୍ରମଣ କରିଛନ୍ତି।
  16. ଗତ ୧୫ ବର୍ଷ ଧରି ଭାରତରେ ସିଗାରେଟ ଟାଣୁଥିବା ଲୋକଙ୍କ ପାଇଁ ସିଗାରେଟ ମୂଲ୍ୟ ପ୍ରାୟ ୨୫୦ ପ୍ରତିଶତ ବୃଦ୍ଧି ପାଇଛି। କିନ୍ତୁ ଡାକ୍ତର ଏବଂ ଅର୍ଥନୀତିଜ୍ଞ କହିଛନ୍ତି ସିଗାରେଟର ମୂଲ୍ୟ ଆହୁରି ବୃଦ୍ଧି ହେବା ଉଚିତ।.
  17. ସମ୍ପତ୍ତି ଟାଇଟଲ ହସ୍ତାନ୍ତର ସମ୍ପର୍କରେ ସୁପ୍ରିମକୋର୍ଟ ଏକ ବଡ ନିଷ୍ପତ୍ତି ଦେଇଛନ୍ତି। ଏକ ମାମଲାର ଶୁଣାଣି ବେଳେ କୋର୍ଟ କହିଛନ୍ତି ସମ୍ପତ୍ତିର ଟାଇଟଲ ସ୍ଥାନାନ୍ତର କରିବା ପାଇଁ ଏକ ପଞ୍ଜୀକୃତ ଡକ୍ୟୁମେଣ୍ଟ ରହିବା ଆବଶ୍ୟକ।
  18. ଲଘୁଚାପ ଆସନ୍ତା ଡିସେମ୍ବର ୧ ତାରିଖରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବ।
  19. ଆସନ୍ତା ଜୁନ୍‌ରେ ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଟି-୨୦ ବିଶ୍ବକପ୍‌ ଆୟୋଜିତ ହେବାକୁ ଥିବା ବେଳେ ଏହି ବିଶ୍ବକପ୍‌ ଜିତିବାକୁ ଭାରତ ପ୍ରମୁଖ ଦାବିବାର ବୋଲି କହିଛନ୍ତି ପୂର୍ବତନ କ୍ରିକେଟର୍‌ ରବି ଶାସ୍ତ୍ରୀ।
  20. ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ୩ୟ ମ୍ୟାଚ ମଙ୍ଗଳବାର ଗୁଆହାଟୀରେ ଖେଳାଯିବ। ଭାରତ ପ୍ରଥମ ଦୁଇ ମ୍ୟାଚ ଜିତି ୨-୦ରେ ଆଗୁଆ ରହିଥିବାବେଳେ ଶୃଙ୍ଖଳା ବିଜୟ ନେଇ ଉଦ୍ୟମ କରିବ। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଉକ୍ତ ମ୍ୟାଚକୁ ଜିତି ଶୃଙ୍ଖଳା ବଞ୍ଚାଇ ରଖିବା ନେଇ ପ୍ରୟାସ କରିବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.