• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ଭାରତ ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ ‘ଜି୨୦’ ଶିଖର ସମ୍ମିଳନୀ ଆୟୋଜନ କରୁଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସୂଚନା ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ଶିଖର ସମ୍ମିଳନୀରେ ଦିଲ୍ଲୀ ଘୋଷଣାନାମାର ପ୍ରବର୍ତ୍ତନ ଓ ନୂତନ ବୈଶ୍ବିକ ଆହ୍ବାନଗୁଡ଼ିକ ସମ୍ପର୍କରେ ଆଲୋଚନା କରାଯିବ।

  2. ଯୁଦ୍ଧ ବିରତି ପାଇଁ ଇସ୍ରାଏଲ୍‌ ଓ ହମାସ୍‌ ଆଜି ପ୍ରତ୍ୟୁଷରେ ଏକ ରାଜିନାମାରେ ଉପନୀତ ହୋଇଛନ୍ତି ଓ ଏହାକୁ ଇସ୍ରାଏଲ୍‌ର କ୍ୟାବିନେଟ୍‌ ମଞ୍ଜୁର କରିଥିବା କଥା ‘ଦି ଟାଇମ୍‌ସ୍‌ ଅଫ୍‌ ଇଜ୍ରାଏଲ୍‌’ ରିପୋର୍ଟ କରିଛି।

  3. ମହାରାଷ୍ଟ୍ରର ଲାଲ ବାହିନୀ (ମାଓବାଦୀ) ଗଡ଼ରେ ସୁରକ୍ଷା କର୍ମୀମାନେ ଏକ ଉଦାହରଣ ସୃଷ୍ଟି କଲା ଭଳି କାର୍ଯ୍ୟ କରିଛନ୍ତି। ଜଙ୍ଗଲ ଭରା ପାହାଡ଼ିଆ ରାସ୍ତାରେ ୧୦୫ କିମି ଚାଲିଚାଲି ଯିବା ସହିତ ୨୪ ଘଣ୍ଟା ଭିତରେ ଏକ ଥାନା ପ୍ରତିଷ୍ଠା କରିଛନ୍ତି।

  4. ଜାତୀୟ ଶିକ୍ଷା ଗବେଷଣା ଓ ତାଲିମ ପରିଷଦ (ଏନ୍‌ସିଇଆର୍‌ଟି)ର ଏକ ୭ ଜଣିଆ କମିଟିର ବିଦ୍ୟାଳୟ ପାଠ୍ୟପୁସ୍ତକରେ ରାମାୟଣ ଓ ମହାଭାରତକୁ ଅନ୍ତର୍ଭୁକ୍ତ କରିବା ପାଇଁ ସୁପାରିସ କରିଛି।

  5. ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ୧୫ତମ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେଇ ଉଦ୍‌ବୋଧନ ଦେଇଥିଲେ । ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ, ଯୁବବର୍ଗଙ୍କ ଅବଦାନ ଉପରେ ଆମ ଦେଶର ବିକାଶ ନିର୍ଭର କରେ।

  6. ବାଦାମପାହାଡ଼ ରେଳଷ୍ଟେସନରୁ ତିନୋଟି ନୂଆ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଟ୍ରେନ୍ ଗୁଡ଼ିକ ହେଲା ବାଦାମପାହାଡ଼- ଟାଟାନଗର ମେମୁ; ବାଦାମପାହାଡ଼-ରାଉରକେଲା ସାପ୍ତାହିକ ଏକ୍ସପ୍ରେସ୍ ଏବଂ ବାଦାମପାହାଡ଼ – ଶାଲିମାର ସାପ୍ତାହିକ ଏକ୍ସପ୍ରେସ।

  7. ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର ବନଖଣ୍ଡର ପର୍ଯ୍ୟଟନ ସ୍ଥଳୀ ବରେହିପାଣିକୁ ସଂଯୋଗ କରୁଥିବା ରାସ୍ତାର ୩/୪କିମି ମାଟିଘାଟି ପର୍ଯ୍ୟନ୍ତ ଉଭୟ ପାର୍ଶ୍ବରେ କେହି ଶତାଧିକ ଗଛ କାଟିଛନ୍ତି ।

  8. ସଫେଇ କର୍ମଚାରୀଙ୍କ ସୁରକ୍ଷା, ମର୍ଯ୍ୟାଦା ଓ କଲ୍ୟାଣ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ‘ଗରିମା’ କାର୍ଯ୍ୟକ୍ରମ ‘ସ୍ୱଚ୍ଛତାରେ ଶ୍ରେଷ୍ଠ ଦକ୍ଷତା ପଦକ୍ଷେପ’ ବର୍ଗରେ ଏବଂ ଭୁବନେଶ୍ୱରର ବାସୁଆଘାଇ ସ୍ଥିତ ଫିକାଲ୍ ସ୍ଲଜ୍ ସେପ୍ଟେଜ୍ ପ୍ଲାଣ୍ଟ୍ ର ପରିଚାଳନା କରୁଥିବା କିନ୍ନର ସ୍ଵିକୃତି ଏସ୍ଏଚଜିର ଅଧ୍ୟକ୍ଷା ମେଘନା ସାହୁ ପରିମଳ ବିଭାଗରେ ମହିଳା ପରିବର୍ତ୍ତନକାରୀ ବର୍ଗରେ ପୁରସ୍କୃତ ହୋଇଛନ୍ତି।

  9. ବିଶ୍ବ ମତ୍ସ୍ୟ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ମତ୍ସ୍ୟଜୀବୀ ମାନଙ୍କ ପାଇଁ ୧୬ଟି କାର୍ଯ୍ୟକ୍ରମ ରହିଛି ଏବଂ ଏବର୍ଷ ଏଥିପାଇଁ ୪୪୮ କୋଟି ଟଙ୍କା ଖର୍ଚ୍ଚ କରାଯିବ।

  10. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଜିଲ୍ଲା ପାଇଁ ଗୋଟିଏ ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ (Instream Storage Structure) ଅନୁମୋଦନ କରିଛନ୍ତି । ଏହି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୩୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି ପ୍ରକଳ୍ପଟି ହେଉଛି  ମହାନଦୀରେ ବୈଦେଶ୍ବର ନଦୀଗର୍ଭ ଜଳାଶୟ ପ୍ରକଳ୍ପ

  11. ରାଜ୍ୟର ୨୦ ହଜାର ପ୍ରାଥମିକ ଶିକ୍ଷକ ପଦବୀ ପାଇଁ ଓସେପା ପକ୍ଷରୁ କରାଯାଇଥିବା କମ୍ପ୍ୟୁଟର ବେସଡ ଟେଷ୍ଟ (CBT)ର Answer Key ପ୍ରକାଶ ପାଇଛି। ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା)ର ୱେବସାଇଟ୍‌ରେ Answer Key ପ୍ରକାଶ ପାଇଛି।

  12. ଶ୍ରୀମନ୍ଦିର ପ୍ରଶାସନ ପଞ୍ଚୁକ ୫ ଦିନ ବଡ଼ଦାଣ୍ଡରେ ଥିବା ସମସ୍ତ ଉଠାଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି ।

  13. ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେଉଛି ଭାରତ। ଭାରତୀୟ ନୌସେନା ଏବଂ DRDO ପକ୍ଷରୁ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଆଣ୍ଟି ସିପ୍‌ ମିସାଇଲ୍‌ର ସଫଳ ପରୀକ୍ଷଣ କରାଯାଇଛି। ନୌସେନାର 42B ହେଲିକପ୍ଟରରୁ ଆଣ୍ଟି ସିପ୍‌ ମିସାଇଲ୍‌ର ପରୀକ୍ଷଣ ହୋଇଛି।

  14. ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୩ଟି ସୁଲଭ ବାସଗୃହ ପ୍ରକଳ୍ପ ଲୋକାର୍ପିତ : ୧୭୨୨ଟି ଜଣ ହିତାଧିକାରୀ ପାଇଲେ ଘର l

  15. ଏଣିକି କାଶୀ ବିଶ୍ୱନାଥ ପରି ବୃନ୍ଦାବନର ବାଙ୍କେ ବିହାରୀଙ୍କ ମନ୍ଦିରରେ ମଧ୍ୟ ନିର୍ମାଣ ହେବ କରିଡୋର, ହାଇକୋର୍ଟ ଦେଲେ ମଞ୍ଜୁରୀ l

  16. ଚୀନରେ ଗତକାଲି ବେଜିଂ ଦ୍ୱାରା ଆୟୋଜିତ ଏକ ବୈଠକରେ ଇସ୍ରାଏଲ୍ ଉପରେ ବର୍ଷିଲେ ମୁସଲିମ୍ ଦେଶ l ଏହାସହ ଯୁଦ୍ଧ ଓ ହତ୍ୟା ବନ୍ଦ କରାଯିବା ଦରକାର ବୋଲି କହିଲେ ।

  17. ଆଫ୍ରିକୀୟ ଦେଶ ଲିବେରିଆର ରାଷ୍ଟ୍ରପତି ନିର୍ବାଚନରେ ବାଜି ମାରିଲେ ଜୋସେଫ ବୋକାଇ l ସେ ବର୍ତ୍ତମାନର ରାଷ୍ଟ୍ରପତି ଜର୍ଜ ୱାହାଙ୍କ ସ୍ଥାନ ନେବେ।

  18. ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ, ସୂର୍ଯ୍ୟକୁମାର ଯାଦବ ହେବେ ଅଧିନାୟକ l ଗାଏକ୍ୱାଡ ଉପ ଅଧିନାୟକ l ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସିରିଜର ପ୍ରଥମ ମ୍ୟାଚ୍ ନଭେମ୍ବର ୨୩ ତାରିଖରେ ବିଶାଖାପାଟନମ୍ ରେ ଖେଳାଯିବ।

  19. କଳିଙ୍ଗ ଷ୍ଟାଡିୟମ୍‌‌ରେ ଭାରତ ଓ କତାର ମଧ୍ୟରେ ବିଶ୍ୱକପ୍‌‌ ୨୦୨୬ ଓ ଏଏଫ୍‌‌ସି କପ୍‌‌ ୨୦୨୭ ଲାଗି ଯୋଗ୍ୟତା ପର୍ଯ୍ୟାୟ ପାଇଁ ଖେଳାଯାଉଥିବା ମ୍ୟାଚ୍‌ରେ ଭାରତକୁ ୩-୦ ଗୋଲରେ ହରାଇଛି କତାର।

  20. ଭୁବନେଶ୍ୱରେ ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ ଏକାଡେମୀ। ଏନେଇ ଏଆଏଫ୍‌ଏଫ୍‌-ଫିଫା ଟ୍ୟାଲେଣ୍ଟ ଏକାଡେମୀ ଓ ଓଡିଶା ସରକାରଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଯାଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.