• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ପ୍ରଥମେ କଂପାନିର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌କୁ ବୋର୍ଡ ବିଦା କରି ସମସ୍ତଙ୍କୁ ଚକିତ କରିଥିଲା। ସେହି ଘୋଷଣାର ଅଳ୍ପ ସମୟ ପରେ ଓପନ୍‌ଏଆଇରେ ବିଦ୍ରୋହ ଦେଖାଦେଇଥିଲା। ଅଲ୍ଟମ୍ୟାନ୍ ନଫେରିଲେ ଆମେ ଇସ୍ତଫା ଦେବୁ ବୋଲି ବୋର୍ଡକୁ ଓପନ୍‌ଏଆଇର ୭୦୦ କର୍ମଚାରୀ ଧମକ ଦେଇଥିଲେ। ଆଜି ଓପନ୍‌ଏଆଇର ସିଇଓ ଭାବେ ଅଲ୍ଟମ୍ୟାନ୍‌ ପ୍ରତ୍ୟାବର୍ତ୍ତନ କରିଛନ୍ତି।

  2. ଉତ୍ତରାଖଣ୍ଡର ଉତ୍ତରକାଶୀରେ ସିଲ୍କିୟାରା ଟନେଲ ଭୁଶୁଡ଼ିବା ଘଟଣାରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଏକାଦଶ ଦିନରେ ପହଞ୍ଚିଛି। ଶ୍ରମିକମାନଙ୍କୁ ଉଦ୍ଧାର କରାଗଲା ପରେ ପ୍ରଥମେ ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ସେଥିପାଇଁ ସୁଡ଼ଙ୍ଗ ବାହାରେ ୨୦ଟି ଆମ୍ବୁଲାନ୍ସ ପହଞ୍ଚିସାରିଛି ବୋଲି କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି।

  3. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଜି-୨୦ ରାଷ୍ଟ୍ରମାନଙ୍କ ଭର୍ଚୁଆଲ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଇସ୍ରାଏଲ-ହମାସ୍‌ ଯୁଦ୍ଧ, ଡିପ୍‌ଫେକ୍‌ ଭିଡିଓ, ଆତଙ୍କବାଦ ମୁକାବିଲା ଆଦି ପ୍ରସଙ୍ଗରେ ଆଲୋକପାତ କରିଛନ୍ତି।

  4. ୬ ସପ୍ତାହରୁ ଅଧିକ ସମୟ ଧରି ଚାଲିଥିବା ଯୁଦ୍ଧ ଭିତରେ ଇସ୍ରାଏଲ ଓ ହମାସ ମଧ୍ୟରେ ପ୍ରଥମ ଯୁଦ୍ଧବିରତି ପାଇଁ ବୁଝାମଣା ହୋଇଛି। ଇସ୍ରାଏଲ ସରକାର ବୁଧବାର ଅସ୍ତ୍ରବିରତି ଚୁକ୍ତିକୁ ଅନୁମୋଦନ କରିଛନ୍ତି ଯେଉଁଥିରେ ୫୦ ଜଣ ମହିଳା ଓ ଶିଶୁଙ୍କୁ ହମାସ ମୁକ୍ତ କରିବ।

  5. ଜାମ୍ମୁ କାଶ୍ମୀରର ରାଜୌରୀ ଜିଲ୍ଲାରେ ଆଜି ଏକ ସର୍ଚ୍ଚ ଅପରେସନ ସମୟରେ ଆତଙ୍କବାଦୀଙ୍କ ଅତର୍କିତ ଗୁଳିମାଡ଼ ଯୋଗୁଁ ଦୁଇ ଜଣ ସେନା ଅଫିସରଙ୍କ ସମେତ ୪ ଜଣ ଯବାନ ସହିଦ ହୋଇଛନ୍ତି।

  6. ଦୀର୍ଘ ୩୨ ବର୍ଷ ଏକା‌ଠି ରହିବା ପରେ ପତ୍ନୀ ନୱାଜ ମୋଦୀ ସିଂଘାନିଆଙ୍କଠାରୁ ରେମଣ୍ଡ ଗ୍ରୁପ୍‌ର ଅଧ୍ୟକ୍ଷ ଗୌତମ ସିଂଘାନିଆ ଅଲଗା ହୋଇଯିବେ।

  7. ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ଵ, ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ।ଭାଷା,ସାହିତ୍ୟ ଓ ସଂସ୍କୃତି ସଚିବ ଭାବେ ତାଙ୍କୁ ଅତିରିକ୍ତ ଦାୟିତ୍ଵ ମିଳିଛି।

  8. କୋଣାର୍କରେ  ଡିସେମ୍ବର ୧ରୁ କୋଣାର୍କ ଉତ୍ସବ, ଅନ୍ତର୍ଜାତୀୟ ବାଲୁକା କଳା ଚନ୍ଦ୍ରଭାଗାରେ ହେବ।

  9. ଭାରତ ସରକାରଙ୍କ କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି) ଗିରିଶ ଚନ୍ଦ୍ର ମୁର୍ମୁ ଜାତିସଂଘର ଆଭ୍ୟନ୍ତରୀଣ ସମୀକ୍ଷକ ସମିତିର ଉପାଧ୍ୟକ୍ଷ ଭାବେ ନିର୍ବାଚିତ।

  10. ଶ୍ରୀମନ୍ଦିରରେ ଆଜିଠାରୁ ପଞ୍ଚୁକ ବ୍ରତ ହେବ ଆରମ୍ଭ । ରତ୍ନ ସିଂହାସନ ଉପରେ ଦାରୁବ୍ରହ୍ମଙ୍କୁ ଠିଆକିଆ ବା ଲକ୍ଷ୍ମୀନାରାୟଣ ବେଶ କରାଯିବ।

  11. -ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୁଇଦିନିଆ ମୁମ୍ବାଇ ଗସ୍ତ, ଜାହାଙ୍ଗୀର ଆର୍ଟ ଗ୍ୟାଲେରୀରେ ଆୟୋଜିତ ଫଟୋ ପ୍ରଦର୍ଶନୀ ‘ ‘ହାର୍ଟବିଟସ’ରେ ଯୋଗ ଦେଲେ l

  12. ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆସନ୍ତା ଜାନୁଆରୀ ୧୫ରେ ଆରମ୍ଭ ହେବ ଏବଂ ଏହା ୧୧ଦିନ ପର୍ଯ୍ୟନ୍ତ ଚାଲିବ।

  13. ସୌନ୍ଦର୍ଯ୍ୟକରଣ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରିପଦାର ମା’ଅମ୍ବିକା ମନ୍ଦିର ପାଇଁ ୫୦ଲକ୍ଷ ଓ ରାଧାମୋହନ ମନ୍ଦିର ପାଇଁ ୨୫ଲକ୍ଷଟଙ୍କା ଅନୁମୋଦନ ଦେଲେ।  l

  14. ରାଜ୍ୟର ୪୨୬ ପଞ୍ଚାୟତରେ ହାଇସ୍କୁଲ ନାହିଁ । ବିଧାନସଭାରେ ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ।

  15. ଭୁବନେଶ୍ୱର ରେ ଏଣିକି ଗଛରେ ପୋଷ୍ଟର ଲଗାଇଲେ ଗଣିବେ ୫୦ ହଜାର ଟଙ୍କାର ଫାଇନ୍ l ରାଜଧାନୀ ଭୁବନେଶ୍ୱରକୁ ସ୍ୱଚ୍ଛ, ନିର୍ମଳ ଏବଂ ସଫା ରଖିବା ପାଇଁ ସରକାର ନେଲେ ଏହି ପଦକ୍ଷେପ l

  16. ଆସୁଛି ଆଉଏକ ସାମୁଦ୍ରିକ ଝଡ଼, ଦକ୍ଷିଣ ଚୀନ ସାଗରରୁ ଆସନ୍ତା ୨୫ ତାରିଖ ବେଳକୁ ଦକ୍ଷିଣ-ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳକୁ ଏକ ଘୂର୍ଣ୍ଣିବଳୟ ପ୍ରବେଶ କରିବାର ସମ୍ଭାବନା ରହିଛି।

  17. ଦେଶର ପ୍ରଥମ ସଂପୂର୍ଣ୍ଣ ସ୍ୱଦେଶୀ ନାଭାଲ ଆଣ୍ଟିଶିପ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ । ସମସ୍ତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇଛି ଏହି କ୍ଷେପଣାସ୍ତ୍ର l

  18. ୩୦୦ ପାଲେଷ୍ଟାଇନ୍ କଏଦୀଙ୍କୁ ଛାଡ଼ିବାକୁ ରାଜି ହେଲା ଇସ୍ରାଏଲ୍; ପ୍ରଥମ ପର୍ଯ୍ୟାୟରେ ଛାଡ଼ିବ ୧୫୦ l

  19. ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ ଆଜି ବିଶାଖାପାଟଣାରେ ଖେଳାଯିବ। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବାର ଭାରତ ଖେଳିବ।

  20. କ୍ରିକେଟ୍ ରେ ଆସିଲା ନୂଆ ନିୟମ, ଏଣିକି ବର୍ତ୍ତମାନ ୬୦ ସେକେଣ୍ଡରେ ଆରମ୍ଭ କରିବାକୁ ପଡିବ ପରବର୍ତ୍ତୀ ଓଭର l

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.