• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ୨୦୨୪ରେ ଆଉ ଜଣେ ଭାରତୀୟ ନାଗରିକଙ୍କୁ ମହାକାଶକୁ ପ୍ରେରଣ କରାଯିବ ବୋଲି ମଙ୍ଗଳବାର ଦିନ ଆମେରିକୀୟ ମହାକାଶ ସଂସ୍ଥାନ ‘ନାସା’ର ମୁଖ୍ୟ କହିଛନ୍ତି। ଏହାର ୪୦ ବର୍ଷ ପରେ ଅର୍ଥାତ୍‌ ୨୦୨୪ ଶେଷସୁଦ୍ଧା ଆଉ ଜଣେ ଭାରତୀୟ ନାଗରିକଙ୍କୁ ‘ଆନ୍ତର୍ଜାତିକ ମହାକାଶ ଷ୍ଟେସନ୍‌’କୁ ପଠାଯିବ ବୋଲି ‘ନ୍ୟାସ୍‌ନାଲ୍‌ ଏରେନଟିକ୍‌ସ୍‌ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେସନ୍‌’ର (ନାସା) ପ୍ରଶାସକ ବିଲ୍‌ ନେଲ୍‌ସନ୍‌ କହିଛନ୍ତି।

  2. ନାସା ଏବଂ ମହାକାଶ ପାଣିପାଗ ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି ଯେ ନଭେମ୍ବର ୩୦ରେ ଏକ ସୌର ଝଡ଼ ପୃଥିବୀକୁ ଧକ୍କା ଦେଇପାରେ, ଯାହା ଫଳରେ ରେଡିଓ ଏବଂ ଜିପିଏସ୍ ସିଗ୍‌ନାଲ ସାମାନ୍ୟ ବ୍ଲାକ୍ ଆଉଟ୍ ହୋଇପାରେ।

  3. ପାକିସ୍ତାନର କଳାକାରମାନଙ୍କୁ ଭାରତରେ କଳା ପରିବେଷଣ କରିବା କିମ୍ବା କାମ କରିବାର ସୁଯୋଗ ନ ଦେବା ପାଇଁ ଅନୁରୋଧ କରିବା ସହ ଏହା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଲଗାଇବା ପାଇଁ ହୋଇଥିବା ଆବେଦନକୁ ମଙ୍ଗଳବାର ସୁପ୍ରିମ୍‌କୋର୍ଟ ଖାରଜ କରିଛନ୍ତି।

  4. ଔରଙ୍ଗାବାଦ ଜିଲ୍ଲାରେ ଦୁଇ ଭଉଣୀଙ୍କ ସମେତ ୧୮ରୁ ୨୦ ବର୍ଷ ବୟସର ୪ ଝିଅ ବିଷାକ୍ତ ପଦାର୍ଥ ଖାଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୟାର ଏକ ଡାକ୍ତରଖାନାରେ ଜୀବନ ସହ ସଂଗ୍ରାମ କରୁଛନ୍ତି।

  5. ଆମେରିକା ନିର୍ମିତ ଅଗର ଡ୍ରିଲିଂ ମେସିନ୍, ତାହା ରୢ।ଟ୍ ହୋଲ୍ ମାଇନର୍ସଙ୍କ ଯୋଗୁଁ ସମ୍ଭବ ହୋଇପାରିଲା। ଦୀର୍ଘ ୧୭ ଦିନ ଧରି ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଥିବା ୪୧ ଜଣ ଶ୍ରମିକଙ୍କୁ ମିଳିଲା ନୂଆ ଜୀବନ।

  6. ପ୍ରତିଦିନ ସାଇବର ଅପରାଧୀମାନେ ଫୋନ୍ କଲ୍ ଓ ମେସେଜିଂ ଜରିଆରେ ଲୋକଙ୍କୁ ଠକିବା ପାଇଁ ନୂଆ ନୂଆ ଉପାୟ ଆପଣାଉଛନ୍ତି। ଡିଜିଟାଲ ଠକେଇକୁ ରୋକିବା ପାଇଁ ସରକାର ସନ୍ଦେହଜନକ କାରବାରରେ ସମ୍ପୃକ୍ତ ୭୦ ଲକ୍ଷ ମୋବାଇଲ ନମ୍ବରକୁ ନିଲମ୍ବିତ କରିଛନ୍ତି ବୋଲି ଆର୍ଥିକ ସେବା ସଚିବ ବିବେକ ଯୋଶୀ ମଙ୍ଗଳବାର କହିଛନ୍ତି।

  7. କେରଳର ସ୍ୱତନ୍ତ୍ର ଫାଷ୍ଟଟ୍ରାକ୍ କୋର୍ଟ ସୋମବାର ଯୌନ ଅପରାଧରୁ ଶିଶୁ ସୁରକ୍ଷା ଆଇନ (ପୋକ୍ସୋ) ଅନୁଯାୟୀ ଜଣେ ମହିଳାଙ୍କୁ ୪୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା ଆଦେଶ ଶୁଣାଇଛନ୍ତି।

  8. ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ହେବାକୁ ଥିବାରୁ କେନ୍ଦ୍ର ସରକାର ସାର, ଏଲ୍‌ପିଜି ଓ ଖାଦ୍ୟଶସ୍ୟ ଉପରେ ଅଧିକ ସବ୍‌ସିଡି ଦେବା ଉପରେ ବିଚାର କରୁଛନ୍ତି। ଏହାର ପ୍ରଭାବରେ ୨୦୨୩-୨୪ ଆର୍ଥିକ ବର୍ଷର ସବ୍‌ସିଡି ବିଲ୍‌ରେ ୫୦,୦୦୦ କୋଟି ଟଙ୍କା ବୃଦ୍ଧି ହେବ।

  9. ମିଆଁମାରରେ ଚାଲିଥିବା ସଂଘର୍ଷ ମଧ୍ୟରେ ମଙ୍ଗଳବାର ପୁଣି ଥରେ ମ୍ୟାମାର ସେନାର ୩୦ ଜଣ ଯବାନ ନିଜ ନିଜର ଅସ୍ତ୍ରଶସ୍ତ୍ର ସହ ଭାରତୀୟ ସୀମା ଅତିକ୍ରମ କରି ମିଜୋରାମରେ ପ୍ରବେଶ କରିଛନ୍ତି ।

  10. ବିହାର ଶିକ୍ଷା ବିଭାଗର ଏକ ନିଷ୍ପତ୍ତିକୁ ନେଇ ରାଜନୀତି ସରଗରମ ହୋଇଉଠିଛି। ବିହାର ସରକାର ଶୁକ୍ରବାର ଦିନ ଉର୍ଦ୍ଦୁ ବିଦ୍ୟାଳୟଗୁଡ଼ିକରେ ସାପ୍ତାହିକ ଛୁଟି ଘୋଷଣା କରିଛନ୍ତି।

  11. ସଫ୍ଟୱେର ଟେକ୍ନୋଲୋଜି ପାର୍କ ଅଫ୍‌ ଇଣ୍ଡିଆ (ଏସ୍‌ଟିପିଆଇ) ପକ୍ଷରୁ ଭୁବନେଶ୍ବରରେ ଏକ ଇନୋଭେସନ ‌ଟାୱାର ସ୍ଥାପନ କରାଯିବ। ଫର୍ଚୁନ ଟାୱାରଠାରୁ ୨୦୦ ମିଟର ଦୂରରେ ଏହି ୧୨ ମହଲା କୋଠା ନିର୍ମାଣ କରାଯିବ ବୋଲି ଏସ୍‌ଟିପିଆଇର ନିର୍ଦ୍ଦେଶକ (ଓଡ଼ିଶା) ସୂର୍ଯ୍ୟ କୁମାର ପଟ୍ଟନାୟକ କହିଛନ୍ତି।

  12. ଡିଜିଟାଲ ଠକେଇକୁ ରୋକିବା ପାଇଁ କେନ୍ଦ୍ର ସରକାର ୭୦ ଲକ୍ଷ ମୋବାଇଲ ଫୋନ ନମ୍ବରକୁ ବନ୍ଦ କରିଦେଇଛନ୍ତି। ଏସବୁ ମୋବାଇଲ ନମ୍ବର ସଂଯୋଗ ଥିବା ଆକାଉଣ୍ଟରେ ସନ୍ଦିଗ୍ଧ ଆର୍ଥିକ କାରବାର ହୋଇଛି।

  13. ଏନ୍‌ଇଏଫ୍‌ଟି ଢାଞ୍ଚାରେ ୟୁପିଆଇ ପେମେଣ୍ଟ ଉପରେ କଟକଣା ଲାଗିବ। ଲୋକମାନେ ୟୁପିଆଇ ଆକାଉଣ୍ଟ ଖୋଲିବା ପରେ ଗ୍ରୋସରି ଆଦି ଜିନିଷ କିଣିବା ବେଳେ ଯେଭଳି କୌଣସି ଅସୁବିଧା ସାମ୍ନା କରିବେ ନାହିଁ ତାହାକୁ ସୁନିଶ୍ଚିତ କରିବା ଲାଗି ୨୦୦୦ ଟଙ୍କା ପର୍ଯ୍ୟନ୍ତର ସୀମା ଧାର୍ଯ୍ୟ କରାଯାଇଛି।

  14. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଦିଲ୍ଲୀ ଠିକଣା ଥିବା ନୂଆ ଭୋଟର କାର୍ଡ ପାଇଛନ୍ତି। ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ପି. କ୍ରିଷ୍ଣମୂର୍ତ୍ତି ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତିଙ୍କୁ ନୂଆ ଭୋଟର କାର୍ଡ ଦେଇଥିଲେ।

  15. ହରିୟାଣାର ଜିନ୍ଦରେ ଶିକ୍ଷା ମନ୍ଦିରକୁ ବଦନାମ କରିଥିବା ପ୍ରିନ୍ସପଲ ଶେଷରେ ନିଜର କୁକର୍ମର ଫଳ ପାଇଛନ୍ତି। ଏହି ମାମଲାର ସ୍କୁଲ ଛାତ୍ରୀଙ୍କ ଯୌନ ଶୋଷଣ ବିଷୟରେ ପୋଲିସ ପ୍ରାୟ ୪୫୦ ଛାତ୍ରୀଙ୍କ ବୟାନ ରେକର୍ଡ କରିଥିଲା। ଏହା ପରେ ମୁଖ୍ୟମନ୍ତ୍ରୀ ପ୍ରିନ୍ସପଲଙ୍କୁ ନିଲମ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

  16. ବମ୍ବେ ହାଇକୋର୍ଟ କହିଛନ୍ତି ସୋସିଆଲ ମିଡିଆରୁ ସଂଗୃହିତ ତଥ୍ୟ ଜନସ୍ବାର୍ଥ ମାମଲା(ପିଆଇଏଲ)ଯୁକ୍ତିର ଅଂଶ ହୋଇପାରିବ ନାହିଁ। ମଙ୍ଗଳବାର ଏକ ଆବେଦନ ଶୁଣାଣି ବେଳେ ହାଇକୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି।

  17. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୫୧ ହଜାରରୁ ଅଧିକ ଯୁବକଙ୍କୁ ନିଯୁକ୍ତି ମେଳା ମାଧ୍ୟମରେ ନିଯୁକ୍ତି ପତ୍ର ବଣ୍ଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନବ ନିଯୁକ୍ତଙ୍କୁ ମଧ୍ୟ ସମ୍ବୋଧିନ କରିବେ।

  18. ତାମିଲନାଡୁରେ ବେଆଇନ ବାଲି ଖନନ ଅଭିଯୋଗରେ ଅର୍ଥ ହେରଫେର ନେଇ ଯାଞ୍ଚ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଜାରି ସମନ ଉପରେ ମାଡ୍ରାସ ଉଚ୍ଚ ନ୍ୟାୟାଳୟ ରୋକ ଲଗାଇଛନ୍ତି। ଇଡି ଏହି ଘଟଣାରେ ପାଞ୍ଚ ଜଣ ଜିଲ୍ଲାପାଳଙ୍କୁ ହାଜର ହେବାକୁ ସମନ ଜାରି କରିଥିଲା।

  19. ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ମଙ୍ଗଳବାର ସନ୍ଧ୍ୟାରେ ଶେଷ ହୋଇଛି। ନଭେମ୍ବର ୩୦ ଗୁରୁବାର ଦିନ ରାଜ୍ୟର ୧୧୯ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ।

  20. ଉତ୍ତରାଖଣ୍ଡର ନିର୍ମାଣାଧୀନ ସୁଡ଼ଙ୍ଗ ଭୁଶୁଡିବା ଘଟଣାରେ ତାର ନିରାପତ୍ତା ଆକଳନ କରାଯିବ ବୋଲି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.